Advertisement
photoDetails0hindi

Valentine Day 2023: ବିବାହ ପରେ ପ୍ରଥମ ଥର ଏହି ସବୁ ସେଲିବ୍ରିଟି ପାଳିଲେ ଭାଲେଣ୍ଟାଇନ୍ସ ଡେ'

Valentine Day 2023: ଆଜି ହେଉଛି ଭାଲେଣ୍ଟାଇନ୍‌ ଡେ’(Valentines Day) ବା ପ୍ରେମ ଦିବସ। ଏବେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା କିଛି ସେଲିବ୍ରିଟି କିଭଳି ନିଜ ଭାଲେଟାଇନ୍ସ ଡେ ସେଲିବ୍ରେସନ୍ କରିଛନ୍ତି ଆସନ୍ତୁ ଜାଣିବ।

1/5

ଆଲିଆ ଭଟ୍ଟ ଏବଂ ରଣବୀର କପୁର ଗତବର୍ଷ ଏପ୍ରିଲ ୧୪ରେ  ବିବାହ କରିଥିଲେ। ବର୍ତ୍ତମାନ ସେମାନଙ୍କ ଜୀବନରେ ଏକ କୁନି ଅତିଥି ଆସି ସାରିଛି । ଯାହା ସେମାନଙ୍କ ପ୍ରଥମ ଭାଲେଟାଇନ୍ସକୁ ଅଧିକ ସ୍ପେଶାଲ କରିବ । ଉଭୟ ନିଜ ଦାମ୍ପତ୍ୟ ଜୀବନକୁ ଖୁବ ଖୁସିରେ ଉପଭୋଗ କରୁଛନ୍ତି । 

2/5

ସେହିପରି ସାଉଥ୍ ଅଭିନେତ୍ରୀ ନୟନତାରା ଓ ତାଙ୍କ ପତୀ ତଥା ଫିଲ୍ମ ନିର୍ଦ୍ଦେଶକ ବିଗ୍ନେଶ । ଦିର୍ଘ ବର୍ଷ ଧରି ପରପ୍ପରକୁ ଭଲ ପାଉଥିଲେ। ଗତବର୍ଷ ଜୁନ୍ ୯ରେ ଉଭୟଙ୍କ ବିବାହ ହୋଇଥିଲା।  ପରେ ସେମାନେ ସରୋଗେସି ମାଧ୍ୟମରେ ଜାଆଁଳା ସନ୍ତାନର ପିତାମାତା ହୋଇଛନ୍ତି। ତେବେ,ଏହି ଷ୍ଟାର କପଲଙ୍କ ଭାଲେଟାଇନ୍ସକୁ ଅଧିକ ସ୍ପେଶାଲ କରିଛି  ସେମାନଙ୍କ ଜାଆଁଳା ସନ୍ତାନ । 

 

3/5

ହଂସିକା ମୋଟଓ୍ବାନି ଓ ସୋହେଲ କାଥୁରିଆ ମଧ୍ୟ ଚଳିତ ବର୍ଷ ହାତକୁ ଦି ହାତ ହୋଇଛନ୍ତି । ହାନସିକା ମୋଟୱାନି ଏବଂ ସୋହେଲ ଖାଟୁରିଆ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିଲେ। ଜୀବନ ସାଥୀ ହେବା ପୂର୍ବରୁ ହଂସିକା ଏବଂ ସୋହେଲ ମଧ୍ୟ ବ୍ୟବସାୟିକ ସହଯୋଗୀ ମଧ୍ଯ ରହିଥିଲେ । 

4/5

କ୍ରିକେଟର କେ.ଏଲ ରାହୁଲ  ଚଳିତ ବର୍ଷ ଆରମ୍ଭରୁ ଅର୍ଥାତ ଜାନୁଆରୀ ୨୩ରେ ସୁନୀଲ ସେଟ୍ଟୀଙ୍କ ଝିଅ ଆଖିଆଙ୍କୁ ବିବାହ କରିଥିଲେ।  ତେବେ, ବିବାହ ପରେ ଏହା ଉଭୟଙ୍କ ପାଇଁ ପ୍ରଥମ ଭାଲେଟାଇନ୍ସ । ତେବେ,ଏହି ଭାଲେଟାଇନ୍ସରେ କିଏ କାହାକୁ କଣ ଉପହାର ଦେଉଛି । ତାହାତ ସମୟ କହିବ।

 

5/5

ସେହିପରି ଏବେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା  କିୟାରା ଓ ସିଦ୍ଧାର୍ଥଙ୍କର ଏହା ହେଉଛି ପ୍ରଥମ ଭାଲେଟାଇନ୍ସ ।  ସେମାନେ ମଧ୍ୟ ଖୁବ ଖୁସିର ସହକାରେ ସେଲିବ୍ରେସନ କରିଛନ୍ତି ଏହି ପ୍ରେମ ଦିବସକୁ ।