Advertisement
photoDetails0hindi

Richest Cricketer: ବିରାଟ କିମ୍ୱା ଧୋନି ନୁହଁନ୍ତି, ଏହି ଖେଳାଳି ହେଉଛନ୍ତି ବିଶ୍ୱର ସବୁଠାରୁ ଧନୀ କ୍ରିକେଟର; ମୋଟ ସମ୍ପତ୍ତି ମୂଲ୍ୟ ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍!

Richest Cricketer In The World: କ୍ରିକେଟ୍ ଦୁନିଆର ସବୁଠାରୁ ଧନୀ କ୍ରୀଡା ମଧ୍ୟରୁ ଗୋଟିଏ ଖେଳ । କ୍ରିକେଟରେ ଖ୍ୟାତି ସହିତ ବହୁତ ଟଙ୍କା ମଧ୍ୟ ଅଛି । ଆସନ୍ତୁ ଜାଣିବା ବର୍ତ୍ତମାନ ସବୁଠାରୁ ଧନୀ କ୍ରିକେଟର କିଏ? କିନ୍ତୁ ବିଶେଷ କଥା ହେଉଛି ଏହି ତାଲିକାରେ ବିରାଟ କୋହଲି (Virat Kohli) ଓ ଏମଏସ ଧୋନି ( MS Dhoni) ଙ୍କ ଉପରେ 15 ବର୍ଷ ପୂର୍ବେ ଅବସର ନେଇଥିବା ଜଣେ ଖେଳାଳିଙ୍କ ନାମ ଅଛି ।

1/5

ସିଇଓ ୱାର୍ଲ୍ଡ ମାଗାଜିନ ଅନୁଯାୟୀ ଅଷ୍ଟ୍ରେଲୀୟ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଆଡାମ ଗିଲକ୍ରିଷ୍ଟ (Adam Gilchrist) ହେଉଛନ୍ତି ବିଶ୍ୱର ସବୁଠାରୁ ଧନୀ କ୍ରିକେଟର । ବିରାଟ କୋହଲି, ସଚିନ ତେନ୍ଦୁଲକର ଏବଂ ଏମଏସ ଧୋନିଙ୍କ ଅପେକ୍ଷା ଗିଲକ୍ରିଷ୍ଟଙ୍କ ମୋଟ ସମ୍ପତ୍ତି ମୂଲ୍ୟ ଅଧିକ । ତାଙ୍କର ନେଟୱର୍ଥ ପ୍ରାୟ ୩୧୩୦ କୋଟି ହେବ ।

2/5

କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର (Sachin Tendulkar) ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସଚିନ ତେନ୍ଦୁଲକରଙ୍କ ମୋଟ ସମ୍ପତ୍ତି ମୂଲ୍ୟ ପାଖାପାଖି ୧୪୦୦ କୋଟି ଟଙ୍କା ।

 

3/5

ଭାରତର ପୂର୍ବତନ ଅଧିନାୟକ ଏମଏସ ଧୋନି (MS Dhoni) ବିଶ୍ୱର ତୃତୀୟ ଧନୀ କ୍ରିକେଟର । ଏମଏସ ଧୋନିଙ୍କ ମୋଟ ସମ୍ପତ୍ତି ମୂଲ୍ୟ ପାଖାପାଖି ୯୪୯ କୋଟି ଟଙ୍କା ଅଟେ ।

 

ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆ ପାଇଁ ଆସିଲା ଖରାପ ଖବର, ଦିନିକିଆ ସିରିଜରୁ ବାହାର ହେଲେ ଏହି ବଡ଼ ମ୍ୟାଚ୍ ୱିନର୍ ବ୍ୟାଟ୍ସମ୍ୟାନ୍

 ଅଧିକ ପଢ଼ନ୍ତୁ-ଏସିଆ କପ୍ ୨୦୨୩ ପୂର୍ବରୁ BCCIକୁ ଧମକ ଦେଲେ PCB ଅଧ୍ୟକ୍ଷ ନଜାମ ସେଠୀ

4/5

ଏହି ତାଲିକାରେ ଟିମ୍ ଇଣ୍ଡିଆର ଡ୍ୟାସିଂ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli) ଚତୁର୍ଥ ସ୍ଥାନରେ ଅଛନ୍ତି । ବିରାଟ କୋହଲିଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୯୨୩ କୋଟି ଟଙ୍କା ପାଖାପାଖି ରହିଛି । ଆପଣଙ୍କୁ କହି ରଖୁଛୁ ଯେ, କ୍ରିକେଟ୍ ବ୍ୟତୀତ ବିରାଟ କୋହଲି ବିଜ୍ଞାପନ ମାଧ୍ୟମରେ ବହୁତ ଟଙ୍କା ରୋଜଗାର କରନ୍ତି ।

5/5

ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍ଗ (Ricky Ponting) ଧନୀ କ୍ରିକେଟର ତାଲିକାରେ ପଞ୍ଚମ ସ୍ଥାନରେ ଅଛନ୍ତି । ରିକି ପଣ୍ଟିଙ୍ଗଙ୍କ ନେଟୱର୍ଥ ମୂଲ୍ୟ ପାଖାପାଖି ୬୧୭ କୋଟି ଟଙ୍କା ହେବ ।