Paris Olympics 2024: ଜୋକୋଭିକଙ୍କ ପୂରା ହେଲା ଅଧୁରା ସ୍ୱପ୍ନ, ଜିତିଲେ ନିଜର ପ୍ରଥମ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ
Advertisement
Article Detail0/zeeodisha/odisha2368214

Paris Olympics 2024: ଜୋକୋଭିକଙ୍କ ପୂରା ହେଲା ଅଧୁରା ସ୍ୱପ୍ନ, ଜିତିଲେ ନିଜର ପ୍ରଥମ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ

Paris Olympics 2024: ଭେଟେରାନ୍ ଟେନିସ୍ ଖେଳାଳି ନୋଭାକ ଜୋକୋଭିକ୍ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସର୍ବିଆର ଜୋକୋଭିକ୍ ଫାଇନାଲରେ ସ୍ପେନର କାର୍ଲୋସ ଅଲକାରାଜଙ୍କୁ ପରାସ୍ତ କରି ଏହି ଇତିହାସ ସୃଷ୍ଟି କରିଛନ୍ତି।

 

Novak Djokovic First Olympic Gold Medal

Novak Djokovic First Olympic Gold Medal: ଭେଟେରାନ୍ ଟେନିସ୍ ଖେଳାଳି ନୋଭାକ ଜୋକୋଭିକଙ୍କ ଅଧୁରା ସ୍ୱପ୍ନ ପୂରା ହୋଇଛି। ସେ ନିଜ କ୍ୟାରିୟରରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଜିତିଛନ୍। ଜୋକୋଭିକ୍ ରବିବାର ଦିନ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ରେ ପୁରୁଷ ସିଙ୍ଗଲ୍ସ ଫାଇନାଲରେ କାର୍ଲୋସ ଅଲକାରାଜଙ୍କୁ ପରାସ୍ତ କରି ଇତିହାସ ସୃଷ୍ଟି କରିଥିଲେ। ୩୭ ବର୍ଷୀୟ ସର୍ବିଆ ଖେଳାଳି ଅଲକାରାଜଙ୍କୁ ୭-୬ (୩), ୭-୬ (୨) ରେ ପରାସ୍ତ କରିଛନ୍ତି। ଜୋକୋଭିକ୍ ୧୯୮୮ ମସିହା ପରେ ଏକ ଅଲିମ୍ପିକ୍ ଟେନିସ୍ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିବାରେ ସବୁଠାରୁ ବ୍ୟେୟଜ୍ୟଷ୍ଠ ଖେଳାଳି ହୋଇଛନ୍ତି।

୨୪ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ଜୋକୋଭିକ୍ ଦୀର୍ଘ ଦିନ ଧରି ଅଲିମ୍ପିକ୍ ପଦକ ପାଇବାକୁ ଇଚ୍ଛା କରୁଥିଲେ। ସେ ଇଟାଲୀର ଲୋରେଞ୍ଜୋ ମୁସେଟ୍ଟିଙ୍କୁ ପରାସ୍ତ କରି ନିଜର ପ୍ରଥମ ଅଲିମ୍ପିକ୍ ଫାଇନାଲରେ ପ୍ରବେଶ କରିଥିଲେ। ଟପ୍ ସିଡ୍ ଜୋକୋଭିକ୍ ନିଜର ତିନୋଟି ଅଲିମ୍ପିକ୍ ସେମିଫାଇନାଲରେ ହାରି ଯାଇଥିଲେ। ଜୋକୋଭିକ୍ ୱିମ୍ବଲଡନରେ ଅଲକାରାଜଙ୍କଠାରୁ ମଧ୍ୟ ପ୍ରତିଶୋଧ ନେଇଛନ୍ତି। ଜୋକୋଭିକ୍ ଓ ଅଲକାରାଜଙ୍କ ମଧ୍ୟରେ ବିଏନାଲେ ଟାଇଟଲ୍ ମ୍ୟାଚ୍ ମଧ୍ୟ ହୋଇଥିଲା, ଯେଉଁଥିରେ ସର୍ବିଆ ଖେଳାଳିଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା।