Diamond League 2023: ଇତିହାସ ରଚିଲେ ନୀରଜ ଚୋପ୍ରା: ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଡାଇମଣ୍ଡ ଲିଗରେ ଜିତିଲେ ସ୍ୱର୍ଣ୍ଣ ପଦକ
Advertisement

Diamond League 2023: ଇତିହାସ ରଚିଲେ ନୀରଜ ଚୋପ୍ରା: ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଡାଇମଣ୍ଡ ଲିଗରେ ଜିତିଲେ ସ୍ୱର୍ଣ୍ଣ ପଦକ

Lausanne Diamond League 2023: ନୀରଜ ଚୋପ୍ରା ଆଉ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଲୋଜାନ ଡାଇମଣ୍ଡ ଲିଗରେ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ନୀରଜ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । 

 

ସୌ: ସୋସିଆଲ ମିଡିଆ

Neeraj Chopra wins Lausanne Diamond League with 87.66m throw: ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଥିବା ଜାଭେଲିନ୍ ଥ୍ରୋ ଖେଳାଳି ନୀରଜ ଚୋପ୍ରା (Neeraj Chopra) ପୁଣିଥରେ ନିଜ ଖେଳର ଶକ୍ତି ପ୍ରଦର୍ଶନ କରିଛନ୍ତି । ଲୋଜାନ ଡାଇମଣ୍ଡ ଲିଗରେ (Diamond League) ନୀରଜ ଏକ ସ୍ୱର୍ଣ୍ଣ ପଦକ (Gold medal) ହାସଲ କରିଛନ୍ତି । ଏହା ହେଉଛି ତାଙ୍କର ଚତୁର୍ଥ ସାମଗ୍ରିକ ଡାଇମଣ୍ଡ ଲିଗ୍ ସ୍ୱର୍ଣ୍ଣ ପଦକ । ନିକଟରେ ସେ ଦୋହା ଡାଇମଣ୍ଡ ଲିଗରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ । ତେବେ ଏହି ମ୍ୟାଚରେ ନୀରଜଙ୍କ ଆରମ୍ଭ ଭଲ ନଥିଲା ଓ ତାଙ୍କର ପ୍ରଥମ ଥ୍ରୋ ଖରାପ ଯାଇଥିଲା । ଏହା ପରେ ସେ ଏକ ବଡ଼ ପ୍ରତ୍ୟାବର୍ତ୍ତନ କରି ୮୭.୬୬ ମିଟର ଜାଭେଲିନ୍ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଅନ୍ୟପକ୍ଷରେ, ଲଙ୍ଗ ଜମ୍ପର ମୁରଲୀ ଆଶା କରିଥିବା ପରି ପ୍ରଦର୍ଶନ କରିପାରିନଥିଲେ ଓ ସାମଗ୍ରିକ ଭାବେ ପଙ୍ଚମ ସ୍ଥାନ ହାସଲ କରିଥିଲେ ।

୨୫ ବର୍ଷୀୟ ନୀରଜ ଚୋପ୍ରା ଲୋଜାନ ଡାଇମଣ୍ଡ ଲିଗରେ ଆଶା କରାଯାଉଥିବା ଆରମ୍ଭ କରିବାରେ ବିଫଳ ହୋଇଥିଲେ । ତାଙ୍କର ପ୍ରଥମ ଜାଭେଲିନ୍ ଥ୍ରୋକୁ ଏକ ଫାଉଲ କୁହାଯାଇଥିଲା । ତା’ପରେ ସେ ୮୩.୫୧ ଓ ୮୫.୦୪ ମିଟର ଜାଭେଲିନ୍ ଫିଙ୍ଗିଥିଲେ । କିନ୍ତୁ ତଥାପି ସେ ତାଙ୍କର ଶ୍ରେଷ୍ଠତ୍ୱର ନିକଟତର ନଥିଲେ । ଏଭଳି ପରିସ୍ଥିତିରେ ନୀରଜ ଅଧିକ ଶକ୍ତି ପ୍ରୟୋଗ କରିଥିଲେ, କିନ୍ତୁ ତାଙ୍କର ଚତୁର୍ଥ ଥ୍ରୋ ପୁନର୍ବାର ଫାଉଲ ହୋଇଥିଲା । ଅର୍ଥ ଖରାପ ଯାଇଥିଲା । ୨୦୨୦ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ନୀରଜ ଏହାପର ରାଉଣ୍ଡରେ ୮୭.୬୬ ର ସର୍ବଶ୍ରେଷ୍ଠ ଥ୍ରୋ ଫିଙ୍ଗିଥିଲେ । ଶେଷ ପ୍ରୟାସରେ ସେ କେବଳ ୮୪.୧୫ ମିଟରରେ ପହଞ୍ଚି ପାରିଥିଲେ ।

ଜର୍ମାନୀର ୱେବରକୁ ମିଳିଥିଲା ରୋପ୍ୟ ପଦକ
ଜର୍ମାନୀର ଜୁଲିୟାନ୍ ୱେବର ନୀରଜ ଚୋପ୍ରାଙ୍କୁ କଡ଼ା ମୁକାବିଲା କରିଥିଲେ ମଧ୍ୟ ସେ ସ୍ୱର୍ଣ୍ଣ ଜିତିପାରିନଥିଲେ । ଷଷ୍ଠ ଜାଭେଲିନ୍ ଥ୍ରୋରେ ୱେବର ୮୭.୦୩ ମିଟର ଫିଙ୍ଗିଥିଲେ, କିନ୍ତୁ ତାଙ୍କୁ ନୀରଜ ପଛରେ ପକାଇଥିଲେ । ଚେକ ରିପବ୍ଲିକର ଜାକୁବ ଭାଡଲେଚେ ବ୍ରୋଞ୍ଜ ପଦକ ପାଇଛନ୍ତି । ସେ ୮୬.୧୩ ମିଟର ଜାଭେଲିନ୍ ଫିଙ୍ଗିଥିଲେ । ଅତୀତରେ ନୀରଜ ଚୋପ୍ରା ଆହତ ହୋଇ ଅସୁବିଧାରେ ପଡ଼ିଥିଲେ ଓ ଏହି କାରଣରୁ ସେ FBK ଗେମ୍ସ ଏବଂ ପାଭୋ ନୁରମି ଗେମ୍ସରେ ଯୋଗ ଦେଇପାରିନଥିଲେ । 

ନୀରଜ ଚୋପ୍ରା ଏସିଆନ ଗେମ୍ସରୁ କମନୱେଲଥ ପର୍ଯ୍ୟନ୍ତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି, କିନ୍ତୁ ସେ ଏପର୍ଯ୍ୟନ୍ତ ବିଶ୍ୱ ଚାମ୍ପିଅନସିପରେ ବିଶେଷ କରିପାରି ନାହାଁନ୍ତି । ଗତ ବର୍ଷ ସେ ରୂପାପଦକ ପାଇଥିଲେ । ଚଳିତ ବର୍ଷ ଅଗଷ୍ଟରେ ହଙ୍ଗେରୀରେ ବିଶ୍ୱ ଚାମ୍ପିଅନସିପ୍ ଅନୁଷ୍ଠିତ ହେବ । ନୀରଜ ଏଠାରେ ଏହି ସ୍ୱର୍ଣ୍ଣପଦକ ଜିତି ପ୍ରଦର୍ଶନ ବଜାୟ ରଖିବାକୁ ଚାହାଁନ୍ତି । ଏହା ମଧ୍ୟ ତାଙ୍କ କ୍ୟାରିୟରର ଅଷ୍ଟମ ସ୍ୱର୍ଣ୍ଣ ପଦକ ।

ଏହା ବି ପଢନ୍ତୁ: Asian Games 2023: ଶିଖର ଧାୱନ ପୁଣିଥରେ ନେବେ ଟିମ୍ ଇଣ୍ଡିଆର ନେତୃତ୍ୱ, ଏହି ଟୁର୍ଣ୍ଣାମେଣ୍ଟରେ ସମ୍ଭାଳିବେ ଦଳର କମାଣ

ଏହା ବି ପଢନ୍ତୁ: World Cup Golden Bat Winners List: ବିରାଟ କରିବେ ନୂଆ ରେକର୍ଡ ନା ସଚିନଙ୍କ ସମକକ୍ଷ ହେବେ ରୋହିତ; ଦେଖନ୍ତୁ ଗୋଲଡେନ୍ ବ୍ୟାଟ୍ ବିଜେତାଙ୍କ ପୂରା ଲିଷ୍ଟ