IND vs SL: ଟିମ୍ ଇଣ୍ଡିଆରେ ହଠାତ୍ ହେବାକୁ ଯାଉଛି ଏହି ଖତରନାକ୍ ଖେଳାଳିଙ୍କ ଏଣ୍ଟ୍ରି! ରାହୁଲ ଦ୍ରାବିଡ ଦେଲେ ବଡ଼ ଅପଡେଟ୍
Advertisement

IND vs SL: ଟିମ୍ ଇଣ୍ଡିଆରେ ହଠାତ୍ ହେବାକୁ ଯାଉଛି ଏହି ଖତରନାକ୍ ଖେଳାଳିଙ୍କ ଏଣ୍ଟ୍ରି! ରାହୁଲ ଦ୍ରାବିଡ ଦେଲେ ବଡ଼ ଅପଡେଟ୍

IND vs SL: ଯେତେବେଳେ ଏହି ଖେଳାଳି ଟିମ୍ ଇଣ୍ଡିଆକୁ ଫେରିବେ, ସେତେବେଳେ ସେ ତାଙ୍କ ମାରାତ୍ମକ ଖେଳ ସହିତ କୌଣସି ବିପକ୍ଷ ଦଳର ବ୍ୟାଟିଂ କ୍ରମକୁ ଧ୍ୱସ୍ତ କରିବାର କ୍ଷମତା ରଖିଥାଏ । ଟିମ୍ ଇଣ୍ଡିଆର ହେଡ୍ କୋଚ୍ ରାହୁଲ ଦ୍ରାବିଡ ଏକ ବଡ଼ ଅପଡେଟ୍ ଦେଇଛନ୍ତି ଯେ, ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଭାରତୀୟ ଦଳକୁ ଫେରିବାକୁ ଯାଉଛନ୍ତି ।

IND vs SL: ଟିମ୍ ଇଣ୍ଡିଆରେ ହଠାତ୍ ହେବାକୁ ଯାଉଛି ଏହି ଖତରନାକ୍ ଖେଳାଳିଙ୍କ ଏଣ୍ଟ୍ରି! ରାହୁଲ ଦ୍ରାବିଡ ଦେଲେ ବଡ଼ ଅପଡେଟ୍

Rahul Dravid On Ravindra Jadeja: ଟିମ୍ ଇଣ୍ଡିଆ (Team India) ରେ ଖତରନାକ୍ ଖେଳାଳିଙ୍କ ଆକସ୍ମିକ ଏଣ୍ଟ୍ରିକୁ ନେଇ ଭାରତର ମୁଖ୍ୟ କୋଚ୍ (Team India Head Coach) ରାହୁଲ ଦ୍ରାବିଡ (Rahul Dravid) ଏକ ବଡ଼ ଅପଡେଟ୍ ଦେଇଛନ୍ତି । ଯେତେବେଳେ ଏହି ଖେଳାଳି ଟିମ୍ ଇଣ୍ଡିଆକୁ ଫେରିବେ, ସେତେବେଳେ ସେ ତାଙ୍କ ମାରାତ୍ମକ ଖେଳ ସହିତ କୌଣସି ବିପକ୍ଷ ଦଳର ବ୍ୟାଟିଂ କ୍ରମକୁ ଧ୍ୱସ୍ତ କରିବାର କ୍ଷମତା ରଖିଥାଏ । ଟିମ୍ ଇଣ୍ଡିଆର ହେଡ୍ କୋଚ୍ ରାହୁଲ ଦ୍ରାବିଡ (Rahul Dravid) ଏକ ବଡ଼ ଅପଡେଟ୍ ଦେଇଛନ୍ତି ଯେ, ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା (Ravindra Jadeja) ଭାରତୀୟ ଦଳ (India Cricket Team) କୁ ଫେରିବାକୁ ଯାଉଛନ୍ତି ।

ରାହୁଲ ଦ୍ରାବିଡ (Rahul Dravid) ଏହି ସଂକେତ ଦେଇଛନ୍ତି ଯେ ରବିନ୍ଦ୍ର ଜାଡେଜା (Ravindra Jadeja) ଖୁବ୍ ଶୀଘ୍ର ଦଳରେ ରହିବେ, ଯାହା ଦ୍ୱାରା ସ୍ପିନ୍ ଅଲରାଉଣ୍ଡର ବିଭାଗରେ ଭାରତ ଆହୁରି ଅଧିକ ମଜଭୁତ ହୋଇଯିବ । ଭାରତୀୟ ଦଳର ସ୍ପିନ୍ ବୋଲିଂ ଅଲରାଉଣ୍ଡର ବିଭାଗକୁ ନେଇ ରାହୁଲ ଦ୍ରାବିଡ ଖୁସି ଅଛନ୍ତି ଓ ସେ କହିଛନ୍ତି ଯେ ବର୍ତ୍ତମାନ ଏହି ବିଭାଗରେ ଟିମ୍ ଇଣ୍ଡିଆ ବହୁତ ମଜବୁତ ରହିଛି । ରାହୁଲ ଦ୍ରାବିଡ (Rahul Dravid) ଆଗକୁ କହିଛନ୍ତି ଯେ, "ମୁଁ ଭାବୁଛି ବର୍ତ୍ତମାନ ସମୟରେ ଆମର ସ୍ପିନ୍ ଅଲରାଉଣ୍ଡର ବିଭାଗ ବହୁତ ମଜବୁତ ଅଛି । ଶାହବାଜ ଅହମ୍ମଦ ମଧ୍ୟ ଦଳର ଏକ ଅଂଶ ଥିଲେ । ୱାଶିଂଟନ୍ ସୁନ୍ଦର ମଧ୍ୟ ଦଳରେ ଅଛନ୍ତି ଓ ପରେ ରବିନ୍ଦ୍ର ଜାଡେଜା ମଧ୍ୟ ଆସିବେ । ଆମେ ଦଳ ସହ ଖୁସ୍ ଅଛୁ ।" 

