Murali Vijay: 'ଭାରତରେ ୩୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ଖେଳାଳିଙ୍କୁ ମନେ କରାଯାଏ ୮୦ ବର୍ଷର ବୃଦ୍ଧ', ବର୍ତ୍ତମାନ ବିଦେଶରେ ଖେଳିବେ ମୁରଲୀ ବିଜୟ
Advertisement

Murali Vijay: 'ଭାରତରେ ୩୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ଖେଳାଳିଙ୍କୁ ମନେ କରାଯାଏ ୮୦ ବର୍ଷର ବୃଦ୍ଧ', ବର୍ତ୍ତମାନ ବିଦେଶରେ ଖେଳିବେ ମୁରଲୀ ବିଜୟ

Murali Vijay: ଏଠାରେ କହି ରଖୁଛୁ ଯେ, ୩୮ ବର୍ଷୀୟ କ୍ରିକେଟର ମୁରଲୀ ବିଜୟ ଦିନେ ତାଙ୍କ ସାଥୀ ଖେଳାଳି ଦୀନେଶ କାର୍ତ୍ତିକଙ୍କ ପତ୍ନୀଙ୍କ ସହ ଅଫେୟର ପାଇଁ ଚର୍ଚ୍ଚାରେ ଥଲେ । ପରେ ଦୀନେଶ କାର୍ତ୍ତିକ ଛାଡପତ୍ର ହୋଇଥିଲେ ଓ ତାଙ୍କର ପୂର୍ବତନ ପତ୍ନୀ ମୁରଲୀ ବିଜୟଙ୍କୁ ବିବାହ କରିଥିଲେ । ଦୀନେଶ କାର୍ତ୍ତିକ ୩୬ ବର୍ଷ ବୟସରେ ଟିମ୍ ଇଣ୍ଡିଆକୁ ଫେରିଥିଲେ । ସେ ଟି-20 ବିଶ୍ୱକପ ୨୦୨୨ରେ ମଧ୍ୟ ଖେଳିଥିଲେ ।

Murali Vijay: 'ଭାରତରେ ୩୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ଖେଳାଳିଙ୍କୁ ମନେ କରାଯାଏ ୮୦ ବର୍ଷର ବୃଦ୍ଧ', ବର୍ତ୍ତମାନ ବିଦେଶରେ ଖେଳିବେ ମୁରଲୀ ବିଜୟ

Murali Vijay: ଟିମ୍ ଇଣ୍ଡିଆର ଓପନର୍ ବ୍ୟାଟ୍ସମ୍ୟାନ୍ ମୁରଲୀ ବିଜୟ (Murali Vijay) ଙ୍କ ଟିମ୍ ଇଣ୍ଡିଆ (Team India) କୁ ଫେରିବାର ସମ୍ଭାବନା ଦୂର ଦୂର ଯାଏ ନାହିଁ । ଏଭଳି ପରିସ୍ଥିତିରେ ସେ ବିଦେଶରେ କ୍ରିକେଟ୍ ଖେଳିବାର ସୁଯୋଗ ଖୋଜୁଛନ୍ତି । ମୁରଲୀ ବିଜୟ (Ranji Trophy) ଶେଷ ଥର ପାଇଁ ଡିସେମ୍ବର ୨୦୧୯ରେ ରଣଜୀ ଟ୍ରଫିରେ ତାମିଲନାଡୁ ଓ ୨୦୧୮ରେ ପର୍ଥ ଟେଷ୍ଟରେ ଭାରତର ପ୍ରତିନିଧିତ୍ୱ କରିଥିଲେ ।

ମୁରଲୀ ବିଜୟ (Murali Vijay) କହିଛନ୍ତି ଯେ, ଭାରତରେ ୩୦ ବର୍ଷରୁ ଉର୍ଦ୍ଧ୍ୱ ବୟସ ଖେଳାଳିଙ୍କୁ ୮୦ ବର୍ଷର ବୃଦ୍ଧ ବୋଲି ମନେ କରାଯାଏ । ଗଣମାଧ୍ୟମ ମଧ୍ୟ ଏହି ଖେଳାଳିଙ୍କ ପ୍ରତି ଭେଦଭାବ କରେ । ଏଠାରେ କହି ରଖୁଛୁ ଯେ, ୩୮ ବର୍ଷୀୟ କ୍ରିକେଟର ମୁରଲୀ ବିଜୟ (Murali Vijay) ଦିନେ ତାଙ୍କ ସାଥୀ ଖେଳାଳି ଦୀନେଶ କାର୍ତ୍ତିକ (Dinesh Karthik) ଙ୍କ ପତ୍ନୀଙ୍କ ସହ ଅଫେୟର ପାଇଁ ଚର୍ଚ୍ଚାରେ ଥଲେ । ପରେ ଦୀନେଶ କାର୍ତ୍ତିକ ଛାଡପତ୍ର ହୋଇଥିଲେ ଓ ତାଙ୍କର ପୂର୍ବତନ ପତ୍ନୀ ମୁରଲୀ ବିଜୟ (Murali Vijay) ଙ୍କୁ ବିବାହ କରିଥିଲେ । ଦୀନେଶ କାର୍ତ୍ତିକ ୩୬ ବର୍ଷ ବୟସରେ ଟିମ୍ ଇଣ୍ଡିଆକୁ ଫେରିଥିଲେ । ସେ ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ରେ ମଧ୍ୟ ଖେଳିଥିଲେ ।

ସ୍ପୋର୍ଟସଷ୍ଟାରର ସାପ୍ତାହିକ ଶୋ' Wednesdays with WV ରେ ବୁଧବାର ଦିନ ଡବ୍ଲୁ.ଭି ରମଣଙ୍କ ସହ ବାର୍ତ୍ତାଳାପରେ ମୁରଲୀ ବିଜୟ (Murali Vijay) କହିଛନ୍ତି ଯେ, "ବିସିସିଆଇ (BCCI) ସହିତ ସମୟ ପୂରା ହୋଇସାରିଛି । ବର୍ତ୍ତମାନ ମୁଁ ବିଦେଶରେ ଖେଳିବାର ସୁଯୋଗ ଖୋଜୁଛି । ମୁଁ ଟିକିଏ ପ୍ରତିଯୋଗିତାମୂଳକ କ୍ରିକେଟ୍ ଖେଳିବାକୁ ଚାହୁଁଛି । ଭାରତରେ ୩୦ ବର୍ଷ ବୟସ ପରେ ଲୋକ ଆମକୁ ରାସ୍ତାରେ ଯାଉଥିବା ୮୦ ବର୍ଷ ବୟସ୍କ ବୃଦ୍ଧ ବୋଲି ଭାବନ୍ତି । ଗଣମାଧ୍ୟମ ମଧ୍ୟ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିବା ଉଚିତ୍ । ମୁଁ ଭାବୁଛି ଆପଣଙ୍କର ୩୦ ବର୍ଷ ପରେ ନିଜର କ୍ୟାରିଅରରେ ପିକରେ ରହିଥାଏ । ବର୍ତ୍ତମାନ ଏଠାରେ ବସି ମୁଁ ଭାବୁଛି  କି ମୁଁ ସର୍ବଶ୍ରେଷ୍ଠ ବ୍ୟାଟିଂ କରିପାରିବି । କିନ୍ତୁ ଦୁର୍ଭାଗ୍ୟବଶତଃ ସୁଯୋଗଗୁଡିକ କମ୍ ଥିଲା ଓ ମୋତେ ବାହାରେ ସୁଯୋଗ ଖୋଜିବାକୁ ପଡିଲା । ସତ କହିବାକୁ ଗଲେ, ମୁଁ ଭାବୁଛି ଆପଣ କେବଳ ତାହା କରିପାରିବେ, ଯାହା ଆପଣଙ୍କ ହାତରେ ଅଛି ।"

ଅଧିକ ପଢ଼ନ୍ତୁ:-୬୮ କୋଟି ଖର୍ଚ୍ଚ କରି ନିର୍ମାଣ କଲେ ଲହରୀରେ ଭାସୁଥିବା ଫାଇବ୍ ଷ୍ଟାର୍ ହୋଟେଲ, ଜାଣନ୍ତୁ 'ଗଙ୍ଗା ବିଳାସ' କ୍ରୁଜର ମାଲିକ ବିଷୟରେ...

ଅଧିକ ପଢ଼ନ୍ତୁ:-ଖୁସି ଖବର: ଆଜିଠୁ ୧୪ ଦିନ ପରେ ସରକାରୀ କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର

ସୂଚନାଯୋଗ୍ୟ, ଭାରତ ପାଇଁ ମୁରଲୀ ବିଜୟ (Murali Vijay) ଙ୍କର ୬୧ ଟେଷ୍ଟ କ୍ୟାରିୟରରେ ସେ ୩୮.୨୯ ଏଭେରେଜରେ ୩,୯୮୨ ରନ୍ ସଂଗ୍ରହ କରିଥିଲେ । ଏଥିରେ ୧୨ଟି ଶତକ ଓ ୧୫ଟି ଅର୍ଦ୍ଧ ଶତକ ସାମିଲ ରହିଛି । ସେ ଭାରତ ପାଇଁ ୧୭ଟି ଦିନିକିଆ ଖେଳି ୩୩୯ ରନ୍ ସ୍କୋର କରିଥିଲେ । ନିଜର ଚମତ୍କାର ପ୍ରଥମ ଶ୍ରେଣୀ କ୍ୟାରିୟରରେ ମୁରଲୀ ବିଜୟ ୧୩୫ ମ୍ୟାଚ୍ ଖେଳି ୨୫ ଶତକ ଓ ୩୮ ଅର୍ଦ୍ଧ ଶତକ ସହିତ ୯,୨୦୫ ରନ୍ ସ୍କୋର କରିଛନ୍ତି ।