Shoaib Akhtar: ଶୋଏବ ଅଖତରଙ୍କ ବଡ଼ ଖୁଲାସା, କହିଲେ-ମୋତେ ବଲିଉଡ ଫିଲ୍ମର ଆସିଥିଲା ଅଫର୍, ମିଳିଥିଲା ମୁଖ୍ୟ ଅଭିନେତାର ରୋଲ୍
Advertisement

Shoaib Akhtar: ଶୋଏବ ଅଖତରଙ୍କ ବଡ଼ ଖୁଲାସା, କହିଲେ-ମୋତେ ବଲିଉଡ ଫିଲ୍ମର ଆସିଥିଲା ଅଫର୍, ମିଳିଥିଲା ମୁଖ୍ୟ ଅଭିନେତାର ରୋଲ୍

Shoaib Akhtar: ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତତମ ବଲ ଫିଙ୍ଗିବାର ରେକର୍ଡ ଏବେ ମଧ୍ୟ ପାକିସ୍ତାନର ପୂର୍ବତନ ଦିଗ୍ଗଜ ଶୋଏବ ଅଖତରଙ୍କ ନାମରେ ରହିଛି । ଶୋଏବ ଅଖତର ନିଜର ଖୋଲାଖୋଲି କଥା ପାଇଁ ବେଶ୍ ଜଣାଶୁଣା । ଏହି ସମୟରେ ସେ ଏକ ବଡ଼ ଖୁଲାସା କରିଛନ୍ତି । 

Shoaib Akhtar: ଶୋଏବ ଅଖତରଙ୍କ ବଡ଼ ଖୁଲାସା, କହିଲେ-ମୋତେ ବଲିଉଡ ଫିଲ୍ମର ଆସିଥିଲା ଅଫର୍, ମିଳିଥିଲା ମୁଖ୍ୟ ଅଭିନେତାର ରୋଲ୍

Shoaib Akhtar: ପାକିସ୍ତାନ ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର (Shoaib Akhtar) ହେଉଛନ୍ତି ଦୁନିଆର ଦ୍ରୁତତମ ବୋଲର । ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତତମ ବଲ ଫିଙ୍ଗିବାର ରେକର୍ଡ ଏବେ ମଧ୍ୟ ପାକିସ୍ତାନର ପୂର୍ବତନ ଦିଗ୍ଗଜ ଶୋଏବ ଅଖତରଙ୍କ ନାମରେ ରହିଛି । ଶୋଏବ ଅଖତର ନିଜର ଖୋଲାଖୋଲି କଥା ପାଇଁ ବେଶ୍ ଜଣାଶୁଣା । ଏହି ସମୟରେ ସେ ଏକ ବଡ଼ ଖୁଲାସା କରିଛନ୍ତି । ଶୋଏବ ଅଖତର କହିଛନ୍ତି ଯେ, ବଲିଉଡ ଫିଲ୍ମ (Bollywood Movie) ଗ୍ୟାଙ୍ଗଷ୍ଟର (Gangster) ରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ତାଙ୍କୁ ଏକ ଅଫର ମିଳିଥିଲା । ୨୦୦୫ ବଲିଉଡ ନିର୍ଦ୍ଦେଶକ (Bollywood Director) ମହେଶ ଭଟ୍ଟ (Mahesh Bhatt) ଙ୍କ କ୍ରାଇମ ଡ୍ରାମା ଫିଲ୍ମ ଗ୍ୟାଙ୍ଗଷ୍ଟର ପାଇଁ ଶୋଏବ ଅଖତରଙ୍କୁ ସମ୍ପର୍କ କରାଯାଇଥିଲୋ । ଯଦିଓ ତାଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳି ନଥିଲା ।

ଟ୍ରିବ୍ୟୁନ୍ ଏକ୍ସପ୍ରେସର ଖବର ଅନୁଯାୟୀ, ଶୋଏବ ଅଖତର (Shoaib Akhtar) ଙ୍କୁ ମହେଶ ଭଟ୍ଟ  (Mahesh Bhatt) ଙ୍କ ତରଫରୁ ଅଫର ଆସିଥିଲା । ଗତ ବର୍ଷ ଶୋଏବ ଅଖତର ତାଙ୍କ ବାୟୋପିକ୍ ରାୱଲପିଣ୍ଡି ଏକ୍ସପ୍ରେସ: ରେସିଂ ଏଗେନଷ୍ଟ ଦି ଆଡସ୍ (Rawalpindi Express: Racing Against the Odds) ଟାଇଟଲର ଖୁଲାସା କରିଥିଲେ । କିନ୍ତୁ ନିକଟ ଅତୀତରେ ଶୋଏବ ଅଖତରଙ୍କର ପ୍ରୋଡକ୍ଶନ ଟିମ୍ ସହିତ ବିବାଦ ହୋଇଥିଲା । ସେ ଏହି ପ୍ରୋଜେକ୍ଟ ଠାରୁ ନିଜକୁ ଦୂରେଇ ରଖିଥିଲେ । ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଭାରତରେ ଖୁବ୍ ପସନ୍ଦ କରାଯାଏ । ଅନେକ ଥର ଶୋଏବ ଅଖତର (Shoaib Akhtar) ଙ୍କୁ ଭାରତୀୟ ଖେଳାଳିଙ୍କୁ ସମର୍ଥନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ:-୧୯ ବର୍ଷର ନାତି ନିଜ ଜେଜେମାଙ୍କୁ କଲେ ଗର୍ଭବତୀ! ସେୟାର କଲେ ରୋମାଣ୍ଟିକ୍ ଫଟୋ

ଅଧିକ ପଢ଼ନ୍ତୁ:-ହୋଲି ପୂର୍ବରୁ ମାଗଣା ରାସନ ନେଉଥିବା ଲୋକଙ୍କ ପାଇଁ ବଡ଼ ଖୁସି ଖବର, ଫେବୃଆରୀରେ ମିଳିବ ଡବଲ ରାସନ

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆ ପାଇଁ ଖରାପ ଖବର, ଟେଷ୍ଟ ପରେ ଦିନିକିଆ ସିରିଜରୁ ବାହାର ହେଲେ ଏହି ବଡ଼ ମ୍ୟାଚ୍ ୱିନର୍

୪୭ ବର୍ଷୀୟ ଶୋଏବ ଅଖତର (Shoaib Akhtar) ୨୦୧୧ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ଶୋଏବ ଅଖତର (Shoaib Akhtar) ୪୬ଟି ଟେଷ୍ଟ, ୧୬୩ଟି ODI ଓ ୧୫ଟି ଟି-20 ଇଣ୍ଟରନ୍ୟାସନାଲରେ ଖେଳିଥିଲେ । ଶୋଏବ ଅଖତର ଟେଷ୍ଟରେ ୧୭୮, ODI ରେ ୨୪୭ ଏବଂ ଟି-20ରେ ୧୯ ୱିକେଟ୍ ନେଇଥିଲେ । ଶୋଏବ ଅଖତର ପ୍ରଥମ ଶ୍ରେଣୀ କ୍ରିକେଟରେ ୪୫୦ରୁ ଅଧିକ ୱିକେଟ୍ ନେଇଛନ୍ତି ।