Advertisement
photoDetails0hindi

IND vs AUS: ପ୍ରଥମ ଦିନିକିଆ ବିଜୟର ଏହି ୪ ହିରୋ ଏପରି ପଲଟିଲେ ବାଜି, ଏହା ଥିଲା ମ୍ୟାଚର ଟର୍ଣ୍ଣିଂ ପଏଣ୍ଟ

India vs Australia 1st ODI: ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଘରୋଇ ODI ସିରିଜ (India vs Australia ODI Series) ରେ ବିଜୟ ସହ ଟିମ୍ ଇଣ୍ଡିଆ (Team India) ଆରମ୍ଭ କରିଛି । ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ୍ (IND vs AUS 1st ODI Match) ଶୁକ୍ରବାର (ମାର୍ଚ୍ଚ ୧୭) ମୁମ୍ବାଇର ୱାନକେଡେ ଷ୍ଟାଡିୟମରେ ଖେଳାଯାଇଛି । ଏହି ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ଥିଲା ଯେଉଁଥିରେ ଟିମ୍ ଇଣ୍ଡିଆ ୫ ୱିକେଟରେ ଜିତିଛି । 

1/5

India vs Australia 1st ODI: ଏହି ବିଜୟର ୪ ଜଣ ହିରୋ ଥିଲେ, ଯେଉଁମାନେ ଅଷ୍ଟ୍ରେଲିଆକୁ ସବୁ ଦିଗରୁ ଅଟକାଇ ଶେଷରେ ମ୍ୟାଚକୁ ଜିତାଇଥିଲେ । ଏହି ୪ ଜଣ ହିରୋ ହେଉଛନ୍ତି ଦ୍ରୁତ ବୋଲର ମହମ୍ମଦ ସିରାଜ (Mohammed Siraj), ମହମ୍ମଦ ଶାମି (Mohammed Shami), ସ୍ପିନ୍ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା (Ravindra Jadeja) ଏବଂ ଓପନର୍ କେ.ଏଲ୍ ରାହୁଲ (KL Rahul) ।

ଜାଡେଜାଙ୍କ ଅଲରାଉଣ୍ଡର ପ୍ରଦର୍ଶନ

2/5
ଜାଡେଜାଙ୍କ ଅଲରାଉଣ୍ଡର ପ୍ରଦର୍ଶନ

ସର୍ବପ୍ରଥମେ, ଚାଲନ୍ତୁ ପ୍ଲେୟାର ଅଫ୍ ମ୍ୟାଚ୍ ରବିନ୍ଦ୍ର ଜାଡେଜା ବିଷୟରେ ଆଲୋଚନା କରିବା । ସେ ପ୍ରଥମେ ବୋଲିଂ କରି ୨ ୱିକେଟ୍ ନେଇଥିଲେ । ଏହା ପରେ ୧୮୯ ରନ୍‌ର ଟାର୍ଗେଟକୁ ପିଛା କଲେ ସେତେବେଳେ ଭାରତୀୟ ଦଳ ୮୩ ରନ୍‌ରେ ୫ ୱିକେଟ୍ ହରାଇଥିଲା । ଏହି ସମୟରେ ରବିନ୍ଦ୍ର ଜାଡେଜା ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ ଓ ୬୯ ବଲରେ ଅପରାଜିତ ୪୫ ରନର ଇନିଂସ ଖେଳିଥିଲେ । କେଏଲ ରାହୁଲଙ୍କ ସହ ଷଷ୍ଠ ୱିକେଟ୍ ପାଇଁ ୧୨୩ଟି ବଲରେ ଜାଡେଜା ୧୦୮ ରନର ଅପରାଜିତ ପାର୍ଟନରଶିପ୍ କରିଥିଲେ ।

ବିଜୟର ଦ୍ୱିତୀୟ ହିରୋ ହେଉଛନ୍ତି କେ.ଏଲ୍ ରାହୁଲ

3/5
ବିଜୟର ଦ୍ୱିତୀୟ ହିରୋ ହେଉଛନ୍ତି କେ.ଏଲ୍ ରାହୁଲ

ବିଜୟର ଦ୍ୱିତୀୟ ହିରୋ ହେଉଛନ୍ତି କେ.ଏଲ୍ ରାହୁଲ, ଯିଏ ୱିକେଟ୍ ପଡ଼ିବା ମଝିରେ କ୍ରିଜରେ ନିଜ ପାଦ ଜମାଇ ରଖିଥିଲେ । ଏକ କଠିନ ପରିସ୍ଥିତିରେ ସେ ତାଙ୍କ କ୍ୟାରିୟରର ୧୩ତମ ଅର୍ଦ୍ଧଶତକ ଲଗାଇ ଦଳକୁ ଜିତାଇଛନ୍ତି । ଓପନିଂ କରିବାକୁ ଆସିଥିବା କେଏଲ ରାହୁଲ ୯୧ ବଲରେ ୭୫ ରନର ଏକ ମ୍ୟାଚ୍ ଜିତାଉ ଇନିଂସ ଖେଳି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ।

