Shakib Al Hasan injured: ବିବାଦ ପରେ ବାଦ ପଡ଼ିଲେ ଶାକିବ, କଣ ରହିଛି କାରଣ ପଢନ୍ତୁ ପୂରା ରିପୋର୍ଟ
Advertisement

Shakib Al Hasan injured: ବିବାଦ ପରେ ବାଦ ପଡ଼ିଲେ ଶାକିବ, କଣ ରହିଛି କାରଣ ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ଟାଇମ ଆଉଟ ବିବାଦ ପରେ ଏବେ ବାଂଲାଦେଶ କ୍ରିକେଟ ଟିମକୁ ଏକ ବଡ଼ ଝଟକା ଲାଗିଛି। ଦଳର ଅଧିନାୟକ ଶାକିବ ଅଲ ହାସନଙ୍କ ବାମ ହାତର କାଣି ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ଚଳିତ ବିଶ୍ୱକପର ଅବଶିଷ୍ଟ ମ୍ୟାଚରୁ ବାଦ ପଡିଛନ୍ତି। ଗତକାଲି ୬ ନଭେମ୍ବର ୨୦୨୩ରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ବ୍ୟାଟିଂ କରୁଥିବା ବେଳେ ବାଂଲାଦେଶ ଅଧିନାୟ

Shakib Al Hasan injured: ବିବାଦ ପରେ ବାଦ ପଡ଼ିଲେ ଶାକିବ, କଣ ରହିଛି କାରଣ ପଢନ୍ତୁ ପୂରା ରିପୋର୍ଟ

Shakib Al Hasan injured: ନୂଆଦିଲ୍ଲୀ: ଟାଇମ ଆଉଟ ବିବାଦ ପରେ ଏବେ ବାଂଲାଦେଶ କ୍ରିକେଟ ଟିମକୁ ଏକ ବଡ଼ ଝଟକା ଲାଗିଛି। ଦଳର ଅଧିନାୟକ ଶାକିବ ଅଲ ହାସନଙ୍କ ବାମ ହାତର କାଣି ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ଚଳିତ ବିଶ୍ୱକପର ଅବଶିଷ୍ଟ ମ୍ୟାଚରୁ ବାଦ ପଡିଛନ୍ତି। ଗତକାଲି ୬ ନଭେମ୍ବର ୨୦୨୩ରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ବ୍ୟାଟିଂ କରୁଥିବା ବେଳେ ବାଂଲାଦେଶ ଅଧିନାୟକ ଆହତ ହୋଇଥିଲେ। ମ୍ୟାଚ୍ ପରେ ତାଙ୍କ ଆଙ୍ଗୁଠିର ଏକ୍ସ-ରେ ନିଆଯାଇଥିଲା, ଯେଉଁଥିରେ ଆଙ୍ଗୁଠିରେ ଆଘାତ ଲାଗିଥିବା ନେଇ ସ୍ପଷ୍ଟ ହୋଇଥିଲା। ବିଶ୍ୱକପ୍ ୨୦୨୩ରେ ବାଂଲାଦେଶର ଗୋଟିଏ ମ୍ୟାଚ୍ ବାକି ଅଛି। ବାଂଲାଦେଶ ଆସନ୍ତା ନଭେମ୍ବର ୧୧ ତାରିଖରେ ପୁଣେରେ ଅଷ୍ଟ୍ରେଲିଆକୁ ସାମ୍ନା କରିବ। ଏହାପୂର୍ବରୁ ଦଳର ଅଧିନାୟକ ଆହତ ହୋଇ ଦଳରୁ ବାଦ ପଡ଼ିବା ଦଳ ପାଇଁ ଏକ ବଡ଼ ଝଟକା। 

ଶାକିବଙ୍କ ଆହତ ସମସ୍ୟା ନେଇ ଦଳର ଫିଜିଓ ବାୟାଜେଡୁଲ ଇସଲାମ ଖାନ କହିଛନ୍ତି ଯେ ଶ୍ରୀଲଙ୍କା ବିପକ୍ଷ ଇନିଂସରେ ଶାକିବ ତାଙ୍କ ବାମ ଇଣ୍ଡେକ୍ସ ଆଙ୍ଗୁଠିରେ ଆଘାତ ପାଇଥିଲେ, କିନ୍ତୁ ସେ ଟେପ ଏବଂ ଯନ୍ତ୍ରଣାଦାୟକ ଔଷଧ ଦେଇ ବ୍ୟାଟିଂ ଜାରି ରଖିଥିଲେ। ଅଧିକ ସୂଚନା ପ୍ରଦାନ କରି ସେ କହିଛନ୍ତି କି, 'ମ୍ୟାଚ୍ ପରେ ସେ ଦିଲ୍ଲୀରେ ଜରୁରୀକାଳୀନ ଏକ୍ସ-ରେ କରିଥିଲେ, ଯାହା ବାମ ପିଆଇପି ଗଣ୍ଠିରେ ଫାଟିଯାଇଥିବାର ସ୍ପଷ୍ଟ ହୋଇଥିଲା। ତାଙ୍କ ଆରୋଗ୍ୟ ପାଇଁ ତିନିରୁ ଚାରି ସପ୍ତାହ ଲାଗିବ ବୋଲି ଆଶା କରାଯାଉଛି। ଅଧିକ ଚିକିତ୍ସା ପାଇଁ ସେ ଆଜି ବାଂଲାଦେଶ ଯିବେ।

ତେବେ ଶ୍ରୀଲଙ୍କ ବିପକ୍ଷରେ ଶାକିବ ବେଶ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ସେ ଶ୍ରୀଲଙ୍କ ବିପକ୍ଷରେ ଅର୍ଦ୍ଧଶତକୀୟ (୮୨) ଇନିଂସ ଖେଳିଥିଲେ। ଏହି ସମୟରେ ସେ ୬୫ଟି ବଲକୁ ସାମ୍ନା କରି ୧୨ଟି ଚୌକା ଓ ଦୁଇଟି ଛକା ସହାୟତାରେ ମୋଟ ୮୨ ରନ କରିଥିଲେ। ଶାକିବଙ୍କ ଏହି ଅର୍ଦ୍ଧଶତକୀୟ ଇନିଂସ ବଳରେ ଶ୍ରୀଲଙ୍କା ବିପକ୍ଷରେ ସହଜରେ ବିଜୟ ହାସଲ କରିନେଇଥିଲା। ତେବେ ଏହା ପୂର୍ବରୁ ବୋଲିଂ କରି ମଧ୍ୟ ସଫଳତା ହାସଲ କରିନେଇଥିଲେ। ଫଳରେ ସେ ଏହି ମ୍ୟାଚରେ ପ୍ଲେୟାର ଅଫ ଦି ମ୍ୟାଚ ଭାବେ ବିବେଚିତ ହୋଇଥିଲେ। 

Also Read: World Cup 2023: ୱାର୍ଲଡ କପ୍ ଆଣିବ କି ଭାରତ ! କଣ କହୁଛି ଏହି ୧୦ ଖେଳାଳିଙ୍କ ପରଫରମାନ୍ସ

Also Read: Indian Cricket Team: ବିଶ୍ୱକପରେ ମିଳିଲାନି ଏଣ୍ଟ୍ରି, ହେଲେ ଏହି ସିରିଜ୍ ରେ କରିପାରନ୍ତି କମବ୍ୟାକ୍