Pak vs Eng: ପାକିସ୍ତାନ ସହ ଲିଙ୍କ ଥିବା ଏହି ଖେଳାଳି ଭାଙ୍ଗିବେ ୭୩ ବର୍ଷର ରେକର୍ଡ, ଜାଣନ୍ତୁ ସବିଶେଷ ତଥ୍ୟ
Advertisement

Pak vs Eng: ପାକିସ୍ତାନ ସହ ଲିଙ୍କ ଥିବା ଏହି ଖେଳାଳି ଭାଙ୍ଗିବେ ୭୩ ବର୍ଷର ରେକର୍ଡ, ଜାଣନ୍ତୁ ସବିଶେଷ ତଥ୍ୟ

Pak vs Eng: ବେନ୍ ଷ୍ଟୋକ୍ସଙ୍କ ଅଧିନାୟକତ୍ୱରେ ଥିବା ଇଂଲଣ୍ଡ ଦଳ ୩ ଟିକିଆ ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ରହିଛି। ଏଭଳି ପରିସ୍ଥିତିରେ ତୃତୀୟ ଟେଷ୍ଟ ମ୍ୟାଚ୍ ଜିତିବା ଏବଂ ଭ୍ରମଣକାରୀ ଦଳର ସିରିଜ ସଫା କରିବା ପାଇଁ ତାଙ୍କର ପ୍ରୟାସ ହେବ। ଅନ୍ତିମ ଟେଷ୍ଟ ମ୍ୟାଚ୍ ପାଇଁ ଇଂଲଣ୍ଡ ଏହାର ଏକାଦଶ ଖେଳିବାରେ ୨ଟି ବଡ଼ ପରିବର୍ତ୍ତନ କରିଛି।

Pak vs Eng: ପାକିସ୍ତାନ ସହ ଲିଙ୍କ ଥିବା ଏହି ଖେଳାଳି ଭାଙ୍ଗିବେ ୭୩ ବର୍ଷର ରେକର୍ଡ, ଜାଣନ୍ତୁ ସବିଶେଷ ତଥ୍ୟ

Pak vs Eng: ନୂଆଦିଲ୍ଲୀ: ଇଂଲଣ୍ଡ (England) ଓ ପାକିସ୍ତାନ (Pakistan) ମଧ୍ୟରେ ୩ଟିକିଆ ଟେଷ୍ଟ ସିରିଜରେ ତୃତୀୟ ତଥା ଶେଷ ଟେଷ୍ଟ ମ୍ୟାଚ (Test Match) କରାଚୀରେ (Karachi) ଆସନ୍ତାକାଲି (୧୭.୧୨.୨୦୨୨)ଠାରୁ ଆରମ୍ଭ ହେବାକୁ ଯାଉଛି। କରାଚୀର ନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ (National Cricket Match)  ଖେଳାଯିବ। ତେବେ ଏହି ଟେଷ୍ଟ ମ୍ୟାଚରେ (Test Match) ମାଧ୍ୟମରେ ୧୮ ବର୍ଷର ଯୁବ ଲେଗ ସ୍ପିନର (Leg Spinner) ରିହାନ ଅହମ୍ମଦ (Rehan Ahmed) ଅନ୍ତର୍ଜାତୀୟ କ୍ରିକେଟର (International Cricket) ପଦାର୍ପଣ କରିବେ। ତେବେ ରିହାନ ଏହା ସହିତ ଏକ ବଡ଼ ଅଭିଜ୍ଞତା ମଧ୍ୟ ହାସଲ କରିବାକୁ ଯାଉଛନ୍ତି। ସେ ଇଂଲଣ୍ଡର ସବୁଠାରୁ  ଟେଷ୍ଟରେ ପଦାର୍ପଣ କରିବାରେ କନିଷ୍ଠ ଖେଳାଳି ଭାବେ ପରିଗଣିତ ହେବେ। 

