T20I cricket: ଅଖତର ଚାହୁଁଛନ୍ତି ଟି-୨୦ କ୍ରିକେଟରୁ ଅବସର ନିଅନ୍ତୁ କୋହଲି, ଜାଣନ୍ତୁ କାହିଁକି?
Advertisement

T20I cricket: ଅଖତର ଚାହୁଁଛନ୍ତି ଟି-୨୦ କ୍ରିକେଟରୁ ଅବସର ନିଅନ୍ତୁ କୋହଲି, ଜାଣନ୍ତୁ କାହିଁକି?

Shoaib Akhtar On Virat Kohli: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଚାହୁଁଛନ୍ତି ଯେ ବିରାଟ କୋହଲି ଟି-୨୦ କ୍ରିକେଟରୁ ଅବସର ନିଅନ୍ତୁ କାରଣ ସେ ଯେଉଁ ଶକ୍ତି ସହ ଏହି ଫର୍ମାଟରେ ଖେଳୁଛନ୍ତି, ସେଥିରେ ODI ରେ ତ୍ରି-ଶତକ ହାସଲ କରିପାରିବେ ।

ସୌ: ସୋସିଆଲ ମିଡିଆ

Shoaib Akhtar On Virat Kohli: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର (Shoaib Akhtar) ଚାହୁଁଛନ୍ତି ଯେ ବିରାଟ କୋହଲି ଟି-୨୦ ଆନ୍ତର୍ଜାତୀୟ (T20 International cricket) କ୍ରିକେଟରୁ ଅବସର ନେଇ ନିଅନ୍ତୁ । ଏହାର କାରଣ ମଧ୍ୟ ପାକିସ୍ତାନର (Pakistan) ପୂର୍ବତନ ଦ୍ରୁତ ବୋଲର କହିଛନ୍ତି । ସେ କହିଛନ୍ତି ଯେ ବିରାଟ କୋହଲି (Virat Kohli) ଟି-୨୦ କ୍ରିକେଟରୁ (T20I cricket) ଅବସର ନେବା ଉଚିତ କାରଣ ସେ ନିଜର 'ପୂରା ଶକ୍ତି'କୁ ସବୁଠାରୁ ଛୋଟ ଫର୍ମାଟରେ ନ ଲଗାଇବା ଉଚିତ୍ ।

ରାୱଲପିଣ୍ଡି ଏକ୍ସପ୍ରେସ ନାମରେ ଜଣାଶୁଣା ଶୋଏବ ଅଖତର ରବିବାର ଦିନ ବିରାଟ କୋହଲିଙ୍କୁ ଟି-୨୦ ବିଶ୍ୱକପ ମ୍ୟାଚରେ ପାକିସ୍ତାନ ବିପକ୍ଷ ଅପରାଜିତ 82 ପାଇଁ ପ୍ରଶଂସା କରିଛନ୍ତି, ଯାହା ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିଲା । ଭାରତର ଏହି ରୋମାଞ୍ଚକର ମ୍ୟାଚରେ ଚାରି ୱିକେଟ ବିଜୟୀ ହୋଇଛି । ଏକ ପ୍ରକାରେ କହିବାକୁ ଗଲେ ବିରାଟ କୋହଲି ପାକିସ୍ତାନର ବୋଲିଂ ଆକ୍ରମଣକୁ ଧ୍ୱଂସ କରିଦେଇଥିଲେ ।

ଶୋଏବ ଅଖତର ନିଜ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି, "ମୁଁ ଭାବୁଛି ସେ ପାକିସ୍ତାନ ବିପକ୍ଷରେ ତାଙ୍କ ଜୀବନର ସବୁଠାରୁ ବଡ ଇନିଂସ ଖେଳିଛନ୍ତି । ସେ ଏହିପରି ଖେଳିଥିଲେ, କାରଣ ତାଙ୍କର ଆତ୍ମବିଶ୍ୱାସ ଥିଲା ଯେ ସେ ଏହା କରି ପାରିବେ । ସେ ଏକ ଧମାକା ସହିତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମୁଁ ଚାହୁଁଛି ଯେ T20I ରୁ ଅବସର ନିଅନ୍ତୁ କାରଣ ମୁଁ ଚାହୁଁ ନାହିଁ ଯେ ସେ ତାଙ୍କର ସମସ୍ତ ଶକ୍ତି T20I କ୍ରିକେଟ୍ ରେ ଲଗାନ୍ତୁ ।"

ସେ କହିଛନ୍ତି ଯେ ଆଜି ପରି ସମାନ ପ୍ରତିବଦ୍ଧତା ସହିତ ସେ ODI କ୍ରିକେଟରେ ତ୍ରି-ଶତକ ହାସଲ କରିପାରିବେ । ଟୁର୍ଣ୍ଣାମେଣ୍ଟର ସବୁଠୁ ହାଇ ଭୋଲଟେଜ ମ୍ୟାଚରେ ଭାରତୀୟ ଦଳ ପଛରେ ପଡି ଯାଇଥିଲା, କିନ୍ତୁ କୋହଲି ଏକାକୀ ଭାରତକୁ ଜିତିବାକୁ ସ୍ଥିର କରିଥିଲେ । ଅଖତର ମଧ୍ୟ ସେହି ସମୟକୁ ମନେ ପକାଇଲେ ଯେତେବେଳେ ବିରାଟ କୋହଲିଙ୍କୁ ଖରାପ ବ୍ୟାଟିଂ ଫର୍ମକୁ ନେଇ ଦୀର୍ଘ ଦିନ ଧରି ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା । 

ମେଲବର୍ଣ୍ଣରେ ଖେଳାଯାଇଥିବା ମହାନ ମ୍ୟାଚରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ୪ ୱିକେଟରେ ପରାସ୍ତ କରିଛି । ବିରାଟ କୋହଲି ଭାରତର ଏହି ବିଜୟର ହିରୋ ଥିଲେ । କିଙ୍ଗ କୋହଲି ମାତ୍ର ୫୩ ବଲରେ ଅପରାଜିତ ୮୨ ସ୍କୋର କରି ଟିମ୍ ଇଣ୍ଡିଆକୁ ହରାହୁଆ ମ୍ୟାଚ ଜିତାଇଛନ୍ତି । କହିରଖୁଛୁ ଯେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୯ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଭାରତ ଶେଷ ବଲରେ ଟାର୍ଗେଟକୁ ପିଛାକରି ହାସଲ କରି ନେଇଥିଲା ।

ଏହା ବି ପଢ଼ନ୍ତୁ: T20 World Cup 2022: ଅଷ୍ଟ୍ରେଲିଆରେ ଭାରତୀୟ ଖେଳାଳିକୁ ମାନସିକ ନିର୍ଯାତନା! ଖାଦ୍ୟ ଓ ନେଟ୍ ପ୍ରାକ୍ଟିସକୁ ବୟକଟ୍ କଲା ଟିମ୍ ଇଣ୍ଡିଆ

ଏହା ବି ପଢ଼ନ୍ତୁ: T20 World Cup 2022: ପାକିସ୍ତାନ ବିପକ୍ଷରେ ବ୍ୟାଟ୍ ବଦଳାଇଥିଲେ ବିରାଟ, କହିଲେ ଏହାର ବିଶେଷ କାରଣ

ଏହା ବି ପଢ଼ନ୍ତୁ: IND vs PAK: ହାରୁଥିବା ମ୍ୟାଚରୁ ଭାରତକୁ ଜିତାଇବା ପରେ ବିରାଟ ଦେଲେ ବଡ ବୟାନ, ଆପଣ ଜାଣି ହୋଇଯିବେ ଚକିତ