Odia Cricketers: ଓଡି଼ଶାର ଏହି ଆଠ ଜଣ କ୍ରିକେଟର ଯିଏ ଜାତୀୟ-ଆନ୍ତର୍ଜାତୀୟ ସ୍ତରରେ ଆଣିଛନ୍ତି ଖ୍ୟାତି
Advertisement
Article Detail0/zeeodisha/odisha1644558

Odia Cricketers: ଓଡି଼ଶାର ଏହି ଆଠ ଜଣ କ୍ରିକେଟର ଯିଏ ଜାତୀୟ-ଆନ୍ତର୍ଜାତୀୟ ସ୍ତରରେ ଆଣିଛନ୍ତି ଖ୍ୟାତି

Odia Cricketers: ଆପଣଙ୍କୁ ଏଠାରେ ଏପରି କିଛି ଓଡ଼ିଆ କ୍ରିକେଟରଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଭାରତୀୟ କ୍ରିକେଟରେ ସେମାନଙ୍କର ପ୍ରତିଭା ଦେଖାଇସାରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ସବୁ ଖେଳାଳି ମାନଙ୍କ ବିଷୟରେ ।

 

ସୌ: ସୋସିଆଲ ମିଡିଆ

Famous Odia cricketers: ଆମ ରାଜ୍ୟ ଓଡ଼ିଶା ମଧ୍ୟ ଆନ୍ତର୍ଜାତୀୟ କ୍ରିକେଟକୁ ଅନେକ ଅବଦାନ ଦେଇଛି । ଭାରତୀୟ କ୍ରିକେଟ୍ ପାଇଁ କିଛି ଓଡ଼ିଆ ଖେଳାଳି ମଧ୍ୟ ଆନ୍ତର୍ଜାତୀୟ ସ୍ତରରେ ଅନେକ ଖ୍ୟାତି ଆଣିଛନ୍ତି । ଆଜି ଆମେ ଆପଣଙ୍କୁ ଏଠାରେ ଏପରି କିଛି ଓଡ଼ିଆ କ୍ରିକେଟରଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଭାରତୀୟ କ୍ରିକେଟରେ ସେମାନଙ୍କର ପ୍ରତିଭା ଦେଖାଇସାରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ସବୁ ଖେଳାଳି ମାନଙ୍କ ବିଷୟରେ...

Pragyan Ojha​: ପୂର୍ବତନ ଭାରତୀୟ କ୍ରିକେଟର ଭାରତ ପାଇଁ କ୍ରିକେଟର ସମସ୍ତ ଫର୍ମାଟ ଖେଳିସାରିଛନ୍ତି ଓ ଆଇପିଏଲର ତୃତୀୟ ସଂସ୍କରଣରେ ସର୍ବାଧିକ ୱିକେଟ୍ ନେଇଥିବାରୁ ସେ ଅରେଞ୍ଜ କ୍ୟାପ୍ ମଧ୍ୟ ଜିତିଥିଲେ । ସେ ଜଣେ ବାମହାତୀ ସ୍ପିନ ବୋଲର ଥିଲେ ।

fallback

Debashis Mohanty​: ଭୁବନେଶ୍ୱର ଜନ୍ମିତ ଏହି କ୍ରିକେଟର ୨ଟି ଟେଷ୍ଟ ଓ ୪୫ଟି ODI ରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ସେ ଜଣେ ଡାହାଣ ହାତର ମଧ୍ୟମ ପେସର୍ ଥିଲେ । ସେ ୨୦୧୧ ରୁ ୨୦୧୭ ପର୍ଯ୍ୟନ୍ତ ଓଡି଼ଶା ରଣଜୀ ଦଳର କୋଚ୍ ଭାବରେ ମଧ୍ୟ ଦାୟିତ୍ୱ ନିଭାଇ ଥିଲେ । 

Shiv Sundar Das​: ୨୦୧୭ ରେ ଓଡ଼ିଶା ରଣଜୀ ଦଳର କୋଚ୍ ଭାବରେ ମହାନ୍ତିଙ୍କ ସ୍ଥାନ ଶିବସୁନ୍ଦର ଦାସ ନେଇଥିଲେ । ଜଣେ ଓପନର୍ ଭାବରେ ସେ ଟେଷ୍ଟରେ ଭାରତ ପାଇଁ ୨ ଶତକ ହାସଲ କରିଥିଲେ । ୨୦୨୧ ମଇ ମାସରେ ତାଙ୍କୁ ଭାରତୀୟ ମହିଳା ଦଳର ବ୍ୟାଟିଂ ପ୍ରଶିକ୍ଷକ ଭାବରେ ନିଯୁକ୍ତି ମିଳିଥିଲା । ସେ ଭାରତ ପକ୍ଷରୁ ୨୩ଟି ଟେଷ୍ଟ ଓ ୪ଟି ଏକଦିବସୀୟ ମ୍ୟାଚ ଖେଳିଥିଲେ ।

fallback

Sanjay Raul​: ୧୯୯୮ ରେ ପାକିସ୍ତାନ ବିପକ୍ଷରେ ଭାରତ ପାଇଁ ସଞ୍ଜୟ ରାଉଳ ଦୁଇଟି ODI ରେ ସ୍ଥାନ ପାଇଥିଲେ । ଯଦିଓ ସେ ନିଜ ବ୍ୟାଟିଂରେ ପ୍ରଭାବ ପକାଇ ପାରିନଥିଲେ ଓ ଦୁଇଟି ମ୍ୟାଚରେ ମାତ୍ର  ୮ ରନ୍ କରିଥିଲେ । ତେବେ ଘରୋଇ ଟୁର୍ଣ୍ଣାମେଣ୍ଟରେ ସେ ଓଡି଼ଶା ପାଇଁ ଏକ ଭଲ ବ୍ୟାଟ୍ସମ୍ୟାନ୍ ଥିଲେ ।

Ranjib Biswal​: ରଞ୍ଜୀବ ବିଶ୍ୱାଳ ଓଡ଼ିଶାରେ ଜନ୍ମିତ ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ ଓଡ଼ିଶା ରଣଜି ଦଳରେରେ ଖେଳୁଥିଲେ । ୧୯ ବର୍ଷରୁ କମ ବର୍ଗର କ୍ରିକେଟ ଦଳରେ ଭାରତ ତରଫରୁ ପାକିସ୍ଥାନ ବିପକ୍ଷରେ ୪ଟି ଟେଷ୍ଟ ମ୍ୟାଚରେ ପ୍ରତିନିଧିତ୍ୱ କରିଥିଲେ । ୧୯୯୭ମସିହାରେ ଭାରତୀୟ କ୍ରିକେଟ ଦଳରୁ ଅବସର ଗ୍ରହଣ କରିଥିଲେ ।

Subhransu Senapati​: ଚେନ୍ନାଇ ସୁପର କିଙ୍ଗସ୍ ତାଙ୍କୁ ଟାଟା ଆଇପିଏଲ୍ ୨୦୨୨ ମେଗା ନିଲାମରେ ୨୦ ଲକ୍ଷ ଟଙ୍କାରେ କିଣିଥିବା ବେଳେ ସେନାପତିଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲେ । ଡାହାଣହାତୀ ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ୍ ବର୍ତ୍ତମାନ ଓଡି଼ଶା ରଣଜୀ ଦଳର ଅଧିନାୟକ ଅଟନ୍ତି ଓ ବିଜୟ ହଜାରେ ଟ୍ରଫିରେ ତାଙ୍କ ବ୍ୟାଟିଂ ପ୍ରଥିଭା ଦେଖାଇ ସାରିଛନ୍ତି ।

Biplab Samantray​: ବିପ୍ଲବ ଜଣେ ଡାହାଣହାତୀ ବ୍ୟାଟ୍ସମାନ ଓ ସେ ଓଡ଼ିଶା ପାଇଁ ମିଡଲ ଅର୍ଡରରେ ବ୍ୟାଟିଂ କରନ୍ତି । ତାଙ୍କର ଡାହାଣହାତୀ ମାଧ୍ୟମ ଗତି ବୋଲିଂ ମଧ୍ୟ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । ୨୦୧୨ରେ ଆଇପିଏଲ ଦଳ ଡେକାନ ଚାର୍ଜର୍ସ ବିପ୍ଳବଙ୍କୁ ନିଜ ଦଳରେ ସାମିଲ କରିଥିଲା । ବିପ୍ଲବ ବାରବାଟି ଷ୍ଟାଡିଅମରେ ପୁନେ ୱାରିୟର୍ସ ବିପକ୍ଷରେ ଗୋଟିଏ ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ ।

Abhishek Rautମହାରାଷ୍ଟ୍ରରେ ଜନ୍ମିତ ରାଉତ ଭାରତୀୟ କ୍ରିକେଟର ଘରୋଇ କ୍ଷେତ୍ରରେ ଓଡ଼ିଶା କ୍ରିକେଟ୍ ଦଳକୁ ପ୍ରତିନିଧିତ୍ୱ କରନ୍ତି । ସେ ଆଇପିଏଲରେ ଡେକାନ୍ ଚାର୍ଜର୍ସଙ୍କ ପାଇଁ ଖେଳିସାରିଛନ୍ତି ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ଇଣ୍ଟରନେଟରେ ଉପଲବ୍ଧ ଥିବା ସୂଚନା ଦ୍ୱାରା ଆଧାରିତ )

ଏହା ବି ପଢ଼ନ୍ତୁ: Impact Player Rule: ଇମ୍ପାକ୍ଟ ପ୍ଲେୟାର ନିୟମ କ’ଣ? ଦଳମାନେ ଏହାକୁ କିପରି ବ୍ୟବହାର କରୁଛନ୍ତି, ଜାଣନ୍ତୁ ଏହାସହ ଜଡିତ ସମସ୍ତ ପ୍ରଶ୍ନର ଉତ୍ତର