Rishabh Pant Health Update: କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ବଡ଼ ଖୁସି ଖବର; ଋଷଭ ପନ୍ତଙ୍କୁ ନେଇ ଆସିଲା ବଡ଼ ଅପଡେଟ୍
Advertisement

Rishabh Pant Health Update: କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ବଡ଼ ଖୁସି ଖବର; ଋଷଭ ପନ୍ତଙ୍କୁ ନେଇ ଆସିଲା ବଡ଼ ଅପଡେଟ୍

Rishabh Pant Health Update: ଏହି ଦୁର୍ଘଟଣାରେ ତାଙ୍କ କପାଳ ଓ ଆଣ୍ଠୁରେ ଆଘାତ ଲାଗିଥିଲା । ତାଙ୍କର ଲିଗାମେଣ୍ଟ ମଧ୍ୟ ଫାଟି ଯାଇଥିଲା । ଉନ୍ନତ ଚିକିତ୍ସା ପାଇଁ ଋଷଭ ପନ୍ତଙ୍କୁ ଦେହରାଡୁନରୁ ମୁମ୍ବାଇ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏକ ବଡ଼ ଖବର ଆସିଛି । ଯାହା ଭାରତୀୟ କ୍ରିକେଟ ପ୍ରଶଂସକଙ୍କୁ ଖୁସି କରିପାରେ ।

Rishabh Pant Health Update: କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ବଡ଼ ଖୁସି ଖବର; ଋଷଭ ପନ୍ତଙ୍କୁ ନେଇ ଆସିଲା ବଡ଼ ଅପଡେଟ୍

Rishabh Pant Health Update: ଟିମ୍ ଇଣ୍ଡିଆ (Team India) ର ଷ୍ଟାର୍ ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (Rishabh Pant) ଙ୍କ ଡିସେମ୍ବର ୩୦ରେ ଦିଲ୍ଲୀରୁ ଋଡ଼କୀ  ଯାଉଥିବା ବେଳେ ଏକ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଏହି ଦୁର୍ଘଟଣାରେ ଋଷଭ ପନ୍ତ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ତାଙ୍କ କପାଳ ଓ ଆଣ୍ଠୁରେ ଆଘାତ ଲାଗିଥିଲା । ତାଙ୍କର ଲିଗାମେଣ୍ଟ ମଧ୍ୟ ଫାଟି ଯାଇଥିଲା । ଉନ୍ନତ ଚିକିତ୍ସା ପାଇଁ ଋଷଭ ପନ୍ତଙ୍କୁ ଦେହରାଡୁନରୁ ମୁମ୍ବାଇ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା (Rishabh Pant Health Update) କୁ ନେଇ ଏକ ବଡ଼ ଖବର ଆସିଛି । ଯାହା ଭାରତୀୟ କ୍ରିକେଟ ପ୍ରଶଂସକଙ୍କୁ ଖୁସି କରିପାରେ ।

ଭାରତୀୟ ଦଳର ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି । ଗତକାଲି ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ କ୍ରିକେଟର ଋଷଭ ପନ୍ତ (Rishabh Pant) ଙ୍କ ଆଣ୍ଠୁ ଅସ୍ତ୍ରୋପଚାର ସଫଳତା ସହ ହୋଇଛି । ଋଷଭ ପନ୍ତ ବର୍ତ୍ତମାନ ଡାକ୍ତରୀ ଦଳର ତତ୍ତ୍ୱାବଧାନରେ ଅଛନ୍ତି ଓ ଶୀଘ୍ର ସୁସ୍ଥ ହେଉଛନ୍ତି । ଡକ୍ଟର ପାରଦୀୱାଲା ଓ ତାଙ୍କ ଟିମ୍ ଶୁକ୍ରବାର ସକାଳ ପ୍ରାୟ ୧୦.୩୦ ସମୟରେ ଋଷଭ ପନ୍ତଙ୍କ ଅପରେସନ୍ ( Rishabh Pant Knee Surgery) କରିଥିଲେ, ଯାହା ପ୍ରାୟ ଦୁଇରୁ ତିନି ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ।

ଏଠାରେ କହି ରଖୁଛୁ ଯେ, ୨୫ ବର୍ଷୀୟ ଋଷଭ ପନ୍ତ ଡିସେମ୍ବର ୩୦ ସକାଳେ ତାଙ୍କ ମା'ଙ୍କୁ ଭେଟିବା ପାଇଁ ଦିଲ୍ଲୀରୁ ଋଡ଼କୀ ଯାଉଥିଲେ । ଏହି ସମୟରେ ଋଷଭ ପନ୍ତଙ୍କ କାର ଡିଭାଇଡର୍ ସହିତ ଧକ୍କା ହୋଇଥିଲା । ଏହା ପରେ ହରିୟାଣା ରୋଡୱେସର ବସ୍ ଡ୍ରାଇଭର ତଥା କଣ୍ଡକ୍ଟର ଋଷଭ ପନ୍ତଙ୍କୁ କାରରୁ ବାହାର କରି ଡାକ୍ତରଖାନାକୁ ନେଇଥିଲେ । ଋଷଭ ପନ୍ତ କାରରୁ ବାହାରିବା ମାତ୍ରେ ଏଥିରେ ସମ୍ପୂର୍ଣ୍ଣ ନିଆଁ ଲାଗିଯାଇଥିଲା । ତାଙ୍କର ଏମଆରଆଇ ସ୍କାନ ରିପୋର୍ଟରେ କୌଣସି ଅସୁବିଧା ନାହିଁ । ବିସିସିଆଇ ଋଷଭ ପନ୍ତ ସହିତ ନିରନ୍ତର ସମ୍ପର୍କରେ ଅଛି । ଏଥିସହିତ ପୂରା ଦେଶ ଶୀଘ୍ର ଋଷଭ ପନ୍ତଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି ।

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆରେ ହଠାତ୍ ହେବାକୁ ଯାଉଛି ଏହି ଖତରନାକ୍ ଖେଳାଳିଙ୍କ ଏଣ୍ଟ୍ରି! ରାହୁଲ ଦ୍ରାବିଡ ଦେଲେ ବଡ଼ ଅପଡେଟ୍

ଅଧିକ ପଢ଼ନ୍ତୁ:-ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ ଫାଇନାଲ୍! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍

ଅଧିକ ପଢ଼ନ୍ତୁ:-ସାଉଦି କ୍ଲବରୁ ପ୍ରାୟ ୧୮୦୦ କୋଟି ଟଙ୍କା ନେବା ପରେ ବି ମ୍ୟାଚ୍ ଖେଳିପାରିବେନି ରୋନାଲ୍ଡୋ, ଜାଣନ୍ତୁ ଏହାର କାରଣ

ଟିମ୍ ଇଣ୍ଡିଆ ପାଇଁ ଋଷଭ ପନ୍ତ ସମସ୍ତ ତିନୋଟି ଫର୍ମାଟରେ କ୍ରିକେଟ୍ ଖେଳିଛନ୍ତି । ସେ ବିସ୍ଫୋରକ ବ୍ୟାଟିଂରେ ଜଣେ ପାରଦର୍ଶୀ ଖେଳାଳି ଓ କ୍ରିଜ ଉପରେ ପାଦ ଦେବା ମାତ୍ରେ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଜଣାଶୁଣା । ସେ ଅଷ୍ଟ୍ରେଲିଆରେ ନିଜ ଦମରେ ଭାରତୀୟ ଦଳକୁ ସିରିଜ୍ ଜିତାଇଥିଲେ । ଋଷଭ ପନ୍ତ ଭାରତ ପାଇଁ ୩୩ଟି ଟେଷ୍ଟ ମ୍ୟାଚ୍, ୩୦ଟି ODI ଏବଂ ୬୬ଟି ଟି-20 ମ୍ୟାଚ୍ ଖେଳିଛନ୍ତି ।