Cricket News: ଖୁବଶୀଘ୍ର ପଡ଼ିଆକୁ ଫେରିବେ ରିଷଭ ପନ୍ତ୍ ! ୧୪୦ କିମି ବେଗରେ ଆସୁଥିବା ବଲକୁ ବି କରୁଛନ୍ତି ସାମ୍ନା
Advertisement
Article Detail0/zeeodisha/odisha1810569

Cricket News: ଖୁବଶୀଘ୍ର ପଡ଼ିଆକୁ ଫେରିବେ ରିଷଭ ପନ୍ତ୍ ! ୧୪୦ କିମି ବେଗରେ ଆସୁଥିବା ବଲକୁ ବି କରୁଛନ୍ତି ସାମ୍ନା

Cricket News: ଯୁବ କ୍ରିକେଟର ରିଷଭ ପନ୍ତକୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଗଲାଣି । ସେ କେବେ ପଡିଆକୁ ଓହ୍ଲାଇ ଦର୍ଶକଙ୍କୁ ସାମ୍ନାରେ ପ୍ରଦର୍ଶନ କରିବେ ସେଥିପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ ।

Cricket News: ଖୁବଶୀଘ୍ର ପଡ଼ିଆକୁ ଫେରିବେ ରିଷଭ ପନ୍ତ୍ ! ୧୪୦ କିମି ବେଗରେ ଆସୁଥିବା ବଲକୁ ବି କରୁଛନ୍ତି ସାମ୍ନା

Cricket News: ଭାରତୀୟ ୱିକେଟ୍ କିପର ରିଷଭ ପନ୍ତଙ୍କୁ ପୁଣିଥରେ ପଡ଼ିଆରେ ଦେଖିବାକୁ ଭାରତୀୟ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ୨୫ ବର୍ଷୀୟ ୱିକେଟ୍ କିପର ମଧ୍ୟ ପଡ଼ିଆକୁ ଫେରିବା ପାଇଁ କଠିନ ପରିଶ୍ରମ (Hard work) କରୁଛନ୍ତି। ବର୍ତ୍ତମାନ ସେ ଏନସିଏରେ ବିସିସିଆଇ (BCCI) ମେଡିକାଲ ଦଳର ତତ୍ତ୍ବାବଧାନରେ ପର୍ଯ୍ୟାୟ କ୍ରମେ ଅଗ୍ରଗତି କରୁଛନ୍ତି। ଏହି ସମୟରେ, ଖବର ଆସୁଛି ଯେ ସେ ନେଟରେ ଘଣ୍ଟା ପ୍ରତି ୧୪୦ କିଲୋମିଟର ବେଗରେ ଆସୁଥିବା ବଲ ଗୁଡିକର ମଧ୍ୟ ସାମ୍ନା କରିବା ଆରମ୍ଭ କରିଛନ୍ତି । 

କେବଳ ଏତିକି ନୁହେଁ, ରିଷଭ ପନ୍ତ (Rishabh pant) ମଧ୍ୟ ତାଙ୍କ ହାତରେ ଗ୍ଲୋବ୍ସ ଲଗାଇବା ଆରମ୍ଭ କରିଛନ୍ତି ଏବଂ ୱିକେଟ୍ ପଛରେ କ୍ୟାଚ୍ ଧରିବା ଅଭ୍ୟାସ କରୁଛନ୍ତି । ଯଦିଓ ଏସବୁ ସତ୍ତ୍ବେ, ସେ ଏସିଆ କପ୍ (Asia Cup) ପର୍ଯ୍ୟନ୍ତ ଭାରତୀୟ ଦଳକୁ ଫେରିବାରେ ସକ୍ଷମ ହେବାର ବହୁତ କମ୍ ସମ୍ଭାବନା ଅଛି, କିନ୍ତୁ ତାଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ଉନ୍ନତି ଦେଖି ବିଶ୍ୱକପ୍ ପର୍ଯ୍ୟନ୍ତ ସେ ଫିଟ୍ ହୋଇପାରିବେ ବୋଲି ଆଶା ରହିଛି । ରିଷଭ ପନ୍ତଙ୍କ ଅନୁପସ୍ଥିତିରେ ଭାରତୀୟ ଦଳ ଅନେକ ୱିକେଟ୍ କିପରଙ୍କୁ ଚେଷ୍ଟା କରିଛି। ଅବଶ୍ୟ, କେବଳ ଇଶାନ କିଶନ (ishan kishan) କିଛି ପରିମାଣରେ ଆଶା ପୂରଣ କରିବାରେ ସକ୍ଷମ ହୋଇଛନ୍ତି। ଭାରତୀୟ ଦଳ ପାଇଁ କିଶନ କ୍ରମାଗତ ଭାବେ ପ୍ରଶଂସନୀୟ ପ୍ରଦର୍ଶନ କରୁଛନ୍ତି । 

