Top 10 News: ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପାକିସ୍ତାନ ଏବଂ ବାଂଲାଦେଶକୁ ପରାସ୍ତ କଲା ଭାରତ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2462088

Top 10 News: ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପାକିସ୍ତାନ ଏବଂ ବାଂଲାଦେଶକୁ ପରାସ୍ତ କଲା ଭାରତ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: ଆଜିଠୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦିଲ୍ଲୀରେ ମାଓବାଦୀ ମୁକାବିଲାକୁ ନେଇ ଗୃହମନ୍ତ୍ରୀ ଅମିତ୍ ଶାହା ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

 

Top 10 News Headlines 06 October 2024

Top 10 News Headlines 06 October 2024: H1. Odisha CM on 3-day Delhi visit: ଆଜିଠୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦିଲ୍ଲୀରେ ମାଓବାଦୀ ମୁକାବିଲାକୁ ନେଇ ଗୃହମନ୍ତ୍ରୀ ଅମିତ୍ ଶାହା ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ଏହା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ। ଏଥିସହ ୮ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଅମିତ ଶାହା ବୈଠକ କରିବେ। ବୈଠକରେ ବିଭିନ୍ନ ରାଜ୍ୟରେ ଚାଲିଥିବା ନକ୍ସଲ ଦମନ ଅଭିଯାନ ଓ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହେବ। 

H2. Principal Secretary Smt Usha Padhee Puri Visit: ରବିବାର ଦିନ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ବିସ୍ଥାପିତ ରାସ୍ତାକଡ଼ ଦୋକାନୀଙ୍କ ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ବଡ଼ଦାଣ୍ଡରୁ ଉଚ୍ଛେଦ ହୋଇଥିବା ରାସ୍ତାକଡ଼ ବ୍ୟବସାୟୀଙ୍କ ଥଇଥାନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏହି ସମୟରେ ଶ୍ରୀମତି ଉଷା ପାଢ଼ୀ ଶ୍ରୀସେତୁ ଅଞ୍ଚଳରେ ବର୍ତ୍ତମାନ ନିର୍ମାଣାଧୀନ ଭେଣ୍ଡିଂ ଜୋନ୍ ପରିଦର୍ଶନ କରିଥିଲେ। 

H3. Private Bus Owners’ Association Warns of a 24-Hr Bandh on Monday: ଆସାନ୍ତାକାଲି ସୋମବାର ସଂଧ୍ୟାରୁ ମଙ୍ଗଳବାର ଦିନ ସଂଧ୍ୟା ଯାଏଁ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ୧୪ଟି ଜିଲ୍ଲାରେ ବସ୍ ସେବା ବନ୍ଦ ପାଇଁ ଘରୋଇ ବସ୍ ମାଲିକ ସଂଘଗୁଡ଼ିକ ଚେତାବନୀ ଦେଇଥନ୍ତି। ଗ୍ରାମାଞ୍ଚଳ ପରିବହନ ସେବା-GPS’ ଅନ୍ତର୍ଗତ ବସ୍‌ଗୁଡ଼ିକୁ ବର୍ତ୍ତମାନ ଲକରୁ ଜିଲ୍ଲା ମୁଖ୍ୟାଳୟକୁ ଚଳାଚଳ ପାଇଁ ସରକାର ଯୋଜନା କରୁଥିବା ଅଭିଯୋଗ ଆଣି, ଏହାର ପ୍ରତିବାଦରେ ବସ୍ ମାଲିକ ସଂଘ ଏଭଳି ନିଷ୍ପତ୍ତି ନେଇଛନ୍ତି ।

H4. Odisha Weather update: ଆଗାମୀ ୨୪ ଘଣ୍ଟାରେ ଓଡ଼ିଶାରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ଏଥିପାଇଁ ପାଣିପାଗ ବିଭାଗ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରିଛି।

H5. 17 Students Face Disciplinary Action Over Berhampur University: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରାଗିଂ ଘଟଣାକୁ ନେଇ ଶୃଙ୍ଖଳା କମିଟିର ତଦନ୍ତ ପରେ ୧୭ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ସଂପୃକ୍ତ ୪ଜଣ ଛାତ୍ରଙ୍କୁ ଏକ ସପ୍ତାହ ମଧ୍ୟରେ ହଷ୍ଟେଲ୍‌ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅନ୍ୟ ୧୩ ଜଣଙ୍କୁ ୧ହଜାର ଟଙ୍କା ଲେଖାଏଁ ଜରିମାନା ସହ ଅଣ୍ଡରଟେକିଂ ଦାଖଲ କରିବାକୁ କୁହାଯାଇଛି। ଗତ ମାସ ୨୧ ତାରିଖ ରାତିରେ ନୂତନ ଛାତ୍ରାବାସରେ ରହୁଥିବା ପ୍ରଥମ ବର୍ଷ ଛାତ୍ରଙ୍କୁ ଅନ୍ୟ ହଷ୍ଟେଲ୍‌ର ଦ୍ଵିତୀୟ ବର୍ଷ ଛାତ୍ରମାନେ ମାନସିକ ନିର୍ଯାତନା ସହ ରାଗିଂ କରିଥିବା ନେଇ ୟୁଜିସିର ଆଣ୍ଟିରାଗିଂ ସେଲ୍ ରେ ଅଭିଯୋଗ ହୋଇଥିଲା।

