IND vs NZ 1st T20: ପ୍ରଥମ ଟି-20 ମ୍ୟାଚ୍‌ରେ ବିଜୟର ସବୁଠାରୁ ବଡ଼ କାରଣ କହିଲେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ Mitchell Santner
Advertisement

IND vs NZ 1st T20: ପ୍ରଥମ ଟି-20 ମ୍ୟାଚ୍‌ରେ ବିଜୟର ସବୁଠାରୁ ବଡ଼ କାରଣ କହିଲେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ Mitchell Santner

Mitchell Santner On IND vs NZ 1st T20: ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ଦଳ ୨୦ ଓଭରରେ ୧୭୬ ରନ୍ ସଂଗ୍ରହ କରିଥିଲା । ଏହି ଟାର୍ଗେଟକୁ ପିଛା କରି ଟିମ୍ ଇଣ୍ଡିଆ ୨୦ ଓଭରରେ ୧୫୫ ରନ୍ ହିଁ କରିବାରେ ସକ୍ଷମ ହୋଇପାରିଥିଲା । ଏହି ମ୍ୟାଚରେ ବିଜୟ ପରେ ବି କିୱି ଦଳର ଅଧିନାୟକ ମିଚେଲ ସାଣ୍ଟନର୍ ବିଶ୍ୱାସ କରିପାରୁ ନଥିଲେ ଓ ପୋଷ୍ଟ ମ୍ୟାଚ୍ ପ୍ରେଜେଣ୍ଟେଶନ୍ ସମୟରେ ଏକ ବଡ଼ ବୟାନ ଦେଇଛନ୍ତି ।

IND vs NZ 1st T20: ପ୍ରଥମ ଟି-20 ମ୍ୟାଚ୍‌ରେ ବିଜୟର ସବୁଠାରୁ ବଡ଼ କାରଣ କହିଲେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ Mitchell Santner

Mitchell Santner On India vs New Zealand 1st T20: ମିଚେଲ ସାଣ୍ଟନର୍ଙ୍କ ନେତୃତ୍ୱରେ ନ୍ୟୁଜିଲ୍ୟାଣ୍ଡ ଦଳ ରାଞ୍ଚିରେ ଖେଳାଯାଇଥିବା ଭାରତ ବିପକ୍ଷ ପ୍ରଥମ ଟି-20 ମ୍ୟାଚ୍  (IND vs NZ 1st T20 Match) ଜିତିଛି । ପ୍ରଥମେ ବ୍ୟାଟିଂ କରି କିୱି ଦଳ (New Zealand Team) ନିର୍ଦ୍ଧାରିତ ୨୦ ଓଭରରେ ୧୭୬ ରନ୍ ସଂଗ୍ରହ କରିଥିଲା । ଏହି ଟାର୍ଗେଟକୁ ପିଛା କରି ଭାରତୀୟ ଦଳ (Indian Team) ନିର୍ଦ୍ଧାରିତ ୨୦ ଓଭରରେ ୧୫୫ ରନ୍ ହିଁ କରିବାରେ ସକ୍ଷମ ହୋଇପାରିଥିଲା । ଏହି ମ୍ୟାଚ (India vs New Zealand 1st T20) ରେ ବିଜୟ ପରେ ବି କିୱି ଦଳର ଅଧିନାୟକ (New Zealand Captain) ମିଚେଲ ସାଣ୍ଟନର୍ (Mitchell Santner) ବିଶ୍ୱାସ କରିପାରୁ ନଥିଲେ ଓ ପୋଷ୍ଟ ମ୍ୟାଚ୍ ପ୍ରେଜେଣ୍ଟେଶନ୍ ସମୟରେ ଏକ ବଡ଼ ବୟାନ ଦେଇଛନ୍ତି ।

ପ୍ରକୃତରେ ପ୍ରଥମ ଟି-20 ମ୍ୟାଚର ବିଜେତା ଅଧିନାୟକ (New Zealand Captain) ମିଚେଲ ସାଣ୍ଟନର୍ (Mitchell Santner) ପୋଷ୍ଟ ମ୍ୟାଚ୍ ପ୍ରେଜେଣ୍ଟେଶନ୍ ସମୟରେ କହିଛନ୍ତି ଯେ, "ଆମେ ମଧ୍ୟ ଏଥିରୁ ଆଶ୍ଚର୍ଯ୍ୟ ହୋଇଛୁ । ପିଚ୍ ଏହିପରି ହେବ ବୋଲି ଆମେ ଆଶା କରିନଥିଲୁ । ଯେତେବେଳେ ଶେଷ ଓଭରରେ ୨୭ ରନ୍ ଆସିଲା ଓ ଆମେ ୧୭୬ ରନରେ ପହଞ୍ଚିଲୁ, ଆମେ ଭାବୁଥିଲୁ ଆମେ ଏଠାରୁ ଜିତିପାରିବା ଓ ସ୍ପିନରମାନେ ଏକ ଚମତ୍କାର କାର୍ଯ୍ୟ କରିଥିଲେ । ଟି-20ରେ ରନ୍ ଚେଜ୍ ଠିକ ହୋଇଥାଏ କିନ୍ତୁ ଆଜି ଆମେ ବହୁତ ଭଲ ଖେଳ ଖେଳିଛୁ ଯାହା ଆମକୁ ସୁବିଧା ଦେଇଛି । ଆମେ ପାୱାର୍ ପ୍ଲେକୁ ଭଲ ଭାବରେ ବ୍ୟବହାର କରିଥିଲୁ ଯାହା ବିଜୟର କାରଣ ଥଲା ।"

ଏହା ସହିତ ମିଚେଲ ସାଣ୍ଟନର୍ (Mitchell Santner) ଆହୁରି ମଧ୍ୟ କହିଛନ୍ତି ଯେ, ସେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ଚାହୁଁଥିଲେ । ଏହାର କାରଣ ହେଉଛି ଗ୍ରାଉଣ୍ଡର ଟାର୍ଗେଟ ପିଛା କରିବାର ରେକର୍ଡ ଅତ୍ୟନ୍ତ ଭଲ ଓ କାକର ଯୋଗୁଁ ସେମାନଙ୍କୁ ପ୍ରଥମେ ବୋଲିଂ କରିବାର ଥିଲା । ମିଚେଲ ସାଣ୍ଟନର୍ (Mitchell Santner) ଏହା ମଧ୍ୟ କହିଛନ୍ତି, "ଟସ୍‌ ଜିତି ଆମେ ବୋଲିଂ କରିବାକୁ ଚାହୁଁଥିଲୁ କାରଣ ଏହା ଏଠାରେ ଟାର୍ଗେଟକୁ ପିଛା କରିବାର ରେକର୍ଡ ଅତ୍ୟନ୍ତ ଭଲ ରହିଛି । ବିଶେଷକରି କାକର ସହିତ ଏହା ସର୍ବଦା ଏକ ଚ୍ୟାଲେଞ୍ଜ ଅଟେ । ଆପଣ ସହଜ ଓଭର ଓ ସେପରି ଜିନିଷ କରୁଥିବା ଦେଖିବାକୁ ଚାହାଁନ୍ତି ନାହିଁ । ଆମେ ଜାଣିଥିଲୁ ବଲ ପାୱାରପ୍ଲେରେ ବୁଲୁଛି ଓ ଜଣଙ୍କୁ ଆଉଟ କରିବା ଭଲ ଥିଲା ।"

ଅଧିକ ପଢ଼ନ୍ତୁ:-ମ୍ୟାଚ୍ ହାରିବା ପରେ ଏହି ଖେଳାଳିଙ୍କ ଉପରେ ରାଗି ପାଚି ଲାଲ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, କହିଲେ ପରାଜୟ ପାଇଁ ସବୁଠୁ ଅଧିକ ଦାୟୀ!

ଅଧିକ ପଢ଼ନ୍ତୁ:- OYO ହୋଟେଲର ମାଲିକ ରିତେଶ ଅଗ୍ରୱାଲଙ୍କ ମାର୍ଚ୍ଚରେ ବାହାଘର, ୨୯ ବର୍ଷ ବୟସରେ ଏତେ ହଜାର କୋଟି ଟଙ୍କାର ମାଲିକ

ଅଧିକ ପଢ଼ନ୍ତୁ:-କେଏଲ ରାହୁଲ- ଆଥିଆଙ୍କୁ କୋଟି କୋଟି ଟଙ୍କାର ଉପହାର ଦେଇ ନାହାଁନ୍ତି ଧୋନି ଓ କୋହଲି, ସୁନୀଲ ଶେଟ୍ଟିଙ୍କ ପରିବାର କହିଲା ସତ

 

 

ସେପଟେ ଅର୍ଶଦୀପ ସିଂ (Arshdeep Singh) ଙ୍କ ଖରାପ ବୋଲିଂ ଯୋଗୁଁ ମ୍ୟାଚର ପୂରା ମୋମେଣ୍ଟ ନ୍ୟୁଜିଲ୍ୟାଣ୍ଡ ସପକ୍ଷରେ ଯାଇଥିଲା । ଏହା ବ୍ୟତୀତ ଦ୍ରୁତ ବୋଲର ଉମ୍ରାନ ମଲିକ ଗୋଟିଏ ଓଭରରେ ୧୬ ରନ ଦେଇଥିଲେ । ଏଥି ସହିତ ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ନିଜେ ୩ ଓଭରରେ ୩୩ ରନ୍ ଦେଇଥିଲେ । ଉମ୍ରାନ ମଲିକ (Umran Malik) ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ବି ୱିକେଟ୍ ପାଇ ନଥିଲେ । ମ୍ୟାଚ୍ ହାରିଯିବା ପରେ ଟିମ୍ ଇଣ୍ଡିଆର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ଯେ, "ଆମେ ଅନାବଶ୍ୟକ ଭାବରେ ୨୦ରୁ ୨୫ ରନ୍ ଦେଇଛୁ ଓ ବୋଧହୁଏ ଏହି କାରଣରୁ ମ୍ୟାଚ୍ ହାରିଛୁ ।"