Ramiz Raja on IND vs PAK: BCCIକୁ ଗୁହାରୀ କଲେ ରମିଜ ରାଜା, ଜାଣନ୍ତୁ କ'ଣ ରହିଛି ପୂରା ଘଟଣା
Advertisement

Ramiz Raja on IND vs PAK: BCCIକୁ ଗୁହାରୀ କଲେ ରମିଜ ରାଜା, ଜାଣନ୍ତୁ କ'ଣ ରହିଛି ପୂରା ଘଟଣା

PCB Chief Ramiz Raja on BCCI: ରମିଜ ରାଜା ଫିଫା ବିଶ୍ୱକପର ଉଦାହରଣ ଦେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ ତାଙ୍କ ଦେଶ ଗସ୍ତ କରିବା ପାଇଁ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି ମଧ୍ୟ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କ ଉପରେ ନିଜର ମତ ରଖିଛନ୍ତି ।

Ramiz Raja on IND vs PAK: BCCIକୁ ଗୁହାରୀ କଲେ ରମିଜ ରାଜା, ଜାଣନ୍ତୁ କ'ଣ ରହିଛି ପୂରା ଘଟଣା

Ramiz Raja BCCI Asia Cup 2023: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ର ଅଧ୍ୟକ୍ଷ ରମିଜ ରାଜା (Ramiz Raja) ଫିଫା ବିଶ୍ୱକପ (FIFA World Cup 2022) ର ଉଦାହରଣ ଦେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) କୁ ତାଙ୍କ ଦେଶ (Pakistan) ଗସ୍ତ କରିବା ପାଇଁ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି ମଧ୍ୟ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କ ଉପରେ ନିଜର ମତ ରଖିଛନ୍ତି । ଶାହିଦ ଆଫ୍ରିଦି (Shahid Afridi) ବିଶ୍ୱାସ କରନ୍ତି ଯେ, କ୍ରିକେଟ୍ ଯୋଗୁଁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଅନେକ ଥର ସୁଧାର ଦେଖିବାକୁ ମିଳିଛି ।​| ଜିଓ ନ୍ୟୁଜ୍ ସହ ଏକ ବାର୍ତ୍ତାଳାପରେ ଶାହିଦ ଆଫ୍ରିଦି କହିଛନ୍ତି ଯେ, କ୍ରିକେଟ୍ କାରଣରୁ ପାକିସ୍ତାନ ଓ ଭାରତର ସମ୍ପର୍କ ସର୍ବଦା ଭଲ ରହିଛି । ଏପରିକି ଭାରତୀୟମାନେ ପାକିସ୍ତାନ କ୍ରିକେଟ୍ ଦଳ (Pakistan Cricket Team) କୁ ନିଜ ଦେଶରେ ମ୍ୟାଚ୍ ଖେଳୁଥିବାର ଦେଖିବାକୁ ଚାହୁଁଛନ୍ତି ।

ଅକ୍ଟୋବର ୨୦୨୨ରେ ଏପରି ଗୁଜବ ପ୍ରଚାରିତ ହୋଇଥିଲା ଯେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ୧୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଭାରତୀୟ ଦଳ (Indian Cricket Team) କୁ ପାକିସ୍ତାନ ଗସ୍ତ କରିବାକୁ ଅନୁମତି ଦେବ । ତେବେ ଏପରି ଘଟିବ ନାହିଁ ବୋଲି ବିସିସିଆଇ ସଚିବ ତଥା ଏସୀୟ କ୍ରିକେଟ୍ ପରିଷଦର ଅଧ୍ୟକ୍ଷ ଜୟ ଶାହ ସ୍ପଷ୍ଟ କରିଛନ୍ତି । ଜୟ ଶାହ (Jay Shah) ଅନ୍ୟ କୌଣସି ସ୍ଥାନରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ଉପରେ ଜୋର ଦେଇଛନ୍ତି । ଏହା ପରେ ପିସିବି ଆସନ୍ତା ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଏକଦିବସୀୟ ବିଶ୍ୱକପରୁ ଓହରିଯିବା ବିଷୟରେ କହିଥିଲେ । ତଥାପି, PCB ଦ୍ୱାରା ଏପରି କୌଣସି ପଦକ୍ଷେପ ଆଇସିସି ପାଇଁ ଝଟକା ହୋଇପାରେ ।

ଏହା ବି ପଢ଼ନ୍ତୁ:-ସବୁଠାରୁ ଶସ୍ତା 5G ସ୍ମାର୍ଟଫୋନ୍! ଏହି ଫୋନ୍ ଆପଣଙ୍କୁ କରିଦେବ ଖୁସ୍

ଏହା ବି ପଢ଼ନ୍ତୁ:-ସାଇବରିଆର ଜଣେ ତାନ୍ତ୍ରିକଙ୍କୁ ଡରନ୍ତି ପୁଟିନ, ହରିଣର ରକ୍ତରେ କରନ୍ତି ସ୍ନାନ!

ଏହା ବି ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ନୂଆ ଅଧିନାୟକଙ୍କୁ ନେଇ ପୂର୍ବତନ କ୍ରିକେଟର ଦେଲେ ବଡ଼ ବୟାନ, କହିଲେ-ହାର୍ଦ୍ଦିକ ନୁହେଁ ଏହି ଖେଳାଳିଙ୍କୁ ସୁଯୋଗ ମିଳିବା ଉଚିତ୍

 

ସୁରକ୍ଷା କାରଣରୁ ପାକିସ୍ତାନ କ୍ରିକେଟ୍ ଦଳକୁ ଭାରତ ଯିବାକୁ ଅନୁମତି ନ ଦେଲେ କଣ ହେବ ବୋଲି ରମିଜ ରାଜାଙ୍କୁ ପଚରାଯାଇଥିଲା? ଏହି ପ୍ରସଙ୍ଗରେ ରମିଜ ରାଜା ଉତ୍ତର ଦେଇ କହିଛନ୍ତି ଯେ, "ଏହା ଏକ ଭାବନାତ୍ମକ ବିଷୟ । ଗୋଟିଏ ପ୍ରକାରେ ବିସିସିଆଇ ଦ୍ୱାରା ବିତର୍କ ଆରମ୍ଭ ହୋଇଥିଲା । ଆମକୁ ଉତ୍ତର ଦେବାକୁ ପଡିଲା । ଟେଷ୍ଟ କ୍ରିକେଟକୁ ଭାରତ ବନାମ ପାକିସ୍ତାନ ଆବଶ୍ୟକତା କରୁଛି ।" ଆସନ୍ତା ବର୍ଷ ଏସିଆ କପ୍ (Asia Cup 2023) ପାଇଁ ଭାରତ (Team India) ରାଜନୈତିକ ମତଭେଦକୁ ଛାଡି ପାକିସ୍ତାନ ଗସ୍ତ କରୁ ବୋଲି ରମିଜ ରାଜା ଚାହୁଁଛନ୍ତି । ଚାଲିଥିବା ଫିଫା ବିଶ୍ୱକପକୁ ଉଦାହରଣ ଦେଇ ରମିଜ ରାଜା ନିଜ ମତ ରଖିଛନ୍ତି । ରମିଜ ରାଜା କହିଛନ୍ତି ଯେ, "ଆପଣ ଦେଖିଛନ୍ତି ବିଶ୍ୱକପରେ କ’ଣ ଘଟିଛି । ୯୦,୦୦୦ ପ୍ରଶଂସକ ଆସିଥିଲେ (ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡକୁ) । ଆଇସିସିକୁ ନେଇ ମୁଁ ଟିକେ ନିରାଶ ହୋଇଛି ।"