Shane Warne Death Reason: କୋରୋନା ଟିକା ଯୋଗୁଁ ହୋଇଥିଲା ସେନ ୱାର୍ଣ୍ଣଙ୍କ ମୃତ୍ୟୁ! ଡାକ୍ତରମାନେ କଲେ ବଡ଼ ଦାବି, ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ
Advertisement

Shane Warne Death Reason: କୋରୋନା ଟିକା ଯୋଗୁଁ ହୋଇଥିଲା ସେନ ୱାର୍ଣ୍ଣଙ୍କ ମୃତ୍ୟୁ! ଡାକ୍ତରମାନେ କଲେ ବଡ଼ ଦାବି, ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ

Shane Warne Death Reason: ରିପୋର୍ଟରେ ଏହା ପ୍ରକାଶ ପାଇଛି ଯେ ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ସେନ ୱାର୍ଣ୍ଣଙ୍କୁ ଦିଆଯାଇଥିବା କୋଭିଡ ଟିକା ହାର୍ଟ ସମ୍ବନ୍ଧୀୟ ରୋଗକୁ ବଢ଼ାଇଥାଏ । ଆପଣଙ୍କୁ କହି ରଖୁଛୁ ଯେ ସେନ ୱାର୍ଣ୍ଣଙ୍କ ମୃତ୍ୟୁ ହୃଦଘାତ ପାଇଁ ହୋଇଥିଲା ।

ସୌ: ସୋସିଆଲ ମିଡିଆ

Shane Warne Death Reason: ଅଷ୍ଟ୍ରେଲିଆର ପୂର୍ବତନ ଲେଗ ସ୍ପିନର ସେନ ୱାର୍ଣ୍ଣଙ୍କ (Shane Warne) ମୃତ୍ୟୁକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ବାସ୍ତବରେ ୱାର୍ଣ୍ଣଙ୍କ ମୃତ୍ୟୁ ସହ ଜଡିତ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି । ସେନ ୱାର୍ଣ୍ଣଙ୍କ ମୃତ୍ୟୁର କାରଣ କୋରୋନା ଟିକା (Coronavirus vaccine) ହୋଇପାରେ ବୋଲି ଡାକ୍ତରମାନେ ଦାବି କରିଛନ୍ତି । ବାସ୍ତବରେ, ରିପୋର୍ଟରେ ଏହା ପ୍ରକାଶ ପାଇଛି ଯେ ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର (Australian leg-spinner) ସେନ ୱାର୍ଣ୍ଣଙ୍କୁ ଦିଆଯାଇଥିବା କୋଭିଡ ଟିକା ହୃଦ ରୋଗକୁ ବଢାଇଥାଏ । କହିରଖୁଛୁ ଯେ ୱାର୍ଣ୍ଣ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି ।

ଉଲ୍ଲେଖନୀୟ କଥା ହେଉଛି, ଥାଇଲାଣ୍ଡରେ ସେନ ୱାର୍ଣ୍ଣଙ୍କର ହୃଦଘାତ (Heart attack) ଯୋଗୁଁ ମୃତ୍ୟୁ ହୋଇଥିଲା । ମୃତ୍ୟୁର ପ୍ରାୟ ୯ ମାସ ପୂର୍ବରୁ ସୋ କୋରୋନା ଟିକା ନୋଇଥିଲେ । ରିପୋର୍ଟରେ ଏହା ପ୍ରକାଶ ପାଇଛି ଯେ ୱାର୍ଣ୍ଣ ନୋଇଥିବା କୋରୋନା ଟିକା ହାର୍ଟ ସମ୍ବନ୍ଧୀୟ ରୋଗକୁ ବଢାଇଥାଏ । ଜଣେ ଅଷ୍ଟ୍ରେଲୀୟ ଡାକ୍ତର ଓ ଭାରତୀୟ ମୂଳର ବ୍ରିଟିଶ ହୃଦରୋଗ ବିଶେଷଜ୍ଞ କହିଛନ୍ତି ଯେ ସେନ ୱାର୍ଣ୍ଣଙ୍କ ମୃତ୍ୟୁର କାରଣ କୋରୋନା ଟିକା ହୋଇପାରେ ।

