AUS vs PAK: ଅଷ୍ଟ୍ରେଲିଆର କ୍ରମାଗତ ଦ୍ୱିତୀୟ ବିଜୟ, ଭାରତ ପରେ ପାକିସ୍ତାନକୁ ୬୨ ରନରେ ହରାଇଲା କଙ୍ଗାରୁ ଦଳ
Advertisement
Article Detail0/zeeodisha/odisha1924287

AUS vs PAK: ଅଷ୍ଟ୍ରେଲିଆର କ୍ରମାଗତ ଦ୍ୱିତୀୟ ବିଜୟ, ଭାରତ ପରେ ପାକିସ୍ତାନକୁ ୬୨ ରନରେ ହରାଇଲା କଙ୍ଗାରୁ ଦଳ

ICC Cricket World Cup 2023: ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଡେଭିଡ ୱାର୍ଣ୍ଣର ଓ ମିଚେଲ ମାର୍ଶଙ୍କ ଶତକୀୟ ଇନିଂସ ସହାୟତରେ ୯ ୱିକେଟ୍ ହରାଇ ୩୬୭ ରନ୍ ସଂଗ୍ରହ କରିଥିଲା । ୱାର୍ଣ୍ଣର ନିଜ ODI କ୍ୟାରିୟରର ଏକବିଂଶ ଶତକ ସ୍କୋର କରିଥିବାବେଳେ ମାର୍ଶ ନିଜର ଦ୍ୱିତୀୟ ଶତକ ହାସଲ କରିଥିଲେ ।

 

ICC Cricket World Cup 2023 AUS vs PAK

AUS vs PAK: ପାଞ୍ଚ ଥରର ଚାମ୍ପିୟନ ଅଷ୍ଟ୍ରେଲିଆ କ୍ରମାଗତ ଦ୍ୱିତୀୟ ବିଜୟ ଆଇସିସି କ୍ରିକେଟ୍ ବିଶ୍ୱକପ ୨୦୨୩ ରେ ଏକ ହାଇ ସ୍କୋରିଙ୍ଗ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିଛି । କଙ୍ଗାରୁ ଦଳ ଚତୁର୍ଥ ମ୍ୟାଚରେ ବାବର ଆଜମଙ୍କ ଟିମକୁ ୬୨ ରନରେ ପରାସ୍ତ କରିଛନ୍ତି । ଏହି ବିଜୟ ସହିତ ଅଷ୍ଟ୍ରେଲିଆ ଦଳ ପଏଣ୍ଟ ଟେବୁଲରେ ସପ୍ତମରୁ ୪ର୍ଥ ସ୍ଥାନରେ ପହଞ୍ଚିଛି । ୧୬୩ ରନର ଇନିଂସ ଖେଳିଥିବା ଡେଭିଡ ୱାର୍ନରଙ୍କୁ ଏହି ମ୍ୟାଚର ପ୍ଲେୟାର ଅଫ୍ ଦି ମ୍ୟାଚ୍ ଭାବେ ମନୋନୀତ କରାଯାଇଥିଲା । ୪ ଟି ମ୍ୟାଚରେ ଏହା ପାକିସ୍ତାନର କ୍ରମାଗତ ଦ୍ୱିତୀୟ ପରାଜୟ । ଏହାପୂର୍ବରୁ ଭାରତ ଅହମ୍ମଦାବାଦରେ ୭ ୱିକେଟରେ ପରାସ୍ତ କରି ବାବର ଟିମକୁ ବ୍ୟାକଫୁଟକୁ ଠେଲି ଦେଇଥିଲା । ପଏଣ୍ଟ ଟେବୁଲରେ କଙ୍ଗାରୁ ଦଳ ସପ୍ତମରୁ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି।

ଅଷ୍ଟ୍ରେଲିଆ ଦ୍ୱାରା ସ୍ଥିର ହୋଇଥିବା ୩୬୮ ରନ୍‌ର ପାହାଡ ପରି ଲକ୍ଷ୍ୟ ସାମ୍ନାରେ ପାକିସ୍ତାନ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା । ଫଳସ୍ୱରୂପ, ୪୫.୩ ଓଭରରେ ୩୦୫ ରନ୍ କରି ପୂରା ପାକିସ୍ତାନ ଦଳ ଅଲ୍ ଆଉଟ୍ ହୋଇଯାଇଥିଲା । ପାକିସ୍ତାନ ପାଇଁ ଓପନର୍ ଇମାମ ଉଲ ହକ ୧୦ଟି ଚୌକା ସାହାଯ୍ୟରେ ୭୧ ବଲରେ ୭୦ ରନ ସ୍କୋର କରିଥିବାବେଳେ ଅବଦୁଲ୍ଲା ଶାଫିକ୍ ୬୪ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । କ୍ୟାପଟେନ ବାବର ଆଜାମ ୧୮ ରନ ସ୍କୋର କରିବା ପରେ ଆଉଟ୍ ହୋଇ ପ୍ୟାଭିଲିୟନକୁ ଫେରିଥିଲେ । ୪୬ ରନ୍ ସ୍କୋର କରିବା ପରେ ମହମ୍ମଦ ରିଜୱାନ୍ ଆଉଟ୍ ହୋଇଥିଲେ । ଅଷ୍ଟ୍ରେଲିଆ ପାଇଁ ଆଡାମ ଜାମ୍ପା ସର୍ବାଧିକ ୪ ୱିକେଟ୍ ନେଇଥିବା ବେଳେ ମାର୍କସ ଷ୍ଟୋଇନିସ୍ ୨ ୱିକେଟ୍ ନେଇଥିଲେ ।

ପ୍ରଥମ ୱିକେଟ୍ ପାଇଁ ୱାର୍ଣ୍ଣର ଓ ମାର୍ଶ ୨୫୯ ରନ୍ ଯୋଡିଥିଲେ
ଏହାପୂର୍ବରୁ ଡେଭିଡ ୱାର୍ଣ୍ଣର (୧୬୩) ଏବଂ ମିଚେଲ ମାର୍ଶ (୧୨୧) ଙ୍କ ଶତକୀୟ ଇନିଂସ ଯୋଗୁଁ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍ ହାରାଇ ୩୬୭ ରନ୍ ସ୍କୋର କରିଥିଲା । ବିଶ୍ୱକପ ଇତିହାସରେ ଚତୁର୍ଥ ଥର ପାଇଁ ଉଭୟ ଓପନର୍ ଶତକ ହାସଲ କରିଥିଲେ । ବିଶ୍ୱକପ ଇତିହାସରେ ଏହା କେବଳ ଚତୁର୍ଥ ଥର ଯେତେବେଳେ ଉଭୟ ଓପନିଂ ବ୍ୟାଟ୍ସମ୍ୟାନ୍ ସମାନ ମ୍ୟାଚରେ ଶତକ ହାସଲ କରିଥିଲେ । ୱାର୍ଣ୍ଣରଙ୍କ ODI କ୍ୟାରିୟରର ଏହା ଏକବିଂଶ ଶତକ ।

ଏକ ସମୟରେ ଅଷ୍ଟ୍ରେଲିୟ ଦଳ ୪୦୦ ସ୍କୋର ଆଡକୁ ଗତି କରୁଥିଲା କିନ୍ତୁ ଶାହିନ୍ ଶାହା ଆଫ୍ରିଦିଙ୍କ (୫୪/୫) ଉତ୍କୃଷ୍ଟ ବୋଲିଂ ପ୍ରଦର୍ଶନ ଯୋଗୁଁ ଅଷ୍ଟ୍ରେଲିଆ ୩୭୦ ରନ୍ ମଧ୍ୟରେ ସୀମିତ ରହିଥିଲା । ଏହି ସମୟରେ, ୱାର୍ଣ୍ଣର ୧୦ ଏବଂ ୧୦୫ ରନରେ ଦୁଇଟି ଜୀବନ ଦାନର ସୁଯୋଗ ନେଇ ବିଶ୍ୱକପ୍‌ର ଦ୍ୱିତୀୟ ସର୍ବାଧିକ ସ୍କୋର କରିଥିବାବେଳେ, ମାର୍ଶ ମଧ୍ୟ ଚିନ୍ନାସ୍ୱାମୀ ଷ୍ଟାଡିୟମର ଫ୍ଲାଟ ପିଚ୍ ଏବଂ ସର୍ଟ ବାଉଣ୍ଡ୍ରୀର ସୁଯୋଗ ନେଇ ସହଜରେ ବଡ଼ ବଡ଼ ସଟ୍ ମାରିଥିଲେ ।