ଶ୍ରାବଣୀଙ୍କ ସ୍ୱପ୍ନ ଭାଙ୍ଗିଦେଲା Visa, ଦିଲ୍ଲୀରୁ ଫେରିଲେ ଅଲମ୍ପିଆଡ୍
Advertisement

ଶ୍ରାବଣୀଙ୍କ ସ୍ୱପ୍ନ ଭାଙ୍ଗିଦେଲା Visa, ଦିଲ୍ଲୀରୁ ଫେରିଲେ ଅଲମ୍ପିଆଡ୍

ଅଲମ୍ପିଆଡ ଶ୍ରାବଣୀ ନନ୍ଦ କହିଛନ୍ତି ଯେ, ୬୧ତମ ଇଣ୍ଡର ଷ୍ଟେଟ୍ ନ୍ୟାସନାଲ ଚମ୍ପିଆନସିପ୍ ପରେ କାଜାଖସ୍ତାନର XXXI Qosanov Memorial ଅନ୍ତର୍ଜାତୀୟ ଚମ୍ପିଆନସିପରେ ଭାଗନେବାର ସୁଯୋଗ ଥିଲା। କାଜାଖସ୍ତାନର ପ୍ରଦର୍ଶନ ଆସନ୍ତା ମାସରେ ହେବାକୁ ଥିବା ବିଶ୍ୱ ଚମ୍ପିଆନସିପ୍ ଯୋଗ୍ୟତାରେ ସହାୟକ ହେବ।

ଡିଜାଇନ୍ ଫଟୋ

ଭୁବନେଶ୍ୱର: ଅଲମ୍ପିଆଡ ଶ୍ରାବଣୀ ନନ୍ଦଙ୍କ ବିଶ୍ୱ ଚମ୍ପିଆନସିପ୍ ଆଶା କ୍ଷୀଣ ହୋଇଛି। ଭିସା ସମସ୍ୟା ଅଲମ୍ପିଆଡଙ୍କ ସ୍ୱପ୍ନ ଭାଙ୍ଗିଦେଇଛି। ବୈଷୟିକ ତ୍ରୁଟି ପାଇଁ ଶ୍ରାବଣୀ, କାଜାଖସ୍ତାନ ଗସ୍ତରୁ ବାଦ ପଡିଛନ୍ତି। ସେଠାରେ ଆୟୋଜିତ ହୋଇଥିବା XXXI Qosanov Memorial ଅନ୍ତର୍ଜାତୀୟ ଚମ୍ପିଆନସିପରେ ସେ ଭାଗ ନେବାର ଥିଲା। କିନ୍ତୁ ଭିସା ସମସ୍ୟା ପାଇଁ ସେ ଦିଲ୍ଲୀରୁ ଫେରି ଯାଇଛନ୍ତି।

ଅଲମ୍ପିଆଡ ଶ୍ରାବଣୀ ନନ୍ଦ କହିଛନ୍ତି ଯେ, ୬୧ତମ ଇଣ୍ଡର ଷ୍ଟେଟ୍ ନ୍ୟାସନାଲ ଚମ୍ପିଆନସିପ୍ ପରେ କାଜାଖସ୍ତାନର XXXI Qosanov Memorial ଅନ୍ତର୍ଜାତୀୟ ଚମ୍ପିଆନସିପରେ ଭାଗନେବାର ସୁଯୋଗ ଥିଲା। କାଜାଖସ୍ତାନର ପ୍ରଦର୍ଶନ ଆସନ୍ତା ମାସରେ ହେବାକୁ ଥିବା ବିଶ୍ୱ ଚମ୍ପିଆନସିପ୍ ଯୋଗ୍ୟତାରେ ସହାୟକ ହେବ। ଏଥିପାଇଁ ଆଥଲେଟ୍ ଫେଡେରେସନ, ଖେଳାଳିମାନଙ୍କୁ ତ୍ରିବେନ୍ଦ୍ରମରେ ଏକାଠି କରି ଅଭ୍ୟାସ ମଧ୍ୟ କରାଇଥିଲା। ଟିମରେ ଦୂତୀ ଚାନ୍ଦ, ହିମା ଦାସ, ଧନଲକ୍ଷ୍ମୀ ଓ କେରଳର ଦୁଇ ଜଣ ଖେଳାଳିଥିଲେ।

