World Cup 2023: ବିଶ୍ୱକପ ପୂର୍ବରୁ ପାକିସ୍ତାନ କ୍ରିକେଟରଙ୍କ ଧମକ, "୪ ମାସ ଧରି ମିଳିନାହିଁ ଦରମା, ବଏକଟ୍ କରିବୁ...'
Advertisement
Article Detail0/zeeodisha/odisha1886922

World Cup 2023: ବିଶ୍ୱକପ ପୂର୍ବରୁ ପାକିସ୍ତାନ କ୍ରିକେଟରଙ୍କ ଧମକ, "୪ ମାସ ଧରି ମିଳିନାହିଁ ଦରମା, ବଏକଟ୍ କରିବୁ...'

World Cup 2023: ଅକ୍ଟୋବର ୫ ରୁ ଭାରତରେ ବିଶ୍ୱକପ୍ ୨୦୨୩ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ୨୯ ସେପ୍ଟେମ୍ବରରେ ହେବାକୁ ଥିବା ବିଶ୍ୱକପ୍‌ର ପ୍ରଥମ ୱାର୍ମ ଅପ୍ ମ୍ୟାଚ୍‌ରେ ପାକିସ୍ତାନକୁ ନ୍ୟୁଜିଲ୍ୟାଣ୍ଡକୁ ସାମ୍ନା କରିବାକୁ ପଡିବ । କିନ୍ତୁ ଏହା ପୂର୍ବରୁ ଖେଳାଳି ଓ ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟରେ ଏକ ବଡ଼ ବିବାଦ ଦେଖାଯାଇଛି ।

 

(Pakistan Cricket Team) ସୌ: ସୋସିଆଲ ମିଡିଆ

World Cup 2023:  ଭାରତରେ ୫ ଅକ୍ଟୋବରରୁ ବିଶ୍ୱକପ୍ ୨୦୨୩ ମ୍ୟାଚ୍ (Cricket World Cup 2023) ଆରମ୍ଭ ହେବାକୁ ଯାଉଛି । ୨୯ ସେପ୍ଟେମ୍ବରରେ ବିଶ୍ୱକପ୍‌ର ପ୍ରଥମ ୱାର୍ମ ଅପ୍ ମ୍ୟାଚ୍‌ରେ ପାକିସ୍ତାନ ଦଳ (Pakistan Cricket Team) ନ୍ୟୁଜିଲ୍ୟାଣ୍ଡକୁ ଭେଟିବ । କିନ୍ତୁ ଏହାପୂର୍ବରୁ ପାକିସ୍ତାନ କ୍ରିକେଟର ମାନେ ହଙ୍ଗାମା କରୁଛନ୍ତି । କ୍ରିକେଟରମାନେ ଗତ ୪ ମାସ ଧରି ମ୍ୟାଚ୍ ଫି ମଧ୍ୟ ପାଇନାହାଁନ୍ତି । ଏଭଳି ପରିସ୍ଥିତିରେ ଖେଳାଳିମାନେ ବିଶ୍ୱକପ ସମୟରେ ଟି-ସାର୍ଟରେ ସ୍ପନସର ଲୋଗୋକୁ ବଏକଟ୍ କରିପାରନ୍ତି । ନିକଟରେ ବାବର ଆଜମଙ୍କ (Babar Azam) ଅଧିନାୟକତ୍ୱରେ ପାକିସ୍ତାନ ଦଳ ଏସିଆ କପ୍ ୨୦୨୩ ରେ କିଛି ବିଶେଷ ପ୍ରଦର୍ଶନ କରିପାରି ନଥିଲା । ଭାରତ ଓ ଶ୍ରୀଲଙ୍କାକୁ ଦଳ ଠାରୁ ହାରି ଦଳ ଫାଇନାଲରେ ପ୍ରବେଶ କରିପାରି ନଥିଲା । ତେବେ ଏହା ପରେ ମଧ୍ୟ ବିଶ୍ୱକପ ଦଳରେ ଅଧିକ ପରିବର୍ତ୍ତନ କରାଯାଇ ନାହିଁ । ଆହତ କାରଣରୁ କେବଳ ନସିମ ଶାହା ବାହାରେ ଅଛନ୍ତି । ତାଙ୍କ ସ୍ଥାନରେ ହାସନ ଅଲିଙ୍କୁ ଏକ ସୁଯୋଗ ମିଳିଛି ।

