Rohit Sharma: ଟି-20 କ୍ରିକେଟ ଛାଡ଼ିବେ ରୋହିତ ଶର୍ମା ? ସାମ୍ବାଦିକ ସମ୍ମିଳନୀରେ କଲେ ବଡ଼ ଖୁଲାସା
Advertisement

Rohit Sharma: ଟି-20 କ୍ରିକେଟ ଛାଡ଼ିବେ ରୋହିତ ଶର୍ମା ? ସାମ୍ବାଦିକ ସମ୍ମିଳନୀରେ କଲେ ବଡ଼ ଖୁଲାସା

Rohit Sharma T20 Career: ଏହି ଟୁର୍ଣ୍ଣାମେଣ୍ଟ ପରଠାରୁ ରୋହିତ ଶର୍ମା ଟିମ୍ ଇଣ୍ଡିଆ ପାଇଁ ଗୋଟିଏ ବି ଟି-20 ମ୍ୟାଚ୍ ଖେଳି ନାହାଁନ୍ତି । ଅନେକ ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ରୋହିତ ଶର୍ମା ଆଉ ଟି-20 ଦଳରେ ସ୍ଥାନ ପାଇବେ ନାହିଁ । ଏସବୁ ମଧ୍ୟରେ ସେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ଟି-20 କ୍ୟାରିୟରକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । 

Rohit Sharma: ଟି-20 କ୍ରିକେଟ ଛାଡ଼ିବେ ରୋହିତ ଶର୍ମା ? ସାମ୍ବାଦିକ ସମ୍ମିଳନୀରେ କଲେ ବଡ଼ ଖୁଲାସା

Rohit Sharma On T20 Career: ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ର ପରାଜୟ ପରଠାରୁ ଭାରତୀୟ ଦଳର ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ଙ୍କ ଟି-20 ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠିଆସିଛି। ଏହି ଟୁର୍ଣ୍ଣାମେଣ୍ଟ ପରଠାରୁ ରୋହିତ ଶର୍ମା ଟିମ୍ ଇଣ୍ଡିଆ (Team India) ପାଇଁ ଗୋଟିଏ ବି ଟି-20 ମ୍ୟାଚ୍ ଖେଳି ନାହାଁନ୍ତି । ଅନେକ ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ରୋହିତ ଶର୍ମା ଆଉ ଟି-20 ଦଳରେ ସ୍ଥାନ ପାଇବେ ନାହିଁ । ଏସବୁ ମଧ୍ୟରେ ସେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ (India vs Sri Lanka ODI Series) ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ଟି-20 କ୍ୟାରିୟରକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । 

ରୋହିତ ଶର୍ମା (Rohit Sharma) ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଟି-20 ଅନ୍ତର୍ଜାତୀୟ ମ୍ୟାଚ ଛାଡିବାକୁ ତାଙ୍କର କୌଣସି ଯୋଜନା ନାହିଁ । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ରୋହିତ ଶର୍ମା କହିଛନ୍ତି ଯେ, "ପ୍ରଥମ କଥା ହେଉଛି କ୍ରମାଗତ ମ୍ୟାଚ୍ ଖେଳିବା ସମ୍ଭବ ନୁହେଁ । ଆପଣ ସେମାନଙ୍କୁ (ସମସ୍ତ ଫର୍ମାଟର ଖେଳାଳୀ) ଯଥେଷ୍ଟ ବିଶ୍ରାମ ଦେବା ଆବଶ୍ୟକ । ମୋ ସହିତ ବି ଏହି ସ୍ଥିତି । ଆମକୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନୋଟି ଟି-20 ମ୍ୟାଚ୍ ଖେଳିବାକୁ ପଡିବ । ଏହି ପ୍ରସଙ୍ଗରେ ଆଇପିଏଲ ପରେ କିଛି ଚିନ୍ତା କରିବ । ମୁଁ T20 ଫର୍ମାଟ୍ ଛାଡିବାକୁ ନିଷ୍ପତ୍ତି ନେଇ ନାହିଁ ।"

ଯଦି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ର ସୂତ୍ରକୁ ବିଶ୍ୱାସ କରାଯାଏ, ତେବେ ବୋର୍ଡ ୨୦୨୪ ମସିହାରେ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଟି-20 ବିଶ୍ୱକପ ୨୦୨୪ (T20 World Cup 2024) ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କ ନେତୃତ୍ୱରେ ଏକ ଯୁବ ଦଳ ପ୍ରସ୍ତୁତ କରିବାକୁ ଚାହୁଁଛି । ଶ୍ରୀଲଙ୍କା ବିପକ୍ଷରେ ଶେଷ ହୋଇଥିବା ଟି-20 ସିରିଜ୍ ପାଇଁ ରୋହିତ ଶର୍ମା, ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ଦିଗ୍ଗଜ ଖେଳାଳି କେ.ଏଲ୍ ରାହୁଲଙ୍କୁ ଛୋଟ ଫର୍ମାଟ୍ ଦଳରେ ସାମିଲ କରାଯାଇ ନଥିଲା । ଏଭଳି ପରିସ୍ଥିତିରେ ତାଙ୍କୁ ଆଗାମୀ ଟି-20 ସିରିଜରେ ମଧ୍ୟ ସୁଯୋଗ ପାଇବା କଷ୍ଟକର ହୋଇପଡୁଛି ।

ଅଧିକ ପଢ଼ନ୍ତୁ:-ଆଜିଠୁ ମିଶନ ବିଶ୍ୱକପର ଆରମ୍ଭ, ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରୁ କଟିବ ପତା!

ଅଧିକ ପଢ଼ନ୍ତୁ:-ପ୍ରଥମ ଦିନିକିଆରେ କେମିତି ହେବ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ? ରୋହିତ ଶର୍ମା କହିଲେ କିଏ କରିବେ ଓପନିଂ

ସୂଚନାଯୋଗ୍ୟ, ରୋହିତ ଶର୍ମା (Rohit Sharma) ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପାଇଁ ୧୪୮ ଟି-20 ମ୍ୟାଚ୍ ଖେଳିଛନ୍ତି । ଏହି ମ୍ୟାଚ ଗୁଡିକରେ ରୋହିତ ଶର୍ମା ୩୦.୮୨ ଏଭେରେଜରେ ୩୮୫୩ ରନ୍ କରିଛନ୍ତି । ରୋହିତ ଶର୍ମା ଏପର୍ଯ୍ୟନ୍ତ ଟି-20ରେ ଭାରତ ପାଇଁ ୨୯ ଅର୍ଦ୍ଧଶତକ ଓ ୪ଟି ଶତକ ହାସଲ କରିଛନ୍ତି । ସେ ମଧ୍ୟ ଟି-20 ଫର୍ମାଟରେ ଭାରତ ପାଇଁ ସର୍ବାଧିକ ଶତକୀୟ ଇନିଂସ ଖେଳିଛନ୍ତି ।