ବେନ୍ ଷ୍ଟୋକ୍ସଙ୍କ ଅଧିନାୟକତ୍ୱରେ ଥିବା ଇଂଲଣ୍ଡ ଦଳ ୩ ଟିକିଆ ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ରହିଛି। ଏଭଳି ପରିସ୍ଥିତିରେ ତୃତୀୟ ଟେଷ୍ଟ ମ୍ୟାଚ୍ ଜିତିବା ଏବଂ ଭ୍ରମଣକାରୀ ଦଳର ସିରିଜ ସଫା କରିବା ପାଇଁ ତାଙ୍କର ପ୍ରୟାସ ହେବ। ଅନ୍ତିମ ଟେଷ୍ଟ ମ୍ୟାଚ୍ ପାଇଁ ଇଂଲଣ୍ଡ ଏହାର ଏକାଦଶ ଖେଳିବାରେ ୨ଟି ବଡ଼ ପରିବର୍ତ୍ତନ କରିଛି। ତୃତୀୟ ଟେଷ୍ଟ ମ୍ୟାଚରେ ୱିଲ ଜ୍ୟାକଙ୍କ ସ୍ଥାନରେ ରିହାନ ଅହମ୍ମଦଙ୍କୁ ସାମିଲ କରାଯିବ। ସେହିପରି ଯେତେବେଳେ ଅଭିଜ୍ଞ ପେସର ଜେମ୍ସ ଆଣ୍ଡରସନଙ୍କ ସ୍ଥାନରେ ବେନ ଫୋକ୍ସ ଦଳକୁ ଫେରିବେ।

ରିହାନଙ୍କୁ ବର୍ତ୍ତମାନ ୧୮ ବର୍ଷ ୧୨୬ ଦିନ
ରିହାନ ଅହମ୍ମଦ ୧୮ ବର୍ଷ ୧୨୬ ଦିନ ବୟସରେ ଅନ୍ତର୍ଜାତୀୟ ଟେଷ୍ଟରେ ପଦାର୍ପଣ କରିବାକୁ ଯାଉଛନ୍ତି। ଏହା ସହିତ ସେ ବ୍ରାୟନ କ୍ଲାଜଙ୍କ ରେକର୍ଡ ମଧ୍ୟ ଭାଙ୍ଗିବେ। ବ୍ରାୟନ କ୍ଲାଜ ୭୩ ବର୍ଷ ଧରି ରେକର୍ଡ ବଜାୟ ରହିଥିଲା। ବ୍ରାୟନ କ୍ଲାଜ ଜୁଲାଇ ୧୯୪୯ରେ ଇଂଲଣ୍ଡ ତରଫରୁ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ। ସେତେବେଳେ ତାଙ୍କ ବୟସ ୧୮ ବର୍ଷ ୧୪୯ ଦିନ ରହିଥିଲା। ରିହାନ ବର୍ତ୍ତମାନ ୩ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳି ୯ଟି ଓ୍ୱିକେଟ ହାତେଇ ସାରିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୧୨୨ ରନ। 

ରିହାନ ଅହମ୍ମଦଙ୍କୁ ସେନ ଓ୍ୱାର୍ଣ୍ଣ କରିଥିଲେ ପ୍ରଶଂସା
ଲେଗ ସ୍ପିନର ରିହାନ ଅହମ୍ମଦ ଜଣେ ଏଭଳି ବୋଲର ଯାହାଙ୍କର ପ୍ରଶଂସା ଦିବଂଗତ ସେନ ଓ୍ୱାର୍ଣ୍ଣ ପ୍ରଶଂସା କରି ସାରିଛନ୍ତି। କିଛି ଦିନ ପୂର୍ବରୁ ସୋସିଆଲ ମିଡ଼ିଆରେ ସେନ ଓ୍ୱାର୍ଣ୍ଣଙ୍କ ପ୍ରଶଂସା ବେଶ ଭାଇରାଲ ହେବାରେ ରହିଥିଲା। ଏହି ଭାଇରାଲ ଭିଡ଼ିଓରେ ଉଦୀୟମାନ କ୍ରିକେଟର ଜମକର ତାରିଫ କରୁଥିବାର ନଜର ଆସିଥିଲେ। ରିହାନ ୧୯ ବର୍ଷରୁ କମ ବିଶ୍ୱକପରେ ନିଜର ପ୍ରତିଭା ବଳରେ ଲୌହମାନବ ପାଲଟିଥିଲେ। ସେ ବିଶ୍ୱକପରେ ୧୨ଟି ଓ୍ୱିକେଟ ହାତେଇଥିଲେ। ରିହାନଙ୍କ ବାପା ନଇମ ଅହମ୍ମଦଙ୍କର ପାକିସ୍ତାନ ସହିତ ସମ୍ପର୍କ ରହିଛି। ନଇମଙ୍କ ଜନ୍ମ ପାକିସ୍ତାନରେ ହୋଇଥିଲା। ସବୁଠାରୁ ବଡ଼ କଥା ହେଲା କି ସେ ଅଲରାଉଣ୍ଡର ହେବାକୁ ଚାହୁଁଥିଲେ। କିନ୍ତୁ ପରବର୍ତ୍ତି ସମୟରେ ସେ ଇଂଲଣ୍ଡକୁ ଚାଲିଆସିଥିଲେ।