Rishabh Pant Health Update: ଋଷଭ ପନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର; ଡାକ୍ତର ଦେଲେ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍
Advertisement

Rishabh Pant Health Update: ଋଷଭ ପନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର; ଡାକ୍ତର ଦେଲେ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍

Rishabh Pant Health Update: ଋଷଭ ପନ୍ତଙ୍କୁ ଦେହରାଡୁନର ମ୍ୟାକ୍ସ ହସ୍ପିଟାଲରୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁଠାରେ ତାଙ୍କ ଲିଗାମେଣ୍ଟ ଟିୟରର ଅସ୍ତ୍ରୋପଚାର କରଯାଇଛି । ଏବେ ଋଷଭ ପନ୍ତଙ୍କ ବିଷୟରେ ଏକ ବଡ ଖବର ସାମ୍ମାକୁ ଆସୁଛି । ଇନସାଇଡ୍ ସ୍ପୋର୍ଟସର ଏକ ରିପୋର୍ଟ ଅନୁଯାୟୀ, ଋଷଭ ପନ୍ତ...

Rishabh Pant Health Update: ଋଷଭ ପନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର; ଡାକ୍ତର ଦେଲେ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍

Rishabh Pant Health Update: ଟିମ୍ ଇଣ୍ଡିଆର ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (Rishabh Pant) ଏକ କାର ଦୁର୍ଘଟଣା (Rishabh Pant Car Accident) ପରେ ଗୁରୁତର ଆହତ (Rishabh Pant Injured) ହୋଇଥିଲେ । ବର୍ତ୍ତମାନ ଋଷଭ ପନ୍ତ ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି । ଋଷଭ ପନ୍ତଙ୍କୁ ଦେହରାଡୁନର ମ୍ୟାକ୍ସ ହସ୍ପିଟାଲରୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁଠାରେ ତାଙ୍କ ଲିଗାମେଣ୍ଟ ଟିୟରର ଅସ୍ତ୍ରୋପଚାର କରଯାଇଛି । ଏବେ ଋଷଭ ପନ୍ତଙ୍କ ବିଷୟରେ ଏକ ବଡ ଖବର ସାମ୍ମାକୁ ଆସୁଛି । ଇନସାଇଡ୍ ସ୍ପୋର୍ଟସର ଏକ ରିପୋର୍ଟ ଅନୁଯାୟୀ, ଋଷଭ ପନ୍ତ ୮-୯ ମାସ ପର୍ଯ୍ୟନ୍ତ କୌଣସି ମ୍ୟାଚ୍ ଖେଳି ପାରିବେ ନାହିଁ । ଏହାର ଅର୍ଥ ହେଉଛି ଋଷଭ ପନ୍ତ ଆଇପିଏଲ୍ (IPL 2023) ସହିତ ଏସିଆ କପ୍ ୨୦୨୩ (Asia Cup 2023) ଓ ଦିନିକିଆ ବିଶ୍ୱକପ୍ ୨୦୨୩ (ODI World Cup 2023) ରୁ ଦୂରେଇ ରହିବେ ।

ବିସିସିଆଇର ନିକଟୀୟ ସୂତ୍ର ଦର୍ଶାଇ ଇନସାଡ ସ୍ପୋର୍ଟସକୁ କହିଛି ଯେ, ଲିଗାମେଣ୍ଟରେ କ୍ଷୟକ୍ଷତିର ପରିମାଣ ସମ୍ପୂର୍ଣ୍ଣ ଜଣା ପଡିନାହିଁ । ୩ରୁ ୪ ଦିନ ମଧ୍ୟରେ ସ୍ଥିତି ସ୍ପଷ୍ଟ ହୋଇଯିବ । କିନ୍ତୁ ହସ୍ପିଟାଲର ଡାକ୍ତରମାନେ ମନେ କରନ୍ତି ଯେ, ଋଷଭ ପନ୍ତଙ୍କ ଲିଗାମେଣ୍ଟ ଅତ୍ୟନ୍ତ ଖରାପ ଭାବେ ଫାଟିଛି । ଜଣେ ୱିକେଟ୍ କିପରଙ୍କୁ ଯେଉଁ ପ୍ରକାରର କାର୍ଯ୍ୟଭାର ଦେଇ ଅତିକ୍ରମ କରିବାକୁ ପଡ଼ିଥାଏ, ତାହାକୁ ଦେଖି ଲାଗୁଛି ଯେ ଋଷଭ ପନ୍ତ ୬-୯ ମାସ ପରେ ହିଁ ପଡ଼ିଆକୁ ଫେରି ପାରିବେ ।

