Paris Olympics 2024: ତୀରନ୍ଦାଜରେ କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କଲା ଭାରତୀୟ ମହିଳା ଦଳ, ବଢ଼ିଲା ପଦକ ମିଳିବାର ଆଶା
Advertisement
Article Detail0/zeeodisha/odisha2352756

Paris Olympics 2024: ତୀରନ୍ଦାଜରେ କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କଲା ଭାରତୀୟ ମହିଳା ଦଳ, ବଢ଼ିଲା ପଦକ ମିଳିବାର ଆଶା

Indian Women Archery Team: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ରେ ଭାରତୀୟ ମହିଳା ଦଳ ତୀରନ୍ଦାଜରେ କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଏହି କାରଣରୁ ଭାରତର ପଦକ ଆଶା ଉଜ୍ଜିବୀତ ହୋଇଛି।

 

Paris Olympics 2024

Paris Olympics 2024: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ରୁ ଭାରତ ପାଇଁ ଏକ ବଡ଼ ଖୁସି ଖବର ଆସିଛି। ଆଜି ଉଭୟ ଭାରତର ମହିଳା ଓ ପୁରୁଷ ଦଳ ତୀରନ୍ଦାଜ ଖେଳରେ ଆକ୍ସନରେ ଅଛନ୍ତି। ତୀରନ୍ଦାଜରେ ମହିଳା ଦଳ ଯୋଗ୍ୟତା ମାନ୍ୟତା ରାଉଣ୍ଡରେ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି। ଏହା ସହିତ ଦଳ କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଦକ୍ଷିଣ କୋରିଆ, ଚୀନ୍ ଓ ମେକ୍ସିକୋ ପରେ ଦଳ ଚତୁର୍ଥ ସ୍ଥାନରେ ରହିଛି।

ର଼୍ୟାଙ୍କିଙ୍ଗ ରାଉଣ୍ଡରେ ଭାରତୀୟ ମହିଳା ଦଳ ଭଲ ପ୍ରଦର୍ଶନ କରିଥିଲେ। ଦୀପିକା କୁମାରୀ, ଅଙ୍କିତା ଭକ୍ତ, ଭଜନ କୌର ସଠିକ୍ ଟାର୍ଗେଟରେ ହିଟ୍ କରିଥିଲେ। ଅଙ୍କିତାଙ୍କ ବ୍ୟକ୍ତିଗତ ସ୍କୋର ୬୬୬, ଭଜନ କୌରଙ୍କ ବ୍ୟକ୍ତିଗତ ସ୍କୋର ୬୫୯ ଓ ଦୀପିକା କୁମାରୀଙ୍କ ବ୍ୟକ୍ତିଗତ ସ୍କୋର ୬୫୮ ଥିଲା। ଏହିପରି ଭାବରେ ଭାରତର ମୋଟ ସ୍କୋର ୧୯୮୩ ହୋଇଛି ଏବଂ ଭାରତୀୟ ମହିଳା ଦଳ ଚତୁର୍ଥ ସ୍ଥାନରେ ରହିଛନ୍ତି। କ୍ୱାର୍ଟର ଫାଇନାଲରେ ଭାରତୀୟ ମହିଳା ଦଳ ଜୁଲାଇ ୨୮ ରେ ଫ୍ରାନ୍ସ କିମ୍ବା ନେଦରଲ୍ୟାଣ୍ଡ ସହିତ ମୁହାଁମୁହିଁ ହୋଇପାରେ। ଏହି ଦିନ ମଧ୍ୟ ପଦକ ମିଳିବାର ନିଷ୍ପତି ହେବ।

ଯୋଗ୍ୟତା ରାଉଣ୍ଡରେ ଭାରତୀୟ ମହିଳା ଧନୁର୍ଦ୍ଧରଙ୍କ ବ୍ୟକ୍ତିଗତ ପ୍ରଦର୍ଶନ:
ଦୀପିକା କୁମାରୀ -୬୫୮ (୨୩ ତମ ସ୍ଥାନ)
ଭଜନ କୌର - ୬୫୯ (୨୨ ତମ ସ୍ଥାନ)
ଅଙ୍କିତା ଭକ୍ତ - ୬୬୬ (ଏକାଦଶ ସ୍ଥାନ)

ପ୍ରଥମ ସ୍ଥାନ ଅଧିକାର କରିଛି ଦକ୍ଷିଣ କୋରିଆର ମହିଳା ଦଳ 
ଦକ୍ଷିଣ କୋରିଆ ମହିଳା ଦଳ ୨୦୨୪୬, ଚୀନ୍ ୧୯୯୬ ଓ ମେକ୍ସିକୋ ଦଳ ୧୯୮୬ ସ୍କୋର କରିଥିଲେ ​​ଏବଂ ଏହି ତିନୋଟି ଦଳ ଭାରତଠାରୁ ଆଗରେ ଥିଲେ। ଏହି ତିନୋଟି ଦଳ ମଧ୍ୟ କ୍ୱାର୍ଟର ଫାଇନାଲ ପାଇଁ ସ୍ଥାନ ପାଇଛନ୍ତି। ଦକ୍ଷିଣ କୋରିଆର ଦଳ ତୀରନ୍ଦାଜରେ ଆଗରେ ରହି ର଼୍ୟାଙ୍କିଙ୍ଗ ରାଉଣ୍ଡରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।