ଏଠାରେ କହି ରଖୁଛୁ ଯେ, ଅକ୍ସର ପଟେଲ (Axar Patel) ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-20 ମ୍ୟାଚ (IND vs SL 2nd T20) ରେ ଦୁଇଟି ୱିକେଟ୍ ନେବା ସହ ୩୧ ବଲରେ ୬୫ ରନର ଏକ ଦମଦାର୍ ଇଂନିସ ଖେଳିଥିଲେ । ଏହା ତାଙ୍କ ବିକଳ୍ପକୁ ବଢାଇ ଦେଇଛି ବୋଲି କୋଚ୍ ରାହୁଲ ଦ୍ରାବିଡ କହିଛନ୍ତି । ରାହୁଲ ଦ୍ରାବିଡ (Rahul Dravid) କହିଛନ୍ତି ଯେ, "ଟି-20 କ୍ରିକେଟରେ ଯେତେବେଳେ ସୁଯୋଗ ମିଳେ, ସେତେବେଳେ ସେ ଭଲ ପ୍ରଦର୍ଶନ କରିଛନ୍ତି । ଏହା ଏକ ଭଲ ସଙ୍କେତ । ତାଙ୍କ ଭଳି ସୁନ୍ଦର ଓ ଜାଡେଜାଙ୍କ ଭଳି ଖେଳାଳିଙ୍କ ଆଗମନ ସହିତ ଆମର ଅଧିକ ବିକଳ୍ପ ରହିବ ।"

ଅଧିକ ପଢ଼ନ୍ତୁ:-ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ ଫାଇନାଲ୍! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍

ଅଧିକ ପଢ଼ନ୍ତୁ:-ସାଉଦି କ୍ଲବରୁ ପ୍ରାୟ ୧୮୦୦ କୋଟି ଟଙ୍କା ନେବା ପରେ ବି ମ୍ୟାଚ୍ ଖେଳିପାରିବେନି ରୋନାଲ୍ଡୋ, ଜାଣନ୍ତୁ ଏହାର କାରଣ

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଏହି ଖେଳାଳି ଶେଷ କରିଦେଲେ ଭୁବନେଶ୍ୱରଙ୍କ କ୍ୟାରିୟର! ଦ୍ରାବିଡ଼-ପାଣ୍ଡ୍ୟାଙ୍କ ହୋଇଗଲେ ସବୁଠୁ ବିଶ୍ୱସ୍ତ

 

ହେଡ୍ କୋଚ୍ ରାହୁଲ ଦ୍ରାବିଡ (Rahul Dravid) ଏହା ମଧ୍ୟ କହିଛନ୍ତି ଯେ, ଦ୍ରୁତ ବୋଲିଂରେ ଶିବମ ମାଭି (Shivam Mavi) ଙ୍କ ପ୍ରଦର୍ଶନକୁ ନେଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବହୁତ ଖୁସି ଅଛନ୍ତି । ଶିବମ ମାଭି ମଧ୍ୟ ଏହି ମ୍ୟାଚରେ ଦ୍ରୁତ ୨୬ ରନ୍ ସ୍କୋର କରିଥିଲେ । ରାହୁଲ ଦ୍ରାବିଡ କହିଛନ୍ତି ଯେ, "ଦ୍ରୁତ ବୋଲିଂରେ ଆମେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କ ଉପରେ ନିର୍ଭରଶୀଳ । ଆମେ ଚାହୁଁ ଅନ୍ୟ ଖେଳାଳିମାନେ ମଧ୍ୟ ଆଗକୁ ଆସନ୍ତୁ । ମାଭିଙ୍କ ବ୍ୟାଟିଂ ଦେଖି ଭଲ ଲାଗିଲା । ଏହା ଅଧିନାୟକଙ୍କ ମୁହଁରେ ହସ ଆଣିଦେଇଛି । ଦ୍ରୁତ ବୋଲରମାନେ ଏହିପରି ବ୍ୟାଟିଂ କରୁଥିବାର ଦେଖିବା ଭଲ ଥିଲା ।"