Advertisement
photoDetails0hindi

BCCI Selection Committee: ମୁଖ୍ୟ ଚୟନକର୍ତ୍ତା ପଦବୀ ପାଇଁ ବିସିସିଆଇ ଜାରି କଲା ଖାଲି ବିଜ୍ଞପ୍ତି, ଜାଣନ୍ତୁ କ’ଣ ହେବା ଉଚିତ୍ ଯୋଗ୍ୟତା?

BCCI Selection Committee: ଷ୍ଟିଙ୍ଗ ଅପରେସନରେ ଧରା ପଡ଼ିବା ପରେ ଚେତନ ଶର୍ମା ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଥିଲେ ଓ ସେବେଠାରୁ ଚୟନ କମିଟିରେ ମୁଖ୍ୟ ଚୟନକର୍ତ୍ତା ପଦବୀ ଖାଲି ପଡ଼ିଛି ।

1/5

ଚେତନ ଶର୍ମାଙ୍କ ଇସ୍ତଫା ପରେ ବିସିସିଆଇର ବରିଷ୍ଠ ଚୟନ କମିଟିର ଗୋଟିଏ ପଦବୀ ପୁରାଣ କରିବା ପାଇଁ ବିଜ୍ଞପ୍ତି ଜାରି କରିଛି । ବର୍ତ୍ତମାନ ବିସିସିଆଇ ଏହି ସ୍ଥାନ ପୂରଣ କରିବାକୁ ଚିନ୍ତା କରିଛି ଓ ଏଥିପାଇଁ ଆବେଦନ ମାଗିଛି । ଏଭଳି ପରିସ୍ଥିତିରେ ବିସିସିଆଇର ପୁରୁଷ ସିନିୟର କମିଟିରେ ଚୟନକର୍ତ୍ତା ହେବାର ଯୋଗ୍ୟତା କ’ଣ ହେବା ଉଚିତ, ଆମେ ଆପଣଙ୍କୁ କହୁଛୁ ।

2/5

ଯିଏ ଏହି ପଦବୀ ପାଇଁ ଆବେଦନ କରିବ ସେଥିପାଇଁ ବିସିସିଆଇ କିଛି ମାନଦଣ୍ଡ ସ୍ଥିର ହୋଇଛି । ଆବେଦନକାରୀ ଅତିକମରେ ସାତଟି ଟେଷ୍ଟ ମ୍ୟାଚର ଅଭିଜ୍ଞତା ରହିବା ଉଚିତ୍ ।

3/5

ଯଦି ସାତୋଟି ଟେଷ୍ଟ ମ୍ୟାଚ୍ ନଥିବ, ତେବେ ଅତି କମରେ ୩୦ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ କିମ୍ବା ୧୦ଟି ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚ୍ ଓ ୨୦ଟି ପ୍ରଥମ ଶ୍ରେଣୀ ମ୍ୟାଚର ଅଭିଜ୍ଞତା ରହିବା ଉଚିତ୍ ।

4/5

ଏହା ବ୍ୟତୀତ, ଯଦି କୌଣସି ପୂର୍ବତନ ଖେଳାଳି ଯିଏ ଏଥିପାଇଁ ଆବେଦନ କରିବାକୁ ଚାହାଁନ୍ତି, ତେବେ ତାଙ୍କୁ ନିଶ୍ଚିତ ଭାବରେ ଅବସର ନେବାର ଅତି କମରେ ପାଞ୍ଚ ବର୍ଷ  ହୋଇଥିବ । ଏଥିସହ ସେହି ବ୍ୟକ୍ତି ଏହି ପଦ ପାଇଁ ଆବେଦନ କରିପାରିବେ ଯିଏ ଗତ ପାଞ୍ଚ ବର୍ଷ ମଧ୍ୟରେ ଅନ୍ୟ କୌଣସି କ୍ରିକେଟ୍ କମିଟିର ସଦସ୍ୟ ହୋଇ ନ ଥିବେ।

5/5

ଚେତନ ଶର୍ମାଙ୍କର ଏକ ଷ୍ଟିଙ୍ଗ୍ ଅପରେସନ୍ ହୋଇଥିଲା ଓ ଏହା ପରେ ସେ ମୁଖ୍ୟ ଚୟନକର୍ତ୍ତା ପଦ ଛାଡିଥିଲେ। ସେହି ଦିନଠାରୁ ଏହି ପଦବୀ ଖାଲି ପଡିଛି ଓ ଶିବ ସୁନ୍ଦର ଦାସ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ଚୟନକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ।