ODI World Cup 2023: ଟିମ୍ ଇଣ୍ଡିଆ ପାଇଁ ବହୁତ ବଡ଼ ଖରାପ ଖବର, ବିଶ୍ୱକପ ୨୦୨୩ରୁ ବାହାର ହେଲେ ଭାରତର ଏହି ବଡ ମ୍ୟାଚ୍ ୱିନର୍
Advertisement

ODI World Cup 2023: ଟିମ୍ ଇଣ୍ଡିଆ ପାଇଁ ବହୁତ ବଡ଼ ଖରାପ ଖବର, ବିଶ୍ୱକପ ୨୦୨୩ରୁ ବାହାର ହେଲେ ଭାରତର ଏହି ବଡ ମ୍ୟାଚ୍ ୱିନର୍

ODI World Cup 2023: ଗତବର୍ଷ ଡିସେମ୍ବର ୩୦ରେ ସକାଳ ପ୍ରାୟ ୫.୩୦ ସମୟରେ ଋଡ଼କୀର ନରସାନ ସୀମାରେ ଥିବା ହାମଦପୁର ଜାଲ ନିକଟରେ ଥିବା ରେଲିଂ ସହିତ ଋଷଭ ପନ୍ତ ଙ୍କ କାର ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ପରେ କାରରେ ନିଆ ଲାଗିଯାଇଥିଲା ​ଓ ଦୁର୍ଘଟଣାରେ ଋଷଭ ପନ୍ତ ଗୁରୁତର ଆହତ ହୋଇଥିଲେ । 

ODI World Cup 2023: ଟିମ୍ ଇଣ୍ଡିଆ ପାଇଁ ବହୁତ ବଡ଼ ଖରାପ ଖବର, ବିଶ୍ୱକପ ୨୦୨୩ରୁ ବାହାର ହେଲେ ଭାରତର ଏହି ବଡ ମ୍ୟାଚ୍ ୱିନର୍

ODI World Cup 2023: ଦିନିକିଆ ବିଶ୍ୱକପ୍ ୨୦୨୩ (ODI World Cup 2023) ଚଳିତ ବର୍ଷର ଶେଷରେ ଭାରତରେ ଖେଳାଯିବ । ୨୦୧୩ ପରେ ଟିମ୍ ଇଣ୍ଡିଆ କୌଣସି ଆଇସିସି ଟ୍ରଫି ଜିତିପାରି ନାହିଁ । ତେଣୁ ଭାରତୀୟ ପ୍ରଶଂସକମାନେ ଏଥର ଭାରତୀୟ କ୍ରିକେଟ ଟିମ (Indian Cricket Team) ଉପରେରୁ ବହୁତ ଆଶା ରଖିଛନ୍ତି । କିନ୍ତୁ ଏସବୁ ମଧ୍ୟରେ ଟିମ୍ ଇଣ୍ଡିଆ (Team India) ସହ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଭାରତୀୟ ଦଳର ଜଣେ ଡ୍ୟାସିଂ ବ୍ୟାଟ୍ସମ୍ୟାନ୍ ଏହି ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇପାରେ ।

ଟିମ୍ ଇଣ୍ଡିଆ (Team India) ର ଓପନର୍ ଶିଖର ଧାୱନ (Shikhar Dhawan) ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ ଟିମ୍ ଇଣ୍ଡିଆର ଷ୍ଟାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (Rishabh Pant) ଙ୍କ ସହ କଥା ହୋଇଛନ୍ତି ଓ ସେ ୭-୮ ମାସ ମଧ୍ୟରେ ସୁସ୍ଥ ହୋଇଯିବେ । ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଋଷଭ ପନ୍ତ ସ୍ୱାସ୍ଥ୍ୟଗତ (Rishabh Pant Health) କାରଣରୁ ଏକଦିବସୀୟ ବିଶ୍ୱକପରୁ ବାଦ ପଡିବା ନିଶ୍ଚିତ । ଋଷଭ ପନ୍ତ ଏକ ଭୀଷଣ କାର ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲେ ​​ଯେଉଁଥିରେ ସେ ଗୁରୁତର ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୩୦ରେ ସକାଳ ପ୍ରାୟ ୫.୩୦ ସମୟରେ ଋଡ଼କୀର ନରସାନ ସୀମାରେ ଥିବା ହାମଦପୁର ଜାଲ ନିକଟରେ ଥିବା ରେଲିଂ ସହିତ ଋଷଭ ପନ୍ତ (Rishabh Pant) ଙ୍କ କାର ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ପରେ କାରରେ ନିଆ ଲାଗିଯାଇଥିଲା ​ଓ ଦୁର୍ଘଟଣାରେ ଋଷଭ ପନ୍ତ (Rishabh Pant) ଗୁରୁତର ଆହତ ହୋଇଥିଲେ । ଏହି ଘଟଣା ପରେ ତାଙ୍କୁ ଦେହରାଡୁନରେ ଭର୍ତ୍ତି କରାଯାଇଥିଲା, ପରେ ତାଙ୍କୁ ମୁମ୍ବାଇକୁ ଅଣାଯାଇଥିଲା । ଆପଣଙ୍କୁ କହି ରଖୁଛୁ ଯେ, ଋଷଭ ପନ୍ତ (Rishabh Pant) ଙ୍କ ଆଣ୍ଠୁ ଓ ଗୋଡର ଲିଗାମେଣ୍ଟ୍ ଟିୟରର ଅସ୍ତ୍ରୋପଚାର କରାଯାଇଛି । ମିଡିଆ ରିପୋର୍ଟ ଅନୁଯାୟୀ ତାଙ୍କୁ ପ୍ରାୟ ଏକ ମାସ ମଧ୍ୟରେ ଆଉ ଏକ ଅସ୍ତ୍ରୋପଚାର ଆବଶ୍ୟକ ହେବ । ଦ୍ୱିତୀୟ ଅସ୍ତ୍ରୋପଚାର କେବେ ହେବ ତାହା ଡାକ୍ତର ସ୍ଥିର କରିବେ । 

ଅଧିକ ପଢ଼ନ୍ତୁ:-ଦିନିକିଆ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖରାପ ଖବର! ଫିଟ୍ ହେଲେ ଅଷ୍ଟ୍ରେଲିଆର ଏହି ଖତରନାକ୍ ଖେଳାଳି

ଅଧିକ ପଢ଼ନ୍ତୁ:-୨୦୨୪ ନିର୍ବାଚନ ପୂର୍ବରୁ ​​ନୂଆ ସର୍ଭେ ବଢ଼ାଇଲା ମୋଦି-ଶାହଙ୍କ ଟେନସନ! ଆସନ ସଂଖ୍ୟାରେ ଜବରଦସ୍ତ ହ୍ରାସ

ଅଧିକ ପଢ଼ନ୍ତୁ:-ମହଙ୍ଗା ରିଚାର୍ଜରୁ ମିଳିବ ମୁକ୍ତି! TRAI ଖୋଜିଲା ନୂଆ ଫର୍ମୂଲା, Airtel Jio Vi ପ୍ଲାନର ଦାମ୍ ହୋଇଯିବ ଅଧା

ଆପଣଙ୍କୁ କହି ରଖୁଛୁ ଯେ, ୨୦୨୨ ମସିହାରେ ଋଷଭ ପନ୍ତ (Rishabh Pant)  ଟିମ୍ ଇଣ୍ଡିଆ ପାଇଁ ମୋଟ ୭ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଏହି ସମୟ ମଧ୍ୟରେ ଋଷଭ ପନ୍ତ (Rishabh Pant) ୬୧.୮୧ ଏଭେରେଜରେ ୬୮୦ ରନ୍ ସ୍କୋର କରିଥିଲେ । ଋଷଭ ପନ୍ତ (Rishabh Pant) ଗତ ବର୍ଷ ଦିନିକିଆରେ ୧୨ଟି ମ୍ୟାଚରେ ୩୭.୩୩ ଏଭେରେଜରେ ୩୩୬ ରନ୍ ସ୍କୋର କରିଥିଲା । ଟି-20 ବିଷୟରେ କହିବାକୁ ଗଲେ, ଋଷଭ ପନ୍ତ (Rishabh Pant) ଏହି ଫର୍ମାଟରେ  ଗତ ବର୍ଷ ୨୫ଟି ମ୍ୟାଚ୍ ଖେଳିଛନ୍ତି ଓ ୨୧.୪୧ ଏଭେରେଜରେ ୩୬୪ ରନ୍ ସ୍କୋର କରିଥିଲେ ।