Ravindra Jadeja: ନ୍ୟୁଜିଲ୍ୟାଣ୍ଡ ଗସ୍ତ ମଝିରେ ଟିମ୍ ଇଣ୍ଡିଆ ପାଇଁ ଖରାପ ଖବର, ଆହତ କାରଣରୁ ଦୀର୍ଘ ସମୟ ପାଇଁ ମୈଦାନରୁ ଦୂରେଇ ରହିବେ ଏହି ବଡ଼ ମ୍ୟାଚ୍ ୱିନର୍
Advertisement

Ravindra Jadeja: ନ୍ୟୁଜିଲ୍ୟାଣ୍ଡ ଗସ୍ତ ମଝିରେ ଟିମ୍ ଇଣ୍ଡିଆ ପାଇଁ ଖରାପ ଖବର, ଆହତ କାରଣରୁ ଦୀର୍ଘ ସମୟ ପାଇଁ ମୈଦାନରୁ ଦୂରେଇ ରହିବେ ଏହି ବଡ଼ ମ୍ୟାଚ୍ ୱିନର୍

Ravindra Jadeja: ଟିମ୍ ଇଣ୍ଡିଆ  ଟି-20 ସିରିଜକୁ ୧-୦ ନିଜ ନାମରେ କରିନେଇଛି । ବର୍ତ୍ତମାନ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଖେଳିବ । ଏସବୁ ମଧ୍ୟରେ ଟିମ୍ ଇଣ୍ଡିଆ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି । ଭାରତୀୟ ଦଳର ବଡ଼ ମ୍ୟାଚ୍ ୱିନର୍ ଖେଳାଳି ଆହତ କାରଣରୁ ଦୀର୍ଘ ସମୟ ଧରି ମୈଦାନରୁ ଦୂରେଇ ଅଛନ୍ତି । 

Ravindra Jadeja: ନ୍ୟୁଜିଲ୍ୟାଣ୍ଡ ଗସ୍ତ ମଝିରେ ଟିମ୍ ଇଣ୍ଡିଆ ପାଇଁ ଖରାପ ଖବର, ଆହତ କାରଣରୁ ଦୀର୍ଘ ସମୟ ପାଇଁ ମୈଦାନରୁ ଦୂରେଇ ରହିବେ ଏହି ବଡ଼ ମ୍ୟାଚ୍ ୱିନର୍

Ravindra Jadeja India vs Bangladesh Test Series: ଭାରତୀୟ ଦଳ (Indian Cricket Team) ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଅଛି । ଟିମ୍ ଇଣ୍ଡିଆ (Team India) ପାଇଁ ଏହି ଗସ୍ତରେ ୩ଟି ଟି-20 ଓ ୩ଟି ଏକଦିବସୀୟ ମ୍ୟାଚର ସିରିଜ ଶିଡ୍ୟୁଲ ହୋଇଛି । ଟିମ୍ ଇଣ୍ଡିଆ  ଟି-20 ସିରିଜ (India vs New Zealand T20 Series) କୁ ୧-୦ ନିଜ ନାମରେ କରିନେଇଛି । ବର୍ତ୍ତମାନ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ (India vs New Zealand ODI Series) ଖେଳିବ । ଏସବୁ ମଧ୍ୟରେ ଟିମ୍ ଇଣ୍ଡିଆ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି । ଭାରତୀୟ ଦଳର ବଡ଼ ମ୍ୟାଚ୍ ୱିନର୍ ଖେଳାଳି ଆହତ କାରଣରୁ ଦୀର୍ଘ ସମୟ ଧରି ମୈଦାନରୁ ଦୂରେଇ ଅଛନ୍ତି । ଏହି ଖେଳାଳି ବାଂଲାଦେଶ ଗସ୍ତ (IND vs BAN) ରେ ଦଳରେ ଯୋଗଦେବାକୁ ଯାଉଥିଲେ, କିନ୍ତୁ ବର୍ତ୍ତମାନ ଏହି ଖେଳାଳିଙ୍କ ପାଇଁ ଏହି ଗସ୍ତରେ ଖେଳିବା କଷ୍ଟକର ମନେ ହେଉଛି ।

