ODI World Cup 2023: ଦିନିକିଆ ବିଶ୍ୱକପ୍ ୨୦୨୩ ପାଇଁ ଟିମ୍ ଇଣ୍ଡିଆରେ ମିଳିଲା ୧୭ ଖେଳାଳିଙ୍କୁ ସ୍ଥାନ, କୋଚ୍ ଦ୍ରାବିଡ ପ୍ରସ୍ତୁତ କଲେ ଲିଷ୍ଟ୍
Advertisement

ODI World Cup 2023: ଦିନିକିଆ ବିଶ୍ୱକପ୍ ୨୦୨୩ ପାଇଁ ଟିମ୍ ଇଣ୍ଡିଆରେ ମିଳିଲା ୧୭ ଖେଳାଳିଙ୍କୁ ସ୍ଥାନ, କୋଚ୍ ଦ୍ରାବିଡ ପ୍ରସ୍ତୁତ କଲେ ଲିଷ୍ଟ୍

India vs Australia 3rd ODI: ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍ ପୂର୍ବରୁ ଗଣମାଧ୍ୟମ ସହ କଥାବାର୍ତ୍ତା କରି ରାହୁଲ ଦ୍ରାବିଡ କହିଛନ୍ତି ଯେ, ଦିନିକିଆ ବିଶ୍ୱକପ ପାଇଁ ୧୭-୧୮ ଖେଳାଳି ଚୟନ କରାଯାଇଛି । ଏହାସହ ସମସ୍ତଙ୍କ ନଜର କେବଳ ଏହି ଜିନିଷ ଉପରେ ରହିଛି ଯେ ଯେତେବେଳେ ତାଲିକା ବାହାରକୁ ଆସିବ, ସୂର୍ଯ୍ୟକୁମାର ଯାଦବଙ୍କ ନାମ ସେଥିରେ ରହିବ କି ନାହିଁ । 

ODI World Cup 2023: ଦିନିକିଆ ବିଶ୍ୱକପ୍ ୨୦୨୩ ପାଇଁ ଟିମ୍ ଇଣ୍ଡିଆରେ ମିଳିଲା ୧୭ ଖେଳାଳିଙ୍କୁ ସ୍ଥାନ, କୋଚ୍ ଦ୍ରାବିଡ ପ୍ରସ୍ତୁତ କଲେ ଲିଷ୍ଟ୍

ODI World Cup 2023: ଚଳିତ ବର୍ଷ ଭାରତରେ ଆୟୋଜିତ ହେବାକୁ ଥିବା ଆଇସିସି ଦିକିଆ ବିଶ୍ୱକପ (ODI World Cup 2023) ପାଇଁ ଭାରତୀୟ କ୍ରିକେଟ୍ ଦଳ (Indian Cricket Team) ର କୋଚ୍ ରାହୁଲ ଦ୍ରାବିଡ (Rahul Dravid) କୋର୍ ଟିମ୍ ପ୍ରସ୍ତୁତ କରିସାରିଛନ୍ତି । ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜ (India vs Australia ODI Series) ର ଶେଷ ମ୍ୟାଚ୍ (IND vs AUS 3rd ODI) ପୂର୍ବରୁ ଗଣମାଧ୍ୟମ ସହ କଥାବାର୍ତ୍ତା କରି ରାହୁଲ ଦ୍ରାବିଡ କହିଛନ୍ତି ଯେ, ଦିନିକିଆ ବିଶ୍ୱକପ (ODI World Cup 2023) ପାଇଁ ୧୭-୧୮ ଖେଳାଳି ଚୟନ କରାଯାଇଛି । ଏହାସହ ସମସ୍ତଙ୍କ ନଜର କେବଳ ଏହି ଜିନିଷ ଉପରେ ରହିଛି ଯେ ଯେତେବେଳେ ତାଲିକା (Team India Squad For ODI World Cup 2023)  ବାହାରକୁ ଆସିବ, ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଙ୍କ ନାମ ସେଥିରେ ରହିବ କି ନାହିଁ । ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ (ICC ODI World Cup 2023) ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ ଭାରତରେ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟକୁ ଦୃଷ୍ଟିରେ ରଖି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ODI ସିରିଜ୍ (India vs Australia ODI Series) ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଏହି ସିରିଜ୍ ମଧ୍ୟରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ (Rahul Dravid) ODI ବିଶ୍ୱକପ ୨୦୨୩ ଦଳ (ODI World Cup 2023 Squad) କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ରାହୁଲ ଦ୍ରାବିଡଙ୍କ ଅନୁଯାୟୀ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୧୭-୧୮ ଖେଳାଳିଙ୍କୁ ଚିହ୍ନଟ କରାଯାଇଛି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ (IND vs AUS ODI Series) ର ତୃତୀୟ ତଥା ନିର୍ଣ୍ଣାୟକ ODI ମ୍ୟାଚ (IND vs AUS 3rd ODI) ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କହିଛନ୍ତି ଯେ, ଚଳିତ ବର୍ଷ ଭାରତୀୟ ଦଳ ଦ୍ୱାରା ଖେଳାଯାଇଥିବା ଘରୋଇ ODI ରୁ ପ୍ରସ୍ତୁତ ଦଳର ରୂପରେଖାରୁ ସେ ବହୁତ ଖୁସି ଅଛନ୍ତି । ସେ ବିଶ୍ୱକପ ଦଳ (Team India Squad For ODI World Cup 2023) ପାଇଁ ୧୭-୧୮ ଖେଳାଳିଙ୍କୁ ଚିହ୍ନଟ କରିଛନ୍ତି । ଭାରତ ପୂର୍ବରୁ ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୩-୩ ମ୍ୟାଚର ଦିନିକିଆ ସିରିଜ ଖେଳିସାରିଛି । ଏହି ସିରିଜର ଦୁଇଟି ମ୍ୟାଚ୍ ଶେଷ ହୋଇସାରିଛି ଓ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ ମାର୍ଚ୍ଚ ୨୨ ଅର୍ଥାତ ଆଜି ଖେଳାଯିବାର ଅଛି ।

