IND vs BAN: ମ୍ୟାଚ ହାରିବା ପରେ ରୋହିତ ଶର୍ମା ଦେଲେ ବଡ଼ ବୟାନ, ପରାଜୟ ପାଇଁ ଏମାନଙ୍କୁ କଲେ ଦାୟୀ
Advertisement
Article Detail0/zeeodisha/odisha1470891

IND vs BAN: ମ୍ୟାଚ ହାରିବା ପରେ ରୋହିତ ଶର୍ମା ଦେଲେ ବଡ଼ ବୟାନ, ପରାଜୟ ପାଇଁ ଏମାନଙ୍କୁ କଲେ ଦାୟୀ

IND vs BAN: ଏକ ରୋମାଞ୍ଚକର ମ୍ୟାଚରେ ଟିମ୍ ଇଣ୍ଡିଆ ୧ ୱିକେଟରେ ଏହି ମ୍ୟାଚରେ ହାରିଛି । ଭାରତୀୟ ବୋଲର ବାଂଲାଦେଶ ଦଳର ଶେଷ ୱିକେଟ୍ ନେଇ ପାରି ନଥିଲେ । ଫଳରେ ଟିମ୍ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ମ୍ୟାଚ୍ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ ବଡ଼ ବୟାନ ଦେଇଛନ୍ତି ।

IND vs BAN: ମ୍ୟାଚ ହାରିବା ପରେ ରୋହିତ ଶର୍ମା ଦେଲେ ବଡ଼ ବୟାନ, ପରାଜୟ ପାଇଁ ଏମାନଙ୍କୁ କଲେ ଦାୟୀ

Rohit Sharma On India vs Bangladesh 1st ODI: ଭାରତୀୟ ଦଳ (Indian Cricket Team) ନ୍ୟୁଜିଲ୍ୟାଣ୍ଡ ଗସ୍ତ ପରେ ଏବେ ବାଂଲାଦେଶ ଗସ୍ତରେ ଅଛି । ଏହି ଗସ୍ତରେ ଟିମ୍ ଇଣ୍ଡିଆ (Team India) ୩ଟି ଏକଦିବସୀୟ ଓ ୨ଟି ଟେଷ୍ଟ ମ୍ୟାଚର ସିରିଜ ଖେଳିବ । ବାଂଲାଦେଶ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ (India vs Bangladesh ODI Series) ର ପ୍ରଥମ ଦିନିକିଆ (ODI) ରେ ଟିମ୍ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଏକ ରୋମାଞ୍ଚକର ମ୍ୟାଚରେ ଟିମ୍ ଇଣ୍ଡିଆ ୧ ୱିକେଟରେ ଏହି ମ୍ୟାଚରେ ହାରିଛି । ଭାରତୀୟ ବୋଲର ବାଂଲାଦେଶ ଦଳ (Bangladesh Team) ର ଶେଷ ୱିକେଟ୍ ନେଇ ପାରି ନଥିଲେ । ଫଳରେ ଟିମ୍ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ମ୍ୟାଚ୍ ପରେ ଭାରତୀୟ ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ଏକ ବଡ଼ ବୟାନ ଦେଇଛନ୍ତି ।

ମ୍ୟାଚ୍ ହାରିବା ପରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା (Rohit Sharma) କହିଛନ୍ତି ଯେ, "ଏହା ଅତ୍ୟନ୍ତ ନିକଟତମ ମ୍ୟାଚ୍ ଥିଲା । ଆମେ ମଧ୍ୟ ମ୍ୟାଚରେ ଫେରି ଆସିଥିଲୁ କିନ୍ତୁ ଆମର ବ୍ୟାଟିଂ ଆଦୌ ଭଲ ନଥିଲା । ଯଦିଓ ଆମର ବୋଲରମାନେ ଭଲ ବୋଲିଂ କରିଥିଲେ ଓ ଶେଷ ପର୍ଯ୍ୟନ୍ତ ବିରୋଧୀଙ୍କୁ ଚାପରେ ରଖିଥିଲେ ଏବଂ ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ନେଇଯାଇଥିଲେ । ଯଦି ଆମେ ପୂରା ମ୍ୟାଚକୁ ଦେଖିବା ତେବେ ଆମେ ଭଲ ବୋଲିଂ କରିଥିଲୁ ଓ ଶେଷ କିଛି ଓଭରରେ ଆମେ ୱିକେଟ୍ ମଧ୍ୟ ପାଇଥିଲୁ, ଆମେ ସମୟ ସମୟରେ ୱିକେଟ୍ ନେଉଥିଲୁ । କିନ୍ତୁ ଆମ ପାଖରେ ଅନେକ ରନ୍ ନଥିଲା । ତେଣୁ ମ୍ୟାଚ୍ ବଞ୍ଚାଇ ପାରିଲୁ ନାହିଁ ।"

ଅଧିନାୟକ ରୋହିତ ଶର୍ମା (Rohit Sharma) ଆଗକୁ କହିଛନ୍ତି ଯେ, "ଯଦି ମ୍ୟାଚରେ ୩୦-୪୦ ଅଧିକ ରନ୍ ରହିଥାନ୍ତା ତେବେ ଆମେ ମ୍ୟାଚ୍ ବଞ୍ଚାଇ ପାରିଥାନ୍ତେ । କେ.ଏଲ୍ ରାହୁଲ (KL  Rahul) ଓ ୱାଶିଂଟନ୍ ସୁନ୍ଦର (Washington Sundar) ଭଲ ବ୍ୟାଟିଂ କରିଥିଲେ । କିନ୍ତୁ ଯଦି ସେମାନେ ଆହୁରି ଟିକିଏ ଅଧିକ ସମୟ କ୍ରିଜରେ ରହିଥାନ୍ତେ, ତେବେ ଆମେ ଭଲ ସ୍କୋରରେ ପହଞ୍ଚି ପାରିଥା’ନ୍ତି । କିନ୍ତୁ ଦୁର୍ଭାଗ୍ୟବଶତଃ ଆମେ ମଝିରେ ୱିକେଟ୍ ହରାଇଥିଲୁ ଓ ଫେରିବା ସହଜ ହୋଇ ନଥିଲା । ସେପଟେ ପିଚ୍ ଟିକେ ଚ୍ୟାଲେଞ୍ଜ ପୂର୍ଣ୍ଣ ଥିଲା, ବଲ୍ ବହୁତ ଟର୍ଣ୍ଣ ହେଉଥିଲା । ତେଣୁ ଆମ ବ୍ୟାଟ୍ସମ୍ୟାନମାନେ ଏହା ବୁଝି ପାରି ନଥିଲେ ଯେ ଏହି ପରିସ୍ଥିତିରେ କେମିତି ଖେଳାଯିବ । ଆମେ କୌଣସି ବାହାନା କରିବାକୁ ଚାହୁଁନାହୁଁ କିନ୍ତୁ ଆମେ ଏହି ପ୍ରକାରର ପରିସ୍ଥିତିରେ ଅଭ୍ୟସ୍ତ ହୋଇସାରିଛୁ ।"

ଅଧିକ ପଢ଼ନ୍ତୁ:-ଆଜି ଗୁଜୁରାଟରେ ଶେଷ ପର୍ଯ୍ୟାୟରେ ୯୩ଟି ଆସନ ପାଇଁ ମତଦାନ ଜାରି, ବାଜିରେ ଲାଗିଛି ସିଏମ୍ ସମେତ ୯ ମନ୍ତ୍ରୀଙ୍କ ଭାଗ୍ୟ

ରୋହିତ ଶର୍ମା (Rohit Sharma) ଆହୁରି ମଧ୍ୟ କହିଛନ୍ତି ଯେ, "ଆମକୁ ଏହା ଦେଖିବା ଜରୁରୀ କି ଏହି ପରିସ୍ଥିତିରେ ସେମାନଙ୍କ ସ୍ପିନରଙ୍କ ବିପକ୍ଷରେ କିପରି ବ୍ୟାଟିଂ କରିବାର ଅଛି । ସେମାନେ ଏଭଳି ପରିସ୍ଥିତିରେ ଖେଳି ବଡ଼ ହୋଇଛନ୍ତି, ସେମାନେ ମଧ୍ୟ ଚାପକୁ କିପରି ସମ୍ଭାଳିବେ ତାହା ଜାଣନ୍ତି, ଥରେ ଯଦି ଆପଣ ଏହି ପରିସ୍ଥିତିରେ ଜିତନ୍ତି ତେବେ ଏହା ଆପଣଙ୍କୁ ଆତ୍ମବିଶ୍ୱାସ ଦେଇଥାଏ । ଆମକୁ ଏହି ଚାପ ପରିସ୍ଥିତିକୁ କିପରି ସମ୍ଭାଳିବାକୁ ପଡ଼ିବ ତାହା ଶିଖିବା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଶା କରୁଛି ଯେ ଆମେ ପରବର୍ତ୍ତୀ ମ୍ୟାଚରେ କିଛି ପରିବର୍ତ୍ତନ କରିବୁ ।"