Team India Test Match: ସରିଲା ଟେଷ୍ଟ ଯାତ୍ରା, ଏବେ ୫ ମାସ ପରେ ଏହି ଦଳକୁ ଭେଟିବ ଟିମ ଇଣ୍ଡିଆ
Advertisement

Team India Test Match: ସରିଲା ଟେଷ୍ଟ ଯାତ୍ରା, ଏବେ ୫ ମାସ ପରେ ଏହି ଦଳକୁ ଭେଟିବ ଟିମ ଇଣ୍ଡିଆ

  ନୂଆଦିଲ୍ଲୀ: ଓ୍ୱେଷ୍ଟଇଣ୍ଡିଜ (West Indies) ବିପକ୍ଷ ଟେଷ୍ଟ ସିରିଜକୁ ଭାରତ (India) ୧-୦ରେ ଜିତିନେଇଛି। ଦ୍ୱିତୀୟ ମ୍ୟାଚ ଟି ଡ୍ର ହେବ କାରଣରୁ ଘରୋଇ ମାଟିରେ ଓ୍ୱେଷ୍ଟଇଣ୍ଡିଜ (WestIndies) ସିରିଜ (Test Series) ହାରିଯାଇଛି। ତେବେ ବର୍ତ୍ତମାନ ଭାରତୀୟ ଦଳ (Team India) ଠିକ୍ ୫ ମାସ ପରେ ଟେଷ୍ଟ ଖେଳିବାକୁ ମୈଦାନକୁ ଓହ୍

Team India Test Match: ସରିଲା ଟେଷ୍ଟ ଯାତ୍ରା, ଏବେ ୫ ମାସ ପରେ ଏହି ଦଳକୁ ଭେଟିବ ଟିମ ଇଣ୍ଡିଆ

Team India Test Match:  ନୂଆଦିଲ୍ଲୀ: ଓ୍ୱେଷ୍ଟଇଣ୍ଡିଜ (West Indies) ବିପକ୍ଷ ଟେଷ୍ଟ ସିରିଜକୁ ଭାରତ (India) ୧-୦ରେ ଜିତିନେଇଛି। ଦ୍ୱିତୀୟ ମ୍ୟାଚ ଟି ଡ୍ର ହେବ କାରଣରୁ ଘରୋଇ ମାଟିରେ ଓ୍ୱେଷ୍ଟଇଣ୍ଡିଜ (WestIndies) ସିରିଜ (Test Series) ହାରିଯାଇଛି। ତେବେ ବର୍ତ୍ତମାନ ଭାରତୀୟ ଦଳ (Team India) ଠିକ୍ ୫ ମାସ ପରେ ଟେଷ୍ଟ ଖେଳିବାକୁ ମୈଦାନକୁ ଓହ୍ଲାଇବ। ଆଗାମୀ ୫ ମାସ ପର୍ଯ୍ୟନ୍ତ ଭାରତ (India) କୌଣସି ଟେଷ୍ଟ ମ୍ୟାଚ ଖେଳିବ ନାହିଁ। ଚଳିତ ବର୍ଷର କ୍ରୀଡ଼ାସୂଚୀ ଦେଖାଯାଏ ତେବେ ଏହି ମାସରେ ଭାରତୀୟ ଦଳ କେବଳ ଟି-20 ଏବଂ ଦିନିକିଆ ସିରିଝ ଖେଳିବ। 

ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨ଟି ଟେଷ୍ଟ ଖେଳି ସାରିଛି। ଦ୍ୱିତୀୟ ଟେଷ୍ଟ ପଞ୍ଚମ ଦିନରେ ବର୍ଷା ହେତୁ ଡ୍ରରେ ଶେଷ ହୋଇଥିଲା। ତେବେ ଆଗାମୀ ୫ ମାସ ପରେ ଟେଷ୍ଟ ମ୍ୟାଚ ଖେଳିବାକୁ ମୈଦାନକୁ ଓହ୍ଲାଇବାକୁ ଥିବା ବେଳେ ଚଳିତ ବର୍ଷ ମାତ୍ର ଗୋଟିଏ ମ୍ୟାଚ ଖେଳିବ। ଆସନ୍ତା ଡିସେମ୍ବରରେ ମାସ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିବ।  ଭାରତୀୟ ଦଳକୁ ଚଳିତ ବର୍ଷ ଶେଷରେ ଡିସେମ୍ବର ମାସରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବାକୁ ପଡିବ।

୨୬ ଡିସେମ୍ବରରେ ଖେଳିବ ପ୍ରଥମ ଟେଷ୍ଟ
ଭାରତୀୟ ଦଳ ଚଳିତ ମାସ ୨୪ ତାରିଖରେ ଶେଷ ଟେଷ୍ଟ ମ୍ୟାଚ ଖେଳିସାରିଛି। ଏବେ ଆଗାମୀ ଡିସେମ୍ବର ମାସରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ। ତେବେ ଡିସେମ୍ବର ୨୬ ତାରିଖରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବ। ଯାହା ଚଳିତ ବର୍ଷର ଶେଷ ଟେଷ୍ଟ ଖେଳିବ ଭାରତ। ସେହିପରି ଦ୍ୱିତୀୟ ଟେଷ୍ଟ ୩ ଜାନୁଆରୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ଖେଳିବ। ଯାହା ୨୦୨୩ ବର୍ଷର ପ୍ରଥମ ଟେଷ୍ଟ ଖେଳିବ ଭାରତ। ୩ ଜାନୁଆରୀରୁ ୭ ଜାନୁଆରୀ ପର୍ଯ୍ୟନ୍ତ ଏହି ମ୍ୟାଚ ଖେଳାଯିବ। 

୫ ମାସ ମଧ୍ୟରେ ମେଗା ଟୁର୍ଣ୍ଣାମେଣ୍ଟ ଖେଳିବ ଭାରତ
ଏହି ୫ ମାସ ମଧ୍ୟରେ ଭାରତ ଅନେକ ମେଗା ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଉଛି। ଆଗାମୀ ୫ ମାସ ମଧ୍ୟରେ ଆୟରଲ୍ୟାଣ୍ଡ ଗସ୍ତରେ ଭାରତ ଯିବାକୁ ଥିବା ବେଳେ ଏସିଆ କପ ଓ ଏସିଆନ ଗେମ୍ସ ମଧ୍ୟ ଖେଳାଯିବ। ପ୍ରଥମେ ଏସିଆନ ଗେମ୍ସରେ ଦଳ ଅଂଶ ଗ୍ରହଣ କରିବ। ପରେ ଏସିଆ କପରେ ମଧ୍ୟ ଭାରତ ଖେଳିବାକୁ ଥିବା ବେଳେ ଦିନିକିଆ ବିଶ୍ୱକପ ମଧ୍ୟ ଦଳ ଖେଳିବ। 

ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରୀଡ଼ାସୂଚୀ
ପ୍ରଥମ ଟି୨୦ :  ଡିସେମ୍ବର ୧୦, ୨୦୨୩
ଦ୍ୱିତୀୟ ଟି୨୦ : ଡିସେମ୍ବର ୧୨, ୨୦୨୩
ତୃତୀୟ ଟି୨୦ : ଡିସେମ୍ବର ୧୪, ୨୦୨୩

ପ୍ରଥମ ଦିନିକିଆ : ଡିସେମ୍ବର ୧୭, ୨୦୨୩
ଦ୍ୱିତୀୟ ଦିନିକିଆ : ଡିସେମ୍ବର ୧୯, ୨୦୨୩
ତୃତୀୟ ଦିନିକିଆ : ଡିସେମ୍ବର ୨୧, ୨୦୨୩

ପ୍ରଥମ ଟେଷ୍ଟ : ଡିସେମ୍ବର ୨୬ ରୁ ୩୦, ୨୦୨୩
ଦ୍ୱିତୀୟ ଟେଷ୍ଟ : ଜାନୁଆରୀ ୩ ରୁ ୭, ୨୦୨୩

Also Read: 7th Pay Commission: ମାଲାମାଲ ହେବେ କେନ୍ଦ୍ରୀୟ ସରକାରୀ କର୍ମଚାରୀ, ମହଙ୍ଗା ଭତ୍ତା ସହିତ ଏହି ଭତ୍ତା ମଧ୍ୟ ଦେବେ ସରକାର

Also Read: Kylian Mbappe Transfer: କିଲିଆନ୍ ମ୍ୱାପ୍ପେ ପାଇଁ ଲାଗଲା ଲଟେରୀ, ମିଳିଲା ୨୫୯ ମିଲିୟନ ପାଉଣ୍ଡର ଅଫର, ଭାଙ୍ଗିଲେ ସବୁ ରେକର୍ଡ

Also Read: Asia Cup 2023: ଏସିଆ କପରେ ଏହି ୧୫ ଖେଳାଳିଙ୍କୁ ମିଳିବ ଟିମ୍ ଇଣ୍ଡିଆରେ ସ୍ଥାନ! ବାଦ୍ ପଡିବେ ସୂର୍ଯ୍ୟକୁମାରଙ୍କ ସମେତ ଅନେକ ବଡ଼ ଖେଳାଳି