Shehbaz Sharif: ବିଶ୍ୱକପର ଏକ ମ୍ୟାଚରେ ପାକିସ୍ତାନ ଟିମକୁ ଜିମ୍ୱାୱେ ଠାରୁ ପରାସ୍ତ ହେବାକୁ ପଡ଼ିଛି । ଯାହାକୁ ନେଇ ପାକିସ୍ତାନରେ ଝଡ଼ ସୃଷ୍ଟି ହୋଇଛି । ଫ୍ୟାନ୍ସମାନେ ପାକିସ୍ତାନ ଦଳକୁ ସମାଲୋଚନା କରୁଥିବାବେଳେ ଭାରତୀୟ ଫ୍ୟାନ୍ସମାନେ ପାକ୍ ଟିମକୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ।
Trending Photos
Shehbaz Sharif Replies Zimbabwe President, Pakistan vs Zimbabwe Match: କ୍ରିକେଟର ମହାକୁମ୍ଭ ଟି-20 ବିଶ୍ୱକପ ୨୦୨୨ ଚାଲିଛି । ଚଳିତ ଥର ଏହି ବିଶ୍ୱକପ ଅଷ୍ଟ୍ରେଲିଆରେ ଖେଳା ଯାଉଛି । କିନ୍ତୁ କ୍ରିକେଟ୍ ପଡ଼ିଆରେ ଗୋଟିଏ ପରାଜୟ ଆଉ ଦୁଇ ରାଷ୍ଟ୍ର ପ୍ରମୁଖ ମୁହାଁମୁହିଁ ହୋଇଛନ୍ତି । ଗୁରୁବାର ଅର୍ଥାତ ଅକ୍ଟୋବର ୨୮ରେ ଅଷ୍ଟ୍ରେଲିଆର ପର୍ଥରେ ଟି-20 ବିଶ୍ୱକପ ୨୦୨୨ରେ ବଡ଼ ଉଲଟଫେର ଦେଖିବାକୁ ମିଳିଛି । ବିଶ୍ୱକପର ଏକ ମ୍ୟାଚରେ ପାକିସ୍ତାନ ଟିମକୁ ଜିମ୍ୱାୱେ ଠାରୁ ପରାସ୍ତ ହେବାକୁ ପଡ଼ିଛି । ଯାହାକୁ ନେଇ ପାକିସ୍ତାନରେ ଝଡ଼ ସୃଷ୍ଟି ହୋଇଛି । ଫ୍ୟାନ୍ସମାନେ ପାକିସ୍ତାନ ଦଳକୁ ସମାଲୋଚନା କରୁଥିବାବେଳେ ଭାରତୀୟ ଫ୍ୟାନ୍ସମାନେ ପାକ୍ ଟିମକୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ।
ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପର ସୁପର-୧୨ ରାଉଣ୍ଡର ଏହି ମ୍ୟାଚରେ ଜିମ୍ବାୱେ ପାକିସ୍ତାନକୁ ୧ ରନରେ ପରାସ୍ତ କରିଛି । ଏହି ମ୍ୟାଚ୍ ପରେ ଜିମ୍ବାୱେ ରାଷ୍ଟ୍ରପତି ନିଜେ ପାକିସ୍ତାନକୁ ଟ୍ରୋଲ କରିଛନ୍ତି । ଯାହାର ପାଲଟା ଜବାବ ଦେଇଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ । ପର୍ଥ ଗ୍ରାଉଣ୍ଡରେ ଟି-20 ବିଶ୍ୱକପ ମ୍ୟାଚରେ ଗୁରୁବାର ସନ୍ଧ୍ୟାରେ ଯାହା ଘଟିଥିଲା, ତାହାର ଆଶା ଖୁବ୍ କମ୍ ଲୋକ କରିଥିଲେ । ଶକ୍ତିଶାଳୀ ମନେ କରାଯାଉଥିବା ପାକିସ୍ତାନୀ ଦଳକୁ ଜିମ୍ବାୱେ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୨୦ ଓଭରରେ ୮ ୱିକେଟ୍ ହରାଇ ୧୩୦ ରନ୍ ସଂଗ୍ରହ କରିଥିଲା । ଏହି ଲକ୍ଷ୍ୟକୁ ପିଛା କରି ବାବର ଆଜମଙ୍କ ନେତୃତ୍ୱରେ ଦଳ କେବଳ ୮ ୱିକେଟ୍ ହରାଇ ୧୨୯ ରନ୍ ହିଁ କରିପାରିଥିଲା । ଯାହା ପରେ ଜିମ୍ବାୱେ ରାଷ୍ଟ୍ରପତି ସୋସିଆଲ ମିଡିଆରେ ପାକିସ୍ତାନକୁ ଟ୍ରୋଲ କରିଛନ୍ତି ।