ଏଥର ଏସିଆ କପ୍ ୩୦ ଅଗଷ୍ଟରୁ ଆରମ୍ଭ ହେଉଛି ।  ଏଥି ସହିତ, ୨୦୨୩ ବିଶ୍ଵକପ୍ ଅକ୍ଟୋବର ୫ ରୁ ଖେଳାଯିବ । ଭାରତରେ ବିଶ୍ୱକପ୍ ୨୦୨୩ ଆୟୋଜିତ ହେବ । ପ୍ରଥମ ଥର ପାଇଁ ଭାରତ ବିଶ୍ୱକପ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛି । ଗତବର୍ଷ କାର୍ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ ପନ୍ତ । ତେବେ ଆଇପିଏଲ ୨୦୨୩ (IPL 2023)ରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମ ହୋମ୍ ମ୍ୟାଚରେ ଅନ୍ୟ ଖେଳାଳିଙ୍କ ସହ ପନ୍ତଙ୍କୁ ଦେଖିବାକୁ ମିଳିବା ନେଇ ଚର୍ଚ୍ଚା ହୋଇଥିଲା। ଏନେଇ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏସନ (DDCA) ସ୍ପଷ୍ଟ କରିଥିଲା।

ରିଷଭ ରାଜେନ୍ଦ୍ର ପନ୍ଥ  (ଜନ୍ମ ୪ ଅକ୍ଟୋବର ୧୯୯୭) ଜଣେ ଭାରତୀୟ କ୍ରିକେଟ ଖେଳାଳି , ଯିଏ ଦିଲ୍ଲୀ ଦଳ ପାଇଁ ଘରୋଇ କ୍ରିକେଟ ଖେଳିଥାନ୍ତି । ସେ ଅକ୍ଟୋବର ୨୦୧୫ ମସିହାରେ ତାଙ୍କର ପ୍ରଥମ ରଣଜୀ ଟ୍ରଫି ଖେଳିଥିଲେ । ୨୦୧୫ ମସିହାରେ ଭାରତୀୟ ଜାତୀୟ ୧୯ -ବର୍ଷରୁ କମ ଦଳରେ ସାମିଲ ହେଇ ୨୦୧୬ ମସିହାରେ ବିଶ୍ୱକପ ଖେଳିଥିଲେ । ସେଥିରେ ସେ ଏକ ମ୍ୟାଚରେ ମାତ୍ର ୧୮ ବଲରୁ ଅର୍ଦ୍ଧ ଶତକ କରିଥିଲେ ଯାହାକି ସେହି ସ୍ତରରେ ଦ୍ରୁତ ତମ ଅର୍ଦ୍ଧ ଶତକର ଏକ ରେକର୍ଡ । ୧୯ ବର୍ଷରୁ କମ ବିଶ୍ୱ କପରେ ସେ ଶତକ ଅର୍ଜନ କରିବା ଫଳରେ ଭାରତ ସେମି ଫାଇନାଲରେ ପହଞ୍ଚି ପାରି ଥିଲା ।

୨୦୧୭ ଜାନୁଆରୀରେ ସେ ଭାରତୀୟ ଜାତୀୟ ଦଳରେ ଇଂଲଣ୍ଡ ବିପକ୍ଷରେ ଟି ୨୦ ଅନ୍ତର୍ଜାତିକ ଖେଳିବା ପାଇଁ ଚୟନ କରାଯାଇଥିଲେ । ମୁଖ୍ଯତଃ ଜଣେ ବ୍ୟାଟସ୍ ମ୍ୟାନ୍ (Batsman) ଭାବରେ ପରିଚିତ ହେଇଥିଲେ ମଧ୍ୟ ରିଷଭ ଜଣେ ନିୟମିତ ୱିକେଟକିପର (wicketkeeper) ଭାବରେ  ଖେଳିଥାନ୍ତି । ତରୁଣ ବୟସରୁ ରିଷଭ କ୍ରିକେଟ ଖେଳିବାରେ ଆଗ୍ରହ ପାଇଁ ଭଲ ଦଳ ଓ କୋଚ ପାଇବାକୁ ସହରରୁ ସହର ଆସି ପରିଶେଷରେ ଦିଲ୍ଲୀରେ ଅବସ୍ଥାନ କରିଥିଲେ । ୱିକେଟକିପର - ବ୍ୟାଟସମ୍ୟାନ ଭାବରେ ସେ ଭାରତୀୟ ୧୯ ବର୍ଷରୁ କମ ଦଳରେ ସ୍ଥାନ ପାଇଁ ୨୦୨୬ ବିଶ୍ୱ କପରେ ଓପନିଂ ବ୍ୟାଟସ ମ୍ୟାନ ଭାବରେ ନେପାଳ ବିରୁଦ୍ଧ ମ୍ୟାଚରେ ୧୮ ବଲରେ  ଅର୍ଦ୍ଧଶତକ କରିଥିଲେ ଯାହା ଏକ ରେକର୍ଡ । ପୁନଶ୍ଚ ନାମିବ୍ୟା ବିରୁଦ୍ଧରେ ଏକ ଶତକ କରି ଭାରତକୁ ସେମିଫାଇନାଲରେ ପହଞ୍ଚାଇ ଥିଲେ ।

Also Read- Business Tips: ଘରେ ବସିଥିବା ମହିଳାଙ୍କ ପାଇଁ ରୋଜଗାର ସୁଯୋଗ, କରନ୍ତୁ ଏହି କାମ