ODI World Cup 2023: ବିଶ୍ୱକପ ପାଇଁ ପାକିସ୍ତାନ ଘୋଷଣା କଲା ଟିମ୍, ନସିମ ଶାହାଙ୍କ ସ୍ଥାନରେ ଏହି ଖେଳାଳି ପାଇଲେ ସୁଯୋଗ
Advertisement
Article Detail0/zeeodisha/odisha1882874

ODI World Cup 2023: ବିଶ୍ୱକପ ପାଇଁ ପାକିସ୍ତାନ ଘୋଷଣା କଲା ଟିମ୍, ନସିମ ଶାହାଙ୍କ ସ୍ଥାନରେ ଏହି ଖେଳାଳି ପାଇଲେ ସୁଯୋଗ

ODI World Cup 2023 Pakistan Squad: ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ପାକିସ୍ତାନ ନିଜର ଦଳ ଘୋଷଣା କରିଛି ।

 

ସୌ: ସୋସିଆଲ ମିଡିଆ

ODI World Cup 2023 Pakistan Squad: ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ପାକିସ୍ତାନ ନିଜର ଦଳ ଘୋଷଣା କରିଛି । ପିସିବି ଦ୍ୱାରା ଘୋଷିତ ଦଳରେ ଦ୍ରୁତ ବୋଲର ନାସିମ ଶାହାଙ୍କୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ । ଏସିଆ କପ୍ ସମୟରେ ସେ ଗୁରୁତର ଆହତ ହୋଇଥିଲେ । ନାସିମଙ୍କ ସ୍ଥାନରେ ହାସନ ଅଲିଙ୍କୁ ସ୍ଥାନ ଦିଆଯାଇଛି ।

ଉସାମା ମୀରଙ୍କୁ ପାକିସ୍ତାନ ମଧ୍ୟ ଅତିରିକ୍ତ ଲେଗ୍ ସ୍ପିନରଙ୍କୁ ସାମିଲ କରିଛି, ଯିଏକି ଚଳିତ ବର୍ଷ ଆରମ୍ଭରେ ନ୍ୟୁଜିଲାଣ୍ଡ ବିପକ୍ଷରେ ODI ଡେବ୍ୟୁ କରିଥିଲେ କିନ୍ତୁ ଏସିଆ କପ୍ ଦଳରେ ଅଂଶଗ୍ରହଣ କରିନଥିଲେ । ମହମ୍ମଦ ହରିସ୍ ରିଜର୍ଭରେ ଥିବାବେଳେ ଶାହିନ୍ ଶାହା ଆଫ୍ରିଦି, ହରିସ୍ ରାଉଫ ଓ ମହମ୍ମଦ ୱାସିମ୍ ଜୁନିୟର ଦ୍ରୁତ ବୋଲର ଭାବେ ଦଳର ସ୍ଥାନ ପାଇଛନ୍ତି । ସ୍ପିନ୍ ବୋଲିଂ ଅଲରାଉଣ୍ଡର ମହମ୍ମଦ ନୱାଜ ମଧ୍ୟ ଦଳରେ ନିଜର ସ୍ଥାନ ବଜାୟ ରଖିଥିବାବେଳେ ଫହିମ ଆଶ୍ରାଫଙ୍କୁ ସୁଯୋଗ ମିଳି ନାହିଁ ।

ଏହି କାରଣରୁ ବିଳମ୍ବ ହୋଇଥିଲା ଦଳ ଘୋଷଣା
ହାସନ୍ ଗତ ଜୁନ୍ ୨୦୨୨ ରେ ଏକ ଦିନିକିଆ ଖେଳିଥିଲେ ଓ ଶେଷ ଥର ପାଇଁ ଚଳିତ ବର୍ଷ ଜାନୁଆରୀରେ କରାଚିରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ପାକିସ୍ତାନ ପାଇଁ ଖେଳିଥିଲେ । ପିସିବି ଏକ ନିରାଶାଜନକ ଏସିଆ କପ୍ ଝଟକା ପାଇଥିବାରୁ ପାକିସ୍ତାନ ବିଶ୍ୱକପ୍ ଦଳ ଘୋଷଣା ଅନେକ ଦିନ ବିଳମ୍ବ ହୋଇଥିଲା, ଏସିଆ କପରେ ପାକ୍ ଭାରତ ଓ ଶ୍ରୀଲଙ୍କା ଠାରୁ ହାରିବା ପରେ ସୁପର ଫୋର୍ ଗ୍ରୁପରେ ସବୁଠୁ ତଳେ ରହିଥିଲେ । ନାସିମଙ୍କ ଆଘାତ ଉପରେ ବୋର୍ଡ ମେଡିକାଲ ରିପୋର୍ଟକୁ ମଧ୍ୟ ଅପେକ୍ଷା କରିଥିଲା, ଯଦିଓ ସେହି ଦିଗରେ କୌଣସି ସକାରାତ୍ମକ ଖବର ପ୍ରକାଶ ପାଇନାହିଁ ।

ODI World Cup 2023 Pakistan Squad: ବିଶ୍ୱକପ ପାଇଁ ପାକିସ୍ତାନ ଦଳ 
ବିଶ୍ୱକପ ପାଇଁ ପାକିସ୍ତାନ ଦଳ: ଫଖର ଜମାନ, ଇମାମ-ଉଲ-ହକ, ଅବଦୁଲ୍ଲା ଶାଫିକ୍, ବାବର ଆଜାମ (ଅଧିନାୟକ), ମହମ୍ମଦ ରିଜୱାନ, ସୌଦ ଶକିଲ, ଇଫ୍ତିଖାର ଅହମ୍ମଦ, ସଲମାନ ଅଲ୍ଲି ଆଗା, ଶାଦବ ଖାନ, ଉସାମା ମିର, ମହମ୍ମଦ ନୱାଜ, ଶାହିନ ଶାହ ଆଫ୍ରିଦି, ହରିସ୍ ରାଉଫ୍, ମହମ୍ମଦ ୱାସିମ୍ ଜୁନିୟର, ହାସନ ଅଲ୍ଲି ।

ଏହା ବି ପଢ଼ନ୍ତୁ: IND vs AUS: ଦିନିକିଆରେ ସୁପର୍ ଫ୍ଲପ୍ ସତ୍ତ୍ୱେ ଦଳରେ କାହିଁକି ମିଳୁଛି ସୂଯ୍ୟକୁମାରଙ୍କୁ ସ୍ଥାନ? କୋଚ୍ ଦ୍ରାବିଡ ଦେଲେ ଏହି ଜବାବ