H6. Indian Air Force air show held at Marina Beach in Chennai: ଚେନ୍ନାଇର ମାରିନା ବିଚରେ ଆୟୋଜିତ ଭାରତୀୟ ବାୟୁସେନା ଏୟାର ସୋ’ରେ ରବିବାର ଦିନ ତିନିଜଣ ଦର୍ଶକଙ୍କ ମୃତ୍ୟୁ ଘଟିଛି। ଡାକ୍ତରମାନେ କହିଛନ୍ତି ଯେ ହାର୍ଟ ଷ୍ଟ୍ରୋକ୍ କାରଣରୁ ଏହି ତିନି ଜଣଙ୍କ ମଧ୍ୟରୁ ଅତି କମରେ ଜଣେ ମୃତ୍ୟୁ ବରଣ କରିଛନ୍ତି। ଚେନ୍ନାଇର ସମୁଦ୍ର କୂଳରେ ଆୟୋଜିତ ଏୟାର ସୋ’ରେ ଯୁଦ୍ଧ ବିମାନର ରୋମାଞ୍ଚକର ପ୍ରଦର୍ଶନ ଦେଖିବା ପାଇଁ ଦର୍ଶକମାନେ ସକାଳ ୧୧ ଟାରୁ ଏକାଠି ହେବା ଆରମ୍ଭ କରିଥିଲେ। ଅନେକେ ସୂର୍ଯ୍ୟକିରଣରୁ ନିଜକୁ ରକ୍ଷା କରିବା ପାଇଁ ହାତରେ ଛତା ଧରିଥିଲେ।

H7. RSS Chief Mohan Bhagwat: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭଗବତ ପୁଣି ଥରେ ହିନ୍ଦୁମାନଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଭଗବତ କହିଛନ୍ତି ଯେ ଭାଷା, ଜାତି ଓ ଆଞ୍ଚଳିକ ପାର୍ଥକ୍ୟକୁ ଦୂର କରି ହିନ୍ଦୁ ସମାଜକୁ ଏହାର ସୁରକ୍ଷା ପାଇଁ ଏକଜୁଟ ହେବାକୁ ପଡ଼ିବ।  ଆରଏସଏସ ମୁଖ୍ୟ କହିଛନ୍ତି ସମାଜ କିପରି ହେବା ଉଚିତ୍। ସେ କହିଛନ୍ତି ଯେ ଏପରି ଏକ ସମାଜ ଗଠନ ହେବା ଉଚିତ୍, ଯେଉଁଠାରେ ସଂଗଠନ, ସଦଭାବନା ଓ ସୌହାର୍ଦ୍ଦ୍ୟ ରହିବ। ଲୋକଙ୍କ ମଧ୍ୟରେ ଶୃଙ୍ଖଳା ରହିବା ଉଚିତ୍। ଆହୁରି ମଧ୍ୟ ଦେଶ ପ୍ରତି ନିଜ ଦାୟିତ୍ୱ ବୁଝ ଏବଂ ଏହାର ଉଦ୍ଦେଶ୍ୟ ପ୍ରତି ଉତ୍ସର୍ଗୀକୃତ ହୁଅ।

H8. Maldives President Muizzu visits India: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପାଞ୍ଚ ଦିନିଆ ଗସ୍ତରେ ଭାରତରେ ପହଞ୍ଚିଛନ୍ତି। ଆଜି ପ୍ରଥମେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିଥିଲେ। ମାଲଦ୍ୱୀପରେ କ୍ଷମତା ଗ୍ରହଣ କରିବା ପରେ ଭାରତ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିଥିବା ମୁଇଜୁ ବର୍ତ୍ତମାନ ନିଜର ଆଭିମୁଖ୍ୟକୁ ନରମ କରିଛନ୍ତି ଓ ଭାରତ ସହ ସମ୍ପର୍କକୁ ଆହୁରି ଗଭୀର କରିବା କଥା କହିବା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ, ତାଙ୍କର ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

H9. India women's beat Pakistan by six wickets: ମହିଳା ଟି-୨୦ ବିଶ୍ୱକପ ୨୦୨୪ ର ସପ୍ତମ ମ୍ୟାଚରେ ଭାରତୀୟ ମହିଳା ଦଳ ରବିବାର ଦିନ ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରିଛି। ଟସ୍ ଜିତିବା ପରେ ପାକିସ୍ତାନ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଆସି ୨୦ ଓଭରରେ ୮ ୱିକେଟ୍ ହରାଇ ୧୦୫ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତୀୟ ଦଳ ୭ଟି ବଲ ବାକି ଥାଇ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା।

H10. IND vs BAN 1st T20I: ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଆଜି ଗାୱାଲିଅରରେ ଖେଳାଯାଇଛି। ଭାରତ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ବ୍ୟାଟିଂ କରି ବାଂଲାଦେଶ ୧୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୨୭ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତୀୟ ଦଳ ମାତ୍ର ୧୧.୫ ଓଭରରେ ୩ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରିନେଇଥିଲା।