World Cup 2023: ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ରହିଛି ପାକିସ୍ତାନ, ସେମିଫାଇନାଲରେ ପହଞ୍ଚିବାକୁ ବାବରଙ୍କ ପାଖରେ ଏହା ରହିଛି ରାସ୍ତା
Advertisement
Article Detail0/zeeodisha/odisha1942417

World Cup 2023: ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ରହିଛି ପାକିସ୍ତାନ, ସେମିଫାଇନାଲରେ ପହଞ୍ଚିବାକୁ ବାବରଙ୍କ ପାଖରେ ଏହା ରହିଛି ରାସ୍ତା

World Cup 2023: ବିଶ୍ୱକପ୍ ୨୦୨୩ ଟୁର୍ଣ୍ଣାମେଣ୍ଟରେ, ପାକିସ୍ତାନ ଦଳ ସାତୋଟି ମ୍ୟାଚ ମଧ୍ୟରୁ ଚାରିଟି ହାୟରିବା ପରେ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ରହିଛି । ଏହି ଦଳ ସେମିଫାଇନାଲରେ ପହଞ୍ଚିବା ପାଇଁ ବର୍ତ୍ତମାନ କିଛି ମାତ୍ରାରେ ସମ୍ଭାବନା ଥିବା ଦେଖାଯାଉଛି ।

 

Pakistan Semifinal Chance

Pakistan Semifinal Chance: ବିଶ୍ୱକପ ୨୦୨୩ ର ଶେଷ ଦୁଇଟି ମ୍ୟାଚ୍ ପରେ ପାକିସ୍ତାନ ପାଇଁ ସେମିଫାଇନାଲ ଖେଳିବା କିଛି ମାତ୍ରାରେ ସମ୍ଭବ ମନେହୁଏ । ନ୍ୟୁଜିଲ୍ୟାଣ୍ଡ ଉପରେ ଦକ୍ଷିଣ ଆଫ୍ରିକାର ବିଜୟ ଓ ଶ୍ରୀଲଙ୍କା ଉପରେ ଭାରତର ବିଜୟ ପାକିସ୍ତାନର ସେମିଫାଇନାଲ୍ ଖେଳିବାର ଆଶାକୁ କିଛି ମାତ୍ରାରେ ବଢ଼ାଇ ଦେଇଛି । ଯଦିଓ ସମୀକରଣଗୁଡ଼ିକ ଜଟିଳ, କିନ୍ତୁ ଏଠାରୁ ପାକିସ୍ତାନ ସେମିଫାଇନାଲ ରେସରେ ଆଗକୁ ଯାଇପାରିବ ।

ପାକିସ୍ତାନ ଦଳ ଏପର୍ଯ୍ୟନ୍ତ ବିଶ୍ୱକପ ୨୦୨୩ ର ସାତୋଟି ମ୍ୟାଚ୍ ମଧ୍ୟରୁ ତିନୋଟିରେ ଜିତିଛି । ୬ ପଏଣ୍ଟ ସହ ସେ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ଅଛନ୍ତି । ଏହାର ମୁଖ୍ୟ ଆହ୍ୱାନ ତିନୋଟି ଦଳରୁ ଆସୁଛି । ଏହି ଦଳଗୁଡ଼ିକ ହେଉଛି ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ । ୪ଟି ଲେଖାଁଏ ମ୍ୟାଚ୍ ଜିତିବା ପରେ ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ୮-୮ ପଏଣ୍ଟ ସହ ତୃତୀୟ ଓ ଚତୁର୍ଥ ସ୍ଥାନରେ ଅଛନ୍ତି । ୬ ଟି ମ୍ୟାଚ ମଧ୍ୟରୁ ୩ଟି ମ୍ୟାଚ୍ ଜିତିବା ପରେ ଆଫଗାନିସ୍ତାନ ୬ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି । ଭାରତ ସେମିଫାଇନାଲରେ ପ୍ରବେଶ କରିଛି, ଦକ୍ଷିଣ ଆଫ୍ରିକାର ଟିକେଟ୍ ପ୍ରାୟ ନିଶ୍ଚିତ ଓ ବାଂଲାଦେଶ ରେସରୁ ବାହାରି ଯାଇଛି । ଏଭଳି ପରିସ୍ଥିତିରେ ଏହି ତିନି ଦଳ ପାକିସ୍ତାନ ପାଇଁ ବିପଦ ନୁହଁନ୍ତି । ଯଦିଓ ନେଦରଲ୍ୟାଣ୍ଡ ଓ ଇଂଲଣ୍ଡ ମଧ୍ୟ ଏହି ରେସରେ ସାମିଲ୍ କିନ୍ତୁ ଏହି ଦଳର ସେମିଫାଇନାଲ୍ ଖେଳିବା ବହୁତ କଷ୍ଟକର ମନେହୁଏ ।

ସେମିଫାଇନାଲରେ ପ୍ରବେଶ କରିବା ପାଇଁ ପାକିସ୍ତାନ ପାଇଁ ସହଜ ଉପାୟ
ପାକିସ୍ତାନ ଦଳ ସେମିଫାଇନାଲରେ ଖେଳିବା ପାଇଁ ଅନେକ ସମୀକରଣ ଅଛି । ଯଦି ଦଳ ନିଜର ସମସ୍ତ ମ୍ୟାଚ୍ ଜିତିଯାଏ, ତେବେ ସେ ଶେଷ ଚାରିଟି ଦଳ ପାଖରେ ପହଞ୍ଚିପାରେ କିନ୍ତୁ ଏହାର ସହଜ ଉପାୟ ହେଉଛି ଅବଶିଷ୍ଟ ଦୁଇଟି ମ୍ୟାଚ୍କୁ ଭଲ ବ୍ୟବଧାନରେ ଜିତିବା । ପାକିସ୍ତାନ ଏପର୍ଯ୍ୟନ୍ତ ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍ ଖେଳି ନାହିଁ । ଏଠାରେ ତାଙ୍କୁ ଯେକୈଣସି ମୂଲ୍ୟରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏକ ବିଜୟ ପଞ୍ଜିକରଣ କରିବାକୁ ପଡିବ । ଏହି ବିଜୟ ଏକ ବଡ଼ ବ୍ୟବଧାନରେ ଜିତିବାକୁ ପଡିବ, ତାବେ ଯାଇ ପାକିସ୍ତାନ ଦଳର ସେମିଫାଇନାଲକୁ ଯିବା ସହଜ ହେବ ।

ଯଦି ପାକିସ୍ତାନ ଏହି ଦୁଇଟି ମ୍ୟାଚ୍ ଜିତେ ତା’ହେଲେ ଏହାର ଆକାଉଣ୍ଟରେ ୧୦ ପଏଣ୍ଟ ହୋଇଯିବ । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନକୁ ହରାଇବା ପରେ ପରବର୍ତ୍ତୀ ମ୍ୟାଚ୍ ଜିତିଲେ ମଧ୍ୟ ଏହାର କେବଳ ୧୦ ପଏଣ୍ଟ ସହିତ ବାକି ରହିବ । ଏଭଳି ପରିସ୍ଥିତିରେ ନେଟ୍ ରନ୍ ରେଟ୍ ଆଧାରରେ ସେମିଫାଇନାଲ ଦଳ ନିଷ୍ପତ୍ତି ନିଆଯିବ ।

ଏହି ପରିସ୍ଥିତିରେ ପାକିସ୍ତାନକୁ କେବଳ ପ୍ରାର୍ଥନା କରିବାକୁ ପଡ଼ିବ ଯେ ଆଫଗାନିସ୍ତାନ ଦଳ ଅବଶିଷ୍ଟ ତିନିଟି ମ୍ୟାଚ ମଧ୍ୟରୁ ଅତି କମରେ ଗୋଟିଏ ହାରିଯାଉ । ଯଦି ଏହା ଘଟେ ତେବେ ଆଫଗାନିସ୍ତାନ ଦଳ ମଧ୍ୟ ୧୦ ପଏଣ୍ଟ ପାଇବ ଏବଂ ନେଟ୍ ରନ୍ ରେଟ୍ ଆଧାରରେ ପାକିସ୍ତାନକୁ ସେମିଫାଇନାଲ ଖେଳିବାର ସୁଯୋଗ ମିଳିବ ।