IPL 2024: କିଏ ଏହି ରବିନ ମିଞ୍ଜ? ଯାହାକୁ ୩.୬ କୋଟିରେ କିଣିଲା ଗୁଜରାଟ ଟାଇଟନ୍ସ ...
Advertisement

IPL 2024: କିଏ ଏହି ରବିନ ମିଞ୍ଜ? ଯାହାକୁ ୩.୬ କୋଟିରେ କିଣିଲା ଗୁଜରାଟ ଟାଇଟନ୍ସ ...

Robin Minz: ୨୦୨୪ରେ ଖେଳାଯିବାକୁ ଥିବା ଆଇପିଏଲ ୨୦୨୪ରେ ମୈଦାନକୁ ଓହ୍ଲାଇବେ ଝାଡ଼ଖଣ୍ତର ପୁଅ ରବିନ ମିଞ୍ଜ (Robin Minz) । ଏନେଇ ଉତ୍ସବ ମୁଖର ସାରା ଗାଁ । ପୂର୍ବରୁ ଏହି ଜିଲ୍ଲାର ଅନେକ ଖେଳାଳି ଜିଲ୍ଲା ସ୍ତରରୁ ଆରମ୍ଭ କରି ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ନାଁ କରିଥିବା ବେଳେ ଏହି ତାଲିକାରେ ଯୋଡି଼ ହୋଇଛି ଆଉ ଏକ ନୂଆ ନାଁ ।

ସୌ(ସୋସିଆଲ ମିଡିଆ)

Robin Minz: ଆଇପିଏଲ (IPL 2024 ) ଖେଳିବେ ଆଦିବାସୀ ପୁଅ। ଆସନ୍ତା ବର୍ଷ ଖେଳାଯିବାକୁ ଥିବା ଆଇପିଏଲ ୨୦୨୪ରେ ମୈଦାନକୁ ଓହ୍ଲାଇବେ ଝାଡ଼ଖଣ୍ତର ପୁଅ ରବିନ ମିଞ୍ଜ (Robin Minz) । ଏନେଇ ଉତ୍ସବ ମୁଖର ସାରା ଗାଁ । ପୂର୍ବରୁ ଏହି ଜିଲ୍ଲାର ଅନେକ ଖେଳାଳି ଜିଲ୍ଲା ସ୍ତରରୁ ଆରମ୍ଭ କରି ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ନାଁ କରିଥିବା ବେଳେ ଏହି ତାଲିକାରେ ଯୋଡି଼ ହୋଇଛି ଆଉ ଏକ ନୂଆ ନାଁ ।

ସୂଚନାଯୋଗ୍ୟ,  ଝାଡଖଣ୍ଡର ପ୍ରଥମ ଆଦିବାସୀ ଖେଳାଳି ଭାବେ ଆଇପିଏଲରେ ଚୟନ ହୋଇଛନ୍ତି ୨୧ ବର୍ଷିୟ ରବିନ ମିଞ୍ଜ । ରବିନଙ୍କ ଘର ଝାଡ଼ଖଣ୍ତର (Jharkhand) ଆଦିବାସୀ ଜିଲ୍ଲା ଗୁମଲାରେ (Gumla) ଅଟେ । ଏହା ‘ଖେଳ ନଗରୀ’ ଭାବେ ବେଶ ପରିଚିତ । ଝାଟମାଟି ଘର ଓ ଛୋଟିଆ ସହରରୁ ଆସିଥିବା ରବିନଙ୍କ ପାଇଁ ଏତେ ସହଜ ନଥିଲା ଆଇପିଏଲ ଯାତ୍ରା। ପଙ୍କରୁ ପଦ୍ମ ଫୁଟିବା ପରି ଆଇପିଏଲରେ ଚମକିଛନ୍ତି ଏହି ଆଦିବାସୀ ଖେଳାଳି । ରବିନଙ୍କୁ ଗୁଜରାଟ ଟାଇଟନ୍ସ (Gujarat Titans) ନିଜ ଟିମରେ ସାମିଲ କରିଛି । ଦଳ ରବିନଙ୍କୁ ୩ କୋଟି ୬୦ ଲକ୍ଷ ଟଙ୍କାରେ କିଣିଛି । ଏହି ଖବର ସାମ୍ନାକୁ ଆସିବା ପରେ ସାରା ଗାଁରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ରବିନଙ୍କ ବାପା ଜଣେ ପୂର୍ବତନ ସେନାଅଧିକାରୀ ଥିବାବେଳେ ବର୍ତ୍ତମାନ ସେ ବିର୍ସାମୁଣ୍ଡା ଏୟାରପୋର୍ଟରେ କାର୍ଯ୍ୟରତ । ବାପା ହିଁ ତାଙ୍କର ପ୍ରଥମ କୋଚ୍ ବୋଲି ରବିନ୍ କହିଛନ୍ତି । ୧୦ମ ଶ୍ରେଣୀ ପାଠପଢା ସରିବା ପରେ ସେ କ୍ରିକେଟ୍ ଖେଳ ପାଇଁ ପୂରା ସମୟ ଦେଇଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିନଥିଲେ ମଧ୍ଯ ଝାଡ଼ଖଣ୍ତ ପକ୍ଷରୁ ଅଣ୍ତର ୧୯ ଓ ଅଣ୍ତର ୨୫ ଟିମ୍ ରେ ଅଧିନାୟକତ୍ବ କରିଛନ୍ତି ଏହି ଯୁବ ଖେଳାଳି। ଅଣ୍ତର ୧୯ (Under 19 cricket) ଖେଳିବା ସମୟରେ ତାଙ୍କର ଧୁଆଁଧାର ୬୦ ରନ୍ ର ପାରି ତାଙ୍କୁ ଲୋକଲୋଚନକୁ ଆଣିଥିଲା । ଏଥିରେ ୬ଟି ଛକା ସାମିଲ ଥିଲା ।

ଧୋନୀଙ୍କୁ (Mahendra Singh Dhoni) ନିଜ ଆଦର୍ଶ ମାନୁଥିବା ରବିନଙ୍କର (Robin Minz) ମାହିଙ୍କ ସହ ବହୁ ସାମଞ୍ଜସ୍ୟ ଥିବା କୁହାଯାଇଛି । କେହି କେହି ତ ରବିନଙ୍କୁ ଝାଡଖଣ୍ଡର ନୂଆ ଧୋନୀ ବୋଲି କହିବାକୁ ମଧ୍ଯ ପଛାଉନାହାନ୍ତି । ଧୋନୀଙ୍କ ଭଳି ରବିନ୍ ମଧ୍ଯ ଝାଡଖଣ୍ଡର ଗୋଟେ ଛୋଟିଆ ଗାଁର ବାସିନ୍ଦା ଅଟନ୍ତି । ମାହିଙ୍କ ପରି ରବିନ ମଧ୍ଯ ବ୍ୟାଟ୍ସମ୍ୟାନ୍ ଓ ୱିକେଟ୍ କିପର ଅଟନ୍ତି । ଉଭୟଙ୍କ କୋଚ୍ ମଧ୍ଯ ସମାନ । ତେବେ ଦେଖିବା ବାକି ରହିଲା ଝାଡଖଣ୍ଡର ଛୋଟିଆ ଗାଁରୁ ଆସିଥିବା ଏହି କ୍ରିକେଟର ସତରେ କ’ଣ ଆଉ ଗୋଟେ ଧୋନୀ ହୋଇପାରିବେ?