Pakistan Team: ଏସିଆ କପରୁ ବାଦ ପଡିବା ପରେ ଶାହିନ୍ ଓ ବାବର ଲାଗିଲେ ଜୋରଦାର ଝଗଡ଼ା, ଜାଣନ୍ତୁ ମାମଲା
Advertisement
Article Detail0/zeeodisha/odisha1874781

Pakistan Team: ଏସିଆ କପରୁ ବାଦ ପଡିବା ପରେ ଶାହିନ୍ ଓ ବାବର ଲାଗିଲେ ଜୋରଦାର ଝଗଡ଼ା, ଜାଣନ୍ତୁ ମାମଲା

Asia Cup 2023: ଏସିଆ କପ୍ ୨୦୨୩ ରେ ଶ୍ରୀଲଙ୍କା ଠାରୁ ପରାଜୟର ସମ୍ମୁଖୀନ ହେବା ପରେ ପାକିସ୍ତାନକୁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିଲା । ଏହି ପରାଜୟ ପରେ ଦଳର ଅଧିନାୟକ ଓ ଖେଳାଳିମାନେ ପରସ୍ପର ସହ ଝଗଡ଼ା କରିଥିଲେ ।

 

ସୌ: ସୋସିଆଲ ମିଡିଆ (Babar Shaheen Fight)

Asia Cup 2023, Babar Shaheen Fight​: ଗତ ଗୁରୁବାର ଦିନ ଏସିଆ କପରେ ଶ୍ରୀଲଙ୍କା ସୁପର-୪ ରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ସ୍ଥାନ ହାସଲ କରିଛି । ପାକିସ୍ତାନକୁ ଶ୍ରୀଲଙ୍କା ଠାରୁ DLS ନିୟମ ଅନୁସାରେ ୨ ୱିକେଟରେ ପରାସ୍ତ ହୋଇଥିଲା । ଏହି ପରାଜୟ ସହିତ ପାକିସ୍ତାନର ଏସିଆ କପ୍ ଫାଇନାଲ (Asia Cup Final) ଖେଳିବାର ସ୍ୱପ୍ନ ଭାଙ୍ଗିଯାଇଥିଲା । ବର୍ତ୍ତମାନ ଡ୍ରେସିଂ ରୁମରୁ ଖବର ଆସିଛି ଯେ ଦଳର ଖେଳାଳିମାନେ ହାରିବା ପରେ ପରସ୍ପର ସହ ଝଗଡା କରିଥିଲେ । ବାସ୍ତବରେ ଦଳର ଅଧିନାୟକ ବାବର ଆଜମ (Babar Azam) ଓ ଶାହିନ୍ ଆଫ୍ରିଦିଙ୍କ (Shaheen Afridi) ମଧ୍ୟରେ ଡ୍ରେସିଂ ରୁମରେ କିଛି କଥାକୁ ନେଇ ଝଗଡ଼ା ହୋଇଥିଲା, ରିଜୱାନଙ୍କୁ ଏଥିରେ ହସ୍ତକ୍ଷେପ କରି ସେମାନଙ୍କୁ ଶାନ୍ତ କରିଥିଲେ ।

‘ବୋଲ୍ ନ୍ୟୁଜ୍’ର ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କା ଠାରୁ ହାରିବା ପରେ ପାକିସ୍ତାନ ଅଧିନାୟକ ବାବର ଆଜମ ଖେଳାଳିମାନଙ୍କୁ ଡ୍ରେସିଂ ରୁମକୁ ଡାକିଥିଲେ । ବାବର ଖେଳାଳିଙ୍କ ଖରାପ ପ୍ରଦର୍ଶନ ବିଷୟରେ କଥାବାର୍ତ୍ତା କରୁଥିଲେ, କିନ୍ତୁ ଦଳର ଦ୍ରୁତ ବୋଲର ଶାହିନ୍ ଆଫ୍ରିଦି ତାଙ୍କୁ ମଝିରୁ ବାଧା ଦେଇ କହିଥିଲେ ଯେ ଅତି କମରେ ସେହି ଖେଳାଳିମାନଙ୍କୁ ପ୍ରଶଂସା କର, ଯେଉଁମାନେ ଭଲ ପ୍ରଦର୍ଶନ କରିଛନ୍ତି । ବାବରଙ୍କୁ ଶାହୀନଙ୍କ ଏହି କଥା ଆଦୌ ପସନ୍ଦ ଆସି ନଥିଲା । ପାକିସ୍ତାନୀ ଅଧିନାୟକ କହିଥିଲେ ଯେ କିଏ ଭଲ ପ୍ରଦର୍ଶନ କରିଛି ସେ ଜାଣିଛନ୍ତି । ଏହାକୁ ନେଇ ଯୁକ୍ତି ତର୍କ ବଢ଼ିଥିଲା ।

ଶାହିନ୍ ଓ ବାବରଙ୍କ ମଧ୍ୟରେ ଯୁକ୍ତି ତର୍କ  ଏତେ ବୃଦ୍ଧି ପାଇଲା ଯେ ଦଳର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନଙ୍କୁ ଆସି ଏହାର ସମାଧାନ ପାଇଁ କରିବାକୁ ପଡିଥିଲା । କହିରଖୁଛୁ ଯେ ବାବର ଡ୍ରେସିଂ ରୁମରେ ଖେଳାଳିମାନଙ୍କୁ କହିଥିଲେ ଯେ ସେମାନେ ଦାୟିତ୍ୱ ପୂର୍ଣ୍ଣ ଭାବରେ ଖେଳୁ ନାହାଁନ୍ତି । ଶାହିନ୍ ଆଫ୍ରିଦି ଏହି ପ୍ରସଙ୍ଗରେ ତାଙ୍କୁ ଅଟକାଇଥିଲେ ।

ସୁପର-୪ ଟେବୁଲର ସବୁଠୁ ତଳେ ରହିଛି ପାକିସ୍ତାନ 
ଆପଣଙ୍କୁ କହିରଖୁଛୁ ଯେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟର ସୁପର-୪ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଥିଲା ​। ଦଳ ସୁପର-୪ ରେ ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚ୍ ଜିତିଥିଲା ଓ ପରେ କ୍ରମାଗତ ଉଭୟ ମ୍ୟାଚ୍ ହାରିଥିଲା । ପାକିସ୍ତାନ ଭାରତ ବିପକ୍ଷ ଦ୍ୱିତୀୟ ମ୍ୟାଚକୁ ୨୨୮ ରନରେ ହାରିଥିଲା । ଏହା ପରେ ଦଳକୁ DLS ପଦ୍ଧତି ଅନୁଯାୟୀ ଶ୍ରୀଲଙ୍କା ବିପକ୍ଷରେ ୨ ୱିକେଟ୍ ପରାଜୟର ସାମ୍ନା କରିବାକୁ ପଡିଥିଲା ।

ଏହା ବି ପଢ଼ନ୍ତୁ: Asia Cup ଫାଇନାଲ୍ ପୂର୍ବରୁ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ, ଅକ୍ଷରଙ୍କ ସ୍ଥାନ ନେବାକୁ କଲୋମ୍ବ ଗଲେ ଏହି ଖେଳାଳି

ଏହା ବି ପଢ଼ନ୍ତୁ: IND vs SL: ଭାରତ-ଶ୍ରୀଲଙ୍କା ଏସିଆ କପ୍ ଫାଇନାଲ୍ ଯଦି ବର୍ଷା ଯୋଗୁଁ ଧୋଇଯାଏ ତେବେ ଟ୍ରଫି କିଏ ପାଇବ?