Najam Sethi On Asia Cup 2023: ଏସିଆ କପ୍ ୨୦୨୩ ପୂର୍ବରୁ BCCIକୁ ଧମକ ଦେଲେ PCB ଅଧ୍ୟକ୍ଷ ନଜାମ ସେଠୀ
Advertisement

Najam Sethi On Asia Cup 2023: ଏସିଆ କପ୍ ୨୦୨୩ ପୂର୍ବରୁ BCCIକୁ ଧମକ ଦେଲେ PCB ଅଧ୍ୟକ୍ଷ ନଜାମ ସେଠୀ

India vs Pakistan: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ସଚିବ ଜୟ ଶାହ (Jay Shah) ସମ୍ପୂର୍ଣ୍ଣ ଭାବେ ମନା କରିଛନ୍ତି ଯେ, ଏସିଆ କପ୍ ୨୦୨୩ (Asia Cup 2023) ପାଇଁ ଭାରତୀୟ ଦଳ (Indian Cricket Team) ପାକିସ୍ତାନ ଗସ୍ତ କରିବ ନାହିଁ । ସେବେଠାରୁ ପାକିସ୍ତାନ ପକ୍ଷରୁ ମଧ୍ୟ କୁହାଯାଇଛି ଯେ ଯଦି ଏହା ଘଟେ ତେବେ ପାକିସ୍ତାନ ଦଳ (Pakistan Team) ମଧ୍ୟ ଭାରତରେ ଆୟୋଜିତ ହେବାକୁ ଥିବା ଏକଦିବସୀୟ ବିଶ୍ୱକପ୍‌ (ODI World Cup 2023) ରେ ଖେଳିବାକୁ ଆସିବ ନାହିଁ । 

Najam Sethi On Asia Cup 2023: ଏସିଆ କପ୍ ୨୦୨୩ ପୂର୍ବରୁ BCCIକୁ ଧମକ ଦେଲେ PCB ଅଧ୍ୟକ୍ଷ ନଜାମ ସେଠୀ

Najam Sethi: ପାକିସ୍ତାନ ଓ ଭାରତୀୟ କ୍ରିକେଟ୍ (India vs Pakistan) ଦଳ ମଧ୍ୟରେ ଏସିଆ କପ୍ ୨୦୨୩ (Asia Cup 2023) ଖେଳିବା ବିଷୟରେ କୌଣସି ନିଷ୍ପତ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ହୋଇପାରି ନାହିଁ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ସଚିବ ଜୟ ଶାହ (Jay Shah) ସମ୍ପୂର୍ଣ୍ଣ ଭାବେ ମନା କରିଛନ୍ତି ଯେ, ଏସିଆ କପ୍ ୨୦୨୩ (Asia Cup 2023) ପାଇଁ ଭାରତୀୟ ଦଳ (Indian Cricket Team) ପାକିସ୍ତାନ ଗସ୍ତ କରିବ ନାହିଁ । ସେବେଠାରୁ ପାକିସ୍ତାନ ପକ୍ଷରୁ ମଧ୍ୟ କୁହାଯାଇଛି ଯେ ଯଦି ଏହା ଘଟେ ତେବେ ପାକିସ୍ତାନ ଦଳ (Pakistan Team) ମଧ୍ୟ ଭାରତରେ ଆୟୋଜିତ ହେବାକୁ ଥିବା ଏକଦିବସୀୟ ବିଶ୍ୱକପ୍‌ (ODI World Cup 2023) ରେ ଖେଳିବାକୁ ଆସିବ ନାହିଁ । ଏସବୁ ମଧ୍ୟରେ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ (PCB Chairman) ଏକ ବଡ଼ ବୟାନ ଦେଇଛନ୍ତି ।

ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ (PCB Chief) ନଜାମ ସେଠୀ (Nazam Sethi) ଏସିଆ କପ୍ ୨୦୨୩ ସମ୍ପର୍କରେ ଏକ ବୟାନ ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ନଜାମ ସେଠୀ କହିଛନ୍ତି ଯେ, "ଭାରତୀୟ ଦଳ ଯେପରି ସୁରକ୍ଷା ପ୍ରସଙ୍ଗ ଉଠାଇ ପାକିସ୍ତାନକୁ ଆସିବାକୁ ମନା କରୁଛନ୍ତି, ସେହିପରି ପାକିସ୍ତାନ ମଧ୍ୟ ଭାରତକୁ ଆସିବ । ମୁଁ ଭାରତର ଏହି ନିଷ୍ପତ୍ତିରେ ଆଦୌ ସହମତ ନୁହେଁ ।" ଆପଣଙ୍କୁ କହି ରଖୁଛୁ ଯେ, ଫେବୃଆରୀ ଆରମ୍ଭରେ ବହାରେନରେ ମଧ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଏହି ବୈଠକରେ କୌଣସି ସମାଧାନ ବାଟ ବାହାରି ନଥିଲା ।

 ଅଧିକ ପଢ଼ନ୍ତୁ-ଦିନିକିଆରେ ମଧ୍ୟ ଧୂଳି ଚଟାଇବା ପାଇଁ ଟିମ୍ ଇଣ୍ଡିଆ ପ୍ରସ୍ତୁତ; ଏଥର ଏହି ସମୟରେ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍, ଏଠାରେ ଦେଖନ୍ତୁ ତାରିଖ ଓ ସମୟ

ଅଧିକ ପଢ଼ନ୍ତୁ-ସରକାରୀ କର୍ମଚାରୀଙ୍କୁ ବଡ଼ ଝଟକା, ମହଙ୍ଗା ଭତ୍ତା ଦେବାକୁ ମନା କଲେ ମୋଦି ସରକାର

ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆରେ ହଠାତ୍ ଏହି ଘାତକ ଖେଳାଳିଙ୍କ ହେଲା ଏଣ୍ଟ୍ରି, ଭୟରେ ଥରିବ ଅଷ୍ଟ୍ରେଲିଆ ଦଳ!

ବର୍ତ୍ତମାନ ପରବର୍ତ୍ତୀ ଆଇସିସି ବୈଠକ (ICC Meeting) ମାର୍ଚ୍ଚ ୧୮ ରୁ ୨୦ ମଧ୍ୟରେ ଦୁବାଇରେ ଅନୁଷ୍ଠିତ ହେବ । ଏଭଳି ପରିସ୍ଥିତିରେ ନଜାମ ସେଠୀ (Nazam Sethi) କହିଛନ୍ତି ଯେ, "ମୁଁ ଏହି ବୈଠକରେ ନିଶ୍ଚିତ ଭାବେ ଏହି ପ୍ରସଙ୍ଗ ଉଠାଇବି ।" କେବଳ ଏତିକି ନୁହେଁ, ୨୦୨୫ ମସିହାରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ନଜାମ ସେଠୀ ଭାରତକୁ ଧମକ ଦେଇଛନ୍ତି । ସେ କହିଛନ୍ତି ଯେ ଏହା କେବଳ ଏସିଆ କପ୍ ଓ ଏକଦିବସୀୟ ବିଶ୍ୱକପ୍ ନୁହେଁ ବରଂ ୨୦୨୫ରେ ଅନୁଷ୍ଠିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ବିଷୟରେ ମଧ୍ୟ । ନଜାମ ସେଠୀ (Nazam Sethi) କହିଛନ୍ତି ଯେ, "ଆମେ ମଧ୍ୟ ଆମ ସରକାରଙ୍କ ସହ ଏ ବିଷୟରେ ଆଲୋଚନା କରିବୁ । ଭାରତ ଏସିଆ କପ୍ ଖେଳିବାକୁ ପାକିସ୍ତାନକୁ ଆସି ନପାରେ କିନ୍ତୁ ଯଦି ଆମ ସରକାର ବିଶ୍ୱକପ୍ ଖେଳିବାକୁ କହିବେ ତେବେ ଆମେ ଏହା ବିଷୟରେ କ’ଣ କରିପାରିବା? ଆମକୁ ବିଶ୍ୱକପ ପାଇଁ ଯିବାକୁ ପଡ଼ିବ । ଯଦି ସରକାର ମନା କରନ୍ତି ତେବେ ଆମର ଅବସ୍ଥା ଭାରତ ଭଳି ହେବ ।"