Shoaib Akhtar: ଭାରତକୁ ଅଭିଶାପ ଦେଲେ ଶୋଏବ ଅଖତର! କହିଲେ ପାକିସ୍ତାନ ପରେ ଟିମ୍ ଇଣ୍ଡିଆ ମଧ୍ୟ ଟି-20 ବିଶ୍ୱକପରୁ ହୋଇଯିବ ବାହାର
Advertisement

Shoaib Akhtar: ଭାରତକୁ ଅଭିଶାପ ଦେଲେ ଶୋଏବ ଅଖତର! କହିଲେ ପାକିସ୍ତାନ ପରେ ଟିମ୍ ଇଣ୍ଡିଆ ମଧ୍ୟ ଟି-20 ବିଶ୍ୱକପରୁ ହୋଇଯିବ ବାହାର

Shoaib Akhtar: ପାକିସ୍ତାନ ପ୍ରଥମ ମ୍ୟାଚରେ ୪ ୱିକେଟରେ ଭାରତ ଠାରୁ ପରାଜିତ ହୋଇଥିଲା । ବର୍ତ୍ତମାନ ପରାଜୟ ପରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଭବିଷ୍ୟବାଣୀ କରିଛନ୍ତି ଯେ, ପାକିସ୍ତାନ ସହ ଭାରତ ମଧ୍ୟ ଟି-20 ବିଶ୍ୱକପରୁ ବାହାରି ଯିବ ।

Shoaib Akhtar: ଭାରତକୁ ଅଭିଶାପ ଦେଲେ ଶୋଏବ ଅଖତର! କହିଲେ ପାକିସ୍ତାନ ପରେ ଟିମ୍ ଇଣ୍ଡିଆ ମଧ୍ୟ ଟି-20 ବିଶ୍ୱକପରୁ ହୋଇଯିବ ବାହାର

Shoaib Akhtar on Team India T20 World Cup 2022: ଟି-20 ବିଶ୍ୱକପ ୨୦୨୨ରେ ଏବେ ସୁପର-12 ରାଉଣ୍ଡର ମ୍ୟାଚ୍ ଚାଲିଛି । ଏହି ପର୍ଯ୍ୟାୟରେ ପାକିସ୍ତାନ ଦଳ ଲଗାତର ୨ଟି ମ୍ୟାଚ୍ ହାରିଛି । ଯାହା ପରେ ଦଳକୁ ଅନେକ ସମାଲୋଚନାର ସାମ୍ନା କରିବାକୁ ପଡ଼ିଛି । ପାକିସ୍ତାନକୁ ଜିମ୍ବାୱେ ବିପକ୍ଷ  ମ୍ୟାଚରେ ୧ ରନରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଏହା ପରେ ପାକିସ୍ତାନ ଦଳକୁ ଆହୁରି ଅଧିକ ଚାରିଆଡୁ ସମାଲୋଚନା କରାଯାଉଛି । ପାକିସ୍ତାନ ପ୍ରଥମ ମ୍ୟାଚରେ ୪ ୱିକେଟରେ ଭାରତ ଠାରୁ ପରାଜିତ ହୋଇଥିଲା । ବର୍ତ୍ତମାନ ପରାଜୟ ପରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଭବିଷ୍ୟବାଣୀ କରିଛନ୍ତି ଯେ, ପାକିସ୍ତାନ ସହ ଭାରତ ମଧ୍ୟ ଟି-20 ବିଶ୍ୱକପରୁ ବାହାରି ଯିବ ।

ପାକିସ୍ତାନର ପରାଜୟକୁ ନେଇ ଶୋଏବ ଅଖତର କହିଛନ୍ତି ଯେ, ଦଳ କୌଣସି ପ୍ଲାନିଂ କରିନାହିଁ । ଓପନର୍ ଓ ମିଡିଲ୍ ଅର୍ଡର ଅତି ଖରାପ ଭାବେ ଫ୍ଲପ୍ ହୋଇଛନ୍ତି । ଦେଖିବାକୁ ଗଲେ ଦଳ ବହୁତ ଖରାପ ପ୍ରଦର୍ଶନ କରିଛି । ଏଥି ସହିତ ସେ ପାକିସ୍ତାନର ପରାଜୟ ସହ ଟିମ୍ ଇଣ୍ଡିଆକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, "ମୁଁ ଏହା ପୂର୍ବରୁ ମଧ୍ୟ କହିଥିଲି ଯେ ପାକିସ୍ତାନ ଏହି ସପ୍ତାହରେ ଫେରିବ ଓ ଆସନ୍ତା ସପ୍ତାହରେ ଭାରତ ଫେରି ଆସିବ । ସେମାନେ ମଧ୍ୟ (ଭାରତୀୟ ଦଳ) ସେମିଫାଇନାଲ ଖେଳି ଫେରି ଆସିବେ । ସେମାନେ ମଧ୍ୟ କୌଣସି ତିସମାର ଖାନ୍ ନୁହଁନ୍ତି ।"

ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଅଖତର ଆହୁରି କହିଛନ୍ତି ଯେ, "ପାକିସ୍ତାନ ପାଖରେ ଖରାପ ଅଧିନାୟକ ଅଛି । ମୁଁ ଚୟନ କମିଟିକୁ କହିଛି ଯେ ଏହି ଲୋକମାନେ ଏଭେରେଜ୍ ଦଳ ଚୟନ କରିଛନ୍ତି । ଆସିଫ ଅଲିଙ୍କୁ ୮ ନମ୍ବରରେ ମୈଦାନକୁ ପଠାଯାଉଛି । ହାୟଦର ଅଲିଙ୍କ ଭୂମିକା କ'ଣ ରହିବ, ତାଙ୍କୁ କ'ଣ କରିବାକୁ ହେବ ସେ ବିଷୟରେ ଠିକ୍ ଭାବରେ ବ୍ୟାଖ୍ୟା କରାଯାଇ ନାହିଁ । ପାକିସ୍ତାନର ପ୍ରଦର୍ଶନ ବହୁତ ଏଭେରେଜ୍ ରହିଛି ।"

ଅଧିକ ପଢ଼ନ୍ତୁ:-ସ୍ଥିର ହୋଇସାରିଛି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଚୂଡ଼ାନ୍ତ ଏକାଦଶ, ରୋହିତ ଶର୍ମା ଏହି ଖେଳାଳିଙ୍କୁ ଟିମରେ କରାଇବେ ଏଣ୍ଟ୍ରି!

ଅଧିକ ପଢ଼ନ୍ତୁ:-ଆମେରିକାର କେବଳ ଗୋଟିଏ ନିଷ୍ପତ୍ତି ଆଉ ବର୍ବାଦ ହୋଇଯିବ ସାଉଦି ଆରବ!

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଭରସାରେ ପାକିସ୍ତାନର ସେମିଫାଇନାଲ ଟିକେଟ୍...ବାବର ବ୍ରିଗେଡକୁ ଡରାଉଛି ଏହି ଭୟାନକ ରେକର୍ଡ

 

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ ଖେଳି ସାରିଛନ୍ତି ଓ ଏହି ମ୍ୟାଚରେ ବିଜୟ ହାସଲ କରିଥିଲେ । ସେହିପରି ଅକ୍ଟୋବର ୨୭ରେ ଦ୍ୱିତୀୟ ମ୍ୟାଚ୍ ନେଦରଲ୍ୟାଣ୍ଡ ସହ ଖେଳିଥିଲା । ଏହି ମ୍ୟାଚରେ ବି ଟିମ୍ ଇଣ୍ଡିଆ ଜିତିଛି । ବର୍ତ୍ତମାନ ଟିମ୍ ଇଣ୍ଡିଆର ପରବର୍ତ୍ତୀ ମ୍ୟାଚ୍ ଅକ୍ଟୋବର ୩୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍, ଏବଂ ନଭେମ୍ବର ୨ରେ ଚତୁର୍ଥ ମ୍ୟାଚ୍ ବାଂଲାଦେଶ ସହିତ ଏବଂ ପଞ୍ଚମ ମ୍ୟାଚ୍ ନଭେମ୍ବର ୬ରେ ଗ୍ରୁପ୍ ବି ବିଜେତା ସହିତ ଖେଳିବ ।

ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର), ଦୀନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।