ଜିମ୍ବାୱେ ରାଷ୍ଟ୍ରପତି ଏମର୍ସନ୍ ମନ୍ନାଙ୍ଗାଗୱା ଏକ ଟ୍ୱିଟ୍ କରିଛନ୍ତି । ସେ ମିଷ୍ଟର୍ ବିନଙ୍କ ବାହାନାରେ ପାକିସ୍ତାନକୁ କଟାକ୍ଷ କରିଛନ୍ତି । ସେ ଲେଖିଛନ୍ତି ଯେ, "ଜିମ୍ବାୱେ ପାଇଁ କି ଚମତ୍କାର ବିଜୟ । ଶୋଭରୋନ ଅଭିନନ୍ଦନ । ପରବର୍ତ୍ତୀ ସମୟରେ ପ୍ରକୃତ ମିଷ୍ଟର ବିନ୍ ପଠାବେ ।" ବାସ୍ତବରେ, ନିକଟ ଅତୀତରେ ନକଲି ମିଷ୍ଟର ବିନକୁ ନେଇ ବହୁତ ଚର୍ଚ୍ଚା ହେଉଥିଲା, ଯିଏ ଜିମ୍ବାୱେରେ ଫଟୋ କ୍ଲିକ୍ କରିବା ନାମରେ ଟଙ୍କା ସଂଗ୍ରହ କରୁଥିଲେ । ଏହି ଘଟଣାରେ ଅନେକ ବଡ଼ ଲୋକ ମଧ୍ୟ ଫସି ଥିଲେ । ଏହି ବ୍ୟକ୍ତି ଜଣକଙ୍କ ସମ୍ପର୍କ ପାକିସ୍ତାନ ସହ ଥିଲା ବୋଲି କୁହାଯାଏ ।
ଅଧିକ ପଢ଼ନ୍ତୁ:-ଦିଲ୍ଲୀ ହାଇକୋର୍ଟରେ ମୋଦି ସରକାରଙ୍କ ବିରୋଧରେ ପିଟିସନ ଦାଖଲ କଲେ ବିଜେପି ନେତା, ଜାଣନ୍ତୁ କ'ଣ ରହିଛି ମାମଲା
ଅଧିକ ପଢ଼ନ୍ତୁ:-ରୋହିତ ଶର୍ମା ରଚିଲେ ଇତିହାସ, ଟି-20 କ୍ରିକେଟରେ ଏପରି ରେକର୍ଡ କରିଥିବା ପ୍ରଥମ ଭାରତୀୟ
ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପରେ ପାକିସ୍ତାନ ପାଇଁ ସେମିଫାଇନାଲର ରାସ୍ତା ବନ୍ଦ! ଜାଣନ୍ତୁ କେଉଁ କେଉଁ ଦଳକୁ ମିଳିବ ସେମିଫାଇନାଲ ଟିକେଟ
ସେପଟେ ଜିମ୍ବାୱେ ରାଷ୍ଟ୍ରପତିଙ୍କ ଟ୍ୱିଟ ଉପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ରିପ୍ଲାଇ ଦେଇଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, "ଆମ ପାଖରେ ପ୍ରକୃତ ମିଷ୍ଟର ବିନ୍ ନ ଥାଇପାରେ, କିନ୍ତୁ ଆମ ପାଖରେ ପ୍ରକୃତ କ୍ରିକେଟ ଭାବନା ଅଛି । ଆମ ପାକିସ୍ତାନୀମାନଙ୍କର ଫେରାଇବାର ଏକ ଅଦ୍ଭୁତ ଅଭ୍ୟାସ ଅଛି । ରାଷ୍ଟ୍ରପତି ମହୋଦୟ- ଅଭିନନ୍ଦନ । ଆଜି ଆପଣଙ୍କ ଦଳ ବାସ୍ତବରେ ଭଲ ଖେଳିଛନ୍ତି ।"