ସେପଟେ ଋଷଭ ପନ୍ତଙ୍କ ଅବସ୍ଥା ବିଷୟରେ ଆଲୋଚନା କରି ଆଇପିଏଲ୍ ଚେୟାରମ୍ୟାନ୍ ଅନୁନ୍ ଲାଲ କହିଛନ୍ତି ଯେ, ଆମେ ସବୁ ପ୍ରକାର ଉପାୟରେ ତାଙ୍କର ଯତ୍ନ ନେବୁ, କିନ୍ତୁ ଏହି ସମୟରେ ତାଙ୍କ ଆଘାତ ସମ୍ପର୍କରେ କୌଣସି ମନ୍ତବ୍ୟ ଦେବା କଳ୍ପନାଜଳ୍ପନା ପରି ହେବ । ଡାକ୍ତରମାନଙ୍କୁ ତାଙ୍କର ସମ୍ପୂର୍ଣ୍ଣ ପ୍ରକ୍ରିୟା ଓ ପର୍ଯ୍ୟବେକ୍ଷଣ କରିବାକୁ ଦିଅନ୍ତୁ, ଯାହା ରହିଲା ତାଙ୍କ ଆଘାତର ଅବସ୍ଥା ବିଷୟରେ ଆମେ କୌଣସି ବୟାନ ଦେଇପାରିବୁ ନାହିଁ ।

ଅଧିକ ପଢ଼ନ୍ତୁ:-ଗୁଗୁଲ୍ କ୍ରୋମ୍ ହୋଇଯିବ ବନ୍ଦ! ଯଦି ଆପଣ କରୁଛନ୍ତି ବ୍ୟବହାର ତ ଆଜି ହିଁ କରନ୍ତୁ ଏହି କାମ

ଅଧିକ ପଢ଼ନ୍ତୁ:-ଭୟଙ୍କର ବସ୍ ଦୁର୍ଘଟଣାରେ ୪୦ ମୃତ, ୧୦୦ରୁ ଉର୍ଦ୍ଧ୍ୱ ଗୁରୁତର

ଅଧିକ ପଢ଼ନ୍ତୁ:-ଭୀଷଣ କାର ଦୁର୍ଘଟଣାରେ ଭାରତର ଏହି ଖେଳାଳିଙ୍କ ନିଧନ, କ୍ରୀଡ଼ା ଜଗତରେ ଶୋକର ଲହର

 

 

ଏଠାରେ କହି ରଖୁଛୁ ଯେ, ୨୫ ବର୍ଷୀୟ ଋଷଭ ପନ୍ତ ଡିସେମ୍ବର ୩୦ ସକାଳେ ତାଙ୍କ ମା'ଙ୍କୁ ଭେଟିବା ପାଇଁ ଦିଲ୍ଲୀରୁ ଋଡ଼କୀ ଯାଉଥିଲେ । ଏହି ସମୟରେ ଋଷଭ ପନ୍ତଙ୍କ କାର ଡିଭାଇଡର୍ ସହିତ ଧକ୍କା ହୋଇଥିଲା । ଏହା ପରେ ହରିୟାଣା ରୋଡୱେସର ବସ୍ ଡ୍ରାଇଭର ତଥା କଣ୍ଡକ୍ଟର ଋଷଭ ପନ୍ତଙ୍କୁ କାରରୁ ବାହାର କରି ଡାକ୍ତରଖାନାକୁ ନେଇଥିଲେ । ଋଷଭ ପନ୍ତ କାରରୁ ବାହାରିବା ମାତ୍ରେ ଏଥିରେ ସମ୍ପୂର୍ଣ୍ଣ ନିଆଁ ଲାଗିଯାଇଥିଲା । ତାଙ୍କର ଏମଆରଆଇ ସ୍କାନ ରିପୋର୍ଟରେ କୌଣସି ଅସୁବିଧା ନାହିଁ । ବିସିସିଆଇ ଋଷଭ ପନ୍ତ ସହିତ ନିରନ୍ତର ସମ୍ପର୍କରେ ଅଛି । ଏଥିସହିତ ପୂରା ଦେଶ ଶୀଘ୍ର ଋଷଭ ପନ୍ତଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି ।