ଅଲ୍ଟିମେଟ୍ ଖୋ ଖୋ ଲିଗ୍ ଫାଇନାଲରେ ଓଡ଼ିଶା, ଖେଳାଳିଙ୍କ ମନୋବଳ ବଢ଼ାଇଲେ ମୁଖ୍ୟମନ୍ତ୍ରୀ
Advertisement

ଅଲ୍ଟିମେଟ୍ ଖୋ ଖୋ ଲିଗ୍ ଫାଇନାଲରେ ଓଡ଼ିଶା, ଖେଳାଳିଙ୍କ ମନୋବଳ ବଢ଼ାଇଲେ ମୁଖ୍ୟମନ୍ତ୍ରୀ

Ultimate Kho Kho League 2022: ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି କୋଚ୍ ଓ ଖେଳାଳିମାନେ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଛନ୍ତି । ଖେଳାଳିଙ୍କୁ ଓ ଓଡିଶା ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ପ୍ରୋତ୍ସାହନ ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅଲ୍ଟିମେଟ୍ ଖୋ ଖୋ ଲିଗ୍ ଫାଇନାଲରେ ଓଡ଼ିଶା, ଖେଳାଳିଙ୍କ ମନୋବଳ ବଢ଼ାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: Ultimate Kho Kho League 2022: ଓଡ଼ିଶା ମୁଖ୍ୟମନ୍ତ୍ରୀ (Odisha CM) ନବୀନ ପଟ୍ଟନାୟକ (Naveen Patnaik) ପୁଣେ ଠାରେ ଚାଲିଥିବା ଅଲ୍ଟିମେଟ୍ ଖୋ ଖୋ ଲିଗ (Ultimate Kho Kho League 2022) ରେ ରାଷ୍ଟ୍ରାୟତ୍ତ ଦଳ ତଥା ଓଡ଼ିଶା ସରକାର (Odisha Govt) ଙ୍କ ଦ୍ଵାରା ପ୍ରୟୋଜିତ ଦଳ ଓଡ଼ିଶା ଜଗରନଟ୍ସ (Odisha Juggernauts) ର କୋଚ୍ ଓ ଖେଳାଳିଙ୍କ ସହ ଆଲୋଚନା କରିଛନ୍ତି । ଗତକାଲି ଗୁଜୁରାଟ ଜିଆଣ୍ଟସ୍ (Gujarat Giants) ବିପକ୍ଷରେ ପ୍ରାଧାନ୍ୟ ପ୍ରଦର୍ଶନ ପରେ ଓଡିଶା ଜଗରନଟ୍ସ ଅତ୍ୟଧିକ ଭଲ ପ୍ରଦର୍ଶନ କରି ଆସନ୍ତାକାଲି ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା । ଏହି ଚମତ୍କାର ପ୍ରଦର୍ଶନ ଓ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିବାରୁ ମୁଖ୍ୟମନ୍ତ୍ରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।  ସେ ଟିମ୍ ସଦସ୍ୟଙ୍କୁ ଉତ୍ସାହିତ କରିଛନ୍ତି ଓ ଆଗାମୀ ତଥା ଅନ୍ତିମ ମ୍ୟାଚ୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି କୋଚ୍ ଓ ଖେଳାଳିମାନେ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଛନ୍ତି । ଖେଳାଳିଙ୍କୁ ଓ ଓଡିଶା ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ପ୍ରୋତ୍ସାହନ ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେମାନେ ଭଲ ପ୍ରଦର୍ଶନ କରିବେ ଓ ଟ୍ରଫି ଜିତି ଭୁବନେଶ୍ୱରକୁ ଫେରିବେ ବୋଲି ଟିମ୍ ଖେଳାଳି କହିଛନ୍ତି । ଆଲୋଚନା ବେଳେ ଟିମ୍ ମୁଖ୍ୟ ପ୍ରଶିକ୍ଷକ ଅଶ୍ୱିନୀ କୁମାର ଶର୍ମା, ସହ-ଅଧିନାୟକ ଦୀପେଶ ବିଜୟ ମୋରେ ଏବଂ ଖେଳାଳି ଜଗନ୍ନାଥ ମୁର୍ମୁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ।

ଏଠାରେ କହି ରଖୁଛୁ ଯେ, ଶୁକ୍ରବାର ପୁଣେର ଶ୍ରୀ ଶିବ ଛତ୍ରପତି କ୍ରୀଡ଼ା କମ୍ପ୍ଲେକ୍ସରେ ଅଲ୍ଟିମେଟ୍ ଖୋ ଖୋ ଉଦ୍ଘାଟନୀ ସଂସ୍କରଣରେ ଗୁଜୁରାଟ ଜିଆଣ୍ଟସ୍ ବିପକ୍ଷରେ ଓଡିଶା ଜଗରନଟ୍ସ ୫୭-୪୩ରେ ବିଜୟ ହାସଲ କରିଛି । ସୁରଜ ଲାଣ୍ଡେ ପାଞ୍ଚ ଖେଳାଳିଙ୍କୁ ବାହାର କରି ଦଳ ପାଇଁ ୧୩ ପଏଣ୍ଟ ସ୍କୋର କରିଥିଲେ, ଯାହା ଓଡ଼ିଶା ଜଗରନଟ୍ସର ବିଜୟ ପାଇଁ ଅତ୍ୟନ୍ତ ଜରୁରୀ ଥିଲା । ସେହିପରି ଦିଲୀପ ଖାନ୍ଦବୀଙ୍କ ଅନ୍ତିମ ପର୍ଯ୍ୟାୟରେ ୩.୪୮ ମିନିଟରେ ଚମତ୍କାର ଭାବରେ ଡିଫେଣ୍ଡ ଦଳର ବିଜୟକୁ ସୁନିଶ୍ଚିତ କରିଥିଲା । ରବିବାର ହେବାକୁ ଥିବା ଫାଇନାଲରେ ଓଡିଶା ଜଗରନଟ୍ସ ଓ କ୍ୱାଲିଫାୟର ୨ର ବିଜେତା ଟାଇଟଲ ପାଇଁ ମୈଦାନକୁ ଓହ୍ଲାଇବେ ।

ଏହା ବି ପଢ଼ନ୍ତୁ:-ବିହାର ରାଜନୀତିକୁ ନେଇ ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ, ଅଭିଜ୍ଞତା ଆଧାରରେ କଲେ ଭବିଷ୍ୟବାଣୀ

ଏହା ବି ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର, ମହଙ୍ଗା ଭତ୍ତାକୁ ନେଇ ଆସିଲା ବଡ଼ ଅପଡେଟ୍

ଏହା ବି ପଢ଼ନ୍ତୁ:-ଗିରିରାଜ ଖୋଲିଲେ ନୀତିଶ-କେସିଆରଙ୍କ ବନ୍ଦ କୋଠରୀର ଗୁମର

ସେପଟେ ଗୁଜୁରାଟ ଜିଆଣ୍ଟସ୍ ପାଇଁ ଅଭିନ୍ଦନ ପାଟିଲ ୧୦ ପଏଣ୍ଟ ହାସଲ କରିଥିଲେ । ୧୪ ପଏଣ୍ଟରେ ହାରିବା ସତ୍ତ୍ୱେ ଗୁଜୁରାଟ ଜିଆଣ୍ଟସ୍ ଫାଇନାଲରେ ନିଜର ବର୍ଥକୁ ସିଲ୍ କରିବାର ସୁଯୋଗ ପାଇଛି । କାରଣ ଦଳ ଆଜି ଅର୍ଥାତ ଶନିବାର କ୍ୱାଲିଫାୟର ୨ର ଏଲିମିଟର ମ୍ୟାଚର ବିଜେତା ତେଲୁଗୁ ୟୋଦ୍ଧାସ ସହ ଖେଳିବେ ।