ରୋହିତ ଶର୍ମାଙ୍କ ଯିବ ଅଧିନାୟକତ୍ୱ! ଜାଣନ୍ତୁ କାହାକୁ ମିଳିପାରେ ଟିମ୍ ଇଣ୍ଡିଆର କମାଣ
Advertisement

ରୋହିତ ଶର୍ମାଙ୍କ ଯିବ ଅଧିନାୟକତ୍ୱ! ଜାଣନ୍ତୁ କାହାକୁ ମିଳିପାରେ ଟିମ୍ ଇଣ୍ଡିଆର କମାଣ

Rohit Sharma: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା BCCI ଟି-20 ବିଶ୍ୱକପ ୨୦୨୨ର ପରାଜୟର ପୋଷ୍ଟ ମର୍ଟମ କରିବା ଆରମ୍ଭ କରିଛି । ଏହି ପର୍ଯ୍ୟାୟରେ ଶୁକ୍ରବାର ଅର୍ଥାତ ନଭେମ୍ବର ୧୮ରେ ବୋର୍ଡ ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ଜାତୀୟ ଚୟନ କମିଟିକୁ ବରଖାସ୍ତ କରିଛି । 

ରୋହିତ ଶର୍ମାଙ୍କ ଯିବ ଅଧିନାୟକତ୍ୱ! ଜାଣନ୍ତୁ କାହାକୁ ମିଳିପାରେ ଟିମ୍ ଇଣ୍ଡିଆର କମାଣ

Rohit Sharma: ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ବିଶେଷ କିଛି ଖାସ୍ ନଥିଲା । ଟିମ୍ ଇଣ୍ଡିଆ (Team India) ସେମିଫାଇନାଲରେ ହାରିଯିବା ପରେ ଦଳ ଟାଇଟଲ୍ ରେସରୁ ବାଦ ପଡିଥିଲା । ବର୍ତ୍ତମାନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପରାଜୟର ପୋଷ୍ଟ ମର୍ଟମ କରିବା ଆରମ୍ଭ କରିଛି । ଏହି ପର୍ଯ୍ୟାୟରେ ଶୁକ୍ରବାର ଅର୍ଥାତ ନଭେମ୍ବର ୧୮ରେ ବୋର୍ଡ ଚେତନ ଶର୍ମା (Chetan Sharma) ଙ୍କ ନେତୃତ୍ୱାଧୀନ ଜାତୀୟ ଚୟନ କମିଟିକୁ ବରଖାସ୍ତ କରିଛି । କୁହାଯାଉଛି ଯେ ଆଗାମୀ ଦିନରେ ରୋହିତ ଶର୍ମା (Rohit Sharma) ଙ୍କ ବିଷୟରେ ବିସିସିଆଇ ମଧ୍ୟ ଏକ ବଡ଼ ନିଷ୍ପତ୍ତି ନେଇପାରେ ।

ପିଟିଆଇ ରିପୋର୍ଟ ଅନୁଯାୟୀ, ବିସିସିଆଇ (BCCI) ନୂତନ ଚୟନ କମିଟି (Selection Committee) ପାଇଁ ଆବେଦନ ଆମନ୍ତ୍ରିତ କରିବା ସହିତ କିଛି ଲକ୍ଷ୍ୟ ସ୍ଥିର କରିଛି । ଟିମ୍ ଇଣ୍ଡିଆର ନୂତନ ଚୟନ କମିଟିର ପ୍ରଥମ କାର୍ଯ୍ୟ ହେଉଛି ଅଲଗା ଅଲଗା ଫର୍ମାଟ୍ ପାଇଁ ଅଲଗା ଅଲଗା ଅଧିନାୟକ କରିବା । ଯେତେବେଳେ ବି ନୂତନ ଚୟନ କମିଟି ଦାୟିତ୍ୱ ଗ୍ରହଣ କରିବ, ସମସ୍ତ ତିନୋଟି ଫର୍ମାଟରେ ଅଧିନାୟକ ବାଛିବା ବାଧ୍ୟତାମୂଳକ ହେବ । ଏହାର ପ୍ରଭାବଶାଳୀ ଅର୍ଥ ହେଉଛି ବିସିସିଆଇ ବର୍ତ୍ତମାନ ଅଲଗା ଅଲଗା ଅଧିନାୟକଙ୍କ ପ୍ୟାଟର୍ନ ଅନୁସରଣ କରିବ ।

ରିପୋର୍ଟ ଅନୁଯାୟୀ, ରୋହିତ ଶର୍ମା ବର୍ତ୍ତମାନ ପର୍ଯ୍ୟନ୍ତ ODI ଓ ଟେଷ୍ଟ କ୍ରିକେଟରେ ଅଧିନାୟକ ରହିବେ । ଯେତେବେଳେ କି ହାର୍ଦ୍ଦିକ ପାଣ୍ଡ୍ୟା ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆୟୋଜିତ ହେବାକୁ ଥିବା ୨୦୨୪ ଟି-20 ବିଶ୍ୱକପ ପର୍ଯ୍ୟନ୍ତ ଛୋଟ ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ହେବେ । ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜରେ ଭାରତୀୟ ଦଳର ଅଧିନାୟକତ୍ୱ କରୁଛନ୍ତି । ଯଦି ସେ ଏଥିରେ ଅଧିନାୟକ ଭାବରେ ଭଲ ପ୍ରଦର୍ଶନ କରନ୍ତି, ତେବେ ନିଷ୍ପତ୍ତି ଉପରେ ମୋହର ଲାଗିବ ।

ଅଧିକ ପଢ଼ନ୍ତୁ:-ରୋହିତ ଶର୍ମାଙ୍କୁ କାହିଁକି ଛାଡ଼ିଦେବା ଉଚିତ୍ ଭାରତର ଟି-20 ଅଧିନାୟକତ୍ୱ? ଏ ହେଉଛି ୩ଟି ବଡ଼ କାରଣ

ଅଧିକ ପଢ଼ନ୍ତୁ:-ହେବନି ଦ୍ୱିତୀୟ ଟି-20 ମ୍ୟାଚ୍! ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍ ପରେ ଦ୍ୱିତୀୟ ଉପରେ ବି ସଙ୍କଟର କଳା ବାଦଲ

ଅଧିକ ପଢ଼ନ୍ତୁ:-ଚହଲ ଟି-20 ବିଶ୍ୱକପରେ କାହିଁକି ଗୋଟିଏ ବି ମ୍ୟାଚ୍ ଖେଳିବାକୁ ପାଇଲେ ନାହିଁ ସୁଯୋଗ? ଦୀନେଶ କାର୍ତ୍ତିକ କହିଲେ କାରଣ

୨୯ ବର୍ଷୀୟ ହାର୍ଦ୍ଦିକ ପାଣ୍ଡ୍ୟା ଚଳିତ ବର୍ଷ ନିଜକୁ ଜଣେ ଲିଡର ଭାବରେ ଉପସ୍ଥାପନ କରିଛନ୍ତି । ତାଙ୍କ ଭିତରେ ଅତୁଳନୀୟ ନେତୃତ୍ୱ ସମ୍ଭାବନା ଦେଖୁଛି । ହାର୍ଦ୍ଦିକ ପାଣ୍ଡ୍ୟା କ୍ରମାଗତ ଭାବରେ ବ୍ୟାଟ୍ ଓ ବଲ୍ ସହିତ ଦମଦାର୍ ଖେଳ ପ୍ରଦର୍ଶନ କରୁଛନ୍ତି । ସେ ନିଜ ଉପରେ ଆଦୌ ଚାପ ସୃଷ୍ଟି ହେବାକୁ ଦିଅନ୍ତି ନାହିଁ, ଯାହା ତାଙ୍କୁ ଅନ୍ୟ ଖେଳାଳିଙ୍କଠାରୁ ଭିନ୍ନ କରିଥାଏ । ଉଦାହରଣ ସ୍ୱରୂପ, ଆଇପିଏଲ୍ ୨୦୨୨ ଆରମ୍ଭ ପୂର୍ବରୁ କୌଣସି କ୍ରିକେଟ୍ ବିଶେଷଜ୍ଞ ଗୁଜୁରାଟ ଟାଇଟାନ୍ସର ଟାଇଟଲ୍ ଜିତିବାର ଆଶା କହିନଥଲେ । କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଯୋଗୁଁ ଏହି ନୂତନ ଦଳ ଆଇପିଏଲ୍ ଚାମ୍ପିଅନ୍ ହୋଇଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ୍ ୨୦୨୨ରେ ୧୫ଟି ମ୍ୟାଚରେ ୪୪.୨୭ ଏଭେରେଜରେ ୪୮୭ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ୪ଟି ଅର୍ଦ୍ଧଶତକ ସାମିଲ ରହିଛି । ଏହା ସହିତ ସେ ବୋଲିଂରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି ଓ ମୋଟ ୮ଟି ୱିକେଟ୍ ନେଇଛନ୍ତି ।