Also Read: IND vs ENG: ଚିନ୍ତାରେ ଟିମ୍ ଇଣ୍ଡିଆ; ପୁଣି ଫ୍ଲପ୍ ହେଲେ ବିରାଟ କୋହଲି

ସେ (Srabani Nanda) ପୁଣି କହିଛନ୍ତି ଯେ, ଇଣ୍ଡର ଷ୍ଟେଟ୍ ନ୍ୟାସନାଲ ଚମ୍ପିଆନସିପ୍ ଟାଇମିଂକୁ ଇମ୍ପୃଭ କରି କାଜାଖସ୍ତାନର XXXI Qosanov Memorial ଅନ୍ତର୍ଜାତୀୟ ଚମ୍ପିଆନସିପରେ କ୍ୱାଲିଫାଇଂ ଟାଇମିଂ ହାସଲ କରିବାର ଲକ୍ଷ୍ୟଥିଲା। କିନ୍ତୁ ଭିସା ସମସ୍ୟ ପାଇଁ ସେ ଶୁକ୍ରବାର ଦିଲ୍ଲୀରୁ ଫେରିଛନ୍ତି ଓ କାଜାଖସ୍ତାନ ଗସ୍ତରୁ ବାଦ ପଡିଛନ୍ତି। ପାସପୋଟର କୌଣସି ଗୋଟିଏ ନମ୍ବରରେ ତ୍ରୁଟି ଥିବାରୁ ତାଙ୍କର ଭିସା ହୋଇନଥିବା ଶ୍ରାବଣୀ ପ୍ରକାଶ କରିଛନ୍ତି। ତେବେ ସମସ୍ୟାର ସମାଧାନ ପାଇଁ ଫେଡେରେସନ ବହୁତ ପ୍ରାୟସ କରିଥିଲା କିନ୍ତୁ ତାହା ହୋଇପାରିନଥିଲା ବୋଲି ଧାବିକା କହିଛନ୍ତି।

 

'ଏଥରର ରିଲେ ଟିମ୍ ବେଷ୍ଟ ଟିମ୍ ଥିଲା। ଆଉ ଏହି ଟିମ ନିହାତି ଭାବେ ବିଶ୍ୱ ଚମ୍ପିଆନସିପ ଯୋଗ୍ୟତା ପାଇଥାନ୍ତା' ବୋଲି ଶ୍ରାବଣୀ କହିଛନ୍ତି। କିନ୍ତୁ ଭିସା ପାଇଁ ସେ ସେହି ବେଷ୍ଟ ଟିମରୁ ବାଦ ପଡିଛନ୍ତି। ଶ୍ରାବଣୀ ବ୍ୟତୀତ ତାଙ୍କ ଟିମର ଅନ୍ୟ ସମସ୍ତ ସଦସ୍ୟ XXXI Qosanov Memorial ଅନ୍ତର୍ଜାତୀୟ ଚମ୍ପିଆନସିପରେ ଅଂଶ ଗ୍ରହଣ କରିଛନ୍ତି। ସେପଟେ ଆଲମାଟିରେ ଆୟୋଜିତ ଅନ୍ତର୍ଜାତୀୟ ଚମ୍ପିଆନସିପରେ ଭାରତୀୟ ରିଲେ (୪x୧୦୦ ମିଟର)ଦଳ ରୌପ୍ୟ ପଦକ ଜିତିଛନ୍ତି। ଶ୍ରାବଣୀଙ୍କ ଟିମରେ ଥିବା ଅଲମ୍ପିଆଡ ଦୂତୀ ଚାନ୍ଦ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ସେମାନେ ୪୫.୨୫ ସେକେଣ୍ଡରେ ଏହି ଦୂରତା ଅତିକ୍ରମ କରିଥିବା ଦୂତି କହିଛନ୍ତି।

Also Read: ପାକିସ୍ତାନର ଫାଷ୍ଟ ବୋଲର ଶୋଏବଙ୍କ ଆତ୍ମହତ୍ୟା ଉଦ୍ୟମ, ଅବସ୍ଥା ଗୁରୁତର

ସୂଚନାଯୋଗ୍ୟ, ଚଳିତ ବର୍ଷ ମେ'ରେ ରାଜଧାନୀ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଇଣ୍ଡିଆନ ଗ୍ରାଣ୍ଡପ୍ରିକ୍ସ-୩ ଆଥଲେଟିକ୍ସ କମ୍ପିଟିସନ୍ରେ ଶ୍ରାବଣୀ ନନ୍ଦ ୨୦୦ ମିଟର ମହିଳା ରେସ ଇଭେଣ୍ଟରେ ୨୪.୦୪ ସେକେଣ୍ଡରେ ୨୦୦ ମିଟର ଟ୍ରାକ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ହାମର ଥ୍ରୋ ଇଭେଣ୍ଟରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଆସନ୍ତା ଜୁଲାଇ ୨୮ ତାରିଖରୁ ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭ ହେବାକୁ ଯାଉଛି। ଏଥିରେ  ୩୭ ଜଣ ଭାରତୀୟ ଆଥଲେଟ ଭାଗ ନେବେ। ଭାରତୀୟ ଆଥଲେଟିକ ସଂଘ ପକ୍ଷରୁ (AFI) ଘୋଷଣା କରିଥିବା ଦଳରେ ଦୁଇ ଅଲିମ୍ପିଆନ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ ସ୍ଥାନ ପାଇଛନ୍ତି। ମହିଳା ୪x୧୦୦ ମିଟର ରିଲେ ଦଳରେ ଦୁଇ ତାରକା ସାମିଲ ହୋଇଛନ୍ତି।