PAK vs ENG: ପାକିସ୍ତାନକୁ ମାତ୍ ଦେଇ ଟି-୨୦ ବିଶ୍ଵକପ ୨୦୨୨ ଟାଇଟଲ ଜିତିଲା ଇଂଲଣ୍ଡ
Advertisement

PAK vs ENG: ପାକିସ୍ତାନକୁ ମାତ୍ ଦେଇ ଟି-୨୦ ବିଶ୍ଵକପ ୨୦୨୨ ଟାଇଟଲ ଜିତିଲା ଇଂଲଣ୍ଡ

T20 World Cup 2022 Final: ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୨ ର ଅନ୍ତିମ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚରେ ଇଂଲଣ୍ଡ ପାକିସ୍ତାନକୁ ୫ ୱିକେଟରେ ହରାଇ ବିଶ୍ଵବିଜେତା ହୋଇଛି ।

ସୌ: ସୋସିଆଲ ମିଡିଆ

PAK vs ENG T20 World Cup 2022 Final: ଆଜି ମେଲବର୍ଣ୍ଣ କ୍ରିକେଟ୍ ଷ୍ଟାଡିୟମରେ ପାକିସ୍ତାନ ଓ ଇଂଲଣ୍ଡ (Pakistan Vs England) ମଧ୍ୟରେ ଟି-୨୦ ବିଶ୍ୱକପର (T20 World Cup 2022) ଅନ୍ତିମ ମ୍ୟାଚ୍ ଖେଳାଯାଇଥିଲା । ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୩୭ ସ୍କୋର କରିଥିଲା । ଏହାର ଜବାବରେ ଇଂଲଣ୍ଡ ଦଳ (England Team) ଏହି ଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା ।  ଏହି ମ୍ୟାଚରେ ଇଂଲଣ୍ଡ ପାକିସ୍ତାନକୁ ୫ ୱିକେଟରେ ହରାଇ ବିଶ୍ଵବିଜେତା ହୋଇଛି ।

ବେନ ଷ୍ଟୋକ୍ସଙ୍କ ଲଢୁଆ ଇନିଂସ ଆଧାରରେ ଟି-୨୦ ବିଶ୍ୱକପ ୨୦୨୨ ର ଅନ୍ତିମ ମ୍ୟାଚରେ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରି ଇଂଲଣ୍ଡ ଟାଇଟଲ ଜିତିଛି । ଏହା ହେଉଛି ଇଂଲଣ୍ଡର ଦ୍ୱିତୀୟ ଟି-୨୦ ବିଶ୍ୱକପ ଟାଇଟଲ, ଏହା ପୂର୍ବରୁ ସେମାନେ ୨୦୧୨୦ ରେ ଏହି ଟ୍ରଫି ଜିତିଥିଲେ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଇଂଲଣ୍ଡ ସମ୍ମୁଖରେ ୧୩୮ ରନ୍ ସଂଗ୍ରହ କରିଥିଲା । ବେନ ଷ୍ଟୋକ୍ସଙ୍କ ଅପରାଜିତ ୫୨ ରନ୍ ଇନିଂସ ଆଧାରରେ ଇଂଲଣ୍ଡ ଏହି ସ୍କୋର ଜିତିଥିଲା ।

fallback

ପାକିସ୍ତାନ ଦେଇଥିବା ଟାର୍ଗେଟକୁ ପଛରେ ପକାଇ ଇଂଲଣ୍ଡ ଦଳ ୧୯ ଓଭରରେ ୫ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା । ଦଳ ପାଇଁ ବେନ୍ ଷ୍ଟୋକ୍ସ ଏକ ଶକ୍ତିଶାଳୀ ଇନିଂସ ଖେଳିଥିଲେ । ସେ ୪୯ ଟି ବଲ ସମ୍ମୁଖୀନ ହୋଇ ଅପରାଜିତ ୫୨ ରନ୍ କରିଥିଲେ । ଷ୍ଟୋକ୍ସଙ୍କ ଏହି ଇନିଂସରେ ୫ଟି ଚୌକା ଓ ଗୋଟିଏ ଛକା ଅନ୍ତର୍ଭୁକ୍ତ ହୋଇଥିଲା । ମୋଇନ୍ ଅଲି ୧୯ ରନ୍ ର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ । ସେ ୧୩ ବଲ ସମ୍ମୁଖୀନ ହୋଇଥିବାବେଳେ ୩ଟି ଚୌକା ମାରିଥିଲେ।

ଜୋସ୍ ବଟଲର୍ ୧୭ ବଲରେ ସମ୍ମୁଖୀନ ହୋଇଥିଲେ ଓ ସେ ୩ ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୨୬ ରନ୍ ସ୍କୋର କରିଥିଲେ । ମାତ୍ର ୧ ରନ୍ ସ୍କୋର କରିବା ପରେ ଆଲେକ୍ସ ହେଲ୍ସଙ୍କୁ ଆଉଟ ହୋଇଯାଇଥିଲା । ୧୦ ରନ୍ ସ୍କୋର କରିବା ପରେ ଫିଲିପ ସଲ୍ଟ ପାଭିଲିୟନକୁ ଫେରିଥିଲେ । ସେ ୯ ବଲ ସମ୍ମୁଖୀନ ହୋଇଥିବାବେଳେ ୨ ଟି ଚୌକା ମାରିଥିଲେ । ୨୩ ବଲରେ ୨୦ ରନ୍ ସ୍କୋର କରିବା ପରେ ହ୍ୟାରି ବ୍ରୁକଙ୍କୁ ଆଉଟ ହୋଇଯାଇଥିଲା ।

ସେମିଫାଇନାଲରେ ପାକିସ୍ତାନ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିବାବେଳେ ଇଂଲଣ୍ଡ ଭାରତକୁ ପରାସ୍ତ କରିଥିଲା । ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହେବାକୁ ଉଭୟ ଦଳର ନଜର ଥିଲା । କିନ୍ତୁ ପାକିସ୍ତାନ ସ୍ବପ୍ନ ସ୍ୱପ୍ନରେ ରହିଯାଇଛି । ୨୦୦୯ ମସିହାରେ ପାକିସ୍ତାନ ଟି-୨୦ ବିଶ୍ୱକପ ଜିତିଥିବାବେଳେ ଇଂଲଣ୍ଡ ଏହି ସଫଳତା ହାସଲ କରିବାର ଠିକ୍ ଗୋଟିଏ ବର୍ଷ ଅର୍ଥାତ୍ ୨୦୧୦ ରେ ହାସଲ କରିଥିଲା । ଏହା ହେଉଛି ଇଂଲଣ୍ଡର ଦ୍ୱିତୀୟ ଟି-୨୦ ବିଶ୍ୱକପ ଟାଇଟଲ  ।