Ravichandran Ashwin: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟରେ ୧୨ ୱିକେଟ୍ ନେଇ ଇତିହାସ ରଚିଲେ ଅଶ୍ୱିନ୍, ଭାଙ୍ଗିଲେ ମୁରଲୀଧରନଙ୍କ ରେକର୍ଡ
Advertisement
Article Detail0/zeeodisha/odisha1780964

Ravichandran Ashwin: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟରେ ୧୨ ୱିକେଟ୍ ନେଇ ଇତିହାସ ରଚିଲେ ଅଶ୍ୱିନ୍, ଭାଙ୍ଗିଲେ ମୁରଲୀଧରନଙ୍କ ରେକର୍ଡ

Ashwin broke Muttiah Muralitharan's record: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ସ୍ପିନର ଆର ଅଶ୍ୱିନ ୧୨ଟି ୱିକେଟ୍ ନେଇଥିଲେ । ଏହା ସହ ସେ ନିଜ ନାମରେ ଟେଷ୍ଟର ଏକ ସ୍ୱତନ୍ତ୍ର ରେକର୍ଡ ନାମିତ କରିଥିଲେ ।

ସୌ: ସୋସିଆଲ ମିଡିଆ

Ravichandran Ashwin Ashwin Test Record: ଡୋମିନିକାରେ ଭାରତ ଓ ୱେଷ୍ଟଇଣ୍ଡିଜ୍ (India vs West Indies) ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ (Team India) ଗୋଟିଏ ଇନିଂସ ଓ ୧୪୧ ରନରେ ଚମତ୍କାର ବିଜୟ ପଞ୍ଜିକରଣ କରିଛି । ଏହି ମ୍ୟାଚରେ ଭାରତୀୟ ସ୍ପିନର ଆର ଅଶ୍ୱିନ (R Ashwin) ୧୨ ୱିକେଟ୍ ନେଇଥିଲେ । ସେ ପ୍ରଥମ ଇନିଂସରେ ୫ୱିକେଟ୍ ଓ ଦ୍ୱିତୀୟ ଇନିଂସରେ ୭ ୱିକେଟ୍ ନେଇଥିଲେ । ଏହି ୱିକେଟ୍ ନେଇ ଅଶ୍ୱିନ୍ ଶ୍ରୀଲଙ୍କାର ପୂର୍ବତନ ଭେଟେରାନ୍ ସ୍ପିନର ମୁଥୟା ମୁରଲୀଧରନଙ୍କ (Muttiah Muralitharan) ଏକ ବିଶେଷ ରେକର୍ଡକୁ ଭାଙ୍ଗି ଦେଇଛନ୍ତି ।

ଅଶ୍ୱିନ୍ ଭାଙ୍ଗିଲେ ମୁରଲୀଧରନଙ୍କ ରେକର୍ଡ
ଟେଷ୍ଟ କ୍ରିକେଟରେ ଅଶ୍ୱିନ ୧୨ କିମ୍ବା ଏହାଠାରୁ ଅଧିକ ୱିକେଟ୍ ନେଇଥିବା ଏହା ପ୍ରଥମ ଘଟଣା ନୁହେଁ । ସେ ଷଷ୍ଠ ଥର ପାଇଁ ଏହା କରିଛନ୍ତି । ଏଥି ସହିତ ଶ୍ରୀଲଙ୍କାର ଭେଟେରାନ ମୁଥୟା ମୁରଲୀଧରନ ନିଜ କ୍ୟାରିୟରରେ ମାତ୍ର ୬ ଥର ୧୨ କିମ୍ବା ଏହାଠାରୁ ଅଧିକ ୱିକେଟ୍ ନେଇଥିଲେ । କିନ୍ତୁ, ମୁରଲୀଥାରନ୍ ୧୩୩ ଟେଷ୍ଟ ମ୍ୟାଚ୍ ରେ ଏହି ରେକର୍ଡ କରିଥିଲେ କିନ୍ତୁ ଏହି ରେକର୍ଡ କରିବା ପାଇଁ ଅଶ୍ୱିନ୍ଙ୍କୁ କେବଳ ୯୩ଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ପଡ଼ିଲା । ଏହିପରି ଭାବରେ ଅଶ୍ୱିନ୍ ମୁଥୟା ମୁରଲିଧରନଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ।

ପଛରେ ରହିଗଲେ ହରଭଜନ ସିଂ 
ଏହା ବ୍ୟତୀତ ଅଶ୍ୱିନ୍ ମଧ୍ୟ ଏହି ଟେଷ୍ଟରେ ନିଜର ୭୦୦ ଅନ୍ତର୍ଜାତୀୟ ୱିକେଟ୍ ପୂରଣ କରିବାରେ ସଫଳ ହୋଇଛନ୍ତି । ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଶେଷ ହେବା ପର୍ଯ୍ୟନ୍ତ ଅଶ୍ୱିନ ନିଜର ୭୦୯ ଆନ୍ତର୍ଜାତୀୟ ୱିକେଟ୍ ପୂରା କରିଥିଲେ । ଏହା ସହ ସେ ହରଭଜନ ସିଂଙ୍କୁ ଅତିକ୍ରମ କରି ଭାରତ ପାଇଁ ସର୍ବାଧିକ ଅନ୍ତର୍ଜାତୀୟ ୱିକେଟ୍ ନେଇଥିବା ଦ୍ୱିତୀୟ ବୋଲର ହୋଇଯାଇଥିଲେ । ହରଭଜନ ସିଂ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୭୦୭ ୱିକେଟ୍ ନେଇଥିଲେ । ଏଥିସହ ଅନିଲ କୁମ୍ବଲେ ଭାରତ ପାଇଁ ସର୍ବାଧିକ ୱିକେଟ୍ ନେଇ ୯୫୩ ୱିକେଟ୍ ନେଇ ନମ୍ବର ୱାନ ସ୍ଥାନରେ ଅଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ଏପରି ରହିଛି ଅଶ୍ୱିନଙ୍କ ଆନ୍ତର୍ଜାତୀୟ କ୍ୟାରିଅର୍  
ଅଶ୍ୱିନ୍ ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ୯୩ଟି ଟେଷ୍ଟ, ୧୧୩ଟି ODI ଓ ୬୫ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଟେଷ୍ଟରେ ସେ ହାରାହାରି ୨୩.୨୧ ରେ ୪୮୬ ୱିକେଟ୍ ନେଇଛନ୍ତି ଓ ବ୍ୟାଟ୍ ସହିତ ହାରାହାରି ୨୬.୯୬ ରେ ୩୧୨୯ ରନ୍ ସଂଗ୍ରହ କରିଛନ୍ତି । ଏହା ବ୍ୟତୀତ ସେ ହାରାହାରି ୩୩.୫ ରେ ODI ରେ ୧୫୧ ୱିକେଟ୍ ନେଇଛନ୍ତି । ଏଥି ସହିତ, ଟି-୨୦ ଇଣ୍ଟରନ୍ୟାସନାଲରେ ସେ ୨୩.୨୨ ହାରାହାରିରେ ୭୨ ୱିକେଟ୍ ନେଇସାରିଛନ୍ତି ।

ଏହା ବି ପଢନ୍ତୁ: Rohit Sharma Records: ୧୦ ବର୍ଷରେ ୧୦ଟି ଶତକ, ଷ୍ଟିଭ୍ ସ୍ମିଥଙ୍କ ରେକର୍ଡ଼ ସହ ସମକକ୍ଷ ହେଲେ ରୋହିତ ଶର୍ମା

ଏହା ବି ପଢନ୍ତୁ: India vs West Indies: ଅଶ୍ୱନିଙ୍କ ପୂର୍ବରୁ ପିତା-ପୁତ୍ରଙ୍କୁ ଆଉଟ୍ କରି ସାରିଛନ୍ତି ଏସବୁ ବୋଲର, ଜଣେ ପାକିସ୍ତାନୀ ମଧ୍ୟ ସାମିଲ, ଦେଖନ୍ତୁ ଲିଷ୍ଟ