Suryakumar Yadav: 'ସେ ଅନ୍ୟ ଗ୍ରହରୁ ଆସିଛନ୍ତି', ଜାଣନ୍ତୁ ସୂର୍ଯ୍ୟକୁମାରଙ୍କୁ ନେଇ କାହିଁକି ଏମିତି କହିଲେ ପାକିସ୍ତାନର ଦିଗଜ୍ଜ କ୍ରିକେଟର୍ସ
Advertisement
Article Detail0/zeeodisha/odisha1430672

Suryakumar Yadav: 'ସେ ଅନ୍ୟ ଗ୍ରହରୁ ଆସିଛନ୍ତି', ଜାଣନ୍ତୁ ସୂର୍ଯ୍ୟକୁମାରଙ୍କୁ ନେଇ କାହିଁକି ଏମିତି କହିଲେ ପାକିସ୍ତାନର ଦିଗଜ୍ଜ କ୍ରିକେଟର୍ସ

Suryakumar Yadav: ଭାରତୀୟ ଦିଗଜ୍ଜ ସୁନୀଲ ଗାଭାସ୍କର ସୂର୍ଯ୍ୟକୁମାର ଯାଦବଙ୍କ ଶଟ୍ ଚୟନକୁ ପ୍ରଶଂସା କରିଛନ୍ତି । ଏହାସହ ପାକିସ୍ତାନର ଦିଗଜ୍ଜ କ୍ରିକେଟର୍ସ ବି ତାଙ୍କ ଖେଳର ପ୍ରଶଂସା କରିଛନ୍ତି ।  ୱାସିମ ଆକ୍ରାମ, ୱାକର ୟୁନିସ୍ ଏବଂ ଶୋଏବ ମଲିକଙ୍କ ପରି ପାକିସ୍ତାନର ଭେଟେରାନ କ୍ରିକେଟର ମଧ୍ୟ ତାଙ୍କ ବ୍ୟାଟିଂର ଫ୍ୟାନ୍ସ ହୋଇଯାଇଛନ୍ତି ।

Suryakumar Yadav: 'ସେ ଅନ୍ୟ ଗ୍ରହରୁ ଆସିଛନ୍ତି', ଜାଣନ୍ତୁ ସୂର୍ଯ୍ୟକୁମାରଙ୍କୁ ନେଇ କାହିଁକି ଏମିତି କହିଲେ ପାକିସ୍ତାନର ଦିଗଜ୍ଜ କ୍ରିକେଟର୍ସ

Shoaib Malik Wasim Akram Waqar Younis on Suryakumar Yadav: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର (Sunil Gavaskar) ରବିବାର ଖେଳା ଯାଇଥିବା ଭାରତ ଓ ଜିମ୍ବାୱେ ମ୍ୟାଚ (India vs Zimbabwe Match) ରେ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଙ୍କ ଶଟ୍ ଚୟନକୁ ପ୍ରଶଂସା କରିଛନ୍ତି । ଏହାସହ ପାକିସ୍ତାନର ଦିଗଜ୍ଜ କ୍ରିକେଟର୍ସ ବି ତାଙ୍କ ଖେଳର ପ୍ରଶଂସା କରିଛନ୍ତି । ସୂର୍ଯ୍ୟକୁମାର ଯାଦବ ୨୫ ବଲରେ ୬୧ ରନର ଧମାକାଦାର୍ ଇଂନିସ ଖେଳି ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଉପସ୍ଥିତି ପ୍ରାୟ ୮୨,୦୦୦ କ୍ରିକେଟ୍ ପ୍ରଶଂସକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ତାଙ୍କ ପ୍ରତିଭାକୁ ନେଇ ନା କେବଳ ଭାରତୀୟମାନେ ପ୍ରଶଂସା କରିଛନ୍ତି, ବରଂ ୱାସିମ ଆକ୍ରାମ (Wasim Akram), ୱାକର ୟୁନିସ୍ (Waqar Younis) ଏବଂ ଶୋଏବ ମଲିକ (Shoaib Malik) ଙ୍କ ପରି ପାକିସ୍ତାନର ଭେଟେରାନ କ୍ରିକେଟର ମଧ୍ୟ ତାଙ୍କ ବ୍ୟାଟିଂର ଫ୍ୟାନ୍ସ ହୋଇଯାଇଛନ୍ତି ।

ସୂର୍ଯ୍ୟକୁମାରଙ୍କୁ ପ୍ରଶଂସା କରି ସୁନୀଲ ଗାଭାସ୍କର କହିଛନ୍ତି ଯେ, "ତାଙ୍କ (ସୂର୍ଯ୍ୟକୁମାର ଯାଦବ) ର ପ୍ରତ୍ୟେକ ଇନିଂସ ୩୬୦ ଡିଗ୍ରୀରୁ ଅଧିକ ଥିଲା । ସେ ହେଉଛନ୍ତି ନୂଆ ମିଷ୍ଟର ୩୬୦ ଡିଗ୍ରୀ । ଏହା ଏକ ସଟ୍ ଥିଲା ଯେଉଁଥିରେ ସେ ୱିକେଟ୍ କିପରଙ୍କ ବାମ ପାର୍ଶ୍ୱରେ ଛକା ମାରିଥିଲେ । ତା’ପରେ ଶେଷ ଓଭରର ସେହି ଚୌକା । ବୋଲରମାନେ ଯେଉଁ କୋଣରୁ ଟାର୍ଗେଟ କରିବାକୁ ଚେଷ୍ଟା କରୁଥିଲେ, ସେ ତାହାର ସୁଯୋଗ ନେଇଥିଲେ । ଉଦାହରଣ ସ୍ୱରୂପ ସେ ଲେଫ୍ଟେଡ୍ ଏକସ୍ଟ୍ରା କଭର ଡ୍ରାଇଭ୍ ମଧ୍ୟ । ଏକ ସିଧାସଳଖ ଡ୍ରାଇଭ୍ ମଧ୍ୟ ଥିଲା । ପ୍ରତ୍ୟେକ ପୁସ୍ତକରେ ସବୁ ଶଟ୍ ଅଛି ।" 

ସେହିପରି ପାକିସ୍ତାନର କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ୱାସିମ ଆକ୍ରାମ ଓ ପୂର୍ବତନ ଦ୍ରୁତ ବୋଲର ୱାକର ୟୁନିସ୍ ସୂର୍ଯ୍ୟକୁମାର ଯାଦବଙ୍କ ନିର୍ଭୀକ ବ୍ୟାଟିଂ ଆଭିମୁଖ୍ୟରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେମାନେ ଭାବନ୍ତି ଯେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍ ପୃଥିବୀର ନୁହଁନ୍ତି । ୱାସିମ ଆକ୍ରାମ ଏ ସ୍ପୋର୍ଟସରେ କହିଛନ୍ତି ଯେ, "ମୁଁ ଭାବୁଛି ସେ (ସୂର୍ଯ୍ୟକୁମାର ଯାଦବ) ଅନ୍ୟ ଗ୍ରହରୁ ଆସିଛି । ସେ ଅନ୍ୟ ବ୍ୟାଟ୍ସମ୍ୟାନମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ । ସେ ଯେତିକି ରନ କରିଛନ୍ତି...ନା କେବଳ ଜିମ୍ବାୱେ ବିପକ୍ଷରେ, ବରଂ ବିଶ୍ୱର ଶୀର୍ଷ ବୋଲିଂ ଆକ୍ରମଣ ବିରୁଦ୍ଧରେ, ତାହା ଦେଖିବା ଯୋଗ୍ୟ ।"

ୱାସିମ ଆକ୍ରାମଙ୍କ ସାଥୀ ପ୍ୟାନେଲିଷ୍ଟ ୱାକର ୟୁନିସ୍ ଗୋଟିଏ ଧାାଡ଼ିରେ ଟିପ୍ପଣୀ କରି କହିଛନ୍ତି ଯେ, "ବୋଲର ମାନେ ଯିବେ ତ ଯିବେ କେଉଁଠୁ? ମୁଁ କେବଳ ଚିନ୍ତା କରୁଛି ଯେ ତାଙ୍କୁ ଟି-20 ଇଣ୍ଟରନ୍ୟାସନାଲରେ ଆଉଟ କରିବାର ସର୍ବୋତ୍ତମ ଉପାୟ କ’ଣ ଅଛି, ଏକ ଦିବସୀୟ ଓ ଟେଷ୍ଟ କ୍ରିକେଟରେ ଆପଣ ତାଙ୍କୁ ପାଭିଲିୟନକୁ ପଠାଇବା ପାଇଁ କିଛି ଯୋଜନା କରିପାରିବେ । କିନ୍ତୁ ଟି-20 ଇଣ୍ଟରନ୍ୟାସନାଲରେ ବ୍ୟାଟ୍ସମ୍ୟାନଙ୍କ ତୁଳନାରେ ବୋଲରମାନେ ସର୍ବଦା ବ୍ୟାକଫୁଟରେ ଥାଆନ୍ତି । ଏପରି ପରିସ୍ଥିତିରେ, ଯିଏ ଏତେ ଭଲ ଫର୍ମରେ ଅଛନ୍ତି ଓ ସେ ଜଣେ ପ୍ରଭାବଶାଳୀ ବ୍ୟାଟ୍ସମ୍ୟାନ୍ । ତାଙ୍କୁ ବୋଲିଂ କରିବା ଅତ୍ୟନ୍ତ କଷ୍ଟକର । କେବଳ ଏହା ନୁହେଁ ଯେ ସେ ଛକା ମାରନ୍ତି ବରଂ ସେ ପ୍ରତି କୋଣରେ ଶଟ୍ ମାରନ୍ତି । ସେ ହେଉଛି ୩୬୦ ଖେଳାଳି ।"

ଅଧିକ ପଢ଼ନ୍ତୁ:-କାହା ହାତକୁ ଯିବ ଦିଲ୍ଲୀ MCD, ଜାଣନ୍ତୁ ବିଜେପି, ଆପ୍ ଏବଂ କଂଗ୍ରେସକୁ ମିଳିବ କେତେ ଆସନ

ଅଧିକ ପଢ଼ନ୍ତୁ:-ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ ଫାଇନାଲ୍! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍

ଅଧିକ ପଢ଼ନ୍ତୁ:-ଚନ୍ଦ୍ର ଗ୍ରହଣ ଭାରତରେ କେବେ ଓ କେଉଁଠାରେ ଦେଖାଯିବ, ଜାଣନ୍ତୁ ଡିଟେଲ୍ସ

 

ୱାସିମ ଆକ୍ରାମ ଓ ୱାକର ୟୁନିସଙ୍କ ସହ ଶୋଏବ ମଲିକ ମଧ୍ୟ ସୂର୍ଯ୍ୟକୁମାର ଯାଦବଙ୍କୁ ପ୍ରଶଂସା କରିଛନ୍ତି । ଶୋଏବ ମଲିକ ସୂର୍ଯ୍ୟକୁମାର ଯାଦବଙ୍କ ତୁଳନା ସେହି ସ୍କୁଲ ଛାତ୍ର ସହିତ କରିଛନ୍ତି ଯିଏ ତାଙ୍କର ସମସ୍ତ ହୋମୱାର୍କ କରିଆସନ୍ତି । ଏଠାରେ କହି ରଖୁଛୁ ଯେ, ସୂର୍ଯ୍ୟକୁମାର ଯାଦବ ଚଳିତ ବର୍ଷ ଟି-20 ଇଣ୍ଟରନ୍ୟାସନାଲରେ ୪୪.୬୦ ଏଭେରେଜରେ ଓ ୧୮୬.୫୪ ଷ୍ଟ୍ରାଇକ୍ ରେଟରେ ୧,୦୨୬ ରନ୍ ସଂଗ୍ରହ କରିଛନ୍ତି । ଶୋଏବ ମଲିକ କହିଛନ୍ତି ଯେ, "ସୂର୍ଯ୍ୟକୁମାର ଯାଦବ ହେଉଛନ୍ତି ସେହି ସ୍କୁଲ ଛାତ୍ର ଯିଏ ଜାଣନ୍ତି ଯେ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଯେତେବେଳେ ମାଷ୍ଟର ସାହେବ ବିଦ୍ୟାଳୟର ଛାତ୍ରମାନଙ୍କୁ ସେମାନଙ୍କର ସମସ୍ତ ହୋମୱାର୍କ କରିବା ବିଷୟରେ ପଚାରନ୍ତି ତ ଏପରି ଛାତ୍ର ଅନ୍ୟ କାହା ସାମ୍ନାରେ କଥା ହୁଅନ୍ତି । ସୂର୍ଯ୍ୟ ଜାଣନ୍ତି ଯେ ସେ ସମସ୍ତ ପ୍ରସ୍ତୁତି କରିଛନ୍ତି । ତାଙ୍କ ବିଷୟରେ ସର୍ବୋତ୍ତମ କଥା ହେଉଛି ସେ ବୁଝନ୍ତି ଯେ ସେ ମଧ୍ୟମ କ୍ରମରେ ଖେଳୁଛନ୍ତି ।"