ରାହୁଲ ଦ୍ରାବିଡ (Rahul Dravid) ଙ୍କୁ ପଚରାଯାଇଥିଲା କି ସେ ବିଶ୍ୱକପ (ODI World Cup 2023) କୁ ଧ୍ୟାନରେ ରଖି ୯ଟି ଘରୋଇ ODI ରେ ସେ କଣ ହାସଲ କରିଛନ୍ତି, ଯାହାକୁ ସେ ନିର୍ଦ୍ଧାରିତ କରିଥିଲେ ? ଏହା ଉପରେ ସେ କହିଛନ୍ତି ଯେ, "ହଁ ବହୁତ ପରିମାଣରେ । ଆସନ୍ତାକାଲିର ମ୍ୟାଚର ଫଳାଫଳ ଯାହା ବି ହେଉନା କାହିଁତି ଏହି ନଅଟି ମ୍ୟାଚରୁ ଆମକୁ ଅନେକ ସ୍ପଷ୍ଟତା ମିଳିଛି । ଆମକୁ ଏହି ସ୍ୱଚ୍ଛତା ଜାରି ରଖିବା ଆବଶ୍ୟକ । ଆମ ପାଇଁ ଏହା ବର୍ତ୍ତମାନ ଅଲଗା ଅଲଗା ପ୍ଲେଇଙ୍ଗ୍ କୋମ୍ୱିନେଶନ୍ ବିଷୟରେ । ଆମକୁ ନିଶ୍ଚିତ କରିବାକୁ ପଡିବ ଯେ ବିଶ୍ୱକପ୍ ସମୟରେ ଆବଶ୍ୟକ ହେଲେ ଆମେ କୋମ୍ୱିନେଶନକୁ ପରିବର୍ତ୍ତନ କରିପାରିବା । ଆମେ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ବିଶ୍ୱକପ ସମୟରେ କୌଣସି ଆଶ୍ଚର୍ଯ୍ୟଜନକ ଘଟଣା ନ ହେଉ ।"

ଘରୋଇ ODI ର ଏହି ପର୍ଯ୍ୟାୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଖେଳାଳିମାନେ ବର୍ତ୍ତମାନ ଆଇପିଏଲ (IPL 2023) ରେ ପ୍ରବେଶ କରିବେ, ଏହା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ (WTC Final) ରେ ଖେଳିବେ । ଏହା ପରେ ୱେଷ୍ଟଇଣ୍ଡିଜ୍ ଗସ୍ତ ଓ ଦୁବାଇରେ ଏକ ସମ୍ଭାବ୍ୟ ଏସିଆ କପ୍ (Asia Cup 2023) ହେବ । ଦ୍ରାବିଡ କହିଛନ୍ତି ଯେ, "ବର୍ତ୍ତମାନ ଘରୋଇ ପରିସ୍ଥିତିରେ ଆମକୁ ଅନେକ ମ୍ୟାଚ୍ ମିଳିବ ନାହିଁ । ଆଇପିଏଲ୍ (IPL) ଶେଷ ହେବା ବେଳକୁ ଆମେ ଦଳ ଓ ଖେଳାଳିଙ୍କ ବିଷୟରେ ବହୁ ପରିମାଣରେ ସ୍ପଷ୍ଟ ହୋଇଯିବା । ଆମେ ଏହାକୁ ୧୭-୧୮ ଖେଳାଳିଙ୍କ ପର୍ଯ୍ୟନ୍ତ ସୀମିତ କରିଛୁ ।"

