Roger Federer Retirement: ଅବସର ଘୋଷଣା କଲେ ଭେଟେରାନ ଟେନିସ୍ ତାରକା ରୋଜର ଫେଡେରର
Advertisement

Roger Federer Retirement: ଅବସର ଘୋଷଣା କଲେ ଭେଟେରାନ ଟେନିସ୍ ତାରକା ରୋଜର ଫେଡେରର

Roger Federer Retirement: ଟେନିସର ଭେଟେରାନ ଖେଳାଳି ରୋଜର ଫେଡେରର ଗୁରୁବାର ଦିନ ପ୍ରଫେସନାଲ ଟେନିସରୁ ଅବସର ଘୋଷଣା କରିଛନ୍ତି । ଆସନ୍ତା ସପ୍ତାହର ହେବାକୁ ଥିବା ଲାଭର କପ୍ ତାଙ୍କର ଶେଷ ଏଟିପି ଇଭେଣ୍ଟ ହେବ ।

ସୌ: ସୋସିଆଲ ମିଡିଆ

Roger Federer Retirement: ସ୍ୱିଜରଲ୍ୟାଣ୍ଡର ଟେନିସ୍ ତାରକା ରୋଜର ଫେଡେରର ଗୁରୁବାର ଦିନ ପ୍ରଫେସନାଲ ଟେନିସ ଖେଳରୁ ଅବସର ଘୋଷଣା କରିଛନ୍ତି ଓ ଆସନ୍ତା ସପ୍ତାହରେ ଲଣ୍ଡନରେ ହେବାକୁ ଥିବା ଲାଭର କପ୍ (Laver Cup) ତାଙ୍କର “ବିଦାୟୀ ଟୁର୍ଣ୍ଣାମେଣ୍ଟ” ହେବ ବୋଲି ସେ ନିଶ୍ଚିତ କରିଛନ୍ତି । ଫେଡେରର ୪୧ ବର୍ଷ ବୟସରେ ଟେନିସକୁ ବିଦାୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ୨୦ ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ଫେଡେରର ଜୁଲାଇ ୨୦୨୧ ରେ ୱିମ୍ବଲଡନରେ ଖେଳିବା ପରଠାରୁ ଟେନିସ କୋର୍ଟକୁ ଯାଇ ନାହାଁନ୍ତି । ଏହା ପରେ ତାଙ୍କର ଅନେକ ଥର ଆଣ୍ଠୁ ଅସ୍ତ୍ରୋପଚାର କରାଯାଇଥିଲା । ଫେଡେରର ଟ୍ୱିଟରରେ ପୋଷ୍ଟ କରିଛନ୍ତି ଯେ ଆସନ୍ତା ସପ୍ତାହରେ ଲଣ୍ଡନରେ ହେବାକୁ ଥିବା ଲାଭର କପ୍ ତାଙ୍କର ଶେଷ ପ୍ରଫେସନାଲ ଟୁର୍ଣ୍ଣାମେଣ୍ଟ ହେବ ।

୨୦ ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ୪୧ ବର୍ଷୀୟ ଭେଟେରାନ ରୋଜର ଫେଡେରର ୱିମ୍ବଲଡନରେ କ୍ୱାର୍ଟର ଫାଇନାଲ ହାରିବା ପରେ ଟେନିସ କୋର୍ଟରୁ ବାହାରି ଯାଇଥିଲେ, ଏହା ପରେ ସେ ନିଜ ଆଣ୍ଠୁର ଅସ୍ତ୍ରୋପଚାର କରିଥିଲେ । ଫେଡେରର ସେପ୍ଟେମ୍ବରରେ ଲଣ୍ଡନରେ ଲାଭର କପରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ଫେଡେରର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କହି କହିଛନ୍ତି ଯେ ମୋର ବୟସ ୪୧, ମୁଁ ୨୪ ବର୍ଷରେ ୧,୫୦୦ ରୁ ଅଧିକ ମ୍ୟାଚ୍ ଖେଳିଛି ଓ ଟେନିସ୍ ମୋତେ ଅଧିକ ଉଦାର ବ୍ୟବହାର ଶିଖାଇଛି । ମୋର ପ୍ରତିଯୋଗିତାମୂଳକ କ୍ୟାରିୟର ଶେଷ କରିବାର ସମୟ ଆସିଛି ।"

