ଜିମ୍ବାୱେ ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ, ଏହି ଖେଳାଳିଙ୍କ ହେଲା ଏଣ୍ଟ୍ରି
Advertisement

ଜିମ୍ବାୱେ ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ, ଏହି ଖେଳାଳିଙ୍କ ହେଲା ଏଣ୍ଟ୍ରି

Shahbaz Ahmed: ପ୍ରଥମ ଏକଦିବସୀୟ ମ୍ୟାଚର ଠିକ୍ ପୂର୍ବରୁ ୱାଶିଂଟନ୍ ସୁନ୍ଦରଙ୍କ ରିପ୍ଲେସମେଣ୍ଟ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି । ତାଙ୍କ ସ୍ଥାନରେ ଅଲରାଉଣ୍ଡର ଶାହବାଜ ଅହମ୍ମଦ (Shahbaz Ahmed) ଙ୍କୁ ଟିମ୍ ଇଣ୍ଡିଆ (Team India) ରେ ସ୍ଥାନ ମିଳିଛି...

ଜିମ୍ବାୱେ ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ, ଏହି ଖେଳାଳିଙ୍କ ହେଲା ଏଣ୍ଟ୍ରି

ନୂଆଦିଲ୍ଲୀ: Shahbaz Ahmed: ଭାରତ ଓ ଜିମ୍ବାୱେ ମଧ୍ୟରେ ଅଗଷ୍ଟ ୧୮ରେ  ODI ସିରିଜ୍ ଆରମ୍ଭ ହେବାକୁ ଯାଉଛି । ଅଧିନାୟକ କେଏଲ୍ ରାହୁଲଙ୍କ ନେତୃତ୍ୱରେ ଭାରତୀୟ ଦଳ ହରାରେ ଅଭ୍ୟାସ କରୁଛନ୍ତି । ବର୍ତ୍ତମାନ ODI ସିରିଜର ପର୍ଯ୍ୟାୟ । କିନ୍ତୁ ଟିମ୍ ଇଣ୍ଡିଆ ପାଇଁ ମଧ୍ୟ ଚିନ୍ତାର ବିଷୟ, ଆହତ ୱାଶିଂଟନ୍ ସୁନ୍ଦର (Washington Sundar) ବାହାର ହେବା ପରେ ଟିମ୍ ଇଣ୍ଡିଆରେ ପରିବର୍ତ୍ତନ ଆସିଛି ।

ପ୍ରଥମ ଏକଦିବସୀୟ ମ୍ୟାଚର ଠିକ୍ ପୂର୍ବରୁ ୱାଶିଂଟନ୍ ସୁନ୍ଦରଙ୍କ ରିପ୍ଲେସମେଣ୍ଟ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି । ତାଙ୍କ ସ୍ଥାନରେ ଅଲରାଉଣ୍ଡର ଶାହବାଜ ଅହମ୍ମଦ (Shahbaz Ahmed) ଙ୍କୁ ଟିମ୍ ଇଣ୍ଡିଆ (Team India) ରେ ସ୍ଥାନ ମିଳିଛି, ଶାହାବାଜ ନିକଟରେ ଇଣ୍ଡିଆନ ପ୍ରିମିୟର ଲିଗ୍-୨୦୦୨୨ (IPL 2022) ରେ ଭଲ ପ୍ରଦର୍ଶନ କରିଥିଲେ ।

ବିସିସିଆଇ (BCCI) ର ଏକ ପ୍ରେସ ବିଜ୍ଞପ୍ତିରେ ଅଲ ଇଣ୍ଡିଆ ସିନିୟର ଚୟନ କମିଟି ୱାଶିଂଟନ୍ ସୁନ୍ଦରଙ୍କ ସ୍ଥାନରେ ଟିମ୍ ଇଣ୍ଡିଆ ସ୍କ୍ୱାଡରେ ଶାହବାଜ ଅହମ୍ମଦଙ୍କୁ ସାମିଲ କରିଥିବା ସୂଚନା ଦିଆଯାଇଛି । ଇଂଲଣ୍ଡରେ କାଉଣ୍ଟି କ୍ରିକେଟ୍ ଖେଳିବାବେଳେ କାନ୍ଧରେ ଆଘାତ ପାଇଥିବା ୱାଶିଂଟନ୍ ସୁନ୍ଦର ଆହତ କାରଣରୁ ODI ସିରିଜରୁ ବାଦ ପଡିଛନ୍ତି ।

ଶାହାବାଜ ଅହମ୍ମଦ କିଏ?

ଘରୋଇ କ୍ରିକେଟରେ ବେଙ୍ଗଲ ପାଇଁ ଖେଳୁଥିବା ୨୭ ବର୍ଷୀୟ ଶାହାବାଜ ଅହମ୍ମଦ ନିକଟ ଅତୀତରେ ତାଙ୍କ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଘରୋଇ କ୍ରିକେଟରେ ସେ ୧୮ଟି ମ୍ୟାଚରେ ୧,୦୪୧ ରନ୍ କରିଥିବାବେଳେ ବ୍ୟାଟିଂ ଏଭେରେଜ ୪୧.୬୪ ରହିଛି । ତାଙ୍କ ନାମରେ ଶାହାବାଜଙ୍କର ନାମରେ ୫୭ ୱିକେଟ୍ ମଧ୍ୟ ରହିଛି । ଆଇପିଏଲ୍ ୨୦୨୨ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳିଥିବା ଶାହାବାଜ ୧୬ଟି ମ୍ୟାଚରେ ୨୧୯ ରନ୍ ସଂଗ୍ରହ କରିଥିଲେ ଓ ୪ଟି ୱିକେଟ୍ ମଧ୍ୟ ନେଇଥିଲେ । ଶାହାବାଜ ମଧ୍ୟ ଆଇପିଏଲ ୨୦୨୨ରେ ତାଙ୍କ ଦଳ ପାଇଁ ଅନେକ ଛୋଟ କିନ୍ତୁ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ।

ଏହା ବି ପଢ଼ନ୍ତୁ:-ଏସିଆ କପରେ ଏହି ଦଳ ବିଗାଡ଼ିପାରେ ଟିମ୍ ଇଣ୍ଡିଆର ଖେଳ, ବହୁତ ସତର୍କ ରହିବା ଆବଶ୍ୟକ

ଏହା ବି ପଢ଼ନ୍ତୁ:-ବିଜେପିକୁ ରୋକିବା ପାଇଁ ନବୀନ ପଟ୍ଟନାୟକଙ୍କ ପ୍ଲାନ୍, ରାଷ୍ଟ୍ରପତିଙ୍କ ଜିଲ୍ଲାରେ ଆରମ୍ଭ କଲେ ବିକାଶମୂଳକ ପ୍ରକଳ୍ପ

ଏହା ବି ପଢ଼ନ୍ତୁ:-ପୋଷ୍ଟ ଅଫିସ ନା ବ୍ୟାଙ୍କ? ଜାଣନ୍ତୁ କେଉଁଠାରେ ପ୍ରଥମେ ଡବଲ ହେବ ଆପଣଙ୍କ ଟଙ୍କା

 

ଜିମ୍ବାୱେ ଗସ୍ତ ପାଇଁ ଭାରତୀୟ ଦଳ

କେଏଲ ରାହୁଲ (ଅଧିନାୟକ), ଶିଖର ଧୱନ (ଉପଅଧିନାୟକ), ଋତୁରାଜ ଗାୟକୱାଡ଼, ଶୁଭମନ ଗିଲ୍, ଦୀପକ ହୁଡ଼୍ଡା, ରାହୁଲ ତ୍ରୀପାଠୀ, ଇଶାନ କିଶନ, ସଞ୍ଜୁ ସ୍ୟାମସନ, ଶାହାବାଜ ଅହମଦ, ଶାର୍ଦୁଲ ଠାକୁର, କୁଲଦୀପ ଯାଦବ, ଅକ୍ଷର ପଟେଲ, ଆବେଶ ଖାନ, ପ୍ରସିଦ୍ଧ କୃଷ୍ଣା, ମହମ୍ମଦ ସିରାଜ, ଦୀପକ ଚହର ।

ଭାରତର ଜିମ୍ବାୱେ ଗସ୍ତ 

୧. ପ୍ରଥମ ODI- ଅଗଷ୍ଟ ୧୮
୨. ଦ୍ୱିତୀୟ ODI- ଅଗଷ୍ଟ ୨୦
୩. ତୃତୀୟ ODI- ଅଗଷ୍ଟ ୨୨