କ୍ରିକେଟ୍ ପାକିସ୍ତାନର ଖବର ଅନୁଯାୟୀ, ପାକିସ୍ତାନୀ ଖେଳାଳିମାନେ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ବିନା ବିଶ୍ୱକପରେ ଅଂଶଗ୍ରହଣ କରିପାରିବେ । ଦଳ ୨୬ ସେପ୍ଟେମ୍ବରରେ ଭାରତକୁ ଆସିବ । ଏହାର ଅର୍ଥ କେବଳ ଗୋଟିଏ ଦିନ ବାକି ଅଛି । ଚୁକ୍ତିନାମା ସମ୍ବନ୍ଧରେ PCB ଓ ଖେଳାଳିଙ୍କ ମଧ୍ୟରେ ଏପର୍ଯ୍ୟନ୍ତ କୌଣସି ସହମତି ହୋଇନାହିଁ । ନାମ ଗୋପନ ରଖିବା ସର୍ତ୍ତରେ ଜଣେ ଖେଳାଳି କହିଛନ୍ତି ଯେ ଆମେ ମାଗଣାରେ ପାକିସ୍ତାନ ପାଇଁ ଖେଳିବାକୁ ପ୍ରସ୍ତୁତ । କିନ୍ତୁ ଆମର ପ୍ରଶ୍ନ ହେଉଛି ବୋର୍ଡ ସହିତ ଜଡିତ ପ୍ରାୟୋଜକମାନଙ୍କୁ ଆମେ କାହିଁକି ପ୍ରୋତ୍ସାହିତ କରିବା? ଆମେ ପ୍ରୋତ୍ସାହନମୂଳକ ଇଭେଣ୍ଟରୁ ମଧ୍ୟ ପ୍ରତ୍ୟାହାର କରିପାରିବା । ବିଶ୍ୱକପ ସମୟରେ ଆମେ ଆଇସିସି ବ୍ୟବସାୟିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବୁ ନାହିଁ ।

ପ୍ରତି ମାସରେ ମିଳିଥାଏ ୧୩ ଲକ୍ଷ
ସୂତ୍ରରୁ ପ୍ରକାଶ ଯେ ପ୍ରସ୍ତାବିତ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଅନୁଯାୟୀ ସମସ୍ତ ତିନୋଟି ଫର୍ମାଟରେ ଖେଳୁଥିବା ଶ୍ରେଷ୍ଠ କ୍ରିକେଟରମାନଙ୍କୁ ପ୍ରତି ମାସରେ ୧୩ ଲକ୍ଷ ଟଙ୍କା ମିଳିଥାଏ । କିନ୍ତୁ ଖେଳାଳିମାନେ କହିଛନ୍ତି ଯେ ଟିକସ ଏବଂ ଅନ୍ୟାନ୍ୟ ରିହାତି ପରେ ସେମାନେ ମାତ୍ର ୬.୬୦ ଲକ୍ଷ ଟଙ୍କା ପାଇଥାନ୍ତି । ଏହି କାରଣରୁ ସେମାନେ ଫି ବୃଦ୍ଧି କରିବାକୁ ଦାବି କରୁଛନ୍ତି । କହିରଖୁଛୁ ଯେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଆସନ୍ତା ୪ ବର୍ଷ ମଧ୍ୟରେ ଆଇସିସିରୁ ପ୍ରାୟ ୨୮୦ କୋଟି ଟଙ୍କା ରାଜସ୍ୱ ପାଇବ । ଏହା ବ୍ୟତୀତ ପାକିସ୍ତାନ କ୍ରିକେଟ୍ ଲିଗ୍ ବୋର୍ଡ ମଧ୍ୟ ବିପୁଳ ଆୟ କରିଛି । ବିଶ୍ୱକପ ପାଇଁ ପାକିସ୍ତାନ କ୍ରିକେଟ୍ ଦଳ ୨୭ ସେପ୍ଟେମ୍ବରରେ ହାଇଦ୍ରାବାଦରେ ପହଞ୍ଚିବ ।

ବିଶ୍ୱକପ ପାଇଁ ପାକିସ୍ତାନ ଦଳ
ବାବର ଆଜମ (ଅଧିନାୟକ), ଶଦାବ ଖାନ (ଉପ-ଅଧିନାୟକ), ଫଖର ଜମାନ, ଇମାମ ଉଲ ହକ, ଅବଦୁଲ୍ଲା ଶାଫିକ୍, ମହମ୍ମଦ ରିଜୱାନ, ସଲମାନ ଆଗା, ସୌଦ ଶାକିଲ, ଇଫ୍ତିଖାର ଅହମ୍ମଦ, ମହମ୍ମଦ ନୱାଜ, ମହମ୍ମଦ ମିର, ହରିସ ରାଉଫ, ମହମ୍ମଦ ୱାସିମ ଜୁନ୍ୟର, ହାସନ ଅଲି ଓ ଶାହିନ୍ ଶାହା ଆଫ୍ରିଦି ।

ରିଜର୍ଭ ପ୍ଲେୟାର: ମହମ୍ମଦ ହାରିସ୍, ଜମାନ ଖାନ, ଆବ୍ରାର ଅହମ୍ମଦ ।