Advertisement
Photo Details/zeeodisha/odisha1604246
photoDetails0hindi

Team India: ରବିନ୍ଦ୍ର ଜାଡେଜାଙ୍କୁ ଚାପୁଡ଼ା ମାରିବାକୁ ଚାହୁଁଥିଲେ ଅଧିନାୟକ ରୋହିତ ଶର୍ମା, ଜାଣନ୍ତୁ ପୂରା ଘଟଣା

Team India: ରୋହିତ ଶର୍ମା ଏହି ଘଟଣା ବିଷୟରେ କହିଛନ୍ତି ଯେ ସେ ସେତେବେଳେ ରବିନ୍ଦ୍ର ଜାଡେଜାଙ୍କୁ ଚାପୁଡ଼ା ମାରିବାକୁ ଚିନ୍ତା କରିଥିଲେ, କାରଣ ଯଦି ସେହି ଚିତାବାଘ ତାଙ୍କ ଜିପ ଆଡକୁ ଆସନ୍ତି, ତେବେ ତାଙ୍କ ଜୀବନ ବଞ୍ଚାଇବା ତାଙ୍କ ପାଇଁ ବହୁତ କଷ୍ଟସାଧ୍ୟ ହୋଇଥାନ୍ତା ।

 

1/6

Ravindra Jadeja Vs Rohit Sharma: ଭାରତୀୟ ଦଳ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ତ୍ତମାନ ୪ ମ୍ୟାଚ୍ ବିଶିଷ୍ଟ ବୋର୍ଡର-ଗାଭାସ୍କର ଟ୍ରଫି ଖେଳିବାରେ ବ୍ୟସ୍ତ ଅଛି । ଏହି ଟେଷ୍ଟ ସିରିଜରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୩ଟି ମ୍ୟାଚ ମଧ୍ୟରୁ ଭାରତ ୨ଟିରେ ଜିତିଥିବା ବେଳେ ଅଷ୍ଟ୍ରେଲିଆ ଦଳ ଗୋଟିଏ ମ୍ୟାଚରେ ଜିତିଛି । ଟେଷ୍ଟ ସିରିଜରେ ଏପର୍ଯ୍ୟନ୍ତ ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ରବିନ୍ଦ୍ର ଜାଡେଜା ଉତ୍କୃଷ୍ଟ ପ୍ରଦର୍ଶନ ଦେଖାଇ ଆସିଛନ୍ତି ।

 

2/6

ବଲ୍ ଓ ବ୍ୟାଟ୍ ସହିତ ଏହି ଟେଷ୍ଟ ସିରିଜରେ ରବିନ୍ଦ୍ର ଜାଡେଜା ଏପର୍ଯ୍ୟନ୍ତ ଉତ୍କୃଷ୍ଟ ପ୍ରଦର୍ଶନ କରି ଆସିଛନ୍ତି, ଏହି କାରଣରୁ ସେ ଆଇସିସି ଟେଷ୍ଟ ଅଲରାଉଣ୍ଡର ମାନ୍ୟତାରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି । ନାଗପୁର ଓ ଦିଲ୍ଲୀ ଟେଷ୍ଟ ମ୍ୟାଚରେ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଜାଡେଜାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଆଖ୍ୟା ମଧ୍ୟ ଦିଆଯାଇଥିଲା ।

3/6

ଆଜି ରବିନ୍ଦ୍ର ଜାଡେଜା ଓ ବର୍ତ୍ତମାନର ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ଘଟିଥିବା ଏକ ଘଟଣା ବିଷୟରେ କହିବାକୁ ଯାଉଛୁ । ବାସ୍ତବରେ,୨୦୧୭-୧୮ ବର୍ଷରେ ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ରୋହିତ ଶର୍ମା ରବିନ୍ଦ୍ର ଜାଡେଜାଙ୍କ ଗୋଟିଏ କାମରେ ଏତେ ରାଗି ଯାଇଥିଲେ ଯେ ସେ ତାଙ୍କୁ ଚାପୁଡ଼ା ମାରିବାକୁ ମଧ୍ୟ ଚାହୁଁଥିଲେ ।

4/6

ଦକ୍ଷିଣ ଆଫ୍ରିକା ଗସ୍ତରେ ରୋହିତ ଶର୍ମା ଓ ଅଜିଙ୍କ୍ୟ ରାହାଣେ ମ୍ୟାଚ୍ ସମୟରେ ପାଇଥିବା ବିରତି ସମୟରେ ନିଜ ପରିବାର ସହିତ ଜଙ୍ଗଲରେ ବୁଲିବାକୁ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ରବିନ୍ଦ୍ର ଜାଡେଜା ମଧ୍ୟ ତାଙ୍କ ସହ ଥିଲେ । ଏହି ସମୟରେ ୨ଟି ଚିତାବାଘ ତାଙ୍କ ଜିପ୍ ନିକଟରେ ପହଞ୍ଚିଥିଲା ।

5/6

ଚିତାବାଘ ସେହି ସମୟରେ ସେମାନଙ୍କର ଶିକାର ଖାଉଥିଲା, କିନ୍ତୁ ସେହି ସମୟରେ ଜାଡେଜା ସେମାନଙ୍କ ସହ ଲାଗିବାକୁ ଚେଷ୍ଟା କରିଥିଲେ । ରୋହିତ ଶର୍ମା ତାଙ୍କର ଏହି କାର୍ଯ୍ୟ ଉପରେ ଅତ୍ୟଧିକ ନର୍ଭସ ହୋଇଥିଲେ, ଯାହାକୁ ସେ ଏକ ସାକ୍ଷାତକାର ସମୟରେ ମଧ୍ୟ ଉଲ୍ଲେଖ କରିଥିଲେ ।

6/6

ରୋହିତ ଶର୍ମା ଏହି ଘଟଣା ବିଷୟରେ କହିଥିଲେ ଯେ ସେ ସେତେବେଳେ ରବିନ୍ଦ୍ର ଜାଡେଜାଙ୍କୁ ଚାପୁଡ଼ା ମାରିବାକୁ ଚିନ୍ତା କରିଥିଲେ, କାରଣ ଯଦି ସେହି ଚିତାବାଘ ତାଙ୍କ ଜିପ ଆଡକୁ ଆସନ୍ତି, ତେବେ ତାଙ୍କ ଜୀବନ ବଞ୍ଚାଇବା ତାଙ୍କ ପାଇଁ ବହୁତ କଷ୍ଟସାଧ୍ୟ ହୋଇଥାନ୍ତା ।