 

ଫେଡେରରଙ୍କ କ୍ୟାରିଅର ବିଷୟରେ ଆଲୋଚନା କଲେ ସେ ଆଠଟି ୱିମ୍ବଲଡନ୍ ଚାମ୍ପିଅନସିପ୍, ୬ ଟି ଅଷ୍ଟ୍ରେଲିୟ ଓପନ୍, ପାଞ୍ଚଟି ୟୁଏସ୍ ଓପନ୍ ଓ ଗୋଟିଏ ରୋଲାଣ୍ଡ-ଗାରୋସ୍ ଟାଇଟଲ ଜିତିଛନ୍ତି । ସେ ଏହି ଯାତ୍ରାରେ ୧୦୩ ଟାଇଟଲ୍ ଜିତିଥିଲେ, କ୍ରମାଗତ ୨୩୭ ସପ୍ତାହ ପାଇଁ ବିଶ୍ୱର ୧ ନମ୍ବର ମାନ୍ୟତା ଖେଳାଳି ଭାବରେ ଏକ ସମୟରେ ସ୍ୱିଜରଲ୍ୟାଣ୍ଡ ପାଇଁ ଏକ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ଫେଡେରର ଗତ କିଛି ବର୍ଷ ମଧ୍ୟରେ ଆଘାତ ସହ ସଂଘର୍ଷ କରି ଆସୁଥିଲେ । ଏହି ସମୟରେ, ନାଡାଲ ଚଳିତ ବର୍ଷ ଅଷ୍ଟ୍ରେଲୀୟ ଓପନ୍ ଓ ଫ୍ରେଞ୍ଚ ଓପନ୍ ଟାଇଟଲ୍ ଜିତି ପୁରୁଷ ସିଙ୍ଗଲ୍ସରେ ସର୍ବାଧିକ ଗ୍ରାଣ୍ଡ୍ ସ୍ଲାମ୍ (୨୨) ଜିତିବାରେ ଶ୍ରେଷ୍ଠ ଖେଳାଳି ହୋଇପାରିଛନ୍ତି । ଏହି ତାଲିକାରେ ନୋଭାକ ଜୋକୋଭିକ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ରୋଜର ଫେଡେରର ତୃତୀୟ ସ୍ଥାନରେ ଅଛନ୍ତି, ଯାହାର ନାମରେ ୨୦ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଅଛି ।

୨୦୦୩ ରେ ମାର୍କ ଫିଲିପୋସିସ୍ ବିପକ୍ଷରେ ୱିମ୍ବଲଡନରେ ରୋଜର ଫେଡେରର ତାଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ ଜିତିଥିଲେ । ଫେଡେରର ୨୨ ବର୍ଷ ବୟସରେ ତାଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ ଜିତିଥିଲେ । ଫେଡେରର ୨୦୧୮ ରେ ନିଜର ଶେଷ ଗ୍ରାଣ୍ଡସ୍ଲାମ ଜିତିଥିଲେ । ସେତେବେଳେ ସେ ଅଷ୍ଟ୍ରେଲୀୟ ଓପନରେ ମାରିନ ସିଲିକଙ୍କୁ ପରାସ୍ତ କରିଥିଲେ ।

ଏହା ବି ପଢ଼ନ୍ତୁ: T20 World Cup: ଟି-୨୦ ବିଶ୍ୱକପ ପାଇଁ ପାକିସ୍ତାନ ଘୋଷଣା କଲା ଦଳ, ଦଳରେ ଅନେକ ବଡ ଖେଳାଳି ଆଉଟ