ଜସପ୍ରୀତ ବୁମ୍ରା (Jasprit Bumrah), ଶ୍ରେୟସ ଆୟର (Shreyas Iyer), ପ୍ରସିଦ୍ଧ କୃଷ୍ଣା, ଦୀପକ ଚହର (Deepak Chahar) ଙ୍କ ଭଳି ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳିମାନେ ଆହତ ହୋଇ ଅସୁବିଧାରେ ଅଛନ୍ତି । କିନ୍ତୁ ଦଳର ଅବସ୍ଥା ଭଲ ବୋଲି ରାହୁଲ ଦ୍ରାବିଡ (Rahul Dravid) ଦୃଢୋକ୍ତି ପ୍ରକାଶ କରିଛନ୍ତି । ରାହୁଲ ଦ୍ରାବିଡ (Rahul Dravid) କହିଛନ୍ତି, ଆମର କିଛି ଖେଳାଳି ଅଛନ୍ତି ଯେଉଁମାନେ ଆହତ ଅବସ୍ଥାରୁ ସୁସ୍ଥ ହେଉଛନ୍ତି ଓ ସେମାନେ ସୁସ୍ଥ ହେବା ପରେ ଦଳରେ ସ୍ଥାନ ପାଇବାକୁ ଦାବି କରିବେ । କିଛି ଅଲଗା କୋମ୍ୱିନେଶନ ଅଛି ଯାହାକୁ ଆମେ ଆପଣାଇବାକୁ ଚାହିଁବୁ । ଏହା ଏକ ବଡ଼ ଟୁର୍ଣ୍ଣାମେଣ୍ଟ, ଆମେ ଆମ ଦଳରେ ନମନୀୟତା ଚାହୁଁ । ବେଳେବେଳେ ଚାରି ଦ୍ରୁତ ବୋଲର ଓ ବେଳେବେଳେ ତିନି ସ୍ପିନରଙ୍କ ସହିତ ଅବତରଣ କରିବାକୁ ଚାହାଁନ୍ତି । ଆମେ ଦଳ ମଧ୍ୟରେ ବିକଳ୍ପ ରଖିବାକୁ ଚାହୁଁଛୁ ।

ଦିନିକିଆ ବିଶ୍ୱକପ ଦଳ (Team India Squad For ODI World Cup 2023) କୁ ନେଇ କୋଚିଂ ଷ୍ଟାଫ୍ ଓ ମ୍ୟାନେଜମେଣ୍ଟ ଏକମତ । ଆମେ ସମସ୍ତେ ଏହାକୁ ବହୁତ ଭଲ ଯୋଜନା କରୁଛୁ ଓ ଏକ ଭଲ ଜାଗାରେ ଅଛୁ । ଆମେ ଟୁର୍ଣ୍ଣାମେଣ୍ଟ ପାଇଁ ଯେଉଁ ଦଳ ନେବାକୁ ଯାଉଛୁ ସେ ବିଷୟରେ କୌଣସି ପ୍ରକାରେ ସନ୍ଦେହ ନାହିଁ । ଦଳ ବିଷୟରେ ସବୁକିଛି ସ୍ପଷ୍ଟ ବୋଲି କୋଚ୍ ଦ୍ରାବିଡ କହିଛନ୍ତି ।

ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଙ୍କ ବିଷୟରେ ଦ୍ରାବିଡ କହିଛନ୍ତି ଯେ, ସୂର୍ଯ୍ୟକୁମାରଙ୍କ ବିଷୟରେ ଚିନ୍ତା କରିବାର କିଛି ନାହିଁ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରେ ତାଙ୍କୁ ଯେଉଁ ଦୁଇଟି ବଲରେ ଆଉଟ୍ କରାଯାଇଥିଲା ତାହା ଚମତ୍କାର ବଲ୍ ଥିଲା । ଆମେ ସମସ୍ତେ ଏହି ଜିନିଷକୁ ଧ୍ୟାନରେ ରଖିବା ଉଚିତ୍ ଯେ ସୂର୍ଯ୍ୟ ଏବେବି ୫୦ ଓଭରର କ୍ରିକେଟ୍ ଶିଖୁଛନ୍ତି । ଏହି ଫର୍ମାଟ୍ ଟି-20 ମ୍ୟାଚ୍ ଠାରୁ ଅଲଗା ।

ଅଧିକ ପଢ଼ନ୍ତୁ-ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆ ପାଇଁ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ହେବ ବଡ଼ ପରିବର୍ତ୍ତନ! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍

ଅଧିକ ପଢ଼ନ୍ତୁ-ପୁରୁଣା ପେନସନକୁ ନେଇ ଆସିଲା ଏପରି ଖବର, ଶୁଣି ଖୁସ୍ ହୋଇଯିବେ ଲକ୍ଷ ଲକ୍ଷ କର୍ମଚାରୀ; ବର୍ତ୍ତମାନ ଏଠାରେ ମଧ୍ୟ ହେବ ଲାଗୁ!

ଅଧିକ ପଢ଼ନ୍ତୁ-ଆଇପିଏଲ୍ ୨୦୨୩ରେ ଋଷଭ ପନ୍ତଙ୍କ ସ୍ଥାନରେ ଖେଳିବେ ଏହି ଡ୍ୟାସିଂ ବ୍ୟାଟ୍ସମ୍ୟାନ! ସାମ୍ନାକୁ ଆସିଲା ବଡ଼ ଅପଡେଟ୍