Advertisement
photoDetails0hindi

Ranji Trophy 2022-23 Rajat Patidar: କ୍ରିକେଟ୍ ପାଇଁ କଲେ ନାହିଁ ବିବାହ! ଲଗାତର କରୁଛନ୍ତି ରନ ବର୍ଷା, କିନ୍ତୁ ରୋହିତଙ୍କୁ ନାହିଁ ଭରସା, ବର୍ତ୍ତମାନ...

Ranji Trophy 2022-23: ରବିବାର ଦିନ ରଣଜୀ ଟ୍ରଫିରେ ଏକ ବଡ଼ ଓଲଟପାଲଟ ଦେଖାଦେଇଥିଲା । ସେମିଫାଇନାଲ (Madhya Pradesh vs Bengal Ranji Trophy Semi-Final) ରେ ବଙ୍ଗଳା ଠାରୁ ହାରିବା ପରେ ଡିଫେଣ୍ଡିଂ ଚାମ୍ପିଅନ୍ ମଧ୍ୟ ପ୍ରଦେଶ ଦଳ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଥିଲା । ଦ୍ୱିତୀୟ ଇନିଂସରେ ରଜତ ପାଟିଦାର (Rajat Patidar) ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ସେ ଦଳକୁ ଜିତାଇ ପାରିନଥିଲେ । ଏହିପରି ଭାବରେ ତାଙ୍କଠାରୁ ଚାମ୍ପିଅନ୍ ଆଖ୍ୟା ମଧ୍ୟ ହଟିଯାଇଛି ।

1/7

Ranji Trophy 2022-23, Rajat Patidar: ପ୍ରଥମ ଶ୍ରେଣୀ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି (Ranji Trophy 2022-23) ରେ ରବିବାର ଦିନ ଓଲଟପାଲଟ ଦେଖିବାକୁ ମିଳିଥିଲା ।​ ଡିଫେଣ୍ଡିଂ ଚାମ୍ପିଅନ୍ ମଧ୍ୟ ପ୍ରଦେଶ ଦଳ ସେମିଫାଇନାଲ (Ranji Trophy Semi-Final) ରେ ଏକ ବଡ଼ ପରାଜୟର ସମ୍ମୁଖୀନ ହୋଇଥିଲା । ଫଳରେ ଦଳ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଛି । ବଙ୍ଗଳା ମଧ୍ୟ ପ୍ରଦେଶ ((Madhya Pradesh vs Bengal Ranji) କୁ ୩୦୬ ରନରେ ପରାସ୍ତ କରିଛି ।

2/7

ମ୍ୟାଚର ପଞ୍ଚମ ତଥା ଶେଷ ଦିନରେ ବଙ୍ଗଳା ଦଳ ଦ୍ୱିତୀୟ ଇନିଂସରେ ୨୭୯ ରନ୍ ସ୍କୋର କରିବା ପରେ ଅଲଆଉଟ୍ ହୋଇଥିଲା । ବଙ୍ଗଳା ଦଳ ପ୍ରଥମ ଇନିଂସରେ ୪୩୮ ରନ୍ ସ୍କୋର କରିଥିଲା । ଏହାର ଜବାବରେ ମଧ୍ୟ ପ୍ରଦେଶ ଦଳ ପ୍ରଥମ ଇନିଂସରେ ମାତ୍ର ୧୭୦ ରନ୍ ସ୍କୋର କରିଥିଲା । ଏହି ଉପାୟରେ ବଙ୍ଗଳା ଦଳ ୫୪୮ ରନର ଏକ ବଡ଼ ଲକ୍ଷ୍ୟ ହାସଲ କରିଥିଲା ।

3/7

ମ୍ୟାଚ୍‌ର ଶେଷ ଦିନରେ ଦ୍ୱିତୀୟ ଇନିଂସରେ ୩୯.୫ ଓଭରରେ ୨୪୧ ରନ୍ ସ୍କୋର କରିବା ପରେ ମଧ୍ୟ ପ୍ରଦେଶ ଦଳ ପାଭିଲିୟନକୁ ଫେରିଥିଲେ । ଦ୍ୱିତୀୟ ଇନିଂସରେ ୫୮ଟି ବଲରେ ରଜତ ପାଟିଦାର (Rajat Patidar) ୫୨ ରନ୍ କରିଥିଲେ । ସେ ଦଳ ପାଇଁ ସର୍ବାଧିକ ରନ୍ ସ୍କୋରର ଥିଲେ । ପ୍ରଦିପ୍ତ ପ୍ରମାନିକ ୫ ୱିକେଟ୍ ନେଇଥିଲେ ।