ବୋଲିଂରେ ସିରାଜ-ଶାମିଙ୍କ ଦମଦାର୍ ପ୍ରଦର୍ଶନ

4/5
ବୋଲିଂରେ ସିରାଜ-ଶାମିଙ୍କ ଦମଦାର୍ ପ୍ରଦର୍ଶନ

ମ୍ୟାଚରେ ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଦଳ ୩୫.୪ ଓଭରରେ ୧୮୮ ରନରେ ଅଲଆଉଟ୍ ହୋଇଯାଇଥିଲା । ଏକ ସମୟରେ ଅଷ୍ଟ୍ରେଲିଆ ପ୍ରଥମ ୨୦ ଓଭରରେ ପାଖାପାଖି ୧୩୦ ରନ୍ ସଂଗ୍ରହ କରିଥିଲା । ସେତେବେଳେ ମିଚେଲ ମାର୍ଶ ଅଷ୍ଟ୍ରେଲିଆ ଦଳକୁ ୩୦୦ ସ୍କୋରରେ ନେବାକୁ ଚାହୁଁଥିଲେ । କିନ୍ତୁ ଏଠାରୁ ଶାମି-ସିରାଜ ମୋର୍ଚ୍ଚା ସମ୍ଭାଳି ୩-୩ ୱିକେଟ୍ ନେଇ ସମଗ୍ର ଅଷ୍ଟ୍ରେଲିଆ ଦଳକୁ ୧୮୮ ରନରେ ଅଲଆଉଟ୍ କରିଥିଲେ । ଏହି ମ୍ୟାଚରେ ଶାମି ୧୭ ରନ୍ ଦେଇ ୩ ୱିକେଟ୍ ନେଇଥିଲେ । ସିରାଜ ୨୯ ରନ୍ ଦେଇ ସମାନ ସଂଖ୍ୟକ ୱିକେଟ୍ ନେଇଥିଲେ । 

ଅଧିକ ପଢ଼ନ୍ତୁ-ଲାଇଭ୍ ମ୍ୟାଚରେ କୋହଲିଙ୍କ ସହ ଦୁର୍ବ୍ୟବହାର କଲେ ପାଣ୍ଡ୍ୟା, ଅଧିନାୟକ ହେବା ପରେ ବଢ଼ିଚାଲିଛି ଗର୍ବ ଅହଂକାର! ଦେଖନ୍ତୁ ଭିଡିଓ

ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ODI ସିରିଜରୁ ବାହାର ହେଲେ ଏହି ଖତରନାକ୍ ଖେଳାଳି

ଅଧିକ ପଢ଼ନ୍ତୁ-ମ୍ୟାଚ ଜିତିବା ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଖୁସିରେ ଗଦଗଦ, ଏହି ଖେଳାଳିଙ୍କୁ କହିଲେ ଦଳର ସବୁଠାରୁ ବଡ଼ ହିରୋ

ଏହା ମଧ୍ୟ ଥିଲା ମ୍ୟାଚର ଟର୍ଣ୍ଣିଂ ପଏଣ୍ଟ

5/5
ଏହା ମଧ୍ୟ ଥିଲା ମ୍ୟାଚର ଟର୍ଣ୍ଣିଂ ପଏଣ୍ଟ

ଯଦି ପ୍ରକୃତ ଅର୍ଥରେ ଦେଖାଯାଏ, ଏହା ମଧ୍ୟ ମ୍ୟାଚର ଟର୍ଣ୍ଣିଂ ପଏଣ୍ଟ ଥିଲା । ୧୬୯ ରନରେ ଅଷ୍ଟ୍ରେଲିଆ ଦଳକୁ ପଞ୍ଚମ ଝଟକା ଲାଗିଥିଲା । ଏହା ପରେ ବାକି ଦଳ ୧୮୮ ରନରେ ଅଲଆଉଟ୍ ହୋଇଯାଇଥିଲା । ଅର୍ଥାତ ଯଦି ଦେଖାଯାଏ, କଙ୍ଗାରୁ ଦଳ ପରବର୍ତ୍ତୀ ୧୯ ରନ୍ ସ୍କୋରରେ ଶେଷ ୫ ୱିକେଟ୍ ହରାଇଥିଲା । ଯଦି ଏହା ହୋଇନଥାନ୍ତା ଓ ଅଷ୍ଟ୍ରେଲିଆ ଦଳ ୨୫୦ରୁ ଅଧିକ ସ୍କୋର କରିଥାନ୍ତେ, ତେବେ ଭାରତୀୟ ଦଳ ଏହି ମ୍ୟାଚ ଜିତିବା ଅସମ୍ଭବ ହୋଇଥାନ୍ତା ।