T20 World Cup 2022: ଭାରତକୁ ଖୋଲା ଚ୍ୟାଲେଞ୍ଜ ଦେଲେ ପାକିସ୍ତାନୀ କୋଚ୍, ଫାଇନାଲକୁ ନେଇ କହିଲେ ଏପରି କିଛି
Advertisement

T20 World Cup 2022: ଭାରତକୁ ଖୋଲା ଚ୍ୟାଲେଞ୍ଜ ଦେଲେ ପାକିସ୍ତାନୀ କୋଚ୍, ଫାଇନାଲକୁ ନେଇ କହିଲେ ଏପରି କିଛି

T20 World Cup 2022 Final: ଆଜି ଟି-20 ବିଶ୍ୱକପ ୨୦୨୨ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଖେଳା ଯିବ । ଗତକାଲି ଖେଳା ଯାଇଥିବା ପ୍ରଥମ ସେମିଫାଇନାଲରେ ପାକିସ୍ତାନ ନ୍ୟୁଜିଲ୍ୟାଣ୍ଡକୁ ୭ ୱିକେଟରେ ପରାସ୍ତ କରିଥିଲା । ଏହା ସହ ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଫାଇନାଲକୁ ପହଞ୍ଚିଛି । ଯାହା ପରେ ଦଳର କୋଚ୍ ମ୍ୟାଥୁ ହେଡେନ ଫାଇନାଲକୁ ନେଇ ବଡ଼ ବୟାନ ଦେଇଛନ୍ତି ।

T20 World Cup 2022: ଭାରତକୁ ଖୋଲା ଚ୍ୟାଲେଞ୍ଜ ଦେଲେ ପାକିସ୍ତାନୀ କୋଚ୍, ଫାଇନାଲକୁ ନେଇ କହିଲେ ଏପରି କିଛି

Matthew Hayden on T20 World Cup 2022 Final: ପାକିସ୍ତାନ ଦଳ ଚଳିତ ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ର ଫାଇନାଲରେ ପହଞ୍ଚିଛି । ପ୍ରଥମ ସେମିଫାଇନାଲରେ ପାକିସ୍ତାନ ନ୍ୟୁଜିଲ୍ୟାଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି । ଦଳର କୋଚ୍ (Pakistani Coach) ମାଥ୍ୟୁ ହେଡେନ (Matthew Hayden) ପାକିସ୍ତାନର ବିଜୟକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ମାଥ୍ୟୁ ହେଡେନ ମ୍ୟାଚ୍ ପରେ କହିଛନ୍ତି ଯେ ସେ ଫାଇନାଲରେ ଭାରତ (India) ସହ ଖେଳିବାକୁ ଚାହୁଁଛନ୍ତି । ଏହା ସହିତ ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ଦଳର ସର୍ବୋତ୍ତମ ପ୍ରଦର୍ଶନ ଏପର୍ଯ୍ୟନ୍ତ ଆସିବ ବାକି ରହିଛି । 

ପାକିସ୍ତାନୀ କୋଚ୍ ତଥା ଅଷ୍ଟ୍ରେଲିଆର ଦିଗଜ୍ଜ ହେଡେନ କହିଛନ୍ତି ଯେ, "ମୁଁ ଫାଇନାଲରେ ଭାରତ ସହ ଖେଳିବାକୁ ଚାହିଁବି, କାରଣ ଏହି ମ୍ୟାଚ୍ ବଡ଼ ହୋଇଥାଏ । ଆଜି ଏକ ବିଶେଷ ଦିନ ଥିଲା । ଆମର ଦ୍ରୁତ ବୋଲରମାନେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ମୁଁ ଭାବୁ ନାହିଁ ଯେ ଆମେ ଆମର ସର୍ବୋତ୍ତମ ପ୍ରଦର୍ଶନ ସହିତ ସାମ୍ନାକୁ ଆସିଛୁ । ଏହା ହୁଏତ ସେହି ଦଳ ପାଇଁ ସବୁଠାରୁ ଭୟଙ୍କର ବିଷୟ ଅଛି, ଯାହା ଆମେ ଫାଇନାଲରେ ଖେଳିବୁ ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମେଲବୋର୍ଣ୍ଣରେ ଭଲ ବ୍ୟାଟିଂ ପିଚ୍ ହୋଇପାରେ । ଅନ୍ୟପକ୍ଷରେ ବାବର ଆଜମ ଓ ରିଜୱାନଙ୍କ ବିଷୟରେ ସେ କହିଛନ୍ତି ଯେ, ଆପଣ କେବେବି କ୍ଲାସକୁ ହରାଇ ପାରିବେ ନାହିଁ । ଏହି ଉଭୟ ଖେଳାଳି ବର୍ଷ ବର୍ଷ ଧରି ଏହାକୁ ପ୍ରମାଣ କରିଛନ୍ତି । ମହମ୍ମଦ ହରିସ୍ ନେଟ୍ସରେ ପ୍ରତ୍ୟେକ ବୋଲରଙ୍କୁ ପିଟିଛନ୍ତି । ସେମିଫାଇନାଲ ମ୍ୟାଚ୍ ବିଷୟରେ ମାଥ୍ୟୁ ହେଡେନ କହିଛନ୍ତି ଯେ, "ବୋଲରମାନଙ୍କୁ ପିଚ୍ ଅନୁଯାୟୀ ବୋଲିଂ କରିବାକୁ ପଡୁଥିଲା ଓ ସେମାନେ ତାହା ମଧ୍ୟ କରିଛନ୍ତି । ପାକିସ୍ତାନୀ ବୋଲରମାନେ ସ୍ଲୋ ବଲର ଉତ୍କୃଷ୍ଟ ବ୍ୟବହାର କରିଥିଲେ । ହରିସ୍ ରାଉଫ୍ କ୍ରମାଗତ ଭାବରେ ୧୫୦ କିଲୋମିଟର ବେଗରେ ବୋଲିଂ କରୁଛନ୍ତି । ଯେତେବେଳେ ପାକିସ୍ତାନର ଦିନ ଆସେ ତାଙ୍କୁ କେହି ଅଟକାଇ ପାରିବେ ନାହିଁ । ଶାଦାବ ଜଣେ ଭଲ ଲଢ଼ାକୁ ଖେଳାଳି । କୌଣସି ଟୁର୍ଣ୍ଣାମେଣ୍ଟ ଜିତିବାକୁ ହେଲେ ଆପଣଙ୍କୁ ଲଢ଼େଇ କରିବାକୁ ପଡ଼ିଥାଏ ।"

ଅଧିକ ପଢ଼ନ୍ତୁ:-ବୁଧ ଗୋଚର ଯୋଗୁଁ ଏଥର ଦେଖାଦେବ ୨ ଶୁଭ ଯୋଗ, ଏସବୁ ରାଶିକୁ ମିଳିବ ଜବରଦସ୍ତ ଲାଭ

ଅଧିକ ପଢ଼ନ୍ତୁ:-ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ ଫାଇନାଲ୍, ଏହି ୨ ଖେଳାଳିଙ୍କ ହେବ ରିଟର୍ଣ୍ଣ! କୋଚ୍ ଦ୍ରାବିଡ ଦେଲେ ସଙ୍କେତ

ଅଧିକ ପଢ଼ନ୍ତୁ:-ଭାରତ-ଇଂଲଣ୍ଡ ମ୍ୟାଚ ପୂର୍ବରୁ ଆସିଲା ଖରାପ ଖବର, ହଠାତ୍ ଏହି ଘାତକ ବୋଲର ଆହତ କାରଣରୁ ହେଲେ ବାହାର

ଏଠାରେ କହି ରଖୁଛୁ ଯେ, ପାକିସ୍ତାନ ଦଳ ଟି-20 ବିଶ୍ୱକପରେ କେବଳ ଥରେ ଭାରତକୁ ପରାସ୍ତ କରିବାରେ ସକ୍ଷମ ହୋଇପାରିଛି । ୨୦୨୧ ଟି-20 ବିଶ୍ୱକପରେ ପାକିସ୍ତାନ ଭାରତକୁ ୧୦ ୱିକେଟରେ ପରାସ୍ତ କରିଥିଲା । ଏହା ବ୍ୟତୀତ ପ୍ରତ୍ୟେକ ଥର ଭାରତ ପାକିସ୍ତାନକୁ ପରାସ୍ତ କରିଛି । ଚଳିତ ବର୍ଷ ଟି-20 ବିଶ୍ୱକପ ୨୦୨୨ରେ ମଧ୍ୟ ଭାରତ ପ୍ରଥମ ମ୍ୟାଚରେ ପାକିସ୍ତାନକୁ ୪ ୱିକେଟ୍‌ରେ ପରାସ୍ତ କରିଛି । ୨୦୦୭ରେ ମଧ୍ୟ ଭାରତୀୟ ଦଳ ଦୁଇଥର ପାକିସ୍ତାନକୁ ପରାସ୍ତ କରିଥିଲା ।