କେବଳ ଗୋଟିଏ ଛକା ମାରିବା ମାତ୍ରେ ଇତିହାସ ରଚିଲେ ରୋହିତ ଶର୍ମା, ପୁଣିଥରେ ନିଜ ନାମରେ କଲେ ଏହି ବିଶ୍ୱ ରେକର୍ଡ
Advertisement

କେବଳ ଗୋଟିଏ ଛକା ମାରିବା ମାତ୍ରେ ଇତିହାସ ରଚିଲେ ରୋହିତ ଶର୍ମା, ପୁଣିଥରେ ନିଜ ନାମରେ କଲେ ଏହି ବିଶ୍ୱ ରେକର୍ଡ

 Rohit Sharma: ଟି-20 ଅନ୍ତର୍ଜାତୀୟ କ୍ରିକେଟରେ ରୋହିତ ଶର୍ମାଙ୍କ ନାମରେ ସର୍ବାଧିକ ୪ଟି ଶକତ ରହିଛି । ରୋହିତ ନିଜେ ଟିମ୍ ଇଣ୍ଡିଆକୁ ଅନେକ ମ୍ୟାଚ୍ ଜିତାଇଛନ୍ତି । ଓପେନିଂ କରିବାବେଳେ ସେ ନିଜ ଇନିଂସକୁ ଧୀରେ ଧୀରେ ଆରମ୍ଭ କରନ୍ତି, କିନ୍ତୁ ପିଚରେ ସେଟ୍ ହେବା ପରେ ସେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରନ୍ତି । 

କେବଳ ଗୋଟିଏ ଛକା ମାରିବା ମାତ୍ରେ ଇତିହାସ ରଚିଲେ ରୋହିତ ଶର୍ମା, ପୁଣିଥରେ ନିଜ ନାମରେ କଲେ ଏହି ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: Rohit Sharma: ଭାରତୀୟ ଅଧିନାୟକ ତଥା ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା (Rohit Sharma) ବିସ୍ଫୋରକ ବ୍ୟାଟିଂ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ । ସେ ଲମ୍ବା ଛକା ମାରିବା ପାଇଁ ବେଶ୍ ଜଣାଶୁଣା । ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍ ଇଣ୍ଡିଆକୁ ୬ ୱିକେଟ୍ ହରାଇ ପରାଜୟର ସମ୍ମୁଖୀନ ହେବାକୁ ପଡୁଥିଲେ ମଧ୍ୟ ଅଧିନାୟକ ରୋହିତ ଶର୍ମା ମାତ୍ର ଗୋଟିଏ ଛକା ମାରିବା ପରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି । ରୋହିତ ଶର୍ମା (Rohit Sharma) ଅଷ୍ଟ୍ରେଲିଆ ବିପକ୍ଷରେ ଏକ ବଡ଼ ଇନିଂସ ଖେଳିପାରିନଥିଲେ, ତଥାପି ସେ ଏହି ବଡ଼ ରେକର୍ଡ ସୃଷ୍ଟି କରିବାରେ ସଫଳ ହୋଇପାରିଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷରେ ଟିମ ଇଣ୍ଡିଆର ଅଧନାୟକ (Indian Captain) ରୋହିତ ଶର୍ମା (Rohit Sharma) ଙ୍କୁ ବହୁତ ଭଲ ଫର୍ମରେ ଦେଖିବାକୁ ମିଳିଥିଲା, କିନ୍ତୁ ସେ ଏକ ବଡ଼ ଇନିଂସ ଖେଳି ପାରିନଥିଲେ । ସେ ତାଙ୍କ ସର୍ଟ ଇନିଂସରେ ୯ ବଲରେ ୧୧ ରନ୍ ସଂଗ୍ରହ କରିଥିଲେ । ଏଥିରେ ଗୋଟିଏ ଚୌକା ଓ ଗୋଟିଏ ଛକା ସାମିଲ ଥିଲା । ତାଙ୍କୁ ଜୋସ୍ ହାଜଲେଉଡ୍ ଆଉଟ୍ କରିଥିଲେ । କିନ୍ତୁ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ଛକା ମାରିବା ମାତ୍ରେ ସେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟର ମିଳିତ ଭାବେ ସର୍ବାଧିକ ଛକା ଲଗାଇବା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଟି-20 କ୍ରିକେଟରେ ରୋହିତଙ୍କ ନାମରେ ୧୭୨ଟି ଛକା ରହିଛି । ନ୍ୟୁଜିଲ୍ୟାଣ୍ଡର ଷ୍ଟାର୍ ବ୍ୟାଟ୍ସମ୍ୟାମ ମାର୍ଟିନ ଗୁପଟିଲ (Martin Guptill) ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରେ ୧୭୨ ଛକା ମାରିଛନ୍ତି ।

ଟି-20 ଅନ୍ତର୍ଜାତୀୟ କ୍ରିକେଟରେ ରୋହିତ ଶର୍ମାଙ୍କ ନାମରେ ସର୍ବାଧିକ ୪ଟି ଶକତ ରହିଛି । ରୋହିତ ନିଜେ ଟିମ୍ ଇଣ୍ଡିଆକୁ ଅନେକ ମ୍ୟାଚ୍ ଜିତାଇଛନ୍ତି । ଓପେନିଂ କରିବାବେଳେ ସେ ନିଜ ଇନିଂସକୁ ଧୀରେ ଧୀରେ ଆରମ୍ଭ କରନ୍ତି, କିନ୍ତୁ ପିଚରେ ସେଟ୍ ହେବା ପରେ ସେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରନ୍ତି । ତାଙ୍କ ପୁଲ ସଟ୍ ପାଇଁ ସମସ୍ତେ ପାଗଳ । ମୋଟ ଉପରେ ରୋହିତ ଶର୍ମା ସମସ୍ତ ତିନୋଟି ଫର୍ମାଟ୍ (ଟେଷ୍ଟ, ଏକଦିବସୀୟ ଏବଂ T20) ମିଶାଇ ୪୧୫ ମ୍ୟାଚରେ ୪୮୬ ଛକା ମାରିଛନ୍ତି । ରୋହିତ ଶର୍ମା ଭାରତ ପାଇଁ ତିନୋଟି ଫର୍ମାଟରେ କ୍ରିକେଟ୍ ଖେଳିଛନ୍ତି । ସେ ଟି-20 କ୍ରିକେଟର ସର୍ବାଧିକ ରନ୍ ସ୍କୋରର ଭାବେ ନିଜ ନାମରେ ରେକର୍ଡ କରି ରଖିଛନ୍ତି । ସେ ଭାରତ ପାଇଁ ୧୩୬ଟି ମ୍ୟାଚରେ ମୋଟ ୩୬୨୦ ରନ୍ ସଂଗ୍ରହ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଏସବୁ ରୋଗ ପାଇଁ ରାମବାଣ ହୋଇଥାଏ ଅଁଳା, ଏମିତି କରନ୍ତୁ ବ୍ୟବହାର

ଅଧିକ ପଢ଼ନ୍ତୁ:-ଭଗବନ୍ତ ମାନଙ୍କୁ ଜର୍ମାନରେ ନିଶାସକ୍ତ ଅବସ୍ଥାରେ ବିମାନରୁ ଓହ୍ଲାଇ ଦିଆଯାଇ ଥିଲା? ଜାଣନ୍ତୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ଜବାବ

ଅଧିକ ପଢ଼ନ୍ତୁ:-ଭାରତର ସ୍ୱପ୍ନକୁ ଭାଙ୍ଗିଥିଲା ଇସ୍ରାଏଲ, ବର୍ତ୍ତମାନ ଏହି ଦେଶ ବଢ଼ାଇଲା ସହାୟତାର ହାତ

 

ସେହିପରି ରୋହିତ ଶର୍ମା ୨୩୩ ODI ରେ ୯,୩୭୬ ରନ୍ ସ୍କୋର କରିଛନ୍ତି । ଏଥି ସହିତ ସେ ଟେଷ୍ଟ କ୍ରିକେଟରେ ୩,୧୩୭ ରନ୍ ସଂଗ୍ରହ କରିଛନ୍ତି । ସେ ତିନୋଟି ଫର୍ମାଟରେ ଭାରତ ପାଇଁ ଅତ୍ୟନ୍ତ ବିଶ୍ୱସ୍ତ ବ୍ୟାଟ୍ସମ୍ୟାନ୍ ଭାବେ ଜଣାଶୁଣା ।