ଚଳିତ ବର୍ଷ ଡିସେମ୍ବର ୧୪ରୁ ଭାରତ ଓ ବାଂଲାଦେଶ ମଧ୍ୟରେ ଚଟଗାଁ (Chittagong) ରୁ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି । ଏହି ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା (Ravindra Jadeja) ଙ୍କ ଖେଳିବା ସନ୍ଦେହଜନକ ବୋଲି ମନେ କରାଯାଉଛି । ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ରବିନ୍ଦ୍ର ଜାଡେଜା ସମ୍ପୂର୍ଣ୍ଣ ଭାବେ ଫିଟ୍ ହେବ କି ନାହିଁ, ତାହାର ଆଶଙ୍କା ରହିଛି । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ର ସୂତ୍ରରୁ ଏହି ସୂଚନା ମିଳିଛି । ଭାରତ ପାଖରେ ପୂର୍ବରୁ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍, ବାମହାତୀ ସ୍ପିନର ଅକ୍ଷର ପଟେଲ ଏବଂ ବାମହାତୀ ସ୍ପିନର କୁଲଦୀପ ଯାଦବଙ୍କ ଭଳି ତିନୋଟି ବିକଳ୍ପ ରହିଛି, ତେଣୁ ଦଳର ଚତୁର୍ଥ ସ୍ପିନରଙ୍କ ଆବଶ୍ୟକତା ହୁଏତ କମ୍ ରହିଛି । 

ଯଦି ଟିମ୍ ମ୍ୟାନେଜମେଣ୍ଟ ରବିନ୍ଦ୍ର ଜାଡେଜା (Ravindra Jadeja) ଙ୍କ ପରି ଜଣେ ସ୍ପିନର ଅଲରାଉଣ୍ଡର ଚାହୁଁଛନ୍ତି, ତେବେ ଏହି ବିକଳ୍ପ ଇଣ୍ଡିଆ ଏ ବୋଲର ସୌରଭ କୁମାର ହେବେ । ଏପରି କଳ୍ପନାଜଳ୍ପନା ଚାଲିଛି ଯେ, ନୂତନ ଚୟନ କମିଟି କିମ୍ବା ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ଖେଳର ଲମ୍ବା ଫର୍ମାଟରେ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଙ୍କ ଚମତ୍କାର ଫର୍ମକୁ ପରୀକ୍ଷା କରିବାକୁ ଚାହୁଁଛନ୍ତି । ବାଂଲାଦେଶରେ ଭାରତକୁ ୨ଟି ଟେଷ୍ଟ ଓ ୩ଟି ODI ଖେଳିବାକୁ ପଡିବ । ରୋହିତ ଶର୍ମା (Rohit Sharma) ଙ୍କ ନେତୃତ୍ୱରେ ଏକ ମଜବୁତ ଦଳ ପଡୋଶୀ ଦେଶ ଗସ୍ତ କରିବାକୁ ପ୍ରସ୍ତୁତ ଅଛନ୍ତି ।

ଏହା ବି ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଏହି ଦୁଇ ଖେଳାଳିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ଅଶ୍ୱିନ, ଟି-20 ବିଶ୍ୱକପ ପରାଜୟ ପାଇଁ କଲେ ଦାୟୀ!

ଏହା ବି ପଢ଼ନ୍ତୁ:-ସଞ୍ଜୁ ସାମସନ୍ ଓ ଉମ୍ରାନ ମଲିକଙ୍କୁ କାହିଁକି ମିଳିଲା ନାହିଁ ସୁଯୋଗ, କାରଣ କହିଲେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା

ଏହା ବି ପଢ଼ନ୍ତୁ:-ଭାରତ-ନ୍ୟୁଜିଲ୍ୟାଣ୍ଡ ଟି-20 ମ୍ୟାଚ୍ ଟାଇ ହେବାକୁ ନେଇ ଦ୍ୱନ୍ଦ୍ୱ, ଜାଣନ୍ତୁ କାହିଁକି ହେଲାନି ସୁପରଓଭର?

 

ସୂଚନାଯୋଗ୍ୟ, ଭାରତୀୟ ଦଳ ଆସନ୍ତା ମାସର ପ୍ରଥମ ସପ୍ତାହରେ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ପରେ ଡିସେମ୍ବର ୧୪-୧୮ରୁ ଚଟଗାଁ ଓ ଡିସେମ୍ବର ୨୨-୨୬ ପର୍ଯ୍ୟନ୍ତ ମୀରପୁର ଦୁଇଟି ଟେଷ୍ଟ ଖେଳିବ । ୟୁଏଇରେ ଏସିଆ କପ୍ ପରେ ରବିନ୍ଦ୍ର ଜାଡେଜା (Ravindra Jadeja) ଆଣ୍ଠୁରେ ଅସ୍ତ୍ରୋପଚାର କରାଇଥିଲେ ଓ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦଳରୁ ବାହାର ହୋଇଯାଇଥିଲେ । BCCI ର ଏକ ସୂତ୍ର ଗୋପନୀୟତା ସର୍ତ୍ତରେ କହିଛି ଯେ, ଜାଡେଜା ତାଙ୍କ ଚେକ୍ ଅପ୍ ଓ ରିହ୍ୟାବ ପାଇଁ ଅନେକ ଥର ଏନସିଏ ଯାଇଛନ୍ତି ।