ୱାର୍ଣ୍ଣ COVID mRNA ଟିକା ନେଇଥିଲେ, ଯେଉଁ କାରଣରୁ ହୃଦଘାତ ହେବାର ସମ୍ଭାବନା ଥାଏ । ମୃତ୍ୟୁର ପ୍ରାୟ ୯ ମାସ ପୂର୍ବରୁ ୱାର୍ଣ୍ଣ ଏହି ଟିକା ନେଇଥିଲେ । ହୃଦରୋଗ ବିଶେଷଜ୍ଞ ଡକ୍ଟର ଅସୀମ ମଲହୋତ୍ରା ଓ ଡକ୍ଟର କ୍ରିସ ନୀଲ କହିଛନ୍ତି ଯେ COVID mRNA ଟିକା ଯୋଗୁଁ କରୋନାରୀ ରୋଗର ଶୀଘ୍ର ବିସ୍ତାର ହୋଇପାରେ । ବିଶେଷକରି ସେହି ଲୋକମାନଙ୍କଠାରେ ଯେଉଁମାନେ ପୂର୍ବରୁ କୌଣସି ହୃଦଘାତରେ ପୀଡିତ ଥିଲେ ।

ଡାକ୍ତର ମାଲହୋତ୍ରା କହିଛନ୍ତି, "ଅଷ୍ଟ୍ରେଲୀୟ ପୂର୍ବତନ ଖେଳାଳି ସେନ ୱାର୍ଣ୍ଣ ୫୨ ବର୍ଷ ବୟସରେ ହଠାତ୍ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ, ଯେଉଁଥିପାଇଁ ସେ ମୃତ୍ୟୁବରଣ କରିଥିଲେ । ତଥାପି ସମସ୍ତେ ଜାଣନ୍ତି ଯେ ୱାର୍ଣ୍ଣଙ୍କ ଜୀବନଶୌଳୀ ଏତେ ଭଲ ନଥିଲା । ସେ ଧୂମପାନ କରୁଥିଲେ । ଓ ତାଙ୍କର ମଧ୍ୟ ଅଧିକ ଓଜନ ଥିଲେ । ପିଫାଇଜର ଟିକାର ଦୁଇଟି ଡୋଜ ନେବା ପରେ ମୋ ବାପାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା ​​ଓ ଟିକା ପରେ ତାଙ୍କର ହୃଦ ରୋଗ ଦ୍ରୁତ ଗତିରେ ଆଗକୁ ବଢିଥିଲା ।

ଦୁନିଆର ମହାନ ବୋଲରମାନଙ୍କ ମଧ୍ୟରେ ସେନ ୱାର୍ଣ୍ଣଙ୍କୁ ଗଣାଯାଏ । ୧୩ ସେପ୍ଟେମ୍ବର ୧୯୬୯ ରେ ଭିକ୍ଟୋରିଆରେ ଜନ୍ମ ହୋଇଥିବା ୱାର୍ଣ୍ଣ ନିଜ କ୍ୟାରିୟରରେ ୧୪୫ଟି ଟେଷ୍ଟ, ଓ ୧୯୪ଟି ଦିନିକିଆ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଥିଲେ । ସେ ଟେଷ୍ଟରେ ୭୦୮ ୱିକେଟ୍ ଏବଂ ODI ଫର୍ମାଟରେ ୨୯୩ ୱିକେଟ୍ ନେଇଥିଲେ । ଏହା ବ୍ୟତୀତ ପ୍ରଥମ ଶ୍ରେଣୀ କ୍ରିକେଟ୍ ରେ ତାଙ୍କ ନାମରେ ୧୩୧୯ ୱିକେଟ ନେବାର ରେକର୍ଡ ରହିଛି ।

ଏହା ବି ପଢନ୍ତୁ: Asia Cup 2023: କଣ ଚାହୁଁଛି ପାକିସ୍ତାନ? ବର୍ତ୍ତମାନ ହାଇବ୍ରିଡ଼ ମଡେଲରେ ଏସିଆ କପ୍ ଖେଳିବାକୁ ନେଇ ପିସିବିର ପ୍ରତ୍ୟାଖ୍ୟାନ

ଏହା ବି ପଢନ୍ତୁ: Ben Stokes love story: ବିବାହ ପୂର୍ବରୁ ବାପା ହୋଇଥିଲେ ବେନ୍ ଷ୍ଟୋକ୍ସ, ଅତ୍ୟନ୍ତ କୌତୁହଳପୂର୍ଣ୍ଣ ତାଙ୍କର ଲଭ୍ ଷ୍ଟୋରି; ଜାଣନ୍ତୁ ସବୁକିଛି