4/7

ରଣଜୀ ଟ୍ରଫିର ଦ୍ୱିତୀୟ ସେମିଫାଇନାଲରେ କର୍ଣ୍ଣାଟକକୁ ପରାସ୍ତ କରି ସୌରାଷ୍ଟ୍ର ଟାଇଟଲ ରାଉଣ୍ଡରେ ପ୍ରବେଶ କରିଛି । ବର୍ତ୍ତମାନର ଟୁର୍ଣ୍ଣାମେଣ୍ଟରେ ରଜତ ପାଟିଦାର (Rajat Patidar) ୪୭ର ଏଭେରେଜରେ ୫୬୫ ରନ୍ ସ୍କୋର କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୬ଟି ଅର୍ଦ୍ଧ ଶତକ ଇନିଂସ ସାମିଲ ରହିଛି । ଗତ ସିଜନରେ ସେ (Rajat Patidar) ଦଳକୁ ଚାମ୍ପିୟନ କରାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଗତଥର ରଜତ ପାଟିଦାର (Rajat Patidar) ୮୨ ଏଭେରେଜରେ ୬୫୮ ରନ୍ ସ୍କୋର କରିଥିଲେ ।

5/7

ରଜତ ପାଟିଦାର (Rajat Patidar) ଆଇପିଏଲ୍ ୨୦୨୨ର ଆକ୍ସନରେ ବିକ୍ରି ହୋଇ ନଥିଲେ । କିନ୍ତୁ ଖେଳାଳିଙ୍କ ଆଘାତ ପରେ ରଜତ ପାଟିଦାର RCBରେ ସୁଯୋଗ ପାଇଥିଲେ । ରଜତ ପାଟିଦାର ଏହାର ସୁଯୋଗ ନେଇ ୮ଟି ମ୍ୟାଚରେ ୩୩୩ ରନ୍ ସଂଗ୍ରହ କରିଥିଲେ । ଏଥିରେ ଗୋଟିଏ ଶତକ ଓ ୩ଟି ଅର୍ଦ୍ଧ ଶତକ ମଧ୍ୟ ସାମିଲ ରହିଛି । 

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆ ପାଇଁ ବଡ଼ ଖରାପ ଖବର, ଅଷ୍ଟ୍ରେଲିଆ ସିରିଜର ଦ୍ୱିତୀୟ ମ୍ୟାଚରୁ ବାହାର ହେଲେ ଏହି ଖତରନାକ୍ ଖେଳାଳି

ଅଧିକ ପଢ଼ନ୍ତୁ:-ଭଗବାନ ରାମ ଓ ମା ସୀତାଙ୍କ ବିବାହ ସମୟରେ କେତେ ଥିଲା ବୟସ, ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ

6/7

ନିକଟ ଅତୀତରେ ରଜତ ପାଟିଦାର (Rajat Patidar) ଭାରତୀୟ ଦଳ ପାଇଁ ମଧ୍ୟ ମନୋନୀତ ହୋଇଥିଲେ । କିନ୍ତୁ ଭାରତୀୟ ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ଓ କୋଚ ରାହୁଲ ଦ୍ରାବିଡ (Rahul Dravid) ତାଙ୍କୁ କୌଣସି ମ୍ୟାଚରେ ସୁଯୋଗ ଦେଇନଥିଲେ ।

7/7

ଆଇପିଏଲ ୨୦୨୨ ନିଲାମରେ ବିକ୍ରି ନହେବା ପରେ ରଜତ ପାଟିଦାର (Rajat Patidar) ବିବାହ ପାଇଁ ପ୍ରସ୍ତୁତି କରୁଥିଲେ । ଏପରିକି ତାଙ୍କ ପରିବାର ସଦସ୍ୟ ତାଙ୍କ ବାହାଘର ପାଇଁ ହୋଟେଲ ବୁକ୍ କରିଥିଲେ ମଧ୍ୟ ଆରସିବିରୁ କଲ ପାଇବା ପରେ ଏହାକୁ ସ୍ଥଗିତ ରଖାଯାଇଥିଲା । ଏଠାରେ କହି ରଖୁଛୁ ଯେ, ଗତଥର ରଣଜୀ ଟ୍ରଫିର ଫାଇନାଲରେ ମଧ୍ୟ ପ୍ରଦେଶ ମୁମ୍ବାଇ ଭଳି ଏକ ଶକ୍ତିଶାଳୀ ଦଳକୁ ପରାସ୍ତ କରିଥିଲେ ।