Mitchell Santner On IND vs NZ 3rd T20: ମ୍ୟାଚ୍ ହାରିବା ପରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ମିଚେଲ ସାଣ୍ଟନର୍ ଏହି ୪ ଖେଳାଳିଙ୍କୁ ପରାଜୟ ପାଇଁ କଲେ ସିଧାସଳଖ ଦାୟୀ
Advertisement

Mitchell Santner On IND vs NZ 3rd T20: ମ୍ୟାଚ୍ ହାରିବା ପରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ମିଚେଲ ସାଣ୍ଟନର୍ ଏହି ୪ ଖେଳାଳିଙ୍କୁ ପରାଜୟ ପାଇଁ କଲେ ସିଧାସଳଖ ଦାୟୀ

Mitchell Santner On IND vs NZ 3rd T20: ଶୁଭମାନ ଗିଲ ଓ ରାହୁଲ ତ୍ରିପାଠୀଙ୍କ ଚମତ୍କାର ଇନିଂସ ଯୋଗୁଁ ଟିମ ଇଣ୍ଡିଆ ଭ୍ରମଣକାରୀ ଦଳକୁ ୨୩୩ ରନ୍‌ର ଟାର୍ଗେଟ ଦେଇଥିଲା । ଯାହା ଆଗରେ କିୱି ଦଳ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିବାର ଦେଖାଯାଉଥିଲା । ଟିମ୍ ଇଣ୍ଡିଆର ଦମଦାର୍ ବୋଲିଂ ଆଟାକ୍ ଆଗରେ ସାଣ୍ଟର ଅଣ୍ଡ କମ୍ପାନୀ ବେଶି ସମୟ ତିଷ୍ଠି ପାରି ନଥିଲା । ଫଳରେ ନ୍ୟୁଜିଲ୍ୟାଣ୍ଡ ଦଳକୁ ୧୬୮ ରନରେ ପରାଜୟର ସାମ୍ନା କରିବାକୁ ପଡ଼ିଛି ।

Mitchell Santner On IND vs NZ 3rd T20: ମ୍ୟାଚ୍ ହାରିବା ପରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ମିଚେଲ ସାଣ୍ଟନର୍ ଏହି ୪ ଖେଳାଳିଙ୍କୁ ପରାଜୟ ପାଇଁ କଲେ ସିଧାସଳଖ ଦାୟୀ

New Zealand Captain Mitchell Santner On IND vs NZ 3rd T20: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ (India vs New Zealand T20 Series) କୁ ଟିମ୍ ଇଣ୍ଡିଆ (Team India) ଜିତିଛି । ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ (India vs New Zealand 3rd T20 Match) ଗତକାଲି (ବୁଧବାର) ଅର୍ଥାତ୍ ଫେବୃଆରୀ ୧ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ସିରିଜକୁ ଟିମ୍ ଇଣ୍ଡିଆ ନିଜ ନାମ କରିବା ପାଇଁ ମ୍ୟାଚରେ ବିଜୟର ଆବଶ୍ୟକତା ଥିଲା ।

ପ୍ରଥମେ ବ୍ୟାଟିଂ କରି ଶୁଭମାନ ଗିଲ (Shubman Gill) ଓ ରାହୁଲ ତ୍ରିପାଠୀ (Rahul Tripathy) ଙ୍କ ଚମତ୍କାର ଇନିଂସ ଯୋଗୁଁ ଟିମ ଇଣ୍ଡିଆ (Team India) ଭ୍ରମଣକାରୀ ଦଳକୁ ୨୩୩ ରନ୍‌ର ଟାର୍ଗେଟ ଦେଇଥିଲା । ଯାହା ଆଗରେ କିୱି ଦଳ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିବାର ଦେଖାଯାଉଥିଲା । ଟିମ୍ ଇଣ୍ଡିଆର ଦମଦାର୍ ବୋଲିଂ ଆଟାକ୍ ଆଗରେ ସାଣ୍ଟର ଅଣ୍ଡ କମ୍ପାନୀ ବେଶି ସମୟ ତିଷ୍ଠି ପାରି ନଥିଲା । ଫଳରେ ନ୍ୟୁଜିଲ୍ୟାଣ୍ଡ ଦଳକୁ ୧୬୮ ରନରେ ପରାଜୟର ସାମ୍ନା କରିବାକୁ ପଡ଼ିଛି । ସେପଟେ ପରାଜୟ ପରେ କିୱି ଅଧିନାୟକ (New Zealand Captain) ମିଚେଲ ସାଣ୍ଟନର୍ (Mitchell Santner) ଭାରତୀୟ ଦଳ (Indian Cricket Team) ର ବହୁତ ପ୍ରଶଂସା କରିଛନ୍ତି ।

ନ୍ୟୁଜିଲ୍ୟାଣ୍ଡ ଦଳର ଅଧିନାୟକ (New Zealand Captain) ମିଚେଲ ସାଣ୍ଟନର୍ (Mitchell Santner) ଭାରତ ବିପକ୍ଷ ଟି-20 ଇତିହାସରେ ସବୁଠାରୁ ବଡ଼ ପରାଜୟର ସମ୍ମୁଖୀନ ହେବା ପରେ ବହୁତ ନିରାଶ ହୋଇଥିଲେ । ସେ ଭାରତର ବୋଲିଂ ଓ ବ୍ୟାଟିଂ ସହିତ ପୁରା ସିରିଜର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି । ଟ୍ରଫି ଜିତିବାର ସ୍ୱପ୍ନ ଭାଙ୍ଗିବା ପରେ ଟିକିଏ ନିରାଶ ହୋଇ ସେ କହିଛନ୍ତି, "ଏହା ନିରାଶାଜନକ ଥିଲା । ଟ୍ରଫି ପାଇବା ଭଲ ହେବ କିନ୍ତୁ କ୍ରେଡିଟ୍ ଭାରତକୁ ଯାଏ, ସେମାନେ ଭଲ ଖେଳି ଦେଖାଇଛନ୍ତି । ସେମାନଙ୍କର କିଛି ଲୋକ ଏହି ସମୟରେ ବହୁତ ଭଲ ଫର୍ମରେ ଅଛନ୍ତି । ଯେତେବେଳେ ଆପଣ ପାୱାରପ୍ଲେରେ ୫ ୱିକେଟ୍ ହରାଇବେ ଜିତିବା କଷ୍ଟକର ହେବ । ବଲ୍ ସୁଇଙ୍ଗ୍ ହେବାବେଳେ ଏହା ଏକ ଚ୍ୟାଲେଞ୍ଜ ହୋଇପାରେ । ଯଦି ଆପଣ ଭାରତର ଖେଳକୁ ଦେଖନ୍ତି, ସେମାନେ ଆରମ୍ଭରେ ସେମାନଙ୍କର ସମୟ ନେଇଥିଲେ ଏବଂ ଯେତେବେଳେ ଏହା ସମତଳ ହୋଇଗଲା, ସେମାନେ ପ୍ରକୃତରେ ଆମ ଉପରେ ଚାପ୍ ସୃଷ୍ଟି କରିଥିଲେ ।"

ଅଧିକ ପଢ଼ନ୍ତୁ:-ସିରିଜ୍ ଜିତିବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ହେଲେ ଅତ୍ୟନ୍ତ ଭାବୁକ, ଏସବୁ ଖେଳାଳିଙ୍କୁ ବିଜୟ ପାଇଁ ଦେଲେ ଶ୍ରେୟ

ଅଧିକ ପଢ଼ନ୍ତୁ:-ଆଶାରାମ ବାପୁ ପାଖରେ ଅଛି ୧୦ ହଜାର କୋଟି ମୂଲ୍ୟର ସମ୍ପତ୍ତି, ଜାଣନ୍ତୁ ବର୍ତ୍ତମାନ କିଏ ଏହାର ପ୍ରକୃତ ମାଲିକ

ଅଧିକ ପଢ଼ନ୍ତୁ:-ରୋହିତ-ବିରାଟଙ୍କ ଶେଷ ହେଲା ଏହି ବଡ଼ ଟେନସନ, ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଖେଳିବେନି ଏହି ଘାତକ ଖେଳାଳି

 

ମିଚେଲ ସାଣ୍ଟନର୍ (Mitchell Santner) ନିଜ ବୟାନରେ ପରାଜୟ ପାଇଁ ତାଙ୍କ ଦଳର ବ୍ୟାଟ୍ସମ୍ୟାନ୍ଙ୍କୁ ଦାୟୀ କରିଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ତାଙ୍କ ବ୍ୟାଟ୍ସମ୍ୟାନ ମାନଙ୍କୁ ଆରମ୍ଭରେ ଟିକିଏ ଧୈର୍ଯ୍ୟର ସହିତ ଖେଳିବା ଉଚିତ୍ ଥିଲା । ଆପଣଙ୍କୁ କହି ରଖୁଛୁ ଯେ, ନ୍ୟୁଜିଲ୍ୟାଣ୍ଡର ଟପ୍-4 ବ୍ୟାଟ୍ସମ୍ୟାନ୍ ଏହି ମ୍ୟାଚ୍‌ରେ ବିଶେଷ କିଛି କରିପାରି ନଥିଲେ ।