Rishabh Pant Health Update: ଫ୍ୟାନ୍ସଙ୍କ ପାଇଁ ଖରାପ ଖବର: ଋଷଭ ପନ୍ତଙ୍କୁ ନେଇ ଆସିଲା ବହୁତ ବଡ଼ ସୂଚନା, ଟିମ୍ ଇଣ୍ଡିଆକୁ ଲାଗିଲା ଶକ୍ତ ଧକ୍କା
Advertisement

Rishabh Pant Health Update: ଫ୍ୟାନ୍ସଙ୍କ ପାଇଁ ଖରାପ ଖବର: ଋଷଭ ପନ୍ତଙ୍କୁ ନେଇ ଆସିଲା ବହୁତ ବଡ଼ ସୂଚନା, ଟିମ୍ ଇଣ୍ଡିଆକୁ ଲାଗିଲା ଶକ୍ତ ଧକ୍କା

Rishabh Pant Health Update:  ଋଷଭ ପନ୍ତ ଡିସେମ୍ବର ୩୦ ସକାଳେ ତାଙ୍କ ମା'ଙ୍କୁ ଭେଟିବା ପାଇଁ ଦିଲ୍ଲୀରୁ ଋଡ଼କୀ ଯାଉଥିଲେ । ଏହି ସମୟରେ ଋଷଭ ପନ୍ତଙ୍କ କାର ଡିଭାଇଡର୍ ସହିତ ଧକ୍କା ହୋଇଥିଲା । ଏହା ପରେ ହରିୟାଣା ରୋଡୱେସର ବସ୍ ଡ୍ରାଇଭର ତଥା କଣ୍ଡକ୍ଟର ଋଷଭ ପନ୍ତଙ୍କୁ କାରରୁ ବାହାର କରି ଡାକ୍ତରଖାନାକୁ ନେଇଥିଲେ । ଋଷଭ ପନ୍ତ କାରରୁ ବାହାରିବା ମାତ୍ରେ ଏଥିରେ ସମ୍ପୂର୍ଣ୍ଣ ନିଆଁ ଲାଗିଯାଇଥିଲା । 

Rishabh Pant Health Update: ଫ୍ୟାନ୍ସଙ୍କ ପାଇଁ ଖରାପ ଖବର: ଋଷଭ ପନ୍ତଙ୍କୁ ନେଇ ଆସିଲା ବହୁତ ବଡ଼ ସୂଚନା, ଟିମ୍ ଇଣ୍ଡିଆକୁ ଲାଗିଲା ଶକ୍ତ ଧକ୍କା

Rishabh Pant Health Update: ଟିମ୍ ଇଣ୍ଡିଆର ଷ୍ଟାର୍ ୱିକେଟ୍ କିପର ଋଷଭ ପନ୍ତ (Rishabh Pant) ମୁମ୍ବାଇର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗତ ମାସରେ ସେ ଦିଲ୍ଲୀରୁ ଋଡ଼କୀସ୍ଥିତ ତାଙ୍କ ଘରକୁ ଯାଉଥିବାବେଳେ ଏକ ଭୀଷଣ ସଡ଼କ ଦୁର୍ଘଟଣାର ଶିକାର (Rishabh Pant Accident) ହୋଇଥିଲେ । ବର୍ତ୍ତମାନ ଋଷଭ ପନ୍ତଙ୍କୁ ନେଇ ଏକ ବଡ଼ ସୂଚନା ସାମ୍ନାକୁ ଆସୁଛି । ଏଥିରୁ ଋଷଭ ପନ୍ତଙ୍କ ପ୍ରଶଂସକମାନଙ୍କୁ ବଡ଼ ଧକ୍କା ଲାଗିପାରେ । କାର ଦୁର୍ଘଟଣା ପରେ ୨୫ ବର୍ଷୀୟ ଋଷଭ ପନ୍ତ ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । 

ବର୍ତ୍ତମାନ ଏକ ରିପୋର୍ଟ ଦାବି କରୁଛି ଯେ, ଋଷଭ ପନ୍ତ (Rishabh Pant) ୨୦୨୩ ମସିହାରେ ଅଧିକାଂଶ ସମୟ କ୍ରିକେଟ୍ ପଡ଼ିଆରୁ ଦୂରରେ ରହିବେ । ଏହି କାରଣରୁ ଟିମ୍ ଇଣ୍ଡିଆକୁ ଏକ ବଡ ଝଟକା ଲାଗିଛି । ପ୍ରକୃତରେ ଚଳିତ ବର୍ଷ ଦୁଇଟି ଆଇସିସି ଟୁର୍ଣ୍ଣାମେଣ୍ଟ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (World Test Championship) ଓ ଦିନିକିଆ ବିଶ୍ୱକପ୍ (ODI World Cup 2023) ମଧ୍ୟ ଅନୁଷ୍ଠିତ ହେବ । କେବଳ ଏତିକି ନୁହେଁ, ସେ ଆଇପିଏଲରେ ମଧ୍ୟ ଖେଳିବାକୁ ସକ୍ଷମ ହେବେ ନାହିଁ । ଋଷଭ ପନ୍ତଙ୍କ ୨ଟି ଲିଗାମେଣ୍ଟ ଆହତ ହୋଇଯାଇଥିଲା, ଯାହାର ମୁମ୍ବାଇର ଏକ ଡାକ୍ତରଖାନାରେ ଅସ୍ତ୍ରୋପଚାର କରାଯାଇଛି ।

ଛଅ ସପ୍ତାହ ପରେ ଋଷଭ ପନ୍ତଙ୍କ ତୃତୀୟ ଅସ୍ତ୍ରୋପଚାର କରାଯିବ । କ୍ରିକିନଫୋର ଏକ ରିପୋର୍ଟରେ କୁହାଯାଇଛି ଯେ, ଋଷଭ ପନ୍ତ ୨୦୨୩ ବର୍ଷର ଅଧିକାଂଶ ସମୟ ଗ୍ରାଉଣ୍ଡରୁ ଦୂରରେ ରହିବେ । ରିପୋର୍ଟ ଅନୁଯାୟୀ, ଡିସେମ୍ବର ୩୦ରେ କାର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ଋଷଭ ପନ୍ତଙ୍କ ଉପରେ ବିସିସିଆଇକୁ ଦିଆଯାଇଥିବା ମେଡିକାଲ ଅପଡେଟରେ କୁହାଯାଇଛି କି ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ଆଣ୍ଠୁରେ ୩ଟି ଲିଗାମେଣ୍ଟ ଫାଟି ଯାଇଛି । ଏଥିମଧ୍ୟରୁ ଦୁଇଟିର ନିକଟ ଅତୀତରେ ଅସ୍ତ୍ରୋପଚାର କରାଯାଇଥିବାବେଳେ ତୃତୀୟଟିର ଅସ୍ତ୍ରୋପଚାର କରିବାର ଅଛି । 

ଋଷଭ ପନ୍ତଙ୍କୁ ପଡ଼ିଆରେ ତାଲିମ ଆରମ୍ଭ କରିବାକୁ କେତେ ସମୟ ଲାଗିବ ସେନେଇ ଡାକ୍ତରମାନେ ଏପର୍ଯ୍ୟନ୍ତ ଏକ ନିର୍ଦ୍ଦିଷ୍ଟ ସମୟସୀମା ଦେଇନାହାଁନ୍ତି । କିନ୍ତୁ ଉଭୟ ବିସିସିଆଇ ଓ ଚୟନକର୍ତ୍ତାମାନେ ସିଦ୍ଧାନ୍ତ ନେଇଛନ୍ତି ଯେ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଅତି କମରେ ୬ ମାସ ବାହାରେ ରହିବେ । ଶେଷ ଥର ପାଇଁ ଋଷଭ ପନ୍ତଙ୍କୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଖେଳୁଥିବା ଦେଖିବାକୁ ମିଳିଥିଲା । ମୀରପୁରରେ ସେ ୯୩ ରନର ଚମତ୍କାର ଇନିଂସ ଖେଳିଥିଲେ । ଚଟ୍ଟଗ୍ରାମରେ ଖେଳାଯାଇଥିବା ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ସେ ୪୬ ରନ୍ ମଧ୍ୟ କରିଥିଲେ ।

ଋଷଭ ପନ୍ତଙ୍କ ଅନୁପସ୍ଥିତିରେ ଚୟନକର୍ତ୍ତାମାନେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ୨ ମ୍ୟାଚ୍ ପାଇଁ କେ.ଏସ୍ ଭରତ ଓ ଇଶାନ କିଶାନଙ୍କୁ ୱିକେଟ୍ କିପର ଭାବରେ ଚୟନ କରିଛନ୍ତି । ଆଶା କରାଯାଉଛି କି ଇଶାନ କିଶନ ସେହି ସିରିଜରେ ମୁଖ୍ୟ ୱିକେଟ୍ କିପର ଭୂମିକାରେ ଅବତୀର୍ଣ୍ଣ ହୋଇଥିବାବେଳେ ଭରତଙ୍କୁ ତାଙ୍କ ବ୍ୟାକଅପ୍ ଭାବରେ ସାମିଲ କରାଯାଇଛି । ଆସନ୍ତା ସପ୍ତାହରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଓ ଟି-20 ସିରିଜରେ ଇଶାନ କିଶନ ୱିକେଟ୍ କିପର ଭୂମିକାରେ ମଧ୍ୟ ଦେଖିବାକୁ ମିଳିବେ ।

ଅଧିକ ପଢ଼ନ୍ତୁ:-ସୂର୍ଯ୍ୟକୁମାର-ଇଶାନଙ୍କ ଦିନିକିଆ କ୍ୟାରିୟର ଆରମ୍ଭ ହେବା ପୂର୍ବରୁ ହେବ ଶେଷ! ଟିମ୍ ଇଣ୍ଡିଆର କୋଚଙ୍କ ବୟାନରୁ ସୃଷ୍ଟି ହେଲା ହଇଚଇ

ଅଧିକ ପଢ଼ନ୍ତୁ:-୧୯ ବର୍ଷର ଯୁବତୀ ଦେଲେ ଯାଆଁଳା ସନ୍ତାନଙ୍କୁ ଜନ୍ମ, ଉଭୟଙ୍କ ବାପା ଅଲଗା-ଅଲଗା; ଜାଣନ୍ତୁ କ'ଣ ହୋଇଥିଲା ସେହି ରାତିରେ...

ଏଠାରେ କହି ରଖୁଛୁ ଯେ, ୨୫ ବର୍ଷୀୟ ଋଷଭ ପନ୍ତ ଡିସେମ୍ବର ୩୦ ସକାଳେ ତାଙ୍କ ମା'ଙ୍କୁ ଭେଟିବା ପାଇଁ ଦିଲ୍ଲୀରୁ ଋଡ଼କୀ ଯାଉଥିଲେ । ଏହି ସମୟରେ ଋଷଭ ପନ୍ତଙ୍କ କାର ଡିଭାଇଡର୍ ସହିତ ଧକ୍କା ହୋଇଥିଲା । ଏହା ପରେ ହରିୟାଣା ରୋଡୱେସର ବସ୍ ଡ୍ରାଇଭର ତଥା କଣ୍ଡକ୍ଟର ଋଷଭ ପନ୍ତଙ୍କୁ କାରରୁ ବାହାର କରି ଡାକ୍ତରଖାନାକୁ ନେଇଥିଲେ । ଋଷଭ ପନ୍ତ କାରରୁ ବାହାରିବା ମାତ୍ରେ ଏଥିରେ ସମ୍ପୂର୍ଣ୍ଣ ନିଆଁ ଲାଗିଯାଇଥିଲା । ତାଙ୍କର ଏମଆରଆଇ ସ୍କାନ ରିପୋର୍ଟରେ କୌଣସି ଅସୁବିଧା ନାହିଁ । ବିସିସିଆଇ ଋଷଭ ପନ୍ତ ସହିତ ନିରନ୍ତର ସମ୍ପର୍କରେ ଅଛି । ଏଥିସହିତ ପୂରା ଦେଶ ଶୀଘ୍ର ଋଷଭ